ମୁଡିସ୍ ରିପୋର୍ଟ: ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଭାରତ ବହୁ ପଛରେ
ନୂଆଦିଲ୍ଲୀ: ଭାରତ ଉନ୍ନତ ମାନର ଭିତ୍ତିଭୂମି ଏବଂ ପ୍ରଶାସନ ଉପରେ ଧ୍ୟାନ ଦେଉଛି। ହେଲେ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶରେ ବିଶ୍ବରେ ବହୁତ ପଛରେ ପଡିଛି। ଭାରତର ବିଶାଳ ଜନସଂଖ୍ୟା ଏହାର ଅର୍ଥନୀତିକୁ ଶକ୍ତିଶାଳୀ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ଯଦି ଦେଶର ଆର୍ଥିକ ବିକାଶକୁ ଆଗକୁ ବଢ଼ାଇବାର ଅଛି ତେବେ ଭାରତକୁ ଉନ୍ନତ ଶିକ୍ଷା ତଥା ଭିତ୍ତିଭୂମି ବିକାଶ ପାଇଁ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଶିକ୍ଷାର ଗୁଣବତ୍ତା ଦୃଷ୍ଟିରୁ ପାକିସ୍ତାନ, ବାଂଲାଦେଶ ଏବଂ ଭାରତ […]
ନୂଆଦିଲ୍ଲୀ: ଭାରତ ଉନ୍ନତ ମାନର ଭିତ୍ତିଭୂମି ଏବଂ ପ୍ରଶାସନ ଉପରେ ଧ୍ୟାନ ଦେଉଛି। ହେଲେ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶରେ ବିଶ୍ବରେ ବହୁତ ପଛରେ ପଡିଛି। ଭାରତର ବିଶାଳ ଜନସଂଖ୍ୟା ଏହାର ଅର୍ଥନୀତିକୁ ଶକ୍ତିଶାଳୀ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ଯଦି ଦେଶର ଆର୍ଥିକ ବିକାଶକୁ ଆଗକୁ ବଢ଼ାଇବାର ଅଛି ତେବେ ଭାରତକୁ ଉନ୍ନତ ଶିକ୍ଷା ତଥା ଭିତ୍ତିଭୂମି ବିକାଶ ପାଇଁ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଶିକ୍ଷାର ଗୁଣବତ୍ତା ଦୃଷ୍ଟିରୁ ପାକିସ୍ତାନ, ବାଂଲାଦେଶ ଏବଂ ଭାରତ ଭଳି ଦେଶ ଚୀନ୍ ଏବଂ ଦକ୍ଷିଣ ପୂର୍ବ ଏସିଆର ଅନେକ ଦେଶଠାରୁ ବହୁ ପଛରେ ରହିଥିବା ଅନ୍ତଃରାଷ୍ଟ୍ରୀୟ ରେଟିଂ ଏଜେନ୍ସି ମୁଡିସ୍ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି।
ରିପୋର୍ଟରେ ମୁଡିସ୍ ଶିକ୍ଷା କ୍ଷେତ୍ରରେ ଭାରତର ବର୍ତ୍ତମାନର ସ୍ଥିତିର ତୁଳନାରେ ପାକିସ୍ତାନ ଏବଂ ବାଲାଦେଶ ସହ କରିଛି। ଆର୍ଟିଫିସିଆ ଇଣ୍ଡେଲିଜେନ୍ସି (ଏଆଇ) ଏବଂ ଡିଜିଟାଲାଇଜେସନ୍ ଯୁଗରେ ଚାକିରି ଯିବା ଭଳି ଆଶଙ୍କା ସୃଷ୍ଟି ହୁଏ ଏବଂ ସେହି ପରିସ୍ଥିତିକୁ ମୁକାବିଲା କରିବାକୁ ହେଲେ ଭାରତକୁ ଏହାର ଶିକ୍ଷା ସ୍ତରରେ ଯଥେଷ୍ଟ ଉନ୍ନତି ଆଣିବା ଆବଶ୍ୟକ। ଏହି କଥା କଲ୍ ସେଣ୍ଟର ଏବଂ ବିପିଓ ପରି ସେବା ସହ ଜଡିତ ଚାକିରି କ୍ଷେତ୍ରରେ ଅଧିକ ପ୍ରାସଙ୍ଗିକତା ବହନ କରୁଛି। ଏଜେନ୍ସି କହିଛି ଯେ ଭାରତ ପରି ଏକ ବଡ ଦେଶର ବିକାଶ ପାଇଁ ଶିକ୍ଷା ଏବଂ ଭିତ୍ତିଭୂମି ଉପରେ ଧ୍ୟାନ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ଏକ ମଜଭୂତ ଶିକ୍ଷା ବ୍ୟବସ୍ଥା ଏବଂ ଉନ୍ନତ ମାନର ଭିତ୍ତିଭୂମି ବ୍ୟବସ୍ଥା ଆର୍ଥିକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରିପୋର୍ଟରେ ଆହୁରିମଧ୍ୟ କୁହାଯାଇଛି ଯେ ଆସନ୍ତା ୨୦ ବର୍ଷ ମଧ୍ୟରେ ବିଶ୍ବର ଜନସଂଖ୍ୟାର ଏକ ତୃତୀୟାଂଶ ବୃଦ୍ଧି ଏସିଆର ୬ଟି ଦେଶ ଭାରତ, ବାଂଲାଦେଶ, ଇଣ୍ଡୋନେସିଆ, ପାକିସ୍ଥାନ, ଫିଲିପାଇନ୍ସ ଏବଂ ଭିଏତ୍ନାମ୍ ଦ୍ୱାରା ହେବ। ଏପ୍ରିଲ୍ ୨୦୨୨୩ରେ ଭାରତର ଜନସଂଖ୍ୟା ୧୪୦ କୋଟି ଅତିକ୍ରମ କରି ଚାଇନାକୁ ପଛରେ ପକାଇଦେଇଛି। କେବଳ ଏତିକି ନୁହେଁ, ଜନସଂଖ୍ୟାରେ ଏହିଦ୍ଧ ବୃଦ୍ଧି ଧାରା ୨୦୬୩ ପର୍ଯ୍ୟନ୍ତ ଗାରି ରହିବ ବୋଲି ଆଶା କରାଯାଉଛି। ମିଳିତ ଜାତିସଂଘ ଆକଳନ କରିଛି ଯେ ୨୦୨୨ ମସିହାଠାରୁ ଚୀନ୍ର ଜନସଂଖ୍ୟା ସ୍ଥିର ହୋଇ ରହିଛି ଏବଂ ଏହା ଆଉ ବୃଦ୍ଧି ପାଇବ ନାହିଁ।
ରିପୋର୍ଟ ଅନୁଯାୟୀ, ଆସନ୍ତା ୨୦ ବର୍ଷ ମଧ୍ୟରେ ଭାରତ, ବାଂଲାଦେଶ, ଇଣ୍ଡୋନେସିଆ, ପାକିସ୍ଥାନ, ଫିଲିପାଇନ୍ସ ଏବଂ ଭିଏତନାମର ଜନସଂଖ୍ୟା ଏକ ତୃତୀୟାଂଶ ବୃଦ୍ଧି ପାଇବ, ଯେଉଁଥିପାଇଁ କାର୍ଯ୍ୟ ଉପଯୁକ୍ତ ବୟସର ଲୋକଙ୍କ ସଂଖ୍ୟା ମଧ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇବ। ମୁଡିସ୍ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଜନସଂଖ୍ୟା ବୃଦ୍ଧି ହେତୁ ନିଶ୍ଚିତ ଭାବରେ ଶ୍ରମଶକ୍ତି ବୃଦ୍ଧି ପାଇବ, କିନ୍ତୁ ଦେଶର ଅର୍ଥନୀତିକୁ ମଜବୁତ କରିବା ପାଇଁ ଏହା ପର୍ଯ୍ୟାପ୍ତ ହେବନାହିଁ। ଏହି ପରିପ୍ରେକ୍ଷୀରେ, ଏଭଳି ଏକ ବୃହତ ଜନସଂଖ୍ୟାର ଲାଭ ଉଠାଇବା ପାଇଁ ସରକାର ଶିକ୍ଷାର ଗୁଣବତ୍ତା ତଥା ମୌଳିକ ସୁବିଧାଗୁଡ଼ିକରେ କେତେ ଉନ୍ନତି ଆଣିବାରେ ସକ୍ଷମ ତାହା ଦେଖିବା ଆବଶ୍ୟକ। ରିପୋର୍ଟ ଅନୁଯାୟୀ ଚାଇନାରେ ଗଣେ ପିଲା ପାଇଁ ବିଦ୍ୟାଳୟର ହାରାହାରି ଅବଧି ୧୪ ବର୍ଷ ରହିଛି। ଏହାର ଅର୍ଥ ହେଉଛି ପ୍ରତ୍ୟେକ ପିଲା ହାରାହାରି ୧୪ ବର୍ଷ ଶିକ୍ଷା ପାଇବା ପାଇଁ ଏକ ସୁଯୋଗ ପାଇଆନ୍ତି। ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ ଭିଏତ୍ନାମରେ ଏହି ସଂଖ୍ୟା ୧୩ ବର୍ଷ କିମ୍ବା ତା’ଠାରୁ ଅଧିକ। ଜାତିସଂଘର ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଭାରତରେ ହାରାହାରି ଶିକ୍ଷା ଅବଧି ମାତ୍ର ୬.୭ ବର୍ଷ ରହିଥିଲା। ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆରେ ଶିକ୍ଷା ସ୍ଥିତିରେ ଉନ୍ନତି ଆଣିବା ପାଇଁ ସରକାରୀ ବଜେଟ୍ର ୨୦ ପ୍ରତିଶତ କେବଳ ଶିକ୍ଷା କ୍ଷେତ୍ରରେ ବ୍ୟୟ କରିବାର ନିୟମ ହେଉଛି ଏକ ପ୍ରମୁଖ କାରଣ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଯେଉଁମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ଲାଭ କରିଛନ୍ତି ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ବହୁତ କମ୍। ତେବେ ଏହି ବ୍ୟବଧାନ ଭାରତ ଏବଂ ବାଂଲାଦେଶରେ ସର୍ବାଧିକ। ଭିଏତନାମରେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ, ଯେଉଁଠାରେ ମହିଳାମାନେ ମାଧ୍ୟମିକ ଶିକ୍ଷା ସମାପ୍ତ କରିବାରେ ପୁରୁଷଙ୍କ ତୁଳନାରେ ଅଧିକ ରହିଛନ୍ତି।
ମୁଡିସ୍ ରିପୋର୍ଟରେ ହୁଏତ ଶିକ୍ଷା କ୍ଷେତ୍ରରେ ଭାରତର ସ୍ଥିତିକୁ ଦୁର୍ବଳ ବୋଲି ବର୍ଣ୍ଣନା କରିପାରେ, କିନ୍ତୁ ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦେଇଥିବାରୁ ଏଥିପାଇଁ ପୁଞ୍ଜିବ୍ୟୟ ବହୁଳ ଭାବରେ ବୃଦ୍ଧି ପାଇଛି। ଏଥିପାଇଁ ଭାରତ ସରକାରଙ୍କୁ ଏଜେନ୍ସି ମଧ୍ୟ ପ୍ରଶଂସା କରିଛି। ରିପୋର୍ଟରେ କୁହାଯାଇଛି ଯେ ଏପ୍ରିଲ ୨୦୨୩ରେ ଉପସ୍ଥାପିତ ହୋଇଥିବା ବଜେଟରେ ପ୍ରଥମ ଥର ପାଇଁ ଭାରତ ସରକାର ପୁଞ୍ଜି ବ୍ୟୟକୁ ଜିଡିପିର ୨୦ ପ୍ରତିଶତରୁ ଅଧିକ ବୃଦ୍ଧି କରିଥିବାବେଳେ ୨୦୨୦ରେ ଏହା ମାତ୍ର ୧୨ ପ୍ରତିଶତ ରହିଥିଲା। ଏଥିସହିତ ଭିତ୍ତିଭୂମି ତଥା ଶାସନ କ୍ଷେତ୍ରରେ ଭାରତ ତୁଳନାରେ ବାଂଲାଦେଶ ଏବଂ ପାକିସ୍ଥାନର ଅବସ୍ଥା ଅତ୍ୟନ୍ତ ଦୁର୍ବଳ, ଯାହା ସେମାନଙ୍କ ବିକାଶରେ ଆଉ ଏକ ପ୍ରମୁଖ ପ୍ରତିବନ୍ଧକ। ନିବେଶ ଆକୃଷ୍ଟ କରିବାରେ ଭାରତର ଉଦ୍ୟମକୁ ମଧ୍ୟ ଏହି ରିପୋର୍ଟରେ ପ୍ରଶଂସା କରାଯାଇଛି।





