ଜାଣନ୍ତୁ କେଉଁ ସବୁ ପରିସ୍ଥିତିରେ ଆପଣଙ୍କୁ ମିଳିବ ପିଏଫ୍‌ରୁ ଅର୍ଥ ଉଠାଣ ଅନୁମତି…..

The Sakala Picture
Published On

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ସଞ୍ଚୟ ଯୋଜନା। ଏଥିରେ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତା ସମାନ ଅର୍ଥ ଯୋଗଦାନ ଦେଇଥାନ୍ତି। ଶେଷରେ ଏହି ଅର୍ଥକୁ କର୍ମଚାରୀଙ୍କୁ ଅବସର ପରେ ପ୍ରଦାନ କରାଯାଇଥାଏ। ଏହି ପାଣ୍ଠି କର୍ମଚାରୀଙ୍କୁ ଏକ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ। ଦରମାରୁ କଟୁଥୀବା ଇପିଏଫ୍‌ ବାବଦ ଅର୍ଥ ପ୍ରତି ମାସରେ ଆପଣଙ୍କର ପିଏଫ ଆକାଉଣ୍ଟରେ ଜମା ହୋଇଥାଏ। ଅପରପକ୍ଷେ ପିଏଫ ସଦସ୍ୟମାନଙ୍କୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ […]

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ସଞ୍ଚୟ ଯୋଜନା। ଏଥିରେ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତା ସମାନ ଅର୍ଥ ଯୋଗଦାନ ଦେଇଥାନ୍ତି। ଶେଷରେ ଏହି ଅର୍ଥକୁ କର୍ମଚାରୀଙ୍କୁ ଅବସର ପରେ ପ୍ରଦାନ କରାଯାଇଥାଏ। ଏହି ପାଣ୍ଠି କର୍ମଚାରୀଙ୍କୁ ଏକ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ। ଦରମାରୁ କଟୁଥୀବା ଇପିଏଫ୍‌ ବାବଦ ଅର୍ଥ ପ୍ରତି ମାସରେ ଆପଣଙ୍କର ପିଏଫ ଆକାଉଣ୍ଟରେ ଜମା ହୋଇଥାଏ। ଅପରପକ୍ଷେ ପିଏଫ ସଦସ୍ୟମାନଙ୍କୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ପକ୍ଷରୁ ଅନେକ ସୁବିଧା ଯୋଗାଇ ଦିଆଯାଇଥାଏ, ସେଥିମଧ୍ୟରୁ ଆବଶ୍ୟକ ସମୟରେ ଆଡଭାନ୍ସ ଦେବା ଅନ୍ୟତମ। ଏମିତିକି କେତେକ ଜରୁରୀ ପରିସ୍ଥିତି ରହିଛି ଯେଉଁଠି କର୍ମଚାରୀ ଇପିଏଫ୍‌ ଆକାଉଣ୍ଟରୁ ଅର୍ଥ ଆବଶ୍ୟକ କରିଥାନ୍ତି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ହେଲେ ଇପିଏଫ୍‌ ନିୟମ ଅନୁଯାୟୀ, ଯେ ପର୍ଯ୍ୟନ୍ତ ଆପଣ ଚାକିରୀ କରୁଛନ୍ତି ଅର୍ଥାତ୍‌ ନିଯୁକ୍ତିପ୍ରାପ୍ତ ଏବଂ ବେକାର ହୋଇନାହାଁନ୍ତି ସେ ଯାଏ ଆପଣ ଇପିଏଫ୍‌ ଆକାଉଣ୍ଟରୁ ସମ୍ପୂର୍ଣ୍ଣ କିମ୍ବା ଆଶିଂକ ଭାବେ ଅର୍ଥ ଉଠାଣ କରିପାରିବେନାହିଁ। ତେବେ ଅତି ଜରୁରୀ ସ୍ଥିତିରେ ଆପଣ ଇପିଏଫ୍‌ ଆକାଉଣ୍ଟରୁ ଆଗୁଆ ଅଗ୍ରୀମ ଅର୍ଥ ମଧ୍ୟ ଉଠାଇପାରିବେ। ସେଥିପାଇଁ ରହିଛି କିଛି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ। ନିୟମାନୁଯାୟୀ, ପିଏଫ୍‌ରୁ ଆପଣ ଘର ପାଇଁ ଜମି କିଣିବା, ଘରର ପୁନଃ ନିର୍ମାଣ, ଘର ତିଆରି ପାଇଁ ଋଣ, ପରିବାର ସଦସ୍ୟ କିମ୍ବା ନିଜର ବିବାହ, ପିଲାମାନଙ୍କର ଶିକ୍ଷା, ଚାକିରୀ ହରାଇବା, ନିଜ ଚିକିତ୍ସା କିମ୍ବା ପରିବାର ସଦସ୍ୟଙ୍କ ପାଇଁ ଚିକିତ୍ସା ଭଳି ସମୟରେ ଟଙ୍କା ଉଠାଇପାରିବେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ବେକାର ରହିଥିଲେ

ଚାକିରି ଛାଡିବା ପରେ ମଧ୍ୟ ପିଏଫ୍‌ରୁ ଟଙ୍କା ପ୍ରତ୍ୟାହାର କରିବାର ସୁବିଧା ରିହିଛି। ଯଦି କୌଣସି କାରଣରୁ ଆପଣଙ୍କ କମ୍ପାନୀ ୧୫ ଦିନରୁ ଅଧିକ ସମୟ ପାଇଁ ବନ୍ଦ ରହିଛି କିମ୍ବା ଆପଣ ଦୁଇ ମାସରୁ ଅଧିକ ସମୟ କାମ କରିବାକୁ ଯାଇନାହାଁନ୍ତି ବା ବେକାର ଅଛନ୍ତି, ତେବେ ଆପଣ ପିଏରେ ଜମା ହୋଇଥିବା ସମସ୍ତ ଟଙ୍କାକୁ ପ୍ରତ୍ୟାହାର କରିପାରିବେ।

ପାଠପଢ଼ା

ଜଣେ ଇପିଏଫ୍‌ ସଦସ୍ୟ ନିଜର ଏବଂ ପିଲାମାନଙ୍କର ପାଠପଢ଼ା ବା ଶିକ୍ଷା ପାଇଁ ପିଏଫ୍‌ରୁ ଅଗ୍ରୀମ ଅର୍ଥ ଉଠାଇପାରିବେ। ଏଥିପାଇଁ ଆପଣ ୭ ବର୍ଷ ଧରି ଚାକିରି କରିଥିବା ଆବଶ୍ୟକ। ଏଥିରେ, ଆପଣ ଆପଣଙ୍କର ଅବେଦନର ୫୦ ପ୍ରତିଶତରୁ ଅଧିକ ଟଙ୍କା ଉଠାଇପାରିବେ। ଆହୁରିମଧ୍ୟ ଏହି ଅର୍ଥ ଉଠାଣ ଅନୁମତି ପିଲାଙ୍କର ୧୦ମ ଶ୍ରେଣୀ ଉପରକୁ ହିଁ ଅନୁମତି।

ଆପାତକାଳୀନ ପରିସ୍ଥିତି

କେତେକ ଗୁରୁତର ସ୍ବାସ୍ଥ୍ୟାବସ୍ଥା କିମ୍ବା ଆପାତକାଳୀନ ପରିସ୍ଥିତିରେ ଜଣେ ସଦସ୍ୟଙ୍କୁ ପିଏଫ୍‌ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଅନୁମତି ମିଳିବ। ଯଦି ପରିବାରର କୌଣସି ସଦସ୍ୟ କିମ୍ବା ନିଜେ ଏକ ମାସରୁ ଅଧିକ ସମୟ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି କିମ୍ବା କୌଣସି ଗୁରୁତର ରୋଗରେ ପୀଡିତ ହୁଅନ୍ତି ଅଥବା ଅସ୍ତ୍ରୋପଚାର କରିବାକୁ ପଡେ ଏ କ୍ଷେତ୍ରରେ ଆପଣ ପିଏଫ୍‌ ଆକାଉଣ୍ଟରୁ ଅଗ୍ରୀମ ଭାବେ ୬ ମାସର ବେତନ ବାବଦ ଅର୍ଥ ଉଠାଇପାରିବେ।

ବିବାହ

ପରିବାରର କୌଣସି ସଦସ୍ୟ କିମ୍ବା ନିଜର ବାହାଘର ହେବାକୁ ଥିଲେ ମଧ୍ୟ ପିଜଣେ ସଦସ୍ୟ ଏଫରୁ ଟଙ୍କା ଉଠାଇବାକୁ ସକ୍ଷମ ହେବେ। ତେବେ ଟଙ୍କା ଉଠାଇବା ନେଇ ଏଥିରେ କିଛି ସର୍ତ୍ତ ରହିଛି। ଆପଣ ନିଶ୍ଚିତ ଭାବରେ ଚାକିରିରେ ୭ ବର୍ଷ ପୂରଣ କରିଥିବେ। ଆପଣ ଆପଣଙ୍କର ପିଏଫ୍‌ ଯୋଗଦାନର ୫୦ ପ୍ରତିଶତ ପର୍ଯ୍ୟନ୍ତ ପିଏଫ (PF)ରୁ ଟଙ୍କା ଉଠାଇପାରିବେ।

ଘର କିଣିବା

ନିଜ ପାଇଁ ଘରଟିଏ କିଣିବା ଲାଗି ଜଣେ ସଦସ୍ୟ ପିଏଫରୁ ଆଡଭାନ୍ସ ବା ଅଗ୍ରୀମ ମଧ୍ୟ ନେଇପାରିବେ। ଏହି ଅଗ୍ରୀମ ରାଶି ଆପଣଙ୍କର ୩୬ ମାସର ବେତନ ସହିତ ସମାନ ହୋଇପାରେ। ଏହାର ସର୍ତ୍ତ ହେଉଛି ଯେ ଆପଣ ଚାକିରି ୫ ବର୍ଷ ପୂରଣ କରିଥିବା ଦରକାର। ଘର ନିର୍ମାଣ ଏବଂ ଘର ମରାମତି ପାଇଁ ଜମି କିଣିବା ପାଇଁ ଆପଣ ପିଏଫରୁ ଅଗ୍ରୀମ ଭାବେ ଟଙ୍କା ମଧ୍ୟ ନେଇପାରିବେ। ଚାକିରି ଆରମ୍ଭ କରିବାର ୫ ବର୍ଷ ପରେ ଏହି ସୁବିଧା ଉପଲବ୍ଧ। ଘର ନିର୍ମାଣ ପାଇଁ ଜମି କିଣିବା ନେଇ ଆପଣ ୨୪ ମାସର ବେତନ ସହିତ ସମାନ ଟଙ୍କା ଏବଂ ଘରର ନବୀକରଣ ପାଇଁ ୧୨ ମାସର ବେତନ ଉଠାଇପାରିବେ। ଗୃହ ଋଣ ପରିଶୋଧ କରିବାକୁ, ଆପଣ ୩୬ ମାସର ବେତନ ସହିତ ସମାନ ଟଙ୍କା ଉଠାଇପାରିବେ। ତଥାପି, ଏଥିପାଇଁ ଆପଣ ନିଶ୍ଚିତ ଭାବରେ ଚାକିରି କ୍ଷେତ୍ରରେ ୧୦ ବର୍ଷ ପୂରଣ କରିଥିବା ଆବଶ୍ୟକ ।

31 Oct 2023 By The Sakala

https://www.thesakala.in/business/under-what-circumstances-you-will-be-allowed-to-withdraw-money-from-pf/article-26871
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp