ଏଣିକି ବିଳମ୍ବିତ ଇଏମ୍‌ଆଇ ପଇଠ ପାଇଁ ଆଉ ଋଣକାରୀଙ୍କ ଉପରେ ଲାଗିବନି ଭାରି ଜୋରିମାନା

The Sakala Picture
Published On

ନୂଆଦିଲ୍ଲୀ: ବିଭିନ୍ନ କାରଣରୁ ଋଣ ପରିଶୋଧ କରିବାରେ ଅକ୍ଷମ ହେଉଥିବା ଋଣକାରୀଙ୍କ ପାଇଁ ଆଶ୍ବସ୍ତିକର ଖବର। କାରଣ ଋଣ ପରିଶୋଧ କ୍ଷେତ୍ରରେ ବିଳମ୍ବିତ ଇଏମ୍‌ଆଇ ପଇଠ ପାଇଁ ପାଇଁ ଆଉ ଋଣକାରୀଙ୍କ ଉପରେ ଲାଗିବନି ଭାରି ଜୋରିମାନା। ଏଥିରୁ ଋଣକାରୀଙ୍କୁ ସୁରକ୍ଷା ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)। ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଚିଠା ନିୟମ ଜାରି କରାଯାଇଛି। ଋଣକାରୀଙ୍କ ଉପରେ ଲାଗୁ କରାଯାଇଥିବା ଜୋରିମାନା ଉପରେ ବ୍ୟାଙ୍କ କିମ୍ବା ଆର୍ଥିକ […]

ନୂଆଦିଲ୍ଲୀ: ବିଭିନ୍ନ କାରଣରୁ ଋଣ ପରିଶୋଧ କରିବାରେ ଅକ୍ଷମ ହେଉଥିବା ଋଣକାରୀଙ୍କ ପାଇଁ ଆଶ୍ବସ୍ତିକର ଖବର। କାରଣ ଋଣ ପରିଶୋଧ କ୍ଷେତ୍ରରେ ବିଳମ୍ବିତ ଇଏମ୍‌ଆଇ ପଇଠ ପାଇଁ ପାଇଁ ଆଉ ଋଣକାରୀଙ୍କ ଉପରେ ଲାଗିବନି ଭାରି ଜୋରିମାନା। ଏଥିରୁ ଋଣକାରୀଙ୍କୁ ସୁରକ୍ଷା ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)। ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଚିଠା ନିୟମ ଜାରି କରାଯାଇଛି। ଋଣକାରୀଙ୍କ ଉପରେ ଲାଗୁ କରାଯାଇଥିବା ଜୋରିମାନା ଉପରେ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା ସୁଧ ଅସୁଲ କରିବା ବେଆଇନ। ଜୋରିମାନା ଆଦାୟ ବ୍ୟାଙ୍କ ପାଇଁ ଆୟର ଉତ୍ସ ନୁହେଁ ବୋଲି ଆର୍‌ବିଆଇର ଏହି ଚିଠା ନିୟମରେ କହିଛି। ଜୋରିମାନାକୁ ସୁଧ ନୁହେଁ ବରଂ ଏକ ଫି’ ଭାବରେ ଆଦାୟ କରାଯାଉ।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଆର୍‌ବିଆଇ କହିଛି ଯେ ଏହା ବ୍ୟାଙ୍କଗୁଡିକ ଋଣକାରୀଙ୍କ ଉପରେ ଦଣ୍ଡବିଧାନ କରିବାର ଅଧିକାର ଦେଇଛି, କିନ୍ତୁ ଏହାର ଅପବ୍ୟବହାର କରାଯାଉଛି। ବ୍ୟାଙ୍କଗୁଡିକ ଏହାକୁ ଏକ ରାଜସ୍ୱ ଅଭିବୃଦ୍ଧିର ଉପକରଣ ଭାବରେ ବ୍ୟବହାର କରୁଛନ୍ତି। ଆର୍‌ବିଆଇର ଚିଠା ନିୟମ ଅନୁଯାୟୀ ଅନେକ ନିୟନ୍ତ୍ରିତ ସଂସ୍ଥା ଜୋରିମାନା ସୁଧ ହାର ଆଦାୟ କରିଥାନ୍ତି। ଚିଠା ନିୟମରେ କୁହାଯାଇଛି ଯେ, ମୂଳ ସୁଧ ହାର ବ୍ୟତୀତ ଜରିମାନା ସୁଧ ହାରକୁ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥାଗୁଡିକ ରାଜସ୍ୱ ଅଭିବୃଦ୍ଧି ଉପକରଣ ଭାବରେ ବ୍ୟବହାର କରାଯିବା ଉଚିତ ନୁହେଁ। ତଥାପି, ସମୀକ୍ଷାରୁ ଜଣାପଡିଛି ଯେ ଦଣ୍ଡିତ ସୁଧ ଆଦାୟକୁ ନେଇ ନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ମଧ୍ୟରେ ବିଭିନ୍ନ ନିୟମ ରହିଛି। ଏହାକୁ ନେଇ ଗ୍ରାହକଙ୍କ ଆଡୁ ବହୁତ ଅଭିଯୋଗ ଆସୁଛି ଯାହା ବିବାଦ ସୃଷ୍ଟି କରୁଛି। ଚିଠା ନିୟମରେ ଆରବିଆଇ ପ୍ରସ୍ତାବ ଦେଇଛି ଯେ ଏଣିକି ଋଣ ପରିଶୋଧ କ୍ଷେତ୍ରରେ ବିଳମ୍ବିତ ଇଏମ୍‌ଆଇ ପଇଠ ପାଇଁ ବ୍ୟାଙ୍କ ଜୋରିମାନା ସୁଧ ହାର ଆକାରରେ ଆଦାୟ କରାଯିବନାହିଁ। ଋଣ ଉପରେ ସୁଧ ହାର ପୁନର୍ବାର ନିର୍ଦ୍ଧାରଣ କରିବାର ସର୍ତ୍ତ ସହିତ ସୁଧ ହାର ନିର୍ଣ୍ଣୟ ଉପରେ ନିୟାମକ ନିର୍ଦ୍ଦେଶନାମାକୁ କଡାକଡି ପାଳନ କରାଯିବା ଉଚିତ ବୋଲି ସର୍କୁଲାରରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

ଏଥିସହ ପ୍ରତିଷ୍ଠାନଗୁଡ଼ିକ ସୁଧ ହାର ପାଇଁ କୌଣସି ଅତିରିକ୍ତ ଉପାଦାନ ପ୍ରବର୍ତ୍ତନ କରିବେ ନାହିଁ। ସର୍କୁଲାରରେ କୁହାଯାଇଛି ଯେ, ଜୋରିମାନା ଲାଗୁ ଜରିଆରେ କୌଣସି ପୁଞ୍ଜି ସୃଷ୍ଟି କରାଯିବନାହିଁ ଯେପରିକି ଏହିପରି ଚାର୍ଜ ଉପରେ ଆଉ କୌଣସି ସୁଧ ମଧ୍ୟ ଆଦାୟ କରାଯିବ ନାହିଁ। ପ୍ରଚଳିତ ବ୍ୟବସ୍ଥାରେ ଋଣକାରୀଙ୍କୁ ଜୋରିମାନା ଅର୍ଥ ଉପରେ ସୁଧ ଦେବାକୁ ପଡୁଛି।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

14 Apr 2023 By The Sakala

ଏଣିକି ବିଳମ୍ବିତ ଇଏମ୍‌ଆଇ ପଇଠ ପାଇଁ ଆଉ ଋଣକାରୀଙ୍କ ଉପରେ ଲାଗିବନି ଭାରି ଜୋରିମାନା

ନୂଆଦିଲ୍ଲୀ: ବିଭିନ୍ନ କାରଣରୁ ଋଣ ପରିଶୋଧ କରିବାରେ ଅକ୍ଷମ ହେଉଥିବା ଋଣକାରୀଙ୍କ ପାଇଁ ଆଶ୍ବସ୍ତିକର ଖବର। କାରଣ ଋଣ ପରିଶୋଧ କ୍ଷେତ୍ରରେ ବିଳମ୍ବିତ ଇଏମ୍‌ଆଇ ପଇଠ ପାଇଁ ପାଇଁ ଆଉ ଋଣକାରୀଙ୍କ ଉପରେ ଲାଗିବନି ଭାରି ଜୋରିମାନା। ଏଥିରୁ ଋଣକାରୀଙ୍କୁ ସୁରକ୍ଷା ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)। ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଚିଠା ନିୟମ ଜାରି କରାଯାଇଛି। ଋଣକାରୀଙ୍କ ଉପରେ ଲାଗୁ କରାଯାଇଥିବା ଜୋରିମାନା ଉପରେ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା ସୁଧ ଅସୁଲ କରିବା ବେଆଇନ। ଜୋରିମାନା ଆଦାୟ ବ୍ୟାଙ୍କ ପାଇଁ ଆୟର ଉତ୍ସ ନୁହେଁ ବୋଲି ଆର୍‌ବିଆଇର ଏହି ଚିଠା ନିୟମରେ କହିଛି। ଜୋରିମାନାକୁ ସୁଧ ନୁହେଁ ବରଂ ଏକ ଫି’ ଭାବରେ ଆଦାୟ କରାଯାଉ।

ଆର୍‌ବିଆଇ କହିଛି ଯେ ଏହା ବ୍ୟାଙ୍କଗୁଡିକ ଋଣକାରୀଙ୍କ ଉପରେ ଦଣ୍ଡବିଧାନ କରିବାର ଅଧିକାର ଦେଇଛି, କିନ୍ତୁ ଏହାର ଅପବ୍ୟବହାର କରାଯାଉଛି। ବ୍ୟାଙ୍କଗୁଡିକ ଏହାକୁ ଏକ ରାଜସ୍ୱ ଅଭିବୃଦ୍ଧିର ଉପକରଣ ଭାବରେ ବ୍ୟବହାର କରୁଛନ୍ତି। ଆର୍‌ବିଆଇର ଚିଠା ନିୟମ ଅନୁଯାୟୀ ଅନେକ ନିୟନ୍ତ୍ରିତ ସଂସ୍ଥା ଜୋରିମାନା ସୁଧ ହାର ଆଦାୟ କରିଥାନ୍ତି। ଚିଠା ନିୟମରେ କୁହାଯାଇଛି ଯେ, ମୂଳ ସୁଧ ହାର ବ୍ୟତୀତ ଜରିମାନା ସୁଧ ହାରକୁ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥାଗୁଡିକ ରାଜସ୍ୱ ଅଭିବୃଦ୍ଧି ଉପକରଣ ଭାବରେ ବ୍ୟବହାର କରାଯିବା ଉଚିତ ନୁହେଁ। ତଥାପି, ସମୀକ୍ଷାରୁ ଜଣାପଡିଛି ଯେ ଦଣ୍ଡିତ ସୁଧ ଆଦାୟକୁ ନେଇ ନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ମଧ୍ୟରେ ବିଭିନ୍ନ ନିୟମ ରହିଛି। ଏହାକୁ ନେଇ ଗ୍ରାହକଙ୍କ ଆଡୁ ବହୁତ ଅଭିଯୋଗ ଆସୁଛି ଯାହା ବିବାଦ ସୃଷ୍ଟି କରୁଛି। ଚିଠା ନିୟମରେ ଆରବିଆଇ ପ୍ରସ୍ତାବ ଦେଇଛି ଯେ ଏଣିକି ଋଣ ପରିଶୋଧ କ୍ଷେତ୍ରରେ ବିଳମ୍ବିତ ଇଏମ୍‌ଆଇ ପଇଠ ପାଇଁ ବ୍ୟାଙ୍କ ଜୋରିମାନା ସୁଧ ହାର ଆକାରରେ ଆଦାୟ କରାଯିବନାହିଁ। ଋଣ ଉପରେ ସୁଧ ହାର ପୁନର୍ବାର ନିର୍ଦ୍ଧାରଣ କରିବାର ସର୍ତ୍ତ ସହିତ ସୁଧ ହାର ନିର୍ଣ୍ଣୟ ଉପରେ ନିୟାମକ ନିର୍ଦ୍ଦେଶନାମାକୁ କଡାକଡି ପାଳନ କରାଯିବା ଉଚିତ ବୋଲି ସର୍କୁଲାରରେ କୁହାଯାଇଛି।

ଏଥିସହ ପ୍ରତିଷ୍ଠାନଗୁଡ଼ିକ ସୁଧ ହାର ପାଇଁ କୌଣସି ଅତିରିକ୍ତ ଉପାଦାନ ପ୍ରବର୍ତ୍ତନ କରିବେ ନାହିଁ। ସର୍କୁଲାରରେ କୁହାଯାଇଛି ଯେ, ଜୋରିମାନା ଲାଗୁ ଜରିଆରେ କୌଣସି ପୁଞ୍ଜି ସୃଷ୍ଟି କରାଯିବନାହିଁ ଯେପରିକି ଏହିପରି ଚାର୍ଜ ଉପରେ ଆଉ କୌଣସି ସୁଧ ମଧ୍ୟ ଆଦାୟ କରାଯିବ ନାହିଁ। ପ୍ରଚଳିତ ବ୍ୟବସ୍ଥାରେ ଋଣକାରୀଙ୍କୁ ଜୋରିମାନା ଅର୍ଥ ଉପରେ ସୁଧ ଦେବାକୁ ପଡୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp