ପ୍ରି-ପ୍ୟାକ୍‌ ମିଲେଟ୍‌ ସାମଗ୍ରୀରେ ଜିଏସ୍‌ଟି ୫%କୁ ହ୍ରାସ, ୭୦% ଶ୍ରୀଅନ୍ନ ଥିବା ଖୋଲା ଅଟାରେ ଲାଗିବନି ଜିଏସ୍‌ଟି

The Sakala Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ୫୨ତମ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଏସଟି ଟିକସ ହାରରେ ପରିବର୍ତ୍ତନ,ବ୍ୟବସାୟକୁ ସୁଗମ କରିବା ଏବଂ ଜିଏସଟିରେ ଅନୁପାଳନକୁ ସୁବ୍ୟବସ୍ଥିତ କରିବା ପାଇଁ ଏହି ବୈଠକରେ ପରିଷଦ କେତେକ ସୁପାରିସ କରିଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ ପ୍ରି-ପ୍ୟାକ୍‌ ମିଲେଟ୍‌ ଖାଦ୍ୟସାମଗ୍ରୀ ଉପରେ ଏଣିକି ୫% ଜିଏସ୍‌ଟି ଲାଗୁ କରାଯିବ। ୭୦% […]

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ୫୨ତମ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଏସଟି ଟିକସ ହାରରେ ପରିବର୍ତ୍ତନ,ବ୍ୟବସାୟକୁ ସୁଗମ କରିବା ଏବଂ ଜିଏସଟିରେ ଅନୁପାଳନକୁ ସୁବ୍ୟବସ୍ଥିତ କରିବା ପାଇଁ ଏହି ବୈଠକରେ ପରିଷଦ କେତେକ ସୁପାରିସ କରିଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ ପ୍ରି-ପ୍ୟାକ୍‌ ମିଲେଟ୍‌ ଖାଦ୍ୟସାମଗ୍ରୀ ଉପରେ ଏଣିକି ୫% ଜିଏସ୍‌ଟି ଲାଗୁ କରାଯିବ। ୭୦% ଶ୍ରୀ ଅନ୍ନ ଥିବା ଖୋଲା ଅଟା ବିକ୍ରିରେ ଆଗକୁ ଜିଏସ୍‌ଟି ଲାଗିବନି। ଏହାଛଡା ଜିଏସଟି ଅପିଲ୍‌ ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କ ବୟସ ଧାର୍ଯ୍ୟ ଏବଂ ସଦସ୍ୟ ନିଯୁକ୍ତି ସର୍ତ୍ତରେ ସଂଶୋଧନ କରିବାକୁ ପରିଷଦ ସୁପାରିସ କରିଛି।
ଜିଏସ୍‌ଟି ପରିଷଦ ବୈଠକରେ ଏଚଏସ ୧୯୦୧ ବର୍ଗରେ ଆସୁଥିବା ଗୁଣ୍ଡ ଆକାରରେ ଏବଂ ଅତିକମରେ ୭୦% ଓଜନର ମିଲେଟ୍‌ ବା ଶ୍ରୀ ଅନ୍ନ ଥିବା ଅଟା ଖୋଲାରେ ବିକ୍ରି ହେଉଥିଲେ ଏହା ଉପରେ କୌଣସି ଜିଏସଟି ଶୁଳ୍କ ଲାଗୁ ହେବନାହିଁ।

ଅନ୍ୟପଟେ ଆଗୁଆ ପ୍ୟାକେଟ୍‌ ହୋଇ ଲେଭଲ ଥାଇ ବିକ୍ରି ହେଲେ ୫% ଜିଏସଟି ଲାଗୁ ହେବ। ଅର୍ଥାତ୍‌ ମିଲେଟ୍ ଥିବା ବ୍ରାଣ୍ଡିଂ ଅଟାରେ ୧୮% ଜିଏସ୍‌ଟିକୁ ହ୍ରାସ କରି ୫% ଜିଏସ୍‌ଟି ଲଗାଇବାକୁ ନିଷ୍ପତ୍ତି ହୋଇଛି। ଉପକୂଳରେ ଯାତ୍ରା କରିବାକୁ ମାର୍ଗ ପରିବର୍ତ୍ତନ କଲେ ବିଦେଶ ଯାତ୍ରା କରୁଥିବା ଜାହାଜଗୁଡ଼ିକ ଜାହାର ମୂଲ୍ୟ ଉପରେ ୫% ଆଇଜିଏସଟି ପଇଠ କରିବେ। ତେବେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଲାଗି ବିଦେଶୀ ପତାକା ଥିବା ବିଦେଶୀ ଜାହାଜ ଉପକୂଳରେ ଯାତ୍ରା କରିବା ସମୟରେ ସର୍ତ୍ତମୂଳକ ଓ ସୀମିତ ଅବଧିର ଆଇଜିଏସଟି ଛାଡ଼ କରାଯିବ ବୋଲି ପରିଷଦ କହିଛି। ସବୁଠାରୁ ବଡ଼ କଥା ହେଉଛି ପାଣିଗୁଡ଼ ଉପରେ ଜିଏସ୍‌ଟି ୨୮%ରୁ ୫%କୁ ହ୍ରାସ କରାଯାଇଛି। ଏହି ପଦକ୍ଷେପ ଚିନି ମିଲଗୁଡ଼ିକ ପାଇଁ ଅଧିକ ନଗଦ ଅର୍ଥ ବୃଦ୍ଧି କରିବ ଏବଂ ଆଖୁ ଚାଷୀଙ୍କ ଆଖୁ ବକେୟା ଶୀଘ୍ର ପରିଶୋଧ କରିବାରେ ସକ୍ଷମ କରାଇବ। ଶୀରା ମଧ୍ୟ ଏହାର ଉତ୍ପାଦନରେ ଏକ ଉପାଦାନ ହୋଇଥିବାରୁ ଏହା ଦ୍ୱାରା ଗୋଖାଦ୍ୟ ଉତ୍ପାଦନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ।

ଆହୁରି ପଢ଼ନ୍ତୁ: SpaceX ସହ ମିଶିଲା xAI: ୧.୨୫ ଟ୍ରିଲିୟନ ଡଲାରର IPO ପାଇଁ ଇଲନ୍ ମସ୍କଙ୍କ ବଡ଼ ଯୋଜନା

ସମ୍ବିଧାନର ଧାରା ୨୪୩ଜି ଏବଂ ୨୪୩ଡବ୍ଲ୍ୟୁ ଅଧୀନରେ ପଞ୍ଚାୟତ/ପୌରପାଳିକାକୁ ଦିଆଯାଇଥିବା କୌଣସି କାର୍ଯ୍ୟ ସମ୍ବନ୍ଧରେ କେନ୍ଦ୍ର/ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଉଥିବା ଶୁଦ୍ଧ ଏବଂ ମିଶ୍ରିତ ସେବାକୁ ଜିଏସ୍‌ଟି ଛାଡ଼ କରାଯାଇଛି। ଜିଏସଟି କାଉନସିଲ ବର୍ତ୍ତମାନର ରିହାତି ଏଣ୍ଟ୍ରିଗୁଡ଼ିକୁ କୌଣସି ପରିବର୍ତ୍ତନ ନ କରି ବଜାୟ ରଖିବାକୁ ସୁପାରିସ କରିଛି। ବସ୍ ଅପରେଟରମାନଙ୍କୁ ସିଜିଏସଟି ଅଧିନିୟମ, ୨୦୧୭ର ଧାରା ୯(୫)ର ପରିସରରୁ ବାଦ୍ ଦିଆଯାଇପାରେ। ଏହାଦ୍ୱାରା ସେମାନେ ଆଇଟିସି ବ୍ୟବହାର କରି ସେମାନଙ୍କ ଯୋଗାଣ ଉପରେ ଜିଏସଟି ପୈଠ କରିପାରିବେ। ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ, ସାରା ଦେଶରେ ଖଣିଜ ସମ୍ପଦ ଥିବା ଖଣି ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଜିଲ୍ଲା ଖଣିଜ ଫାଉଣ୍ଡେସନ୍ ଟ୍ରଷ୍ଟ (ଡିଏମଏଫଟି) ସରକାରୀ କର୍ତ୍ତୃପକ୍ଷ ଏବଂ ଏହିପରି ଅନ୍ୟ କୌଣସି ସରକାରୀ କର୍ତ୍ତୃପକ୍ଷଙ୍କ ପାଇଁ ଉପଲବ୍ଧ ଜିଏସଟିରୁ ସମାନ ରିଆତି ପାଇବାକୁ ଯୋଗ୍ୟ ବୋଲି ପରିଷଦ ସ୍ପଷ୍ଟ କରିଛି। ଭାରତୀୟ ରେଳବାଇ ଦ୍ୱାରା ସମସ୍ତ ସାମଗ୍ରୀ ଏବଂ ସେବା ଯୋଗାଣ ଉପରେ ଫରୱାର୍ଡ ଚାର୍ଜ ବ୍ୟବସ୍ଥା ଅଧୀନରେ ଟିକସ ଆଦାୟ କରାଯିବ ଯାହା ଦ୍ୱାରା ସେମାନେ ଆଇଟିସି ପାଇପାରିବେ। ଏହାଦ୍ୱାରା ଭାରତୀୟ ରେଳବାଇର ଖର୍ଚ୍ଚ ହ୍ରାସ ପାଇବ।

ଆହୁରି ପଢ଼ନ୍ତୁ: ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଭବିଷ୍ୟବାଣୀ: ଶେଷ ହେବ ଆମେରିକାର ରାଜୁତି, ଡଲାରର ସ୍ଥାନ ନେବ ସୁନା

ଆଉ ଏକ ନିଷ୍ପତ୍ତି ଅନୁଯାୟୀ, ପ୍ରସ୍ତାବିତ ଜିଏସ୍‌ଟି ଆପିଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏବଂ ସଦସ୍ୟ ଭାବରେ ନିଯୁକ୍ତି ଲାଗି ଯୋଗ୍ୟ ହେବା ପାଇଁ ସର୍ବନିମ୍ନ ବୟସ ୫୦ ବର୍ଷ ହୋଇଥିବା ଦରକାର। ତେବେ ଏହି ପଦରେ ସେମାନଙ୍କର କାର୍ଯ୍ୟକାଳ ଯଥାକ୍ରମେ ୭୦ ଏବଂ ୬୭ ବର୍ଷ ପର୍ଯ୍ୟନ୍ତ ରହିବ। ତେବେ ଆପିଲେଟ୍ ଟ୍ରିବ୍ୟୁନାଲ, କେନ୍ଦ୍ରୀୟ ବର୍ହିଶୁଳ୍କ ଓ ସେବା କର ଟ୍ରିବ୍ୟୁନାଲ, ରାଜ୍ୟ ଭାଟ୍ ଟ୍ରିବ୍ୟୁନାଲରେ ଅଥବା  ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ପରୋକ୍ଷ ଟିକସ ଆଇନ ଅଧୀନରେ ମାମଲାରେ ଯଥେଷ୍ଟ ଅଭିଜ୍ଞତା ଥିବା ଜଣେ ଓକିଲ ନ୍ୟାୟିକ ସଦସ୍ୟ ଭାବରେ ନିଯୁକ୍ତି ପାଇଁ ଯୋଗ୍ୟ ହୋଇପାରିବେ। ଏହାବାଦ୍‌ ମାନବ ବ୍ୟବହାର ପାଇଁ ଆଲକହଲ ଯୁକ୍ତ ମଦ ଉତ୍ପାଦନ ଲାଗି ବ୍ୟବହୃତ ଅତିରିକ୍ତ ସାଧାରଣ ମଦ (ଇଏନଏ) ଜିଏସଟି ବାହାରେ ରଖିବାକୁ ଜିଏସଟି ପରିଷଦ ସୁପାରିସ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp