ଅକ୍ଟୋବରରୁ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି, ଗ୍ରାହକଙ୍କୁ ମିଳିବ ନିଜ ପସନ୍ଦର ନେଟ୍ୱର୍କ ଚୟନ ସୁବିଧା
ନୂଆଦିଲ୍ଲୀ: ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାରକୁ ନେଇ ଆଗାମୀ ଦିନରେ ଗ୍ରାହକମାନଙ୍କୁ ଆଉ ଏକ ବଡ଼ ସୁବିଧା ମିଳିବ। ମୋବାଇଲ୍ ଫୋନ୍ ଉପଭୋକ୍ତାମାନେ ଯେଭଳି ନିଜ ନମ୍ବରକୁ ନ ବଦଳାଇ ଅପରେଟର ବଦଳାଇପାରୁଛନ୍ତି ଡେବିଟ୍ ଓ କ୍ରେଡିଟ୍ କାର୍ଡ କ୍ଷେତ୍ରରେ ମଧ୍ୟ ସେମାନଙ୍କୁ ସେଭଳି ସୁବିଧା ମିଳିପାରିବ। ଏଥିପାଇଁ ଆଗାମୀ ଅକ୍ଟୋବର ମାସରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଡ ପୋର୍ଟେବିଲିଟି ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଦ୍ବାରା ଗ୍ରାହମାନଙ୍କ ପାଇଁ ନିଜ ପସନ୍ଦର ସଂସ୍ଥା […]
ନୂଆଦିଲ୍ଲୀ: ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାରକୁ ନେଇ ଆଗାମୀ ଦିନରେ ଗ୍ରାହକମାନଙ୍କୁ ଆଉ ଏକ ବଡ଼ ସୁବିଧା ମିଳିବ। ମୋବାଇଲ୍ ଫୋନ୍ ଉପଭୋକ୍ତାମାନେ ଯେଭଳି ନିଜ ନମ୍ବରକୁ ନ ବଦଳାଇ ଅପରେଟର ବଦଳାଇପାରୁଛନ୍ତି ଡେବିଟ୍ ଓ କ୍ରେଡିଟ୍ କାର୍ଡ କ୍ଷେତ୍ରରେ ମଧ୍ୟ ସେମାନଙ୍କୁ ସେଭଳି ସୁବିଧା ମିଳିପାରିବ। ଏଥିପାଇଁ ଆଗାମୀ ଅକ୍ଟୋବର ମାସରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଡ ପୋର୍ଟେବିଲିଟି ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଦ୍ବାରା ଗ୍ରାହମାନଙ୍କ ପାଇଁ ନିଜ ପସନ୍ଦର ସଂସ୍ଥା ଚୟନ କରିବାର ସ୍ବାଧୀନତା ରହିବ। ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ତାହା ଉପରେ ମତାମତ ଲୋଡାଯାଇଛି।
ବର୍ତ୍ତମାନ ରୁପେ କାର୍ଡ ସମେତ ଭିସା ଏବଂ ମାଷ୍ଟରକାର୍ଡ ନେଟୱର୍କକୁ ନେଇ ଡେବିଟ୍, କ୍ରେଡିଟ୍ ଓ ପ୍ରିପେଡ୍ କାର୍ଡ ବ୍ୟବହାର କରାଯାଉଛି। କିନ୍ତୁ ପୋର୍ଟେବିଲିଟଇ ବ୍ୟବସ୍ଥା ଆରମ୍ଭ ହେବା ପରେ ଗ୍ରାହକମାନେ ସେମାନଙ୍କ ପସନ୍ଦର ନେଟୱର୍କ ଚୟନ କରିପାରିବେ। ଏବେ କୌଣସି ବ୍ୟାଙ୍କ କିମ୍ବା ଅର୍ଥଲଗାଣକାରୀ ସଂସ୍ଥା ଗ୍ରାହକମାନଙ୍କୁ ଯେଉଁ ନେଟୱର୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଦେଇଥାଆନ୍ତି ତାହାକୁ ଗ୍ରାହକମାନେ ବ୍ୟବହାର କରିବାକୁ ବାଧ୍ୟ ହୋଇଥାଆନ୍ତି। କିନ୍ତୁ ନୂଆ ବ୍ୟବସ୍ଥାରେ ସେମାନେ ସ୍ବାଧୀନ ଭାବେ ନିଜର ନେଟୱର୍କ ଚୟନ କରିବାକୁ ସୁବିଧା ପାଇପାରିବେ।ଏନେଇ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ବିଜ୍ଞପ୍ତିକୁ ନେଇ ଉପଭୋକ୍ତାମାନେ ଅଗଷ୍ଟ ୪ ତାରିଖ ସୁଦ୍ଧା ସୁଦ୍ଧା ନିଜ ମତାମତ ଦେଇପାରିବେ ବୋଲି କୁହାଯାଇଛି।