୨୭ଶହ ଟଙ୍କାର କ୍ୟାନ୍‌ସର ଔଷଧର ମୂଲ୍ୟ ୨୭ ହଜାର, କର୍ପୋରେଟ ହସ୍‌ପିଟାଲକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

Madhusudan Das Picture
Published On

ନୂଆଦିଲ୍ଲୀ: ଖୁଚୁରା ବ୍ୟବସାୟୀଙ୍କୁ ୨,୭୦୦ ଟଙ୍କାରେ ଯୋଗାଣ ହେଉଥିବା କ୍ୟାନ୍‌ସର ଔଷଧର ଏମ୍‌ଆର୍‌ପି ରହିଛି ୨୭ ହଜାର ଟଙ୍କା।  ଔଷଧ ମୂଲ୍ୟରେ ଏପରି ପାର୍ଥକ୍ୟ ଓ ରୋଗୀଙ୍କ ଶୋଷଣକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ। ମଙ୍ଗଳବାର ଏକ ମାମଲାର ଶୁଣାଣି ସମୟରେ ୧୦ ଗୁଣ ଚଢ଼ା ମୂଲ୍ୟରେ ଔଷଧ ବିକ୍ରି ଉପରେ ପ୍ରଶ୍ନ ଉଠାଇବା ସହ ଏଭଳି ବ୍ୟବସ୍ଥାରେ ଶେଷରେ ସାଧାରଣ ଲୋକ ଓ ଟିକସଦାତା ହିଁ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଜଷ୍ଟିସ୍‌ ବିକ୍ରମ ନାଥ ଓ ଜଷ୍ଟିସ୍‌ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ କହିଛନ୍ତି। ମାମଲାର ବିଚାର ସମୟରେ ଔଷଧରେ ୧୬% ମାର୍ଜିନ ବା ଲାଭ ନିୟମ ସମ୍ପର୍କରେ ବିଚାର ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡ୍ରଗ୍ସ ପ୍ରାଇସେସ୍‌ କଣ୍ଟ୍ରୋଲ ଅର୍ଡର (ଡିପିସିଓ) ୨୦୧୩ରେ ୧୬% ମାର୍ଜିନ୍‌ ବ୍ୟବସ୍ଥା ଥିବା  ସତ୍ୱେ ବିକ୍ରି ମୂଲ୍ୟରେ ଏତେ ପାର୍ଥକ୍ୟ କିପରି ରହୁଛି ବୋଲି ମଧ୍ୟ ଅଦାଲତ ପ୍ରଶ୍ନ କରିଛନ୍ତି । 

ଆହୁରି ପଢ଼ନ୍ତୁ: ସିନ୍ଧୁ ଜଳ ଚୁକ୍ତିକୁ ନେଇ ଜାତିସଂଘରେ ପାକିସ୍ତାନର ମିଥ୍ୟା ପ୍ରଚାର, କଡ଼ା ଜବାବ ଦେଲା ଭାରତ

ଔଷଧ ମୂଲ୍ୟ ନିୟନ୍ତ୍ରଣ, ଜେନେରିକ୍‌ ଔଷଧ ଲେଖା ଏବଂ ମେଡିକାଲ ଡିଭାଇସ୍‌ର ଦର ନିର୍ଦ୍ଧାରଣ ସମ୍ପର୍କିତ ମାମଲାର ଶୁଣାଣି ବେଳେ ଅଦାଲତ କହିଛନ୍ତି ଯେ ସବୁ ଔଷଧରେ ୧୬ ପ୍ରତିଶତ ମାର୍ଜିନ୍‌ ରଖାଯାଇପାରିବ କି ନାହିଁ, କେନ୍ଦ୍ର ସରକାର ତାହା ବିଚାର କରନ୍ତୁ। ଔଷଧ ଅତ୍ୟାବଶ୍ୟକ କିମ୍ବା ଅଣ-ଅତ୍ୟାବଶ୍ୟକ ହେବା ଆଧାରରେ ଏତେ ବଡ଼ ମୂଲ୍ୟ ଫରକ୍‌ କାହିଁକି ରହିବ ବୋଲି ଖଣ୍ଡପୀଠ ପ୍ରଶ୍ନ  କରିଛନ୍ତି। ଅନ୍ୟପକ୍ଷରେ କର୍ପୋରେଟ୍‌ ହସ୍ପିଟାଲରେ ନିର୍ଦ୍ଦିଷ୍ଟ ଫାର୍ମାସିରୁ ଔଷଧ କିଣିବାକୁ ରୋଗୀଙ୍କୁ ବାଧ୍ୟ କରାଯାଉଥିବାରୁ ଅଦାଲତ ମଧ୍ୟ କ୍ଷୁବ୍ଧ ହୋଇଛନ୍ତି। ବାହାରୁ ଔଷଧ କିଣିଲେ ଚିକିତ୍ସା ଜାରି ରଖିବା ନେଇ ନିଶ୍ଚିତତା ନ ଦେବା ବ୍ୟବସ୍ଥା ଉପରେ ଖଣ୍ଡପୀଠ ପ୍ରଶ୍ନ ଉଠାଇ ‘କର୍ପୋରେଟ୍‌ ହସ୍‌ପିଟାଲ’ଗୁଡ଼ିକର ନୀତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସରକାରୀ ଯୋଜନାରେ ଚିକିତ୍ସା ହେଲେ ଔଷଧ ଓ ଚିକିତ୍ସା ଖର୍ଚ୍ଚ ଶେଷରେ ଟିକସଦାତାଙ୍କ ଅର୍ଥରୁ ଭରଣା ହେଉଥିବାରୁ ଏଥିପାଇଁ ଏକକ ମାନଦଣ୍ଡ ରହିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି ଯେ ଏହି ପ୍ରସଙ୍ଗରେ ଅଧିକାରୀଙ୍କ ସହ ଆଲୋଚନା କରି ସନ୍ତୁଳିତ ସମାଧାନ ବାହାର କରାଯିବ।  ଘରୋଇ ହସ୍ପିଟାଲଗୁଡ଼ିକ ଏହି ମୂଲ୍ୟ ଫରକ୍‌ରୁ ଲାଭବାନ ହେଉଥାଇପାରନ୍ତି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ଏଥିପାଇଁ ୨ ସପ୍ତାହ ସମୟ ମାଗିଛନ୍ତି ଓ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୨ରେ ହେବ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଉନ୍ନତ ଡାଇଗ୍ନୋଷ୍ଟିକ୍ ସେବାର ସମ୍ପ୍ରସାରଣ ପାଇଁ ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ ଏବଂ ପ୍ରୋଲାଇଫ୍ ଡାଇଗ୍ନୋଷ୍ଟିକ୍ସ ମଧ୍ୟରେ ରଣନୈତିକ ଯୌଥ ଉଦ୍ୟୋଗ ଗଠନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp