ଆର୍‌ବିଆଇ: ବ୍ୟାଙ୍କ ଲକରରେ ଅଳଙ୍କାର ଓ ତତ୍‌ସଂକ୍ରାନ୍ତ କାଗଜପତ୍ର ହିଁ ରଖାଯାଇପାରିବ

The Sakala Picture
Published On

ନୂଆଦିଲ୍ଲୀ: ସାଧାରଣତଃ ଲୋକେ ସୁନା, ରୁପା ଗହଣା, ସମ୍ପତ୍ତି କାଗଜପତ୍ର ଏପରିକି କେବେ କେବେ ନଗଦ ଟଙ୍କା ବ୍ୟାଙ୍କ ଲକରରେ ରଖିଥାନ୍ତି। ଘରେ ରଖୁଥ଄ବାରୁ ଏହି ସବୁ ମୂଲ୍ୟବାନ ସାମଗ୍ରୀର ଚୋରି ହେବା ନେମି ଭୟ ଥାଏ। ହେଲେ ଏବେ ବ୍ୟାଙ୍କ ଲକରରେ ଆପଣ ମନଇଛା କିଛି ରଖି ପାରିବେନି। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏହାର ଲକର ନିୟମରେ କେତେକ ପରିବର୍ତ୍ତନ ଆଣିଛି। ଆପଣଙ୍କର ଯଦି କୌଣସି ବ୍ୟାଙ୍କରେ ଲକର ଥାଏ ତେବେ ଖୁବ୍ ଶୀଘ୍ର ବ୍ୟାଙ୍କରୁ […]

ନୂଆଦିଲ୍ଲୀ: ସାଧାରଣତଃ ଲୋକେ ସୁନା, ରୁପା ଗହଣା, ସମ୍ପତ୍ତି କାଗଜପତ୍ର ଏପରିକି କେବେ କେବେ ନଗଦ ଟଙ୍କା ବ୍ୟାଙ୍କ ଲକରରେ ରଖିଥାନ୍ତି। ଘରେ ରଖୁଥ଄ବାରୁ ଏହି ସବୁ ମୂଲ୍ୟବାନ ସାମଗ୍ରୀର ଚୋରି ହେବା ନେମି ଭୟ ଥାଏ। ହେଲେ ଏବେ ବ୍ୟାଙ୍କ ଲକରରେ ଆପଣ ମନଇଛା କିଛି ରଖି ପାରିବେନି। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏହାର ଲକର ନିୟମରେ କେତେକ ପରିବର୍ତ୍ତନ ଆଣିଛି। ଆପଣଙ୍କର ଯଦି କୌଣସି ବ୍ୟାଙ୍କରେ ଲକର ଥାଏ ତେବେ ଖୁବ୍ ଶୀଘ୍ର ବ୍ୟାଙ୍କରୁ ଆପଣଙ୍କୁ ନୂଆ ଚୁକ୍ତି ସ୍ୱାକ୍ଷର କରିବାକୁ ନୋଟିସ୍ ଆସିପାରେ। ଏହାମଧ୍ୟରେ ବ୍ୟାଙ୍କଗୁଡିକୁ ଆରବିଆଇ ଏ ନେଇ ନିର୍ଦ୍ଦେଶ ଜାରି କରିଛି। ଯେଉଁଥିରେ ବ୍ୟାଙ୍କମାନଙ୍କୁ ସେମାନଙ୍କ ଗ୍ରାହକଙ୍କ ସହ ସମ୍ପର୍କ କରି ଯେତେ ଶୀଘ୍ର ସମ୍ଭବ ନୂଆ ଲକର ଚୁକ୍ତି ନବୀକରଣ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ବ୍ୟାଙ୍କର ଏହି ନୂଆ ଚୁକ୍ତିରେ ଲକରରେ ରଖାଯାଉଥିବା ସାମଗ୍ରୀ ସମ୍ପର୍କିତ ନିୟମ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏଥିରେ ଗ୍ରାହକ ଲକରରେ କ’ଣ ରଖି ପାରିବେ ଆଉ କ’ଣ ରଖିପାରିବେ ନାହିଁ ସେ ବାବଦରେ ବିସ୍ତୃତ ସୂଚନା ଦିଆଯାଇଛି। ନୂଆ ନିୟମରେ ଆପଣ ଆଗକୁ ବ୍ୟାଙ୍କ ଲକରରେ କେବଳ ଜୁଏଲରୀ ଓ ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ହିଁ ରଖିପାରିବେ। ବ୍ୟାଙ୍କ ଲକରରେ ସାମଗ୍ରୀ ରଖିବା ନେଇ ଭାରତୀୟ ବ୍ୟାଙ୍କ ସଂଘ ଏକ ମଡେଲ ଚୁକ୍ତି ପ୍ରସ୍ତୁତ କରିବ, ଯେଉଁଥିରେ ମାମୁଲି ପରିବର୍ତ୍ତନ କରି ଗ୍ରାହକଙ୍କ ସହ ରାଜିନାମା କରାଯିବ। ଆରବିଆଇଙ୍କ ନୂଆ ନିୟମରେ ବ୍ୟାଙ୍କ ଲକରରେ ରଖିବା ପାଇଁ ଅନେକ ସାମଗ୍ରୀ ଅବୈଧ ଘୋଷିତ ହୋଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ବିସ୍ପୋରକ ଅଥବା ମାଦକ ପଦାର୍ଥ ରଖିବାର ପୂର୍ବରୁ ଅନୁମତି ନଥିଲା କି ଏବେ ବି ଅନୁମତି ମିଳିବ ନାହିଁ। ଏହା ଛଡା ଭାରତୀୟ ମୁଦ୍ରା ହେଉ ଅଥବା ଅନ୍ୟ କୌଣସି ଦେଶର ମୁଦ୍ରା ବ୍ୟାଙ୍କ ଲକରରେ ରଖିବା ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଛି। ଏହାଛଡା ଅସ୍ତ୍ରଶସ୍ତ୍ର, ନିଷିଦ୍ଧ ଔଷଧ, ଡ୍ରଗସ ଅଥବା ବିଷାକ୍ତ ସାମଗ୍ରୀ ରଖିବା ମଧ୍ୟ ନିଷିଦ୍ଧ ହୋଇଛି। ବ୍ୟାଙ୍କ ଲକର ସମ୍ପର୍କିତ ଚକୁତି ଗ୍ରାହକଙ୍କ ସହ କରାଯିବ। ଷ୍ଟାମ୍ପ ପେପର ଓ ଅନ୍ୟାନ୍ୟ ଖର୍ଚ୍ଚ ଗ୍ରାହକଙ୍କଠାରୁ ଆଦାୟ ହେବ ନାହିଁ। ତେବେ ଗ୍ରାହକ ଓ ବ୍ୟାଙ୍କ ମଧ୍ୟରେ ହେବାକୁ ଥିବା ଏହି ଚୁକ୍ତିରେ ଏବେ ଲକରର ପାସୱାର୍ଡ ଅଥବା ଚାବିର ଯଦି ଦୂରୁପୋଯୋଗ ହୁଏ ତେବେ ଗ୍ରାହକ ଏହାକୁ ନେଇ ବ୍ୟାଙ୍କ ବିରୋଧରେ ଅଭିଯୋଗ କରିପାରିବେନାହିଁ।

11 May 2023 By The Sakala

ଆର୍‌ବିଆଇ: ବ୍ୟାଙ୍କ ଲକରରେ ଅଳଙ୍କାର ଓ ତତ୍‌ସଂକ୍ରାନ୍ତ କାଗଜପତ୍ର ହିଁ ରଖାଯାଇପାରିବ

ନୂଆଦିଲ୍ଲୀ: ସାଧାରଣତଃ ଲୋକେ ସୁନା, ରୁପା ଗହଣା, ସମ୍ପତ୍ତି କାଗଜପତ୍ର ଏପରିକି କେବେ କେବେ ନଗଦ ଟଙ୍କା ବ୍ୟାଙ୍କ ଲକରରେ ରଖିଥାନ୍ତି। ଘରେ ରଖୁଥ଄ବାରୁ ଏହି ସବୁ ମୂଲ୍ୟବାନ ସାମଗ୍ରୀର ଚୋରି ହେବା ନେମି ଭୟ ଥାଏ। ହେଲେ ଏବେ ବ୍ୟାଙ୍କ ଲକରରେ ଆପଣ ମନଇଛା କିଛି ରଖି ପାରିବେନି। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏହାର ଲକର ନିୟମରେ କେତେକ ପରିବର୍ତ୍ତନ ଆଣିଛି। ଆପଣଙ୍କର ଯଦି କୌଣସି ବ୍ୟାଙ୍କରେ ଲକର ଥାଏ ତେବେ ଖୁବ୍ ଶୀଘ୍ର ବ୍ୟାଙ୍କରୁ ଆପଣଙ୍କୁ ନୂଆ ଚୁକ୍ତି ସ୍ୱାକ୍ଷର କରିବାକୁ ନୋଟିସ୍ ଆସିପାରେ। ଏହାମଧ୍ୟରେ ବ୍ୟାଙ୍କଗୁଡିକୁ ଆରବିଆଇ ଏ ନେଇ ନିର୍ଦ୍ଦେଶ ଜାରି କରିଛି। ଯେଉଁଥିରେ ବ୍ୟାଙ୍କମାନଙ୍କୁ ସେମାନଙ୍କ ଗ୍ରାହକଙ୍କ ସହ ସମ୍ପର୍କ କରି ଯେତେ ଶୀଘ୍ର ସମ୍ଭବ ନୂଆ ଲକର ଚୁକ୍ତି ନବୀକରଣ କରିବାକୁ କୁହାଯାଇଛି।

ବ୍ୟାଙ୍କର ଏହି ନୂଆ ଚୁକ୍ତିରେ ଲକରରେ ରଖାଯାଉଥିବା ସାମଗ୍ରୀ ସମ୍ପର୍କିତ ନିୟମ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏଥିରେ ଗ୍ରାହକ ଲକରରେ କ’ଣ ରଖି ପାରିବେ ଆଉ କ’ଣ ରଖିପାରିବେ ନାହିଁ ସେ ବାବଦରେ ବିସ୍ତୃତ ସୂଚନା ଦିଆଯାଇଛି। ନୂଆ ନିୟମରେ ଆପଣ ଆଗକୁ ବ୍ୟାଙ୍କ ଲକରରେ କେବଳ ଜୁଏଲରୀ ଓ ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ହିଁ ରଖିପାରିବେ। ବ୍ୟାଙ୍କ ଲକରରେ ସାମଗ୍ରୀ ରଖିବା ନେଇ ଭାରତୀୟ ବ୍ୟାଙ୍କ ସଂଘ ଏକ ମଡେଲ ଚୁକ୍ତି ପ୍ରସ୍ତୁତ କରିବ, ଯେଉଁଥିରେ ମାମୁଲି ପରିବର୍ତ୍ତନ କରି ଗ୍ରାହକଙ୍କ ସହ ରାଜିନାମା କରାଯିବ। ଆରବିଆଇଙ୍କ ନୂଆ ନିୟମରେ ବ୍ୟାଙ୍କ ଲକରରେ ରଖିବା ପାଇଁ ଅନେକ ସାମଗ୍ରୀ ଅବୈଧ ଘୋଷିତ ହୋଇଛି।

ବିସ୍ପୋରକ ଅଥବା ମାଦକ ପଦାର୍ଥ ରଖିବାର ପୂର୍ବରୁ ଅନୁମତି ନଥିଲା କି ଏବେ ବି ଅନୁମତି ମିଳିବ ନାହିଁ। ଏହା ଛଡା ଭାରତୀୟ ମୁଦ୍ରା ହେଉ ଅଥବା ଅନ୍ୟ କୌଣସି ଦେଶର ମୁଦ୍ରା ବ୍ୟାଙ୍କ ଲକରରେ ରଖିବା ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଛି। ଏହାଛଡା ଅସ୍ତ୍ରଶସ୍ତ୍ର, ନିଷିଦ୍ଧ ଔଷଧ, ଡ୍ରଗସ ଅଥବା ବିଷାକ୍ତ ସାମଗ୍ରୀ ରଖିବା ମଧ୍ୟ ନିଷିଦ୍ଧ ହୋଇଛି। ବ୍ୟାଙ୍କ ଲକର ସମ୍ପର୍କିତ ଚକୁତି ଗ୍ରାହକଙ୍କ ସହ କରାଯିବ। ଷ୍ଟାମ୍ପ ପେପର ଓ ଅନ୍ୟାନ୍ୟ ଖର୍ଚ୍ଚ ଗ୍ରାହକଙ୍କଠାରୁ ଆଦାୟ ହେବ ନାହିଁ। ତେବେ ଗ୍ରାହକ ଓ ବ୍ୟାଙ୍କ ମଧ୍ୟରେ ହେବାକୁ ଥିବା ଏହି ଚୁକ୍ତିରେ ଏବେ ଲକରର ପାସୱାର୍ଡ ଅଥବା ଚାବିର ଯଦି ଦୂରୁପୋଯୋଗ ହୁଏ ତେବେ ଗ୍ରାହକ ଏହାକୁ ନେଇ ବ୍ୟାଙ୍କ ବିରୋଧରେ ଅଭିଯୋଗ କରିପାରିବେନାହିଁ।

https://www.thesakala.in/business/rbi-only-jewelery-and-sensitive-documents-can-be-kept-in-bank-lockers/article-21549
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp