ଯୁବପିଢ଼ିଙ୍କୁ ଏଲନ୍‌ ମସ୍କଙ୍କ ପରାମର୍ଶ: ନେତୃତ୍ବ ନୁହେଁ; ଯେତେ ପାରୁଛ ଶିକ୍ଷାଲାଭ କର

The Sakala Picture
Published On

ନୂଆଦିଲ୍ଲୀ: ସାରା ବିଶ୍ବରେ ବ୍ୟାବସାୟିକ ଜଗତରେ ସବୁଠାରୁ ସଫଳତମ ବ୍ୟକ୍ତି ଭାବେ ପରିଚିତ ଏବଂ ଏକ ନମ୍ବର ବିତ୍ତଶାଳୀ ଏଲନ ମସ୍କ ଯୁବପିଢିଙ୍କ ଉଦ୍ଦେଶ୍ୟରେ ପରାମର୍ଶ ଦେଇ ଅଧିକରୁ ଅଧିକ ଶିକ୍ଷାଲାଭ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ଯୁବପିଢିଙ୍କ ମଧ୍ୟରେ ଏବେ ନେତୃତ୍ବ ନେବାରେ ଅଧିକ ଆଗ୍ରହ ସୃଷ୍ଟି ହେଉଥିବା ଦେଖାଯାଉଥିବା ବେଳେ ସେମାନେ ଏଥିପାଇଁ ଗୁରୁତ୍ବ ନ ଦେଇ ଯେତେ ସମ୍ଭବ ଅଧିକ ଶିକ୍ଷାଲାଭ କରିବା ଉପରେ ଗୁରୁତ୍ବ ଦେବା ଉଚିତ ବୋଲି ମସ୍କ କହିଛନ୍ତି। […]

ନୂଆଦିଲ୍ଲୀ: ସାରା ବିଶ୍ବରେ ବ୍ୟାବସାୟିକ ଜଗତରେ ସବୁଠାରୁ ସଫଳତମ ବ୍ୟକ୍ତି ଭାବେ ପରିଚିତ ଏବଂ ଏକ ନମ୍ବର ବିତ୍ତଶାଳୀ ଏଲନ ମସ୍କ ଯୁବପିଢିଙ୍କ ଉଦ୍ଦେଶ୍ୟରେ ପରାମର୍ଶ ଦେଇ ଅଧିକରୁ ଅଧିକ ଶିକ୍ଷାଲାଭ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ଯୁବପିଢିଙ୍କ ମଧ୍ୟରେ ଏବେ ନେତୃତ୍ବ ନେବାରେ ଅଧିକ ଆଗ୍ରହ ସୃଷ୍ଟି ହେଉଥିବା ଦେଖାଯାଉଥିବା ବେଳେ ସେମାନେ ଏଥିପାଇଁ ଗୁରୁତ୍ବ ନ ଦେଇ ଯେତେ ସମ୍ଭବ ଅଧିକ ଶିକ୍ଷାଲାଭ କରିବା ଉପରେ ଗୁରୁତ୍ବ ଦେବା ଉଚିତ ବୋଲି ମସ୍କ କହିଛନ୍ତି। ଟେସଲା ଏବଂ ସ୍ପେକ୍ସ ଏକ୍ସ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ମସ୍କ ଆନ୍ତର୍ଜାତିକସ୍ତରରେ ପ୍ରତିଷ୍ଠାଲାଭ କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଗବେଷକ ଲେକ୍ସ ଫ୍ରିଡମ୍ୟାନଙ୍କୁ ସାକ୍ଷାତକାର ଦେବା ଅବସରରେ ଏହା କହିବା ସହିତ ଯୁବପିଢି ନେତା, ବ୍ୟାବସାୟିକ କ୍ଷେତ୍ରରେ ନେତା ହେବାକୁ ଚେଷ୍ଟା ନକରି ଅଧିକରୁ ଅଧିକ ପୁସ୍ତକ ପଢିବା ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ ବୋଲି କହିଛନ୍ତି।

ଆଜିକାଲି ଯୁବପିଢିଙ୍କ ମଧ୍ୟରେ ସବୁ ସ୍ତରରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖାଯାଉଥିବା ବେଳେ ସେମାନେ କୌଣସି କ୍ଷେତ୍ରରେ କିଛି ବଡ଼ କରି ଦେଖାଇବାକୁ ଚାହୁଁଛନ୍ତି। ହେଲେ ଏଥିପାଇଁ ତାଙ୍କର କ’ଣ ମତାମତ ରହିଛି ବୋଲି ପ୍ରଶ୍ନରେ ମସ୍କ କହିଛନ୍ତି ଯେ, ବଡ଼ ନୁହେଁ ବରଂ ସମସ୍ତଙ୍କ ପାଇଁ ଉପଯୋଗୀ ହେବା ଭଳି କିଛି କରିବାକୁ ଗୁରୁତ୍ବ ଦିଆଯିବା ଉଚିତ। କେବଳ ଗୋଟିଏ ବିଷୟରେ ମନ ନିବେଶ କରି କିଛି ଗୋଟିଏ ବଡ଼ କରି ଦେଖାଇବା ଠିକ୍‌ ନୁହେଁ। କାରଣ ସାରା ବିଶ୍ବ ସମାଜ ପାଇଁ ଯୁବପିଢିଙ୍କ ଯଥେଷ୍ଟ ଭୂମିକା ରହିଛି। ତେଣୁ ମାନବସମାଜ ପାଇଁ ଉପଯୋଗୀ ଏବଂ ସମସ୍ତଙ୍କ ବ୍ୟବହାର ପାଇଁ ସାବ୍ୟସ୍ତ ହୋଇପାରୁଥିବା ବିଷୟକୁ ସେମାନେ ଗୁରୁତ୍ବ ଦିଅନ୍ତୁ ବୋଲି ମସ୍କ କହିଛନ୍ତି। ଏଥିପାଇଁ ସାଧାରଣ ଜ୍ଞାନ ବୃଦ୍ଧିର ଆବଶ୍ୟକତା ଯଥେଷ୍ଟ ରହିଥିବା ବେଳେ ବିଶ୍ବର ପ୍ରତି କୋଣ ଅନୁକୋଣରେ କ’ଣ ଘଟୁଛି ତାହା ଯୁବପିଢି ନିଜର ଜ୍ଞାନ ପରିସରରେ ରଖିବା ଉଚିତ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର