ତୈଳ ବିପଣନ କମ୍ପାନୀଙ୍କ ଚିନ୍ତା ବଢ଼ିଲା, ଅଶୋଧିତ ପେଟ୍ରୋଲିୟମ ମୂଲ୍ୟ ୯୦ ଡଲାର ପାର୍‌

The Sakala Picture
Published On

ନୂଆଦିଲ୍ଲୀ: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ୯୦ ଡଲାର ପାର୍‌ କରିଛି। ଶୁକ୍ରବାର ବ୍ରେଣ୍ଟ କ୍ରୁଡ୍‌ ପେଟ୍ରୋଲିୟମ ବ୍ୟାରେଲ ପିଛା ମୂଲ୍ୟ ୯୧ ଡଲାର ଛୁଇଁବା ପରେ ଏହା ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିଛି। ଗତ ୬ ମାସ ମଧ୍ୟରେ ଏବଂ ଅକ୍ଟୋବର ପରେ ଅଶୋଧିତ ତେଲର ଏହା ହେଉଛି ସର୍ବୋଚ୍ଚ ମୂଲ୍ୟସ୍ତର। ଗୋଟିଏ ପକ୍ଷରେ ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ଆନ୍ତର୍ଜାତିକ ପେଟ୍ରୋଲିମ ବଜାର ପ୍ରଭାବିତ ହୋଇ ଆସିଥିଲା ବେଳେ ଏବେ […]

ନୂଆଦିଲ୍ଲୀ: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ୯୦ ଡଲାର ପାର୍‌ କରିଛି। ଶୁକ୍ରବାର ବ୍ରେଣ୍ଟ କ୍ରୁଡ୍‌ ପେଟ୍ରୋଲିୟମ ବ୍ୟାରେଲ ପିଛା ମୂଲ୍ୟ ୯୧ ଡଲାର ଛୁଇଁବା ପରେ ଏହା ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିଛି। ଗତ ୬ ମାସ ମଧ୍ୟରେ ଏବଂ ଅକ୍ଟୋବର ପରେ ଅଶୋଧିତ ତେଲର ଏହା ହେଉଛି ସର୍ବୋଚ୍ଚ ମୂଲ୍ୟସ୍ତର। ଗୋଟିଏ ପକ୍ଷରେ ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ଆନ୍ତର୍ଜାତିକ ପେଟ୍ରୋଲିମ ବଜାର ପ୍ରଭାବିତ ହୋଇ ଆସିଥିଲା ବେଳେ ଏବେ ଇସ୍ରାଏଲ ବିରୋଧରେ ଇରାନର ଯୁଦ୍ଧ ଧମକ ପୁଣି ବୈଶ୍ବିକ ଭୂ-ରାଜନୀତିକୁ ସରଗରମ କରିବା ସହ ଏହାର ପ୍ରଭାବ ମଧ୍ୟ ପେଟ୍ରୋଲିୟମ ଉତ୍ପାଦନ କ୍ଷେତ୍ରରେ ପଡ଼ିଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ବିଶ୍ବ ବଜାରରେ ଅଶୋଧିତ ତେଲ ଦର ଚାହିଦା ବୃଦ୍ଧି ପାଇଥିଲାବେଳେ ଯୋଗାଣ କ୍ଷେତ୍ର ପ୍ରଭାବିତ ହେବା ଦ୍ବାରା ବ୍ରେଣ୍ଟ୍‌ କ୍ରୁଡ୍‌ ଅଏଲ ମୂଲ୍ୟ ବ୍ୟାରେଲ ପିଛା ୯୧.୨୦ ଡଲାରରେ ପହଞ୍ଚିଥିବା କୁହାଯାଇଛି। ସେହିଭଳି ଡବ୍ଲ୍ୟୁଟିଆଇ କ୍ରୁଡ ଅଏଲ ମୂଲ୍ୟ ବ୍ୟାରେଲ ପିଛା ୮୬.୬୬ ଡଲାରରେ ପହଞ୍ଚିଛି। ଏହାଦ୍ବାରା ଭାରତୀୟ ତୈଳ ବିପଣନକାରୀ କମ୍ପାନୀଙ୍କ ଚିନ୍ତା ବଢିଛି। ନିକଟରେ ଘରୋଇ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ କରାଯାଇଥିଲା ବେଳେ ଏବେ ଆନ୍ତର୍ଜାତିକ ସ୍ତରରେ ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧି ଏହି କମ୍ପାନୀଙ୍କ ପାଇଁ କ୍ଷତି ଆଣିପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନିୟମରେ ବଡ଼ ପରିବର୍ତ୍ତନ, ଏବେ ୧୦ କୋଟି ପରିବାରକୁ ମିଳିବ କେବଳ ୪ଟି ସବସିଡି ସିଲିଣ୍ଡର

ଆନ୍ତର୍ଜାତିକ ବିଶେଷଜ୍ଞଙ୍କ ମତାମତ ଅନୁସାରେ ଇସ୍ରାଏଲ ବିରୋଧରେ ଯଦି ଇରାନ ସେଭଳି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ଆଗାମୀ ଦିନରେ ଅଶୋଧିତ ତୈଳ ଯୋଗାଣ ଶୃଙ୍ଖଳ ଘୋର ପ୍ରଭାବିତ ହେବ। ଏହା ଫଳରେ ଆସନ୍ତା କିଛିଦିନ ମଧ୍ୟରେ ‌ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୯୫ରୁ ୧୦୦ ଡଲାର ଛୁଇଁବା ଆଶଙ୍କାକୁ ଏଡାଇ ଦିଆଯାଇ ପାରିବନି ବୋଲି କୁହାଯାଇଛି। ତେବେ ଭାରତରେ ଏବେ ନିର୍ବାଚନ ଋତୁ ଚାଲିଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଆଗାମୀ ଦିନରେ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: 'ଭାରତୀୟ ଅସ୍ତ୍ରଶସ୍ତ୍ର କେବେ ୟୁରୋପର କ୍ଷତି କରିନାହିଁ': ରୁଷିଆ ତୈଳ କ୍ରୟ ଉପରେ ସମାଲୋଚନାର କଡ଼ା ଜବାବ ଦେଲେ ଜୟଶଙ୍କର

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଦ୍ବାରା ତୈଳ କମ୍ପାନୀଙ୍କ ଲାଭ ହାର ହ୍ରାସ ପାଇବ। କିନ୍ତୁ ନିର୍ବାଚନ ଶେଷ ହେବା ନ ଯାଏ ସେମାନେ ମୂଲ୍ୟ ବୃଦ୍ଧି କରିପାରିବେ ନାହିଁ। ଫଳରେ ତୈଳ ବିପଣନ କମ୍ପାନୀଙ୍କ ପାଇଁ ଭିନ୍ନ ସ୍ଥିତି ଉପଜିବ। ଏହିକ୍ରମରେ ଗତକାଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା କରିବା ସମୟରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ‌ ତୈଳ ମୂଲ୍ୟ ବୃଦ୍ଧି ଉପରେ କଡ଼ା ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

08 Apr 2024 By The Sakala

ତୈଳ ବିପଣନ କମ୍ପାନୀଙ୍କ ଚିନ୍ତା ବଢ଼ିଲା, ଅଶୋଧିତ ପେଟ୍ରୋଲିୟମ ମୂଲ୍ୟ ୯୦ ଡଲାର ପାର୍‌

ନୂଆଦିଲ୍ଲୀ: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ୯୦ ଡଲାର ପାର୍‌ କରିଛି। ଶୁକ୍ରବାର ବ୍ରେଣ୍ଟ କ୍ରୁଡ୍‌ ପେଟ୍ରୋଲିୟମ ବ୍ୟାରେଲ ପିଛା ମୂଲ୍ୟ ୯୧ ଡଲାର ଛୁଇଁବା ପରେ ଏହା ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିଛି। ଗତ ୬ ମାସ ମଧ୍ୟରେ ଏବଂ ଅକ୍ଟୋବର ପରେ ଅଶୋଧିତ ତେଲର ଏହା ହେଉଛି ସର୍ବୋଚ୍ଚ ମୂଲ୍ୟସ୍ତର। ଗୋଟିଏ ପକ୍ଷରେ ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ଆନ୍ତର୍ଜାତିକ ପେଟ୍ରୋଲିମ ବଜାର ପ୍ରଭାବିତ ହୋଇ ଆସିଥିଲା ବେଳେ ଏବେ ଇସ୍ରାଏଲ ବିରୋଧରେ ଇରାନର ଯୁଦ୍ଧ ଧମକ ପୁଣି ବୈଶ୍ବିକ ଭୂ-ରାଜନୀତିକୁ ସରଗରମ କରିବା ସହ ଏହାର ପ୍ରଭାବ ମଧ୍ୟ ପେଟ୍ରୋଲିୟମ ଉତ୍ପାଦନ କ୍ଷେତ୍ରରେ ପଡ଼ିଛି।

ବିଶ୍ବ ବଜାରରେ ଅଶୋଧିତ ତେଲ ଦର ଚାହିଦା ବୃଦ୍ଧି ପାଇଥିଲାବେଳେ ଯୋଗାଣ କ୍ଷେତ୍ର ପ୍ରଭାବିତ ହେବା ଦ୍ବାରା ବ୍ରେଣ୍ଟ୍‌ କ୍ରୁଡ୍‌ ଅଏଲ ମୂଲ୍ୟ ବ୍ୟାରେଲ ପିଛା ୯୧.୨୦ ଡଲାରରେ ପହଞ୍ଚିଥିବା କୁହାଯାଇଛି। ସେହିଭଳି ଡବ୍ଲ୍ୟୁଟିଆଇ କ୍ରୁଡ ଅଏଲ ମୂଲ୍ୟ ବ୍ୟାରେଲ ପିଛା ୮୬.୬୬ ଡଲାରରେ ପହଞ୍ଚିଛି। ଏହାଦ୍ବାରା ଭାରତୀୟ ତୈଳ ବିପଣନକାରୀ କମ୍ପାନୀଙ୍କ ଚିନ୍ତା ବଢିଛି। ନିକଟରେ ଘରୋଇ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ କରାଯାଇଥିଲା ବେଳେ ଏବେ ଆନ୍ତର୍ଜାତିକ ସ୍ତରରେ ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧି ଏହି କମ୍ପାନୀଙ୍କ ପାଇଁ କ୍ଷତି ଆଣିପାରେ ବୋଲି କୁହାଯାଉଛି।

ଆନ୍ତର୍ଜାତିକ ବିଶେଷଜ୍ଞଙ୍କ ମତାମତ ଅନୁସାରେ ଇସ୍ରାଏଲ ବିରୋଧରେ ଯଦି ଇରାନ ସେଭଳି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ଆଗାମୀ ଦିନରେ ଅଶୋଧିତ ତୈଳ ଯୋଗାଣ ଶୃଙ୍ଖଳ ଘୋର ପ୍ରଭାବିତ ହେବ। ଏହା ଫଳରେ ଆସନ୍ତା କିଛିଦିନ ମଧ୍ୟରେ ‌ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୯୫ରୁ ୧୦୦ ଡଲାର ଛୁଇଁବା ଆଶଙ୍କାକୁ ଏଡାଇ ଦିଆଯାଇ ପାରିବନି ବୋଲି କୁହାଯାଇଛି। ତେବେ ଭାରତରେ ଏବେ ନିର୍ବାଚନ ଋତୁ ଚାଲିଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଆଗାମୀ ଦିନରେ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ ବୋଲି କୁହାଯାଉଛି।

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଦ୍ବାରା ତୈଳ କମ୍ପାନୀଙ୍କ ଲାଭ ହାର ହ୍ରାସ ପାଇବ। କିନ୍ତୁ ନିର୍ବାଚନ ଶେଷ ହେବା ନ ଯାଏ ସେମାନେ ମୂଲ୍ୟ ବୃଦ୍ଧି କରିପାରିବେ ନାହିଁ। ଫଳରେ ତୈଳ ବିପଣନ କମ୍ପାନୀଙ୍କ ପାଇଁ ଭିନ୍ନ ସ୍ଥିତି ଉପଜିବ। ଏହିକ୍ରମରେ ଗତକାଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା କରିବା ସମୟରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ‌ ତୈଳ ମୂଲ୍ୟ ବୃଦ୍ଧି ଉପରେ କଡ଼ା ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର