ଚୀନ୍‌ ପରେ ଆମେରିକା ସ୍ଥିତି ଅସମ୍ଭାଳ: ବିଶ୍ବର ବୃହତ୍‌ ଅର୍ଥନୀତିକୁ ସଟ୍‌ଡାଉନ୍‌ ଓ ମାନ୍ଦାବସ୍ଥା ଭୟ

The Sakala Picture
Published On

ନୂଆଦିଲ୍ଲୀ: ଚୀନ୍ ପରେ ଆମେରିକାର ଅର୍ଥନୀତି ଏବେ ବିପଦରେ। ଦେଶର ଋଣ ବର୍ତ୍ତମାନ ୩୩ ଟ୍ରିଲିୟନ ଡଲାର ଅତିକ୍ରମ କରିଗଲାଣି। ଏଭଳି ପରିସ୍ଥିତିରେ ବିଶ୍ବର ଏହି ବୃହତ୍‌ ଅର୍ଥନୀତିକୁ ଏବେ ସଟ୍‌ଡାଉନ୍‌ ବା ସରକାରୀ ଅଚଳାବସ୍ଥା ଆଉ ମାନ୍ଦାବସ୍ଥା ଭୟ ଘାରିଲାଣି। ଏଥି ଯୋଗୁ ସଟ୍‌ଡାଉନ୍‌ ପରିସ୍ଥିତିକୁ ଆସିଯାଇଛି ଆମେରିକା। ଏପରି ପରିସ୍ଥିତି ସୃଷ୍ଟି ହେଲେ ସରକାରଙ୍କ ପାଇଁ କର୍ମଚାରୀଙ୍କୁ ଦରମା ଦେବା କଷ୍ଟସାଧ୍ୟ ହୋଇପାରେ। ଏହା ଆମେରିକାର ଅର୍ଥନୀତିର ଏହି ସମସ୍ୟାକୁ ବଢ଼ାଇପାରେ। ସମ୍ପ୍ରତି ଆମେରିକାରେ […]

ନୂଆଦିଲ୍ଲୀ: ଚୀନ୍ ପରେ ଆମେରିକାର ଅର୍ଥନୀତି ଏବେ ବିପଦରେ। ଦେଶର ଋଣ ବର୍ତ୍ତମାନ ୩୩ ଟ୍ରିଲିୟନ ଡଲାର ଅତିକ୍ରମ କରିଗଲାଣି। ଏଭଳି ପରିସ୍ଥିତିରେ ବିଶ୍ବର ଏହି ବୃହତ୍‌ ଅର୍ଥନୀତିକୁ ଏବେ ସଟ୍‌ଡାଉନ୍‌ ବା ସରକାରୀ ଅଚଳାବସ୍ଥା ଆଉ ମାନ୍ଦାବସ୍ଥା ଭୟ ଘାରିଲାଣି। ଏଥି ଯୋଗୁ ସଟ୍‌ଡାଉନ୍‌ ପରିସ୍ଥିତିକୁ ଆସିଯାଇଛି ଆମେରିକା। ଏପରି ପରିସ୍ଥିତି ସୃଷ୍ଟି ହେଲେ ସରକାରଙ୍କ ପାଇଁ କର୍ମଚାରୀଙ୍କୁ ଦରମା ଦେବା କଷ୍ଟସାଧ୍ୟ ହୋଇପାରେ। ଏହା ଆମେରିକାର ଅର୍ଥନୀତିର ଏହି ସମସ୍ୟାକୁ ବଢ଼ାଇପାରେ। ସମ୍ପ୍ରତି ଆମେରିକାରେ ଇନ୍ଧନ ମୂଲ୍ୟ ଅଧିକ ରହିଥିବାବେଳେ ଅଟୋ ଶିଳ୍ପର କର୍ମଚାରୀମାନେ ଧର୍ମଘଟରେ ଅଛନ୍ତି ଏବଂ ଦେଶରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିଛି। କେତେକ ବିଶେଷଜ୍ଞ କହିଛନ୍ତି ଯେ ଦେଶରେ ମାନ୍ଦାବସ୍ଥା ଦେଖା ଦେବାର ସମ୍ଭାବନା ପୁଣି ଥରେ ବୃଦ୍ଧି ପାଇଛି। ଯଦି ଆମେରିକା ମାନ୍ଦାବସ୍ଥାରେ ଫସିଯାଏ, ତେବେ ଏହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିବ।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଅଗଷ୍ଟ ମାସରେ ବିଶ୍ବର ରେଟିଂ ଏଜେନ୍ସି ଫିଚ୍ ଆମେରିକାର ରେଟିଂକୁ ଏଏଏରୁ ଏଏପ୍ଲସ୍‌କୁ ହ୍ରାସ କରିଛି। ଦେଶରେ ଋଣ ବୃଦ୍ଧି ହେତୁ ଏଜେନ୍ସି ଏହା କରିଛି। ଆମେରିକାର ମୋଟ ଜାତୀୟ ଋଣ ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ତିନି ମାସ ମଧ୍ୟରେ ଏଥିରେ ଏକ ଟ୍ରିଲିୟନ୍ ଡଲାର ବୃଦ୍ଧି ଘଟିଛି। ଆର୍ଥିକବର୍ଷର ପ୍ରଥମ ୧୧ ମାସରେ, ନିଅଣ୍ଟିଆ ବଜେଟ, ଅର୍ଥାତ୍ ସରକାରୀ ଖର୍ଚ୍ଚ ଏବଂ ଆୟ ମଧ୍ୟରେ ବ୍ୟବଧାନ ୧.୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ ଏହା ୬୧ ପ୍ରତିଶତ ଅଧିକ ରହିଛି। ସମ୍ପ୍ରତି ସୁଧ ହାରରେ ବୃଦ୍ଧି ସରକାରଙ୍କ ପାଇଁ ଋଣ ପରିଶୋଧ କରିବା ଅତ୍ୟନ୍ତ ମହଙ୍ଗା ହୋଇଯାଇଛି। ଏଥିସହ ଋଣ ପରିଶୋଧ କରିବାକୁ ସରକାରଙ୍କର କୌଣସି ଯୋଜନା ନାହିଁ, ଯାହା ପରିସ୍ଥିତିକୁ ଆହୁରି ଖରାପ କରିପାରେ। ଆର୍ଥିକବର୍ଷ ସେପ୍ଟେମ୍ବର ୩୦ରେ ଶେଷ ହେବ ଏବଂ ସଟ୍‌ ଡାଉନ୍‌ ପରିସ୍ଥିତିରୁ ବର୍ତ୍ତିବାକୁ ହେଲେ ଆମେରିକୀୟ ସଂସଦ ଅକ୍ଟୋବର ପହିଲା ସୁଦ୍ଧା ବଜେଟକୁ ଅନୁମୋଦନ କରିବା ଆବଶ୍ୟକ। କିନ୍ତୁ ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ ସରକାରଙ୍କୁ ପାଣ୍ଠି ଯୋଗାଇବା ପାଇଁ ଆବଶ୍ୟକ ୧୨ଟି ବିଲ୍ ମଧ୍ୟରୁ କୌଣସି ଟି ଏପର୍ଯ୍ୟନ୍ତ ଅନୁମୋଦନ ହୋଇନାହିଁ। ତେଣୁ ଏହି ଯୋଜନା ସମୟସୀମା ମଧ୍ୟରେ ଅନୁମୋଦନ ଲାଭ କରିବାର ସମ୍ଭାବନା ନାହିଁ। ଆମେରିକାରେ ଅର୍ଥନୈତିକ କ୍ଷେତ୍ରରେ ଅନେକ ଆହ୍ବାନର ସମ୍ମୁଖୀନ ହେଉଥିବା ସମୟରେ ଆମେରିକାରେ ସଟ୍‌ଡାଉନ୍‌ ବା ସରକାରୀ ସ୍ତରରେ ଅଚଳାବସ୍ଥା ଦେଖାଦେବାର ଆଶଙ୍କା ଦେଖାଦେଇଛି। ଦେଶରେ ମୁଦ୍ରାସ୍ଫୀତି ଏବଂ ସୁଧ ହାର ସର୍ବୋଚ୍ଚ ସ୍ତରରେ ରହିଛି, କ୍ଷତି ବଢ଼ିବାରେ ଲାଗିଛି। ଏହାସହ ଇନ୍ଧନ ମୂଲ୍ୟ ଆକାଶଛୁଆଁ ଭଳି ସ୍ଥିତି ଦେଶରେ ଆର୍ଥିକ ମାନ୍ଦାବସ୍ଥାର ସମ୍ଭାବନା ବଢ଼ାଇଛି।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

22 Sep 2023 By The Sakala

ଚୀନ୍‌ ପରେ ଆମେରିକା ସ୍ଥିତି ଅସମ୍ଭାଳ: ବିଶ୍ବର ବୃହତ୍‌ ଅର୍ଥନୀତିକୁ ସଟ୍‌ଡାଉନ୍‌ ଓ ମାନ୍ଦାବସ୍ଥା ଭୟ

ନୂଆଦିଲ୍ଲୀ: ଚୀନ୍ ପରେ ଆମେରିକାର ଅର୍ଥନୀତି ଏବେ ବିପଦରେ। ଦେଶର ଋଣ ବର୍ତ୍ତମାନ ୩୩ ଟ୍ରିଲିୟନ ଡଲାର ଅତିକ୍ରମ କରିଗଲାଣି। ଏଭଳି ପରିସ୍ଥିତିରେ ବିଶ୍ବର ଏହି ବୃହତ୍‌ ଅର୍ଥନୀତିକୁ ଏବେ ସଟ୍‌ଡାଉନ୍‌ ବା ସରକାରୀ ଅଚଳାବସ୍ଥା ଆଉ ମାନ୍ଦାବସ୍ଥା ଭୟ ଘାରିଲାଣି। ଏଥି ଯୋଗୁ ସଟ୍‌ଡାଉନ୍‌ ପରିସ୍ଥିତିକୁ ଆସିଯାଇଛି ଆମେରିକା। ଏପରି ପରିସ୍ଥିତି ସୃଷ୍ଟି ହେଲେ ସରକାରଙ୍କ ପାଇଁ କର୍ମଚାରୀଙ୍କୁ ଦରମା ଦେବା କଷ୍ଟସାଧ୍ୟ ହୋଇପାରେ। ଏହା ଆମେରିକାର ଅର୍ଥନୀତିର ଏହି ସମସ୍ୟାକୁ ବଢ଼ାଇପାରେ। ସମ୍ପ୍ରତି ଆମେରିକାରେ ଇନ୍ଧନ ମୂଲ୍ୟ ଅଧିକ ରହିଥିବାବେଳେ ଅଟୋ ଶିଳ୍ପର କର୍ମଚାରୀମାନେ ଧର୍ମଘଟରେ ଅଛନ୍ତି ଏବଂ ଦେଶରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିଛି। କେତେକ ବିଶେଷଜ୍ଞ କହିଛନ୍ତି ଯେ ଦେଶରେ ମାନ୍ଦାବସ୍ଥା ଦେଖା ଦେବାର ସମ୍ଭାବନା ପୁଣି ଥରେ ବୃଦ୍ଧି ପାଇଛି। ଯଦି ଆମେରିକା ମାନ୍ଦାବସ୍ଥାରେ ଫସିଯାଏ, ତେବେ ଏହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିବ।

ଅଗଷ୍ଟ ମାସରେ ବିଶ୍ବର ରେଟିଂ ଏଜେନ୍ସି ଫିଚ୍ ଆମେରିକାର ରେଟିଂକୁ ଏଏଏରୁ ଏଏପ୍ଲସ୍‌କୁ ହ୍ରାସ କରିଛି। ଦେଶରେ ଋଣ ବୃଦ୍ଧି ହେତୁ ଏଜେନ୍ସି ଏହା କରିଛି। ଆମେରିକାର ମୋଟ ଜାତୀୟ ଋଣ ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ତିନି ମାସ ମଧ୍ୟରେ ଏଥିରେ ଏକ ଟ୍ରିଲିୟନ୍ ଡଲାର ବୃଦ୍ଧି ଘଟିଛି। ଆର୍ଥିକବର୍ଷର ପ୍ରଥମ ୧୧ ମାସରେ, ନିଅଣ୍ଟିଆ ବଜେଟ, ଅର୍ଥାତ୍ ସରକାରୀ ଖର୍ଚ୍ଚ ଏବଂ ଆୟ ମଧ୍ୟରେ ବ୍ୟବଧାନ ୧.୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ ଏହା ୬୧ ପ୍ରତିଶତ ଅଧିକ ରହିଛି। ସମ୍ପ୍ରତି ସୁଧ ହାରରେ ବୃଦ୍ଧି ସରକାରଙ୍କ ପାଇଁ ଋଣ ପରିଶୋଧ କରିବା ଅତ୍ୟନ୍ତ ମହଙ୍ଗା ହୋଇଯାଇଛି। ଏଥିସହ ଋଣ ପରିଶୋଧ କରିବାକୁ ସରକାରଙ୍କର କୌଣସି ଯୋଜନା ନାହିଁ, ଯାହା ପରିସ୍ଥିତିକୁ ଆହୁରି ଖରାପ କରିପାରେ। ଆର୍ଥିକବର୍ଷ ସେପ୍ଟେମ୍ବର ୩୦ରେ ଶେଷ ହେବ ଏବଂ ସଟ୍‌ ଡାଉନ୍‌ ପରିସ୍ଥିତିରୁ ବର୍ତ୍ତିବାକୁ ହେଲେ ଆମେରିକୀୟ ସଂସଦ ଅକ୍ଟୋବର ପହିଲା ସୁଦ୍ଧା ବଜେଟକୁ ଅନୁମୋଦନ କରିବା ଆବଶ୍ୟକ। କିନ୍ତୁ ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ ସରକାରଙ୍କୁ ପାଣ୍ଠି ଯୋଗାଇବା ପାଇଁ ଆବଶ୍ୟକ ୧୨ଟି ବିଲ୍ ମଧ୍ୟରୁ କୌଣସି ଟି ଏପର୍ଯ୍ୟନ୍ତ ଅନୁମୋଦନ ହୋଇନାହିଁ। ତେଣୁ ଏହି ଯୋଜନା ସମୟସୀମା ମଧ୍ୟରେ ଅନୁମୋଦନ ଲାଭ କରିବାର ସମ୍ଭାବନା ନାହିଁ। ଆମେରିକାରେ ଅର୍ଥନୈତିକ କ୍ଷେତ୍ରରେ ଅନେକ ଆହ୍ବାନର ସମ୍ମୁଖୀନ ହେଉଥିବା ସମୟରେ ଆମେରିକାରେ ସଟ୍‌ଡାଉନ୍‌ ବା ସରକାରୀ ସ୍ତରରେ ଅଚଳାବସ୍ଥା ଦେଖାଦେବାର ଆଶଙ୍କା ଦେଖାଦେଇଛି। ଦେଶରେ ମୁଦ୍ରାସ୍ଫୀତି ଏବଂ ସୁଧ ହାର ସର୍ବୋଚ୍ଚ ସ୍ତରରେ ରହିଛି, କ୍ଷତି ବଢ଼ିବାରେ ଲାଗିଛି। ଏହାସହ ଇନ୍ଧନ ମୂଲ୍ୟ ଆକାଶଛୁଆଁ ଭଳି ସ୍ଥିତି ଦେଶରେ ଆର୍ଥିକ ମାନ୍ଦାବସ୍ଥାର ସମ୍ଭାବନା ବଢ଼ାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp