ଭାରତର ୟୁପିଆଇ ପ୍ଲାଟଫର୍ମ ଉପଯୋଗ କରିବାରେ ନେପାଳ ପ୍ରଥମ ରାଷ୍ଟ୍ର

The Sakala Picture
Published On

ନୂଆଦିଲ୍ଲୀ: ଏବେ ସାରା ବିଶ୍ବରେ ଡିଜିଟାଲ କାରବାର ବୃଦ୍ଧି ପାଇ ଚାଲିଥିବା ବେଳେ ଭାରତରେ ଖୁବ୍‌ କମ୍‌ ସମୟ ଅନ୍ତରରେ ଡିଜିଟାଲ କାରବାର ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ଏହିକ୍ରମରେ ପଡ଼ୋଶୀ ରାଷ୍ଟ୍ର ନେପାଳ ଭାରତର ୟୁପିଆଇ( ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍‌) ପ୍ଲାଟଫର୍ମ ଉପରେ ଭରସା କରିଛି। ନେପାଳ ଏହି ପ୍ଲାଟଫର୍ମକୁ ଉପଯୋଗ କରି ନିଜ ଦେଶରେ ଡିଜିଟାଲ କାରବାର କରିବାକୁ ବଢାଇବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଏକ୍ଷେତ୍ରରେ ନେପାଳ ପ୍ରଥମ ରାଷ୍ଟ୍ର ହେବ […]

ନୂଆଦିଲ୍ଲୀ: ଏବେ ସାରା ବିଶ୍ବରେ ଡିଜିଟାଲ କାରବାର ବୃଦ୍ଧି ପାଇ ଚାଲିଥିବା ବେଳେ ଭାରତରେ ଖୁବ୍‌ କମ୍‌ ସମୟ ଅନ୍ତରରେ ଡିଜିଟାଲ କାରବାର ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ଏହିକ୍ରମରେ ପଡ଼ୋଶୀ ରାଷ୍ଟ୍ର ନେପାଳ ଭାରତର ୟୁପିଆଇ( ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍‌) ପ୍ଲାଟଫର୍ମ ଉପରେ ଭରସା କରିଛି। ନେପାଳ ଏହି ପ୍ଲାଟଫର୍ମକୁ ଉପଯୋଗ କରି ନିଜ ଦେଶରେ ଡିଜିଟାଲ କାରବାର କରିବାକୁ ବଢାଇବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଏକ୍ଷେତ୍ରରେ ନେପାଳ ପ୍ରଥମ ରାଷ୍ଟ୍ର ହେବ ବୋଲି ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ(ଏନପିସିଆଇ) ପକ୍ଷରୁ କୁହାଯାଇଛି। ଏନପିସିଆଇ ଗେଟୱେ ପେମେଣ୍ଟସ ସର୍ଭିସ(ଜିପିଏସ୍‌) ଏବଂ ମନମ ଇନଫୋଟେକ୍‌ ସହ ମିଳିତ ଭାବେ ଡିଜିଟାଲ ସେବା ନେପାଳରେ ଯୋଗାଇ ଦେବ ବୋଲି ଜଣାପଡ଼ିଛି। ଜିପିଏସ ସଂସ୍ଥା ନେପାଳର ସ୍ବୀକୃତିପ୍ରାପ୍ତ ପେମେଣ୍ଟ ଅପରେଟର ଭାବେ କାର୍ଯ୍ୟ କରୁଥିବା ବେଳେ ମନମ ଇନଫୋଟେକ୍‌ କମ୍ପାନୀ ଦ୍ବାରା ୟୁପିଆଇ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ନେପାଳରେ ୟୁପିଆଇ କାର୍ଯ୍ୟକାରୀ ହେଲେ ସେଠାରେ ଲୋକମାନଙ୍କୁ ଭାରତ ଭଳି ଡିଜିଟାଲ କାରବାର କ୍ଷେତ୍ରରେ ଯଥେଷ୍ଟ ସୁବିଧା ଉପଲବ୍ଧ ହେବ। ୨୦୨୧ ଶେଷ ସୁଦ୍ଧା ୟୁପିଆଇ ବ୍ୟବସ୍ଥା ମାଧ୍ୟମରେ ମୋଟ ୩୯୦୦ କୋଟି ସଂଖ୍ୟକ ଏବଂ ୯୪୦ ବିଲିୟନ ଡଲାର ମୂଲ୍ୟର କାରବାର କରାଯାଇଥିବା ବେଳେ ଏହି ପରିମାଣ ଭାରତର ମୋଟ ଜିଡିପିର ୩୧ ପ୍ରତିଶତ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୨% ବଢ଼ିଲା ମହଙ୍ଗା ଭତ୍ତା

20 Feb 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର