ଇପିଏଫ୍ଓର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ: କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ଉତ୍ତରାଧିକାରୀଙ୍କୁ ମିଳିବ ୭ ଲକ୍ଷ

The Sakala Picture
Published On

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧ୍ଖ ପାଣ୍ଠି ସଂଗଠନ (ଇପିଏଫ୍ଓ)ର ପ୍ରାୟ୬ କୋଟି ସଦସ୍ୟଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ଜମା ସଂଯୁକ୍ତ ବୀମା (ଇଡିଏଲ୍ଆଇ) ସ୍କିମ୍ ସମ୍ପର୍କରେ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଏହି ଅନୁଯାୟୀ, ଇଡିଏଲ୍ଆଇ ସ୍କିମ୍ ଅନ୍ତର୍ଗତ ସଦସ୍ୟଙ୍କ ପାଇଁ ଉର୍ଦ୍ଧିଷ୍ଟ ଜୀବନ ବୀମା କଭରରେ ବୃଦ୍ଧି କରାଯାଇଛି। ଏଣିକି ଇପିଏଫ୍ଓ ସଦସ୍ୟ ଅର୍ଥାତ୍ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କର ଉତ୍ତରାଧିକାରୀଙ୍କୁ ୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ପୂର୍ବରୁ ଇଡିଏଲ୍ଆଇ […]

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧ୍ଖ ପାଣ୍ଠି ସଂଗଠନ (ଇପିଏଫ୍ଓ)ର ପ୍ରାୟ୬ କୋଟି ସଦସ୍ୟଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ଜମା ସଂଯୁକ୍ତ ବୀମା (ଇଡିଏଲ୍ଆଇ) ସ୍କିମ୍ ସମ୍ପର୍କରେ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଏହି ଅନୁଯାୟୀ, ଇଡିଏଲ୍ଆଇ ସ୍କିମ୍ ଅନ୍ତର୍ଗତ ସଦସ୍ୟଙ୍କ ପାଇଁ ଉର୍ଦ୍ଧିଷ୍ଟ ଜୀବନ ବୀମା କଭରରେ ବୃଦ୍ଧି କରାଯାଇଛି। ଏଣିକି ଇପିଏଫ୍ଓ ସଦସ୍ୟ ଅର୍ଥାତ୍ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କର ଉତ୍ତରାଧିକାରୀଙ୍କୁ ୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

ପୂର୍ବରୁ ଇଡିଏଲ୍ଆଇ ଯୋଜନାର ନିୟମ ଅନୁଯାୟୀ, ଏପ୍ରିଲ୍ ୨୦୨୧ ପର୍ୟ୍ୟନ୍ତ, କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କର ଆଇନଗତ ଉତ୍ତରାଧିକାରୀମାନଙ୍କୁ ସର୍ବାଧିକ ୬ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ସଦସ୍ୟଙ୍କ ମୃତ୍ୟୁ କ୍ଷେତ୍ରରେ ୭ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୀବନ ବୀମା କଭର ଦିଆଯିବ। ଇଡିଏଲ୍ଆଇ ସ୍କିମ୍ର ଏହି ନିୟମକୁ ପିଛିଲା ଭାବେ ଚଳିତବର୍ଷ ୨୮ ଏପ୍ରିଲରୁ ଲାଗୁ କରାଯିବ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ ମନ୍ସୁଖ୍ ମାଣ୍ଡଭିୟା କହିଛନ୍ତି।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

ଏଠାରେ ସୂଚନା ଯୋଗ୍ୟ ଯେ, ୧୯୭୬ ମସିହାରେ ଇଡିଏଲ୍ଆଇ ଯୋଜନା ଆରମ୍ଭ ହୋଇଥିଲା, ଯାହାର ଉଦ୍ଦେଶ୍ୟ ହେଉଛି କର୍ମଚାରୀ ଭବିଷ୍ୟନିଧ୍ଖ ପାଣ୍ଠି ସଂଗଠନ ସଦସ୍ୟମାନଙ୍କୁ ବୀମା ସୁବିଧା ପ୍ରଦାନ କରିବା। ଯାହାଫଳରେ ଯେତେବେଳେ ବି ଏକ ଇପିଏଫ୍ ସଦସ୍ୟଙ୍କ ମୃତ୍ୟୁ ଘଟେ ତାଙ୍କ ପରିବାର ସଦସ୍ୟଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବନାହିଁ। ବର୍ତ୍ତମାନ ଇଡିଏଲ୍ଆଇ ସ୍କିମ୍ ଅନ୍ତିର୍ଗତ ମୃତ୍ୟୁ କ୍ଷେତ୍ରରେ ସଦସ୍ୟଙ୍କ ପରିବାର ସର୍ବନିମ୍ନ ୨.୫ ଲକ୍ଷ ଟଙ୍କା ଏବଂ ସର୍ବାଧିକ ୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇପାରିବେ। ଏହା ବ୍ୟତୀତ ଆର୍ଥିକ ସହାୟତା ପାଇବା କ୍ଷେତ୍ରରେ ରହିଥିବା ଏକ ପ୍ରତିଷ୍ଠାନରେ ଜଣେ କର୍ମଚାରୀଙ୍କ ପାଇଁ ୧୨ ମାସର ନିରନ୍ତର ସେବାର ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥିରେ ଚାକିରି ବଦଳାଉଥିବା କର୍ମଚାରୀଙ୍କୁ ମଧ୍ୟ ଏହି ସୁବିଧା ମିଳିବ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନିୟମରେ ବଡ଼ ପରିବର୍ତ୍ତନ, ଏବେ ୧୦ କୋଟି ପରିବାରକୁ ମିଳିବ କେବଳ ୪ଟି ସବସିଡି ସିଲିଣ୍ଡର

19 Oct 2024 By The Sakala

ଇପିଏଫ୍ଓର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ: କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ଉତ୍ତରାଧିକାରୀଙ୍କୁ ମିଳିବ ୭ ଲକ୍ଷ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧ୍ଖ ପାଣ୍ଠି ସଂଗଠନ (ଇପିଏଫ୍ଓ)ର ପ୍ରାୟ୬ କୋଟି ସଦସ୍ୟଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ଜମା ସଂଯୁକ୍ତ ବୀମା (ଇଡିଏଲ୍ଆଇ) ସ୍କିମ୍ ସମ୍ପର୍କରେ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଏହି ଅନୁଯାୟୀ, ଇଡିଏଲ୍ଆଇ ସ୍କିମ୍ ଅନ୍ତର୍ଗତ ସଦସ୍ୟଙ୍କ ପାଇଁ ଉର୍ଦ୍ଧିଷ୍ଟ ଜୀବନ ବୀମା କଭରରେ ବୃଦ୍ଧି କରାଯାଇଛି। ଏଣିକି ଇପିଏଫ୍ଓ ସଦସ୍ୟ ଅର୍ଥାତ୍ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କର ଉତ୍ତରାଧିକାରୀଙ୍କୁ ୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ।

ପୂର୍ବରୁ ଇଡିଏଲ୍ଆଇ ଯୋଜନାର ନିୟମ ଅନୁଯାୟୀ, ଏପ୍ରିଲ୍ ୨୦୨୧ ପର୍ୟ୍ୟନ୍ତ, କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କର ଆଇନଗତ ଉତ୍ତରାଧିକାରୀମାନଙ୍କୁ ସର୍ବାଧିକ ୬ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ସଦସ୍ୟଙ୍କ ମୃତ୍ୟୁ କ୍ଷେତ୍ରରେ ୭ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୀବନ ବୀମା କଭର ଦିଆଯିବ। ଇଡିଏଲ୍ଆଇ ସ୍କିମ୍ର ଏହି ନିୟମକୁ ପିଛିଲା ଭାବେ ଚଳିତବର୍ଷ ୨୮ ଏପ୍ରିଲରୁ ଲାଗୁ କରାଯିବ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ ମନ୍ସୁଖ୍ ମାଣ୍ଡଭିୟା କହିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ୧୯୭୬ ମସିହାରେ ଇଡିଏଲ୍ଆଇ ଯୋଜନା ଆରମ୍ଭ ହୋଇଥିଲା, ଯାହାର ଉଦ୍ଦେଶ୍ୟ ହେଉଛି କର୍ମଚାରୀ ଭବିଷ୍ୟନିଧ୍ଖ ପାଣ୍ଠି ସଂଗଠନ ସଦସ୍ୟମାନଙ୍କୁ ବୀମା ସୁବିଧା ପ୍ରଦାନ କରିବା। ଯାହାଫଳରେ ଯେତେବେଳେ ବି ଏକ ଇପିଏଫ୍ ସଦସ୍ୟଙ୍କ ମୃତ୍ୟୁ ଘଟେ ତାଙ୍କ ପରିବାର ସଦସ୍ୟଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବନାହିଁ। ବର୍ତ୍ତମାନ ଇଡିଏଲ୍ଆଇ ସ୍କିମ୍ ଅନ୍ତିର୍ଗତ ମୃତ୍ୟୁ କ୍ଷେତ୍ରରେ ସଦସ୍ୟଙ୍କ ପରିବାର ସର୍ବନିମ୍ନ ୨.୫ ଲକ୍ଷ ଟଙ୍କା ଏବଂ ସର୍ବାଧିକ ୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇପାରିବେ। ଏହା ବ୍ୟତୀତ ଆର୍ଥିକ ସହାୟତା ପାଇବା କ୍ଷେତ୍ରରେ ରହିଥିବା ଏକ ପ୍ରତିଷ୍ଠାନରେ ଜଣେ କର୍ମଚାରୀଙ୍କ ପାଇଁ ୧୨ ମାସର ନିରନ୍ତର ସେବାର ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥିରେ ଚାକିରି ବଦଳାଉଥିବା କର୍ମଚାରୀଙ୍କୁ ମଧ୍ୟ ଏହି ସୁବିଧା ମିଳିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp