ଇପିଏଫ୍ ଆକାଉଣ୍ଟ ଧାରି କର୍ମଚାରୀଙ୍କ ପାଇଁ ଖୁସି ଖବର: ଏଣିକି ଚାକିରି ବଦଳାଇଲେ ସ୍ବୟଂକ୍ରିୟ ସ୍ଥାନାନ୍ତର ହେବ ପିଏଫ୍ ଖାତା

The Sakala Picture
Published On

ନୂଆଦିଲ୍ଲୀ: ନିଯୁକ୍ତି କ୍ଷେତ୍ର ବଦଳାଇବା ସମୟରେ କର୍ମଚାରୀମାନେ ସେମାନଙ୍କର ସମସ୍ତ ଡାଟା ବେସ୍‌କୁ ଅପ୍‌ଡେଟ୍‌ କରାଇଥାନ୍ତି। ଅଧିକାଂଶ ସମୟରେ କର୍ମଚାରୀମାନେ ସେମାନଙ୍କର ଚାକିରି ବଦଳାଇବା ସମୟରେ ସେମାନଙ୍କର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍) ଖାତା ନୂତନ ଆକାଉଣ୍ଟରେ ସ୍ଥାନାନ୍ତର ବା ମିଶ୍ରଣ କରିବା ନେଇ ବେଶ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ଇପିଏଫ୍‌ ସଦସ୍ୟଙ୍କ ପାଇଁ ଭଲ ଖବର। କାରଣ ଏଣିକି ଆଉ ଚାକିରୀ କ୍ଷେତ୍ର ବା ନିଯୁକ୍ତିଦାତା ପରିବର୍ତ୍ତନ କରୁଥିଲେ କର୍ମଚାରୀଙ୍କୁ ଆଉ ପିଏଫ୍‌ ଖାତା […]

ନୂଆଦିଲ୍ଲୀ: ନିଯୁକ୍ତି କ୍ଷେତ୍ର ବଦଳାଇବା ସମୟରେ କର୍ମଚାରୀମାନେ ସେମାନଙ୍କର ସମସ୍ତ ଡାଟା ବେସ୍‌କୁ ଅପ୍‌ଡେଟ୍‌ କରାଇଥାନ୍ତି। ଅଧିକାଂଶ ସମୟରେ କର୍ମଚାରୀମାନେ ସେମାନଙ୍କର ଚାକିରି ବଦଳାଇବା ସମୟରେ ସେମାନଙ୍କର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍) ଖାତା ନୂତନ ଆକାଉଣ୍ଟରେ ସ୍ଥାନାନ୍ତର ବା ମିଶ୍ରଣ କରିବା ନେଇ ବେଶ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ତେବେ ଇପିଏଫ୍‌ ସଦସ୍ୟଙ୍କ ପାଇଁ ଭଲ ଖବର। କାରଣ ଏଣିକି ଆଉ ଚାକିରୀ କ୍ଷେତ୍ର ବା ନିଯୁକ୍ତିଦାତା ପରିବର୍ତ୍ତନ କରୁଥିଲେ କର୍ମଚାରୀଙ୍କୁ ଆଉ ପିଏଫ୍‌ ଖାତା ସ୍ଥାନାନ୍ତର ବା ମିଶ୍ରଣ କରିବା ନେଇ ଚିନ୍ତା କରିବାକୁ ପଡ଼ିବନାହିଁ। ଏହି ଅନୁଯାୟୀ, ନିଯୁକ୍ତି କ୍ଷେତ୍ର ବଦଳାଇଲେ ପିଏଫ୍‌ ଖାତା ସ୍ୱୟଂଚାଳିତ ଭାବରେ ନୂତନ କ୍ଷେତ୍ର ବା ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ କିମ୍ବା ସେଥିର ମିଶ୍ରିତ ହେବ। ଶନିବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ ପିଏଫ ଆକାଉଣ୍ଟର କେନ୍ଦ୍ରୀୟ ଆଇଟି ସିଷ୍ଟମକୁ ଅନୁମୋଦନ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଖାତା ସ୍ଥାନାନ୍ତର କରିବାର ଏହି କାର୍ଯ୍ୟକୁ ନିର୍ଦ୍ଧିଷ୍ଟ ଧର୍ମ ପୂରଣ କରି ଦାଖଲ କରିବା ପରେ କରାଯାଉଥିଲା। ଏଥିପାଇଁ ଔପଚାରିକତା ପୂରଣ କରିବା ଲାଗି କିଛି କାଗଜପତ୍ର କାମ ସମ୍ପୂର୍ଣ୍ଣ କରିବାକୁ ପଡୁଥିଲା। ଏହି ସବୁ କାର୍ଯ୍ୟ କାରଣରୁ ଅନେକ ଲୋକ ପୁରୁଣା କମ୍ପାନୀରେ ସେମାନଙ୍କର ପିଏଫ୍‌ ଟଙ୍କା ଛାଡିଯାଇଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ଚଳିତଥରର ସିବିଟି ବୈଠକରେ ସମସ୍ତେ ଲୋକମାନେ ଆଶା କରିଥିଲେ ଯେ, ଏଥିରେ କର୍ମଚାରୀ ପେନ୍‌ସନ୍ ସ୍କିମ୍ (ଇପିଏସ୍) ଅନ୍ତର୍ଗତ ପିଏଫ୍‌ ଉପରେ ସର୍ବନିମ୍ନ ପେନ୍‌ସନ୍ ଏବଂ ସୁଧ ହାର ଉପରେ ନିଷ୍ପତ୍ତି ନିଆଯାଇପାରେ। କିନ୍ତୁ ଏହି ବୈଠକରେ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ବର୍ତ୍ତମାନ ପିଏଫ୍‌ ଉପରେ ବାର୍ଷିକ ୮.୫ ପ୍ରତିଶତ ସୁଧହାର ଦିଆଯାଉଛି। ଇପିଏଫଓର ବୋର୍ଡ ବୈଠକରେ କର୍ମଚାରୀଙ୍କ ମୋଟ ବାର୍ଷିକ ଯୋଗଦାନ ଅର୍ଥର ୫ ପ୍ରତିଶତ ଭିତ୍ତିଭୂମି ବିନିଯୋଗ ଟ୍ରଷ୍ଟ ପାଣ୍ଠି ଏବଂ ଅନ୍ୟାନ୍ୟ ବଣ୍ଡ୍‌ରେ ବିନିଯୋଗ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସରକାର କର୍ମଚାରୀଙ୍କ ଜମା ରାଶି ଉପରେ ଅଧିକ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି ଯାହା ସେମାନଙ୍କୁ ଅଧିକ ସୁଧ ଦେଇପାରିବ। ବ୍ୟକ୍ତିଗତ ଫାଇନାନ୍ସ ଏକ୍ସପର୍ଟ ତଥା ଅପ୍ଟିମା ମନି ମ୍ୟାନେଜର୍ସର ପ୍ରତିଷ୍ଠାତା ତଥା ସିଇଓ ପଙ୍କଜ ମ୍ୟାଥପାଲ କହିଛନ୍ତି ଯେ ସରକାର କର୍ମଚାରୀଙ୍କ ଟଙ୍କାକୁ ସେହି ସ୍ଥାନର ବିନିଯୋଗ କରିବାର ଉପାୟ ଖୋଜୁଛନ୍ତି ଯେଉଁଠାରେ ସେମାନେ ଅଧିକ ରିଟର୍ଣ୍ଣ ପାଇପାରିବେ। ଏହାବ୍ୟତୀତ ୨୦୨୨ରେ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି। ଏହି କାରଣରୁ ସରକାର ୨୦୨୧-୨୨ ପାଇଁ ପିଏଫ୍‌ ସୁଧ ହାର ହ୍ରାସ କରି ୬ କୋଟି ପିଏଫ୍‌ ଖାତାଧାରୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାଁନ୍ତି।

22 Nov 2021 By The Sakala

https://www.thesakala.in/business/pf-accounts-will-be-automatically-transferred-if-you-change-jobs/article-7043
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp