ନିର୍ବାଚନ ପରେ ପେଟ୍ରୋଲ ଦର ବୃଦ୍ଧି ପ୍ରସଙ୍ଗ , ଜାଣନ୍ତୁ କଣ କହିଲେ ପେଟ୍ରୋଲିୟମ ମନ୍ତ୍ରୀ…

The Sakala Picture
Published On

ନୂଆଦିଲ୍ଲୀ : ଗତବର୍ଷ ନଭେମ୍ୱର ମାସଠାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିନାହିଁ। ଯୁଦ୍ଧ ଯୋଗୁଁ ଯେପରି ଭାବେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟୁଛି, ସେଥିରୁ ଜଣାପଡୁଛି ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଉପରମୁହାଁ ହେବ। ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଅପରପକ୍ଷେ ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ ୧୩୯ ଡଲାର ଛୁଇଁଲାଣି। ୨୦୦୮ ପରଠାରୁ ଏହା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଯଦିଓ […]

ନୂଆଦିଲ୍ଲୀ : ଗତବର୍ଷ ନଭେମ୍ୱର ମାସଠାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିନାହିଁ। ଯୁଦ୍ଧ ଯୋଗୁଁ ଯେପରି ଭାବେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟୁଛି, ସେଥିରୁ ଜଣାପଡୁଛି ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଉପରମୁହାଁ ହେବ। ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଅପରପକ୍ଷେ ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ ୧୩୯ ଡଲାର ଛୁଇଁଲାଣି। ୨୦୦୮ ପରଠାରୁ ଏହା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଯଦିଓ ଅଶୋଧିତ ତୈଳର ମୂଲ୍ୟରେ ବୃଦ୍ଧି ଘଟିଛି, ତଥାପି ଘରୋଇ ବଜାରରେ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ-ଡିଜେଲର ମୂଲ୍ୟ ସ୍ଥିର ରହିଛି। ଯାହା ଅନୁମାନ କରାଯାଛିଛି ମାର୍ଚ୍ଚ ୧୦ରେ ୫ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଦାମ ବଢିପାରେ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ବିରୋଧୀ ଦଳଗୁଡିକ ମଧ୍ୟ ପେଟ୍ରୋଲ-ଡିଜେଲର ମୂଲ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା ଚଳାଇଛନ୍ତି। ବିଶେଷଜ୍ଞଙ୍କ ଅନୁମାନ ମାର୍ଚ୍ଚରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨୫ ଟଙ୍କା ପର୍ଯ୍ୟନ୍ତ ପ୍ରତି ଲିଟର ବଢିପାରେ। ଏହାମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ପ୍ରତିକ୍ରିୟା ଆଜି ଆସିଛି। କେନ୍ଦ୍ରମନ୍ତ୍ରୀ ନାମ ନ ନେଇ ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ ଲକ୍ଷ୍ୟ କରି ମତ ରଖୀଛନ୍ତି ଯେ, ଜଣେ ଯୁବ ନେତା କହିଛନ୍ତି ନିର୍ବାଚନ ଶେଷ ହୋଇଛି ଗାଡ଼ିରେ ପେଟ୍ରୋଲ ଭର୍ତ୍ତି କରିନିଅନ୍ତୁ। କିନ୍ତୁ, ସେ ଲୋକଙ୍କୁ ଭ୍ରମିତ କରୁଛନ୍ତି। ଶ୍ରୀ ସିଂଙ୍କ କହିବାନୁଯାୟୀ, କଂଗ୍ରେସ ପେଟ୍ରୋଲ ଦର ନିୟନ୍ତ୍ରଣମୁକ୍ତ କରିଥିଲା। ବର୍ତ୍ତମାନ ତୈଳ ମାର୍କେଟିଂ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଦ୍ଧାରଣ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

ଲୋକଙ୍କ ଉପରେ ବୋଝକୁ ଦେଖି କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ସ୍ଥିତିକୁ ବୁଝିବାକୁ ପଡିବ। ତାଙ୍କ ମତରେ ନିର୍ବାଚନ ପାଇଁ ତେଲ ଦର ଏହା ବଢି ନ ଥିଲା କହିବା ଆଦୌ ଠିକ୍‌ ନୁହେଁ। ପେଟ୍ରୋଲ ମୂଲ୍ୟ ସରକାରୀ କମ୍ପାନୀ ସ୍ଥିର କରୁଛନ୍ତି। ଦେଶରେ ପେଟ୍ରୋଲ-ଡିଜେଲ ଚାହିଦାର ପୂରଣ କରିବା ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ। ଏଥିପାଇଁ କୌଣସି ପ୍ରକାର ବୁଝାମଣା କରାଯିବନାହିଁ ବୋଲି ପେଟ୍ରୋଲିୟମ୍‌ ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନିୟମରେ ବଡ଼ ପରିବର୍ତ୍ତନ, ଏବେ ୧୦ କୋଟି ପରିବାରକୁ ମିଳିବ କେବଳ ୪ଟି ସବସିଡି ସିଲିଣ୍ଡର

09 Mar 2022 By The Sakala

ନିର୍ବାଚନ ପରେ ପେଟ୍ରୋଲ ଦର ବୃଦ୍ଧି ପ୍ରସଙ୍ଗ , ଜାଣନ୍ତୁ କଣ କହିଲେ ପେଟ୍ରୋଲିୟମ ମନ୍ତ୍ରୀ…

ନୂଆଦିଲ୍ଲୀ : ଗତବର୍ଷ ନଭେମ୍ୱର ମାସଠାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିନାହିଁ। ଯୁଦ୍ଧ ଯୋଗୁଁ ଯେପରି ଭାବେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟୁଛି, ସେଥିରୁ ଜଣାପଡୁଛି ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଉପରମୁହାଁ ହେବ। ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଅପରପକ୍ଷେ ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ ୧୩୯ ଡଲାର ଛୁଇଁଲାଣି। ୨୦୦୮ ପରଠାରୁ ଏହା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଯଦିଓ ଅଶୋଧିତ ତୈଳର ମୂଲ୍ୟରେ ବୃଦ୍ଧି ଘଟିଛି, ତଥାପି ଘରୋଇ ବଜାରରେ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ-ଡିଜେଲର ମୂଲ୍ୟ ସ୍ଥିର ରହିଛି। ଯାହା ଅନୁମାନ କରାଯାଛିଛି ମାର୍ଚ୍ଚ ୧୦ରେ ୫ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଦାମ ବଢିପାରେ।

ବିରୋଧୀ ଦଳଗୁଡିକ ମଧ୍ୟ ପେଟ୍ରୋଲ-ଡିଜେଲର ମୂଲ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା ଚଳାଇଛନ୍ତି। ବିଶେଷଜ୍ଞଙ୍କ ଅନୁମାନ ମାର୍ଚ୍ଚରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨୫ ଟଙ୍କା ପର୍ଯ୍ୟନ୍ତ ପ୍ରତି ଲିଟର ବଢିପାରେ। ଏହାମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ପ୍ରତିକ୍ରିୟା ଆଜି ଆସିଛି। କେନ୍ଦ୍ରମନ୍ତ୍ରୀ ନାମ ନ ନେଇ ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ ଲକ୍ଷ୍ୟ କରି ମତ ରଖୀଛନ୍ତି ଯେ, ଜଣେ ଯୁବ ନେତା କହିଛନ୍ତି ନିର୍ବାଚନ ଶେଷ ହୋଇଛି ଗାଡ଼ିରେ ପେଟ୍ରୋଲ ଭର୍ତ୍ତି କରିନିଅନ୍ତୁ। କିନ୍ତୁ, ସେ ଲୋକଙ୍କୁ ଭ୍ରମିତ କରୁଛନ୍ତି। ଶ୍ରୀ ସିଂଙ୍କ କହିବାନୁଯାୟୀ, କଂଗ୍ରେସ ପେଟ୍ରୋଲ ଦର ନିୟନ୍ତ୍ରଣମୁକ୍ତ କରିଥିଲା। ବର୍ତ୍ତମାନ ତୈଳ ମାର୍କେଟିଂ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଦ୍ଧାରଣ କରୁଛନ୍ତି।

ଲୋକଙ୍କ ଉପରେ ବୋଝକୁ ଦେଖି କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ସ୍ଥିତିକୁ ବୁଝିବାକୁ ପଡିବ। ତାଙ୍କ ମତରେ ନିର୍ବାଚନ ପାଇଁ ତେଲ ଦର ଏହା ବଢି ନ ଥିଲା କହିବା ଆଦୌ ଠିକ୍‌ ନୁହେଁ। ପେଟ୍ରୋଲ ମୂଲ୍ୟ ସରକାରୀ କମ୍ପାନୀ ସ୍ଥିର କରୁଛନ୍ତି। ଦେଶରେ ପେଟ୍ରୋଲ-ଡିଜେଲ ଚାହିଦାର ପୂରଣ କରିବା ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ। ଏଥିପାଇଁ କୌଣସି ପ୍ରକାର ବୁଝାମଣା କରାଯିବନାହିଁ ବୋଲି ପେଟ୍ରୋଲିୟମ୍‌ ମନ୍ତ୍ରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp