ଆଶୋଧିତ ତୈଳ ବ୍ୟାରେଲ ପିଛା ୧୧୦ ଡଲାର ଛୁଇଁଲେ ଭାରତର ଆର୍ଥିକ ସ୍ଥିରତା ପ୍ରତି ସୃଷ୍ଟି କରିପାରେ ବିପଦ

The Sakala Picture
Published On

ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବ ବଜାରରେ ଲଗାତାର ଭାବେ ଆଶୋଧିତ ତୈଳ ଦର ବୃଦ୍ଧି ଘଟିବାରେ ଲାଗିଛି। ଯଦି ଦୀର୍ଘ ଦିନ ଧରି ତୈଳ ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୧୧୦ ଡଲାର ରୁହେ, ତେବେ ଏହା ଭାରତର ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ମୋର୍ଗାନ୍‌ ଷ୍ଟାନ୍‌ଲେ ପକ୍ଷରୁ ଆକଳନ କରାଯାଇଛି। ଏପରି ପରିସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସୁଧ ହାର ବଢ଼ାଇପାରେ ବୋଲି ଏଜେନ୍ସି କହିଛି। ବିଶ୍ବର […]

ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବ ବଜାରରେ ଲଗାତାର ଭାବେ ଆଶୋଧିତ ତୈଳ ଦର ବୃଦ୍ଧି ଘଟିବାରେ ଲାଗିଛି। ଯଦି ଦୀର୍ଘ ଦିନ ଧରି ତୈଳ ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୧୧୦ ଡଲାର ରୁହେ, ତେବେ ଏହା ଭାରତର ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ମୋର୍ଗାନ୍‌ ଷ୍ଟାନ୍‌ଲେ ପକ୍ଷରୁ ଆକଳନ କରାଯାଇଛି। ଏପରି ପରିସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସୁଧ ହାର ବଢ଼ାଇପାରେ ବୋଲି ଏଜେନ୍ସି କହିଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ବିଶ୍ବର ତୃତୀୟ ବୃହତ୍ତମ ଉପଭୋକ୍ତା ହୋଇଥିବା ଦୃଷ୍ଟିରୁ ଭାରତ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେତୁ ପ୍ରଭାବିତ ହେଉଥିବା ଏସିଆର ଅର୍ଥନୀତି ମଧ୍ୟରୁ ଅନ୍ୟତମ। ମୋର୍ଗାନ ଷ୍ଟାନ୍‌ଲେର ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି ଯେ ତୈଳ ମୂଲ୍ୟରେ ୧୦ ଡଲାର ବୃଦ୍ଧି ମୁଦ୍ରାସ୍ଫୀତିରେ ୫୦ ବେସିସ୍‌ ପଏଣ୍ଟକୁ ବୃଦ୍ଧି କରିଥାଏ ଏବଂ ଚଳନ୍ତି ଖାତା ବାଲାନ୍ସରେ ୩୦ ବେସିସ୍‌ ପଏଣ୍ଟ ବୃଦ୍ଧି ଘଟାଇଥାଏ। ମୋର୍ଗାନ ଷ୍ଟାନ୍‌ଲେ ଚେତାବନୀ ଦେଇଛି ଯେ ଯଦି ତେଲ ବ୍ୟାରେଲ ପିଛା ୧୧୦ ଡଲାରରୁ ଅଧିକ ହୁଏ ତେବେ ଏହା ଭାରତର ଅର୍ଥନୀତିକୁ ଅସ୍ଥିର କରିପାରେ। ଏହା ଘରୋଇ ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଉପରେ ପ୍ରଭାବ ପକାଇପାରେ। ଏଥିସହ, ବର୍ତ୍ତମାନର ଚଳନ୍ତି ଖାତା ନିଅଣ୍ଟ ଜିଡିପିର ୨.୫% ସୀମା ଅତିକ୍ରମ କରିଯିବ ବୋଲି ଆଶା କରାଯାଉଛି। ଚେତନ ଅହିଆଙ୍କ ନେତୃତ୍ୱରେ ମୋର୍ଗାନ ଷ୍ଟାନ୍‌ଲେର ଅର୍ଥନୀତିଜ୍ଞ ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ଦୁର୍ବଳ ହେଉଛି। ଏଭଳି ଘଟୁଥିବା ଯୋଗୁ ଆରବିଆଇକୁ ପୁନର୍ବାର ଏହାର ପ୍ରମୁଖ ସୁଧ ହାରରେ ବୃଦ୍ଧି ଘଟାଇବାକୁ ବାଧ୍ୟ କରିପାରେ।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

ଏଠାରେ ସୂଚନାଯୋଗ୍ୟ ଯେ, କ୍ରମାଗତ ଭାବେ ୪ ଥର ଆରବିଆଇ ଏହାର ସୁଧ ହାର ଅପରିବର୍ତ୍ତିତ ରଖିଛି, କିନ୍ତୁ ମୁଦ୍ରାସ୍ଫୀତି ଅଧିକ ରହିଲେ ଭବିଷ୍ୟତରେ ଏହା ହାର ବଢ଼ାଇପାରେ ବୋଲି ଚେତାବନୀ ଦେଇଛି। ଚଳିତ ଆର୍ଥିକବର୍ଷର ଦ୍ୱିତୀୟାର୍ଦ୍ଧରେ ମୁଦ୍ରାସ୍ଫୀତି ୪% ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ରହିବ ବୋଲି ଆରବିଆଇ ଆଶା ରଖିଛି। ମୋର୍ଗାନ ଷ୍ଟାନ୍‌ଲେ ଆକଳନ ଅନୁଯାୟୀ, ଯଦି ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୫ ଡଲାର ରୁହେ ତେବେ ଭାରତ ଏହାର ଅର୍ଥନୀତି ପରିଚାଳନାରେ ସକ୍ଷମ ହେବ। ବର୍ତ୍ତମାନର ସ୍ଥିତି ଅନୁଯାୟୀ, ଆରବିଆଇ ସୁଧ ହାର ବଜାୟ ରଖିବାର ସମ୍ଭାବନା ଅଧିକ। ନଭେମ୍ବରରେ ଭାରତରେ ଅଶୋଧିତ ତ ଳ ମୂଲ୍ୟ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନିୟମରେ ବଡ଼ ପରିବର୍ତ୍ତନ, ଏବେ ୧୦ କୋଟି ପରିବାରକୁ ମିଳିବ କେବଳ ୪ଟି ସବସିଡି ସିଲିଣ୍ଡର

07 Nov 2023 By The Sakala

ଆଶୋଧିତ ତୈଳ ବ୍ୟାରେଲ ପିଛା ୧୧୦ ଡଲାର ଛୁଇଁଲେ ଭାରତର ଆର୍ଥିକ ସ୍ଥିରତା ପ୍ରତି ସୃଷ୍ଟି କରିପାରେ ବିପଦ

ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବ ବଜାରରେ ଲଗାତାର ଭାବେ ଆଶୋଧିତ ତୈଳ ଦର ବୃଦ୍ଧି ଘଟିବାରେ ଲାଗିଛି। ଯଦି ଦୀର୍ଘ ଦିନ ଧରି ତୈଳ ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୧୧୦ ଡଲାର ରୁହେ, ତେବେ ଏହା ଭାରତର ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ମୋର୍ଗାନ୍‌ ଷ୍ଟାନ୍‌ଲେ ପକ୍ଷରୁ ଆକଳନ କରାଯାଇଛି। ଏପରି ପରିସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସୁଧ ହାର ବଢ଼ାଇପାରେ ବୋଲି ଏଜେନ୍ସି କହିଛି।

ବିଶ୍ବର ତୃତୀୟ ବୃହତ୍ତମ ଉପଭୋକ୍ତା ହୋଇଥିବା ଦୃଷ୍ଟିରୁ ଭାରତ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେତୁ ପ୍ରଭାବିତ ହେଉଥିବା ଏସିଆର ଅର୍ଥନୀତି ମଧ୍ୟରୁ ଅନ୍ୟତମ। ମୋର୍ଗାନ ଷ୍ଟାନ୍‌ଲେର ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି ଯେ ତୈଳ ମୂଲ୍ୟରେ ୧୦ ଡଲାର ବୃଦ୍ଧି ମୁଦ୍ରାସ୍ଫୀତିରେ ୫୦ ବେସିସ୍‌ ପଏଣ୍ଟକୁ ବୃଦ୍ଧି କରିଥାଏ ଏବଂ ଚଳନ୍ତି ଖାତା ବାଲାନ୍ସରେ ୩୦ ବେସିସ୍‌ ପଏଣ୍ଟ ବୃଦ୍ଧି ଘଟାଇଥାଏ। ମୋର୍ଗାନ ଷ୍ଟାନ୍‌ଲେ ଚେତାବନୀ ଦେଇଛି ଯେ ଯଦି ତେଲ ବ୍ୟାରେଲ ପିଛା ୧୧୦ ଡଲାରରୁ ଅଧିକ ହୁଏ ତେବେ ଏହା ଭାରତର ଅର୍ଥନୀତିକୁ ଅସ୍ଥିର କରିପାରେ। ଏହା ଘରୋଇ ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଉପରେ ପ୍ରଭାବ ପକାଇପାରେ। ଏଥିସହ, ବର୍ତ୍ତମାନର ଚଳନ୍ତି ଖାତା ନିଅଣ୍ଟ ଜିଡିପିର ୨.୫% ସୀମା ଅତିକ୍ରମ କରିଯିବ ବୋଲି ଆଶା କରାଯାଉଛି। ଚେତନ ଅହିଆଙ୍କ ନେତୃତ୍ୱରେ ମୋର୍ଗାନ ଷ୍ଟାନ୍‌ଲେର ଅର୍ଥନୀତିଜ୍ଞ ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ଦୁର୍ବଳ ହେଉଛି। ଏଭଳି ଘଟୁଥିବା ଯୋଗୁ ଆରବିଆଇକୁ ପୁନର୍ବାର ଏହାର ପ୍ରମୁଖ ସୁଧ ହାରରେ ବୃଦ୍ଧି ଘଟାଇବାକୁ ବାଧ୍ୟ କରିପାରେ।

ଏଠାରେ ସୂଚନାଯୋଗ୍ୟ ଯେ, କ୍ରମାଗତ ଭାବେ ୪ ଥର ଆରବିଆଇ ଏହାର ସୁଧ ହାର ଅପରିବର୍ତ୍ତିତ ରଖିଛି, କିନ୍ତୁ ମୁଦ୍ରାସ୍ଫୀତି ଅଧିକ ରହିଲେ ଭବିଷ୍ୟତରେ ଏହା ହାର ବଢ଼ାଇପାରେ ବୋଲି ଚେତାବନୀ ଦେଇଛି। ଚଳିତ ଆର୍ଥିକବର୍ଷର ଦ୍ୱିତୀୟାର୍ଦ୍ଧରେ ମୁଦ୍ରାସ୍ଫୀତି ୪% ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ରହିବ ବୋଲି ଆରବିଆଇ ଆଶା ରଖିଛି। ମୋର୍ଗାନ ଷ୍ଟାନ୍‌ଲେ ଆକଳନ ଅନୁଯାୟୀ, ଯଦି ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୫ ଡଲାର ରୁହେ ତେବେ ଭାରତ ଏହାର ଅର୍ଥନୀତି ପରିଚାଳନାରେ ସକ୍ଷମ ହେବ। ବର୍ତ୍ତମାନର ସ୍ଥିତି ଅନୁଯାୟୀ, ଆରବିଆଇ ସୁଧ ହାର ବଜାୟ ରଖିବାର ସମ୍ଭାବନା ଅଧିକ। ନଭେମ୍ବରରେ ଭାରତରେ ଅଶୋଧିତ ତ ଳ ମୂଲ୍ୟ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp