ପେଟ୍ରୋଲ୍‌, ଡିଜେଲ୍‌ ଉପରେ ଲାଗିବ ଜିଏସ୍‌ଟି !

The Sakala Picture
Published On

ନୂଆଦିଲ୍ଲୀ : ଦୀର୍ଘ ଦିନ ହେବ ଖୁବ୍‌ ଉପରେ ରହିଥିବା ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଖାଉଟି ବେହାଲ। ତେଲ ଦର ବୃଦ୍ଧି ଯୋଗୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଖୁବ୍‌ ଉପରେ। ଏହି ଦର ବୃଦ୍ଧିରୁ ଖାଉଟିଙ୍କୁ ନିସ୍ତାର ଦେବାକୁ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କମ୍‌ କରିବାକୁ ବିଚାର କରୁଥିବା ଜଣାଯାଇଛି। ଏଥିପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସ୍‌ଟି ଲଗାଯିବ। ଉଭୟ ତୈଳକୁ ଜିଏସ୍‌ଟି ପରିସରଭୁକ୍ତ କରିବା ନେଇ […]

ନୂଆଦିଲ୍ଲୀ : ଦୀର୍ଘ ଦିନ ହେବ ଖୁବ୍‌ ଉପରେ ରହିଥିବା ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଖାଉଟି ବେହାଲ। ତେଲ ଦର ବୃଦ୍ଧି ଯୋଗୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଖୁବ୍‌ ଉପରେ। ଏହି ଦର ବୃଦ୍ଧିରୁ ଖାଉଟିଙ୍କୁ ନିସ୍ତାର ଦେବାକୁ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କମ୍‌ କରିବାକୁ ବିଚାର କରୁଥିବା ଜଣାଯାଇଛି। ଏଥିପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସ୍‌ଟି ଲଗାଯିବ। ଉଭୟ ତୈଳକୁ ଜିଏସ୍‌ଟି ପରିସରଭୁକ୍ତ କରିବା ନେଇ ଯୋଜନା ହୋଇଛି। ହେଲେ ଏ ନେଇ ରାଜ୍ୟଗୁଡିକ କୋର୍ଟକୁ ବଲ୍‌ ଛାଡିଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ମଳା କହିଛନ୍ତି ପେଟ୍ରୋଲ ଏବଂ ଡିଜେଲ ଭଳି ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟି ପରିସରଭୁକ୍ତ କରିବାକୁ ହେଲେ ରାଜ୍ୟଗୁଡିକର ସହମତି ଆବଶ୍ୟକ। ଯଦି ରାଜ୍ୟମାନେ ସହମତ ହୁଅନ୍ତି ତେବେ ସରକାର ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟି ଅଧୀନକୁ ଆଣିବେ।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଶନିବାର ଅନୁଷ୍ଠିତ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଏହି ବିବୃତ୍ତି ଆସିଛି। ବୁଧବାର ଶିଳ୍ପ ସଂଗଠନ ପିଏଚ୍‌ଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ପିଏଚ୍‌ଡିସିସିଆଇ) ପକ୍ଷରୁ ଆୟୋଜିତ ଏକ ବଜେଟ୍ ପରବର୍ତ୍ତୀ ବୈଠକକୁ ସମ୍ବୋଧିତ କରି ସୀତାରମଣ କହିଛନ୍ତି ଯେ ଗତ କିଛି ବର୍ଷ ଧରି ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜନସାଧାରଣଙ୍କ ଖର୍ଚ୍ଚ ବଢ଼ାଇବାକୁ ସରକାରଙ୍କ ଉଦ୍ୟମ କରୁଛନ୍ତି। ଗତ ୩-୪ ବର୍ଷ ଧରି ସର୍ବସାଧାରଣ ପୁଞ୍ଜି ବ୍ୟୟ ଉପରେ ଗୁରୁତ୍ୱ ଦିଆଯାଇ ଆସୁଛି। ଆମେ ଏହାକୁ ଏହି ବଜେଟରେ ମଧ୍ୟ ଜାରି ରଖିଛୁ। ଏହା ସ୍ପଷ୍ଟ ଭାବେ କୁହାଯାଇପାରେ ଯେ ଏହି ବଜେଟରେ ପୁଞ୍ଜି ବ୍ୟୟ ଉପରେ ଗୁରୁତ୍ୱ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

ସରକାର ୨୦୨୩-୨୪ ଆର୍ଥିକବର୍ଷର ବଜେଟରେ ପୁଞ୍ଜି ବ୍ୟୟରେ ୩୩% ବୃଦ୍ଧି କରି ୧୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଦ୍ରବ୍ୟ ଏବଂ ସେବା କର ଅଧୀନକୁ ପେଟ୍ରୋଲିୟମ ଉତ୍ପାଦ ଆଣିବା ସମ୍ପର୍କିତ ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଯଦି ରାଜ୍ୟମାନଙ୍କ ମଧ୍ୟରେ ଏ ନେଇ ସହମତି ହୁଏ ତେବେ ଏଥିପାଇଁ ପଦକ୍ଷେପ ନିଆଯାଇପାରେ। ଦେଶରେ ସମ୍ପ୍ରତି ଖୁଚୁରା ମୁଦ୍ରାସ୍ଫୀତିରେ ପୁନର୍ବାର ବୃଦ୍ଧି ଘଟିଛି। ଜାନୁୟାରୀରେ ଏହା ୬.୫୨ ପ୍ରତିଶତ ହାରରେ ରହିଛି, ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କର ସର୍ବାଧିକ ସୀମା ୬ ପ୍ରତିଶତଠାରୁ ଅଧିକ । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଖୁବ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହାର ହ୍ରାସ କରିପାରନ୍ତି, ଯାହାଫଳରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ହୋଇପାରିବ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନିୟମରେ ବଡ଼ ପରିବର୍ତ୍ତନ, ଏବେ ୧୦ କୋଟି ପରିବାରକୁ ମିଳିବ କେବଳ ୪ଟି ସବସିଡି ସିଲିଣ୍ଡର

16 Feb 2023 By The Sakala

ପେଟ୍ରୋଲ୍‌, ଡିଜେଲ୍‌ ଉପରେ ଲାଗିବ ଜିଏସ୍‌ଟି !

ନୂଆଦିଲ୍ଲୀ : ଦୀର୍ଘ ଦିନ ହେବ ଖୁବ୍‌ ଉପରେ ରହିଥିବା ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଖାଉଟି ବେହାଲ। ତେଲ ଦର ବୃଦ୍ଧି ଯୋଗୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଖୁବ୍‌ ଉପରେ। ଏହି ଦର ବୃଦ୍ଧିରୁ ଖାଉଟିଙ୍କୁ ନିସ୍ତାର ଦେବାକୁ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କମ୍‌ କରିବାକୁ ବିଚାର କରୁଥିବା ଜଣାଯାଇଛି। ଏଥିପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସ୍‌ଟି ଲଗାଯିବ। ଉଭୟ ତୈଳକୁ ଜିଏସ୍‌ଟି ପରିସରଭୁକ୍ତ କରିବା ନେଇ ଯୋଜନା ହୋଇଛି। ହେଲେ ଏ ନେଇ ରାଜ୍ୟଗୁଡିକ କୋର୍ଟକୁ ବଲ୍‌ ଛାଡିଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ମଳା କହିଛନ୍ତି ପେଟ୍ରୋଲ ଏବଂ ଡିଜେଲ ଭଳି ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟି ପରିସରଭୁକ୍ତ କରିବାକୁ ହେଲେ ରାଜ୍ୟଗୁଡିକର ସହମତି ଆବଶ୍ୟକ। ଯଦି ରାଜ୍ୟମାନେ ସହମତ ହୁଅନ୍ତି ତେବେ ସରକାର ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟି ଅଧୀନକୁ ଆଣିବେ।

ଶନିବାର ଅନୁଷ୍ଠିତ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଏହି ବିବୃତ୍ତି ଆସିଛି। ବୁଧବାର ଶିଳ୍ପ ସଂଗଠନ ପିଏଚ୍‌ଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ପିଏଚ୍‌ଡିସିସିଆଇ) ପକ୍ଷରୁ ଆୟୋଜିତ ଏକ ବଜେଟ୍ ପରବର୍ତ୍ତୀ ବୈଠକକୁ ସମ୍ବୋଧିତ କରି ସୀତାରମଣ କହିଛନ୍ତି ଯେ ଗତ କିଛି ବର୍ଷ ଧରି ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜନସାଧାରଣଙ୍କ ଖର୍ଚ୍ଚ ବଢ଼ାଇବାକୁ ସରକାରଙ୍କ ଉଦ୍ୟମ କରୁଛନ୍ତି। ଗତ ୩-୪ ବର୍ଷ ଧରି ସର୍ବସାଧାରଣ ପୁଞ୍ଜି ବ୍ୟୟ ଉପରେ ଗୁରୁତ୍ୱ ଦିଆଯାଇ ଆସୁଛି। ଆମେ ଏହାକୁ ଏହି ବଜେଟରେ ମଧ୍ୟ ଜାରି ରଖିଛୁ। ଏହା ସ୍ପଷ୍ଟ ଭାବେ କୁହାଯାଇପାରେ ଯେ ଏହି ବଜେଟରେ ପୁଞ୍ଜି ବ୍ୟୟ ଉପରେ ଗୁରୁତ୍ୱ ଦିଆଯାଇଛି।

ସରକାର ୨୦୨୩-୨୪ ଆର୍ଥିକବର୍ଷର ବଜେଟରେ ପୁଞ୍ଜି ବ୍ୟୟରେ ୩୩% ବୃଦ୍ଧି କରି ୧୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଦ୍ରବ୍ୟ ଏବଂ ସେବା କର ଅଧୀନକୁ ପେଟ୍ରୋଲିୟମ ଉତ୍ପାଦ ଆଣିବା ସମ୍ପର୍କିତ ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଯଦି ରାଜ୍ୟମାନଙ୍କ ମଧ୍ୟରେ ଏ ନେଇ ସହମତି ହୁଏ ତେବେ ଏଥିପାଇଁ ପଦକ୍ଷେପ ନିଆଯାଇପାରେ। ଦେଶରେ ସମ୍ପ୍ରତି ଖୁଚୁରା ମୁଦ୍ରାସ୍ଫୀତିରେ ପୁନର୍ବାର ବୃଦ୍ଧି ଘଟିଛି। ଜାନୁୟାରୀରେ ଏହା ୬.୫୨ ପ୍ରତିଶତ ହାରରେ ରହିଛି, ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କର ସର୍ବାଧିକ ସୀମା ୬ ପ୍ରତିଶତଠାରୁ ଅଧିକ । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଖୁବ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହାର ହ୍ରାସ କରିପାରନ୍ତି, ଯାହାଫଳରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ହୋଇପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp