ମନୋରଞ୍ଜନ
ଆମେରିକାର ରେଟିଂରେ ଅବନତି, ରେଟିଂ ‘ଏଏଏ’ରୁ ‘ଏଏପ୍ଲସ୍’କୁ ଖସାଇଲା ଫିଚ୍
ୱାଶିଂଟନ : ବିପଦରେ ଆମେରିକା ଅର୍ଥନୀତି। କାରଣ ବିଶ୍ବର ସବୁଠାରୁ ବୃହତ୍ ଅର୍ଥନୀତି କୁହାଯାଉଥିବା ଆମେରିକାର ଅର୍ଥନୀତିର ରେଟିଂ ଖସିଛି। ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ଫିଚ୍ ଆମେରିକାର ରେଟିଂକୁ ‘ଏଏଏ’ରୁ ‘ଏଏପ୍ଲସ୍’କୁ ଖସାଇଦେଇଛି। ଆସନ୍ତା ତିନି ବର୍ଷ ପାଇଁ ଆମେରିକାର ଆର୍ଥିକ ସ୍ଥିତିର ଅବନତି ଆଶଙ୍କା କରି ରେଟିଂ ଏଜେନ୍ସି ଏହି ଆକଳନ କରିଛି। ରେଟିଂ ଏଜେନ୍ସି କହିଛି ଯେ ଆର୍ଥିକ ଏବଂ ଋଣ ସମ୍ବନ୍ଧୀୟ ବିଷୟ ସମେତ ବିଗତ ୨୦ ବର୍ଷ ମଧ୍ୟରେ ଦେଶର ପ୍ରଶାସନିକ […]
ୱାଶିଂଟନ : ବିପଦରେ ଆମେରିକା ଅର୍ଥନୀତି। କାରଣ ବିଶ୍ବର ସବୁଠାରୁ ବୃହତ୍ ଅର୍ଥନୀତି କୁହାଯାଉଥିବା ଆମେରିକାର ଅର୍ଥନୀତିର ରେଟିଂ ଖସିଛି। ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ଫିଚ୍ ଆମେରିକାର ରେଟିଂକୁ ‘ଏଏଏ’ରୁ ‘ଏଏପ୍ଲସ୍’କୁ ଖସାଇଦେଇଛି। ଆସନ୍ତା ତିନି ବର୍ଷ ପାଇଁ ଆମେରିକାର ଆର୍ଥିକ ସ୍ଥିତିର ଅବନତି ଆଶଙ୍କା କରି ରେଟିଂ ଏଜେନ୍ସି ଏହି ଆକଳନ କରିଛି। ରେଟିଂ ଏଜେନ୍ସି କହିଛି ଯେ ଆର୍ଥିକ ଏବଂ ଋଣ ସମ୍ବନ୍ଧୀୟ ବିଷୟ ସମେତ ବିଗତ ୨୦ ବର୍ଷ ମଧ୍ୟରେ ଦେଶର ପ୍ରଶାସନିକ ମାନଦଣ୍ଡରେ କ୍ରମାଗତ ଭାବେ ଅବନତି ଘଟିଛି। ଏହାବାଦ୍ ଆମେରିକାର ବିତ୍ତୀୟ ନିଅଣ୍ଟରେ ବୃଦ୍ଧିକୁ ଫଚ୍ ଏଥିପାଇଁ ଦୋଷ ଦେଇଛି। ଏହାପରେ ହ୍ବାଇଟ୍ ହାଉସ୍ ପକ୍ଷରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଫିଚ୍ର ଏହି ନିଷ୍ପତ୍ତି ଯୋଗୁ ବିଶ୍ବ ପୁଞ୍ଜି ବଜାରରେ ହା ହା କାର ଦେଖାଦେଇଛି। ଏହାର ପ୍ରଭାବରେ ଏସିଆ ଏବଂ ୟୁରୋପୀୟ ଷ୍ଟକ୍ ବଜାରରେ ବୃହତ୍ ହ୍ରାସ ଦେଖିବାକୁ ମିଳିଛି। ଏହାର ପ୍ରଭାବ ଭାରତୀୟ ଷ୍ଟକ୍ ବଜାର ଉପରେ ମଧ୍ୟ ଅନୁଭୂତ ହୋଇଛି।
ପ୍ରଶାସନିକ ମାନଦଣ୍ଡରେ କ୍ରମାଗତ ଅବନତି ଦର୍ଶାଇ ଫିଚ୍ ରେଟିଂ ଆମେରିକାର ରେଟିଂକୁ ହ୍ରାସ କରିଛି। ରେଟିଂ ଏଜେନ୍ସି ଦ୍ବାରା ଏହି ପଦକ୍ଷେପ ବାଇଡେନ୍ ପ୍ରଶାସନ୍ର ଋଣ ସୀମା ଡ୍ରାମା ପରେ ନିଆଯାଇଛି, ଯେଉଁଠାରେ ହ୍ବାଇଟ୍ ହାଉସ୍ର ସାଂସଦମାନେ ନେ ଚଳିତ ବର୍ଷ ପ୍ରାରମ୍ଭରେ ଋଣ ସୀମା ଚୁକ୍ତି ଉପରେ ଶେଷ ମୁହୂର୍ତ୍ତରେ ଆଲୋଚନା କରିଥିଲେ, ଯାହା ଦେଶ ପାଇଁ ପ୍ରଥମ ଥର ଖୀଲାପକାରୀ ହେବାର ବିପଦ ସୃଷ୍ଟି କରିଥିଲା। ପୂର୍ବରୁ ରେଟିଂ ଏଜେନ୍ସି ଫିଚ୍ ବହୁ ପୂର୍ବରୁ ବାଇଡେନ୍ ପ୍ରଶାସନ୍କୁ ଭବିଷ୍ୟତରେ ରେଟିଂରେ ହ୍ରାସ ନେଇ ସତର୍କ କରାଇଦେଇଥିଲା। ବର୍ତ୍ତମାନ ଏଜେନ୍ସିର କହିବାନୁଯାୟୀ, ଆସନ୍ତା ତିନି ବର୍ଷ ମଧ୍ୟରେ ଆମେରିକାର ଆର୍ଥିକ ଅବସ୍ଥା ବିଗିଡିଯିବ ବୋଲି ଆଶଙ୍କା କରାଯାଉଛି। ବିଗତ ଦୁଇ ଦଶନ୍ଧୀ ମଧ୍ୟରେ ‘ଏଏ’ରୁ ‘ଏଏଏ’କୁ ରେଟିଂ ରଖୀଥିବା ସମକକ୍ଷ ଅର୍ଥନୀତିର ତୁଳନାରେ ଆମେରିକା ସରକାରଙ୍କ ଋଣ ଭାର ବଢ଼ିବ ଏବଂ ରାଜକୋଷ ସ୍ଥିତିରେ ହ୍ରାସ ଘଟିବ।
ଫିଚ୍ର କହିବାନୁଯାୟୀ, ରେଟିଂ ଡାଉନଗ୍ରେଡ୍ ନିଷ୍ପତ୍ତି କେବଳ ସର୍ବଶେଷ ଋଣ ସୀମା କାରଣରୁ ନୁହେଁ, ବରଂ ବିଗତ ୨୦ ବର୍ଷ ମଧ୍ୟରେ ଦେଶର ପ୍ରଶାସନିକ ମାନଦଣ୍ଡରେ କ୍ରମାଗତ ଅବନତି ହେତୁ ହୋଇଛି। ଅପରପକ୍ଷେ ଏଥିରେ ପ୍ରତିକ୍ରିୟ ରଖୀ ବାଇଡେନ୍ ପ୍ରଶାସନର ଟ୍ରେଜେରୀ ସଚିବ ଜାନେଟ୍ ୟେଲେନ୍ ମଙ୍ଗଳବାର ଏକ ବିବୃତ୍ତିରେ କହିଛନ୍ତି ଯେ, ଫିଚ୍ ରେଟିଂର ନିଷ୍ପତ୍ତି ସହିତ ସେ ଏକମତ ନୁହନ୍ତି। ହ୍ବାଇଟ୍ ହାଉସର ପ୍ରେସ୍ ସଚିବ କରୀନ୍ ଜାନ୍-ପିଏରେ ଏକ ବିବୃତ୍ତିରେ କହିଛନ୍ତି ଯେ ଆମେ ଏହି ନିଷ୍ପତ୍ତି ସହ ସହମତ ନୁହଁ। ଫିଚ୍ର କାର୍ଯ୍ୟଶୈଳୀ ଉପରେ ଚିନ୍ତା ପ୍ରକଟ କରିଛନ୍ତି।