ଫୋର୍ବସ ଭାରତୀୟ ଧନୀ ତାଲିକା : ଶୀର୍ଷରେ ଅମ୍ବାନୀ, ଦ୍ବିତୀୟରେ ଆଦାନୀ

The Sakala Picture
Published On

ନୂଆଦିଲ୍ଲୀ : ପ୍ରକାଶ ପାଇଛି ଫୋର୍ବସ ଭାରତୀୟ ଧନୀ ତାଲିକା। ପୂର୍ବ ବର୍ଷଗୁଡିକ ଭଳି ତଳିତବର୍ଷ ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ପୁଣି ଥରେ ହୋଇଛନ୍ତି ଦେଶର ନମ୍ବର ୱାନ୍‌ ଧନୀ। ଫୋବର୍ସ ପକ୍ଷରୁ ଜାରି ଧନୀ ତାଲିକାରେ ମୁକେଶ ଅମ୍ବାନୀ କେବଳ ଭାରତ ନୁହେଁ ବରଂ ଏସିଆର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି । ଚୀନର ଆଲିବାବା ମୁଖ୍ୟ ଜ୍ୟାକ୍‌ ମା’ ଙ୍କୁ ପଛରେ ପକାଇ ମୁକେଶ ହୋଇଛନ୍ତି ଏସିଆର ଧନୀ ନମ୍ବର […]

ନୂଆଦିଲ୍ଲୀ : ପ୍ରକାଶ ପାଇଛି ଫୋର୍ବସ ଭାରତୀୟ ଧନୀ ତାଲିକା। ପୂର୍ବ ବର୍ଷଗୁଡିକ ଭଳି ତଳିତବର୍ଷ ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ପୁଣି ଥରେ ହୋଇଛନ୍ତି ଦେଶର ନମ୍ବର ୱାନ୍‌ ଧନୀ। ଫୋବର୍ସ ପକ୍ଷରୁ ଜାରି ଧନୀ ତାଲିକାରେ ମୁକେଶ ଅମ୍ବାନୀ କେବଳ ଭାରତ ନୁହେଁ ବରଂ ଏସିଆର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି । ଚୀନର ଆଲିବାବା ମୁଖ୍ୟ ଜ୍ୟାକ୍‌ ମା’ ଙ୍କୁ ପଛରେ ପକାଇ ମୁକେଶ ହୋଇଛନ୍ତି ଏସିଆର ଧନୀ ନମ୍ବର ଓ୍ବାନ। ମୁକେଶ ଅମ୍ବାନୀଙ୍କର ମୋଟ ସମ୍ପତ୍ତି ପରିମାଣ ୮୪.୫ ବିଲିୟନ୍‌ ଡଲାର । ତେବେ ମୁକେଶଙ୍କ ପଛକୁ ଭାରତର ଧନୀ ତାଲିକାର ଦ୍ବିତୀୟ ସ୍ଥାନରେ ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୫୦.୫ ବିଲିୟନ୍‌ ଡଲାର ।

ଅନ୍ୟପକ୍ଷରେ ଆଦାନୀ ବିଶ୍ବର ୨୪ତମ ଧନୀ। ଏଚ୍‌ସିଏଲ୍‌ ଟେକ୍ନୋଲୋଜି ମୁଖିଆ ଶିବ ନାଦର ଭାଣତୀୟଙ୍କ ମଧ୍ୟରେ ଧନୀ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ନିକଟରେ ମୋଟ ୨୩.୫ ବିଲିୟନ୍‌ ଡଲାର ସମ୍ପତ୍ତିର ମୂଲ୍ୟ । ଧନୀ ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି ଡି-ମାର୍ଟର ପ୍ରମୁଖ ରାଧାକୃଷ୍ଣନ ଦମାନୀ। ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୧୬.୫ ବିଲିୟନ୍‌ ଡଲାର ରହିଛି। ତାଲିକାରେ ୫ମ ସ୍ଥାନରେ ଉଦୟ କୋଟାକ୍‌ ରହିଥିବାବେଳେ (୧୫.୯) ବିଲିୟନ୍‌ ଡଲାର, ୬ଷ୍ଠ ସ୍ଥାନରେ ଲକ୍ଷ୍ମୀ ନିବାସ ମିତ୍ତଲ ( ୧୪.୯ ) ବିଲିୟନ୍‌ , ୭ମ ସ୍ଥାନରେ କୁମାର ମଙ୍ଗଳମ ବିର୍ଲା ( ୧୨.୮ ବିଲିୟନ୍‌ ଡଲାର , ଅଷ୍ଟମ ସ୍ଥାନରେ ଅଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍‌ ମୁଖ୍ୟ ଆଦର ପୁନାଓ୍ବାଲା ( ୧୨.୭ ବିଲିୟନ୍‌ ଡଲାର), ୯ମ ସ୍ଥାନରେ ଦିଲ୍ଲୀପ ସାଂଘଭୀ (୧୦.୯ ବିଲିୟନ୍‌ ଡଲାର) ଏବଂ ଭାରତୀ ଏୟାରଟେଲର ସୁନୀଲ ଭାରତୀ ମିତ୍ତଲ (୧୦.୫ ବିଲିୟନ୍‌ ଡଲାର) ସମ୍ପତ୍ତି ସହ ଶେଷରେ ବା ତାଲିକାର ୧୦ମ ସ୍ଥାନରେ ରହିଛନ୍ତି।

09 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର