ସାଧାରଣ ଖାଉଟିଙ୍କୁ ଲାଗିବ ବଡ଼ ଝଟକା; ଏପ୍ରିଲ ପହିଲାରୁ ବଢିବ ଏହିସବୁ ସାମଗ୍ରୀର ମୂଲ୍ୟ…

The Sakala Picture
Published On

ନୂଆଦିଲ୍ଲୀ: ଏପ୍ରିଲ ପହିଲାଠାରୁ ଆରମ୍ଭ ହେଉଛି ନୂତନ ଆର୍ଥିକବର୍ଷ ୨୦୨୩-୨୪। ଚଳିତମାସ ୩୧ରୁ ଶେଷ ହୋଇଯିବ ପୁରୁଣା ଆର୍ଥିକ ବର୍ଷ। ଏହି ପରିପ୍ରେକ୍ଷୀରେ ଚଳିତଥର ସାଧାରଣ ବଜେଟ ୨୦୨୩-୨୪ରେ କରାଯାଇଥିବା ଘୋଷଣା ଏପ୍ରିଲ ପହିଲାଠାରୁ ପ୍ରଭାବୀ ହୋଇଯିବ। କାରଣ ଆସନ୍ତା ଏପ୍ରିଲ ପହିଲାଠାରୁ ଅନେକ ସାମଗ୍ରୀର ମୂଲ୍ୟ ବଢ଼ିଯିବ, ଯାହା ସାଧାରଣ ଖାଉଟିଙ୍କୁ ମୁଦ୍ରାସ୍ଫୀତି ଆକାରରେ ବଡ଼ ଝଟକା ଦେବ। ଏପ୍ରିଲରୁ ବଜାରରେ ଅନେକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବ। ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ […]

ନୂଆଦିଲ୍ଲୀ: ଏପ୍ରିଲ ପହିଲାଠାରୁ ଆରମ୍ଭ ହେଉଛି ନୂତନ ଆର୍ଥିକବର୍ଷ ୨୦୨୩-୨୪। ଚଳିତମାସ ୩୧ରୁ ଶେଷ ହୋଇଯିବ ପୁରୁଣା ଆର୍ଥିକ ବର୍ଷ। ଏହି ପରିପ୍ରେକ୍ଷୀରେ ଚଳିତଥର ସାଧାରଣ ବଜେଟ ୨୦୨୩-୨୪ରେ କରାଯାଇଥିବା ଘୋଷଣା ଏପ୍ରିଲ ପହିଲାଠାରୁ ପ୍ରଭାବୀ ହୋଇଯିବ। କାରଣ ଆସନ୍ତା ଏପ୍ରିଲ ପହିଲାଠାରୁ ଅନେକ ସାମଗ୍ରୀର ମୂଲ୍ୟ ବଢ଼ିଯିବ, ଯାହା ସାଧାରଣ ଖାଉଟିଙ୍କୁ ମୁଦ୍ରାସ୍ଫୀତି ଆକାରରେ ବଡ଼ ଝଟକା ଦେବ। ଏପ୍ରିଲରୁ ବଜାରରେ ଅନେକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବ। ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ିବ। ଏହା ସହିତ ବଜେଟରେ ପ୍ରସ୍ତାବିତ ସମସ୍ତ ପ୍ରକାର ଟିକସ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହୋଇଯିବ। ଏହାର ଫଳସ୍ବରୂପ ନୂତନ ଆର୍ଥିକ ବର୍ଷରୁ କାର, ଇଭି,ସିଗାରେଟ୍, ରୂପା ସାମଗ୍ରୀ କିଣିବା ମହଙ୍ଗା ହେବ। ଅପରପକ୍ଷେ ପହିଲାଠାରୁ ଏଲଇଡି ଟିଭି, ପୋଷାକ, ମୋବାଇଲ୍ ଫୋନ୍, ଖେଳନା, ମୋବାଇଲ୍ ଏବଂ କ୍ୟାମେରା ଲେନ୍ସ ଆଦି ସାମଗ୍ରୀର ମୂଲ୍ୟ ହ୍ରାସ ଘଟିବ।

ଆହୁରି ପଢ଼ନ୍ତୁ: ଯୁଦ୍ଧ ପ୍ରଭାବରେ ଉଛୁଳିଲା ତୈଳ ବଜାର: ୯୦ ଡଲାର ଟପିଲା ଅଶୋଧିତ ତୈଳ ଦର

ଏପ୍ରିଲ ପହିଲାରୁ ସିଗାରେଟ୍ କିଣିବା ମହଙ୍ଗା ହେବ। କାରଣ ଚଳିତଥର ବଜେଟରେ ସରକାର ଏହାର ସୀମା ଶୁଳ୍କରେ ୧୬ ପ୍ରତିଶତ ବୃଦ୍ଧି ଘଟାଇଛନ୍ତି। ଏହାବ୍ୟତୀତ ରୋଷେଇ ଘରର ଚିମିନି, ଆମଦାନୀ ହୋଇଥିବା ସାଇକେଲ ଏବଂ ଖେଳନା, ସମ୍ପୂର୍ଣ୍ଣ ଆମଦାନୀ ହୋଇଥିବା କାର ଏବଂ ବୈଦ୍ୟୁତିକ ଯାନ, ଏକ୍ସ-ରେ ମେସିନ୍ ଏବଂ ଆମଦାନୀ ହୋଇଥିବା ରୂପା ସାମଗ୍ରୀ, ଆର୍ଟିଫିସିଆଲ ଅଳଙ୍କାର ମୂଲ୍ୟ ବୃଦ୍ଧି ଘଟିବ। ଏହି ସମୟରେ ଶସ୍ତା ହେବାକୁ ଥିବା ସାମଗ୍ରୀ ମଧ୍ୟରେ ଏଲଇଡି ଟିଭି, ପୋଷାକ, ମୋବାଇଲ୍ ଫୋନ୍, ମୋବାଇଲ୍ ଏବଂ କ୍ୟାମେରା ଲେନ୍ସ ଆଦି ରହିଛି। ୨୦୨୩ ସାଧାରଣ ବଜେଟରେ ଏହି ସମସ୍ତ ଉତ୍ପାଦ ଉପରେ ସୀମା ଶୁଳ୍କ ହ୍ରାସ କରିବାକୁ ସରକାର ଘୋଷଣା କରିଥିଲେ। ଏଗୁଡିକ ଉପରେ ସୀମା ଶୁଳ୍କ ୫ପ୍ରତିଶତରୁ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି। ଫଳରେ ଏପ୍ରିଲ ୧ ରୁ ଏହି ଜିନିଷଗୁଡ଼ିକ ଶସ୍ତା ହୋଇଯିବ।

ଆହୁରି ପଢ଼ନ୍ତୁ: ଟୋଲ୍ ପ୍ଲାଜାର ୨୦ କି.ମି ପରିଧିରେ ରହୁଥିଲେ ‘ଲୋକାଲ୍ ପାସ୍’, ରାଜମାର୍ଗଯାତ୍ରା ଆପ୍‌ରେ କରିହେବ ଆବେଦନ...

ଏହାବ୍ୟତୀତ ନୂଆ ମାସରୁ ଯାନବାହାନର ମୂଲ୍ୟ ମଧ୍ୟ ବୃଦ୍ଧି ହେବାକୁ ଥିବାରୁ କାର କିଣିବା ମଧ୍ୟ ମହଙ୍ଗା ହେବ। ଟାଟା ମୋଟର୍ସ, ହିରୋ ମୋଟୋ କର୍ପ ଏବଂ ମାରୁତି ଭଳି କମ୍ପାନୀ ସେମାନଙ୍କ ଗାଡି ମୂଲ୍ୟ ବୃଦ୍ଧି ଘଟାଇବାକୁ ଘୋଷଣା କରିଛନ୍ତି। ଏଥିସହିତ ଏପ୍ରିଲ ୧ ରୁ ଏକ ନୂତନ ସେଦାନ୍ କାର କିଣିବା ମଧ୍ୟ ମହଙ୍ଗା ହେବ। ଏହାବାଦ୍‌ ଏପ୍ରିଲରୁ ଜରୁରୀ ଔଷଧ ସାମଗ୍ରୀ ମୂଲ୍ୟ ବୃଦ୍ଧି ଘଟିବାକୁ ଯାଉଛି। ଏଥିରେ ୯୦୦ ଔଷଧର ମୂଲ୍ୟ ବୃଦ୍ଧି ହେବ। ବିଭିନ୍ନ ଔଷଧ ସାମଗ୍ରୀର ମୂଲ୍ୟ ୧୨.୧୨% ବୃଦ୍ଧି ହୋଇପାରେ। ପେନ୍‌କିଲରଠାରୁ ଆଣ୍ଟିବାୟୋଟିକ୍ ଯାଏ ସବୁର ଦାମ୍‌ ବଢ଼ିପାରେ, ଯାହା ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା ଦେବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନୀଭୂତ ହେଉଛି ସଂଘର୍ଷ: ଇରାନର ସାମରିକ ଘାଟି ଉପରେ ଆମେରିକାର ବି-୧ ଲାନ୍ସର ଆକ୍ରମଣ

30 Mar 2023 By The Sakala

ସାଧାରଣ ଖାଉଟିଙ୍କୁ ଲାଗିବ ବଡ଼ ଝଟକା; ଏପ୍ରିଲ ପହିଲାରୁ ବଢିବ ଏହିସବୁ ସାମଗ୍ରୀର ମୂଲ୍ୟ…

ନୂଆଦିଲ୍ଲୀ: ଏପ୍ରିଲ ପହିଲାଠାରୁ ଆରମ୍ଭ ହେଉଛି ନୂତନ ଆର୍ଥିକବର୍ଷ ୨୦୨୩-୨୪। ଚଳିତମାସ ୩୧ରୁ ଶେଷ ହୋଇଯିବ ପୁରୁଣା ଆର୍ଥିକ ବର୍ଷ। ଏହି ପରିପ୍ରେକ୍ଷୀରେ ଚଳିତଥର ସାଧାରଣ ବଜେଟ ୨୦୨୩-୨୪ରେ କରାଯାଇଥିବା ଘୋଷଣା ଏପ୍ରିଲ ପହିଲାଠାରୁ ପ୍ରଭାବୀ ହୋଇଯିବ। କାରଣ ଆସନ୍ତା ଏପ୍ରିଲ ପହିଲାଠାରୁ ଅନେକ ସାମଗ୍ରୀର ମୂଲ୍ୟ ବଢ଼ିଯିବ, ଯାହା ସାଧାରଣ ଖାଉଟିଙ୍କୁ ମୁଦ୍ରାସ୍ଫୀତି ଆକାରରେ ବଡ଼ ଝଟକା ଦେବ। ଏପ୍ରିଲରୁ ବଜାରରେ ଅନେକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବ। ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ିବ। ଏହା ସହିତ ବଜେଟରେ ପ୍ରସ୍ତାବିତ ସମସ୍ତ ପ୍ରକାର ଟିକସ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହୋଇଯିବ। ଏହାର ଫଳସ୍ବରୂପ ନୂତନ ଆର୍ଥିକ ବର୍ଷରୁ କାର, ଇଭି,ସିଗାରେଟ୍, ରୂପା ସାମଗ୍ରୀ କିଣିବା ମହଙ୍ଗା ହେବ। ଅପରପକ୍ଷେ ପହିଲାଠାରୁ ଏଲଇଡି ଟିଭି, ପୋଷାକ, ମୋବାଇଲ୍ ଫୋନ୍, ଖେଳନା, ମୋବାଇଲ୍ ଏବଂ କ୍ୟାମେରା ଲେନ୍ସ ଆଦି ସାମଗ୍ରୀର ମୂଲ୍ୟ ହ୍ରାସ ଘଟିବ।

ଏପ୍ରିଲ ପହିଲାରୁ ସିଗାରେଟ୍ କିଣିବା ମହଙ୍ଗା ହେବ। କାରଣ ଚଳିତଥର ବଜେଟରେ ସରକାର ଏହାର ସୀମା ଶୁଳ୍କରେ ୧୬ ପ୍ରତିଶତ ବୃଦ୍ଧି ଘଟାଇଛନ୍ତି। ଏହାବ୍ୟତୀତ ରୋଷେଇ ଘରର ଚିମିନି, ଆମଦାନୀ ହୋଇଥିବା ସାଇକେଲ ଏବଂ ଖେଳନା, ସମ୍ପୂର୍ଣ୍ଣ ଆମଦାନୀ ହୋଇଥିବା କାର ଏବଂ ବୈଦ୍ୟୁତିକ ଯାନ, ଏକ୍ସ-ରେ ମେସିନ୍ ଏବଂ ଆମଦାନୀ ହୋଇଥିବା ରୂପା ସାମଗ୍ରୀ, ଆର୍ଟିଫିସିଆଲ ଅଳଙ୍କାର ମୂଲ୍ୟ ବୃଦ୍ଧି ଘଟିବ। ଏହି ସମୟରେ ଶସ୍ତା ହେବାକୁ ଥିବା ସାମଗ୍ରୀ ମଧ୍ୟରେ ଏଲଇଡି ଟିଭି, ପୋଷାକ, ମୋବାଇଲ୍ ଫୋନ୍, ମୋବାଇଲ୍ ଏବଂ କ୍ୟାମେରା ଲେନ୍ସ ଆଦି ରହିଛି। ୨୦୨୩ ସାଧାରଣ ବଜେଟରେ ଏହି ସମସ୍ତ ଉତ୍ପାଦ ଉପରେ ସୀମା ଶୁଳ୍କ ହ୍ରାସ କରିବାକୁ ସରକାର ଘୋଷଣା କରିଥିଲେ। ଏଗୁଡିକ ଉପରେ ସୀମା ଶୁଳ୍କ ୫ପ୍ରତିଶତରୁ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି। ଫଳରେ ଏପ୍ରିଲ ୧ ରୁ ଏହି ଜିନିଷଗୁଡ଼ିକ ଶସ୍ତା ହୋଇଯିବ।

ଏହାବ୍ୟତୀତ ନୂଆ ମାସରୁ ଯାନବାହାନର ମୂଲ୍ୟ ମଧ୍ୟ ବୃଦ୍ଧି ହେବାକୁ ଥିବାରୁ କାର କିଣିବା ମଧ୍ୟ ମହଙ୍ଗା ହେବ। ଟାଟା ମୋଟର୍ସ, ହିରୋ ମୋଟୋ କର୍ପ ଏବଂ ମାରୁତି ଭଳି କମ୍ପାନୀ ସେମାନଙ୍କ ଗାଡି ମୂଲ୍ୟ ବୃଦ୍ଧି ଘଟାଇବାକୁ ଘୋଷଣା କରିଛନ୍ତି। ଏଥିସହିତ ଏପ୍ରିଲ ୧ ରୁ ଏକ ନୂତନ ସେଦାନ୍ କାର କିଣିବା ମଧ୍ୟ ମହଙ୍ଗା ହେବ। ଏହାବାଦ୍‌ ଏପ୍ରିଲରୁ ଜରୁରୀ ଔଷଧ ସାମଗ୍ରୀ ମୂଲ୍ୟ ବୃଦ୍ଧି ଘଟିବାକୁ ଯାଉଛି। ଏଥିରେ ୯୦୦ ଔଷଧର ମୂଲ୍ୟ ବୃଦ୍ଧି ହେବ। ବିଭିନ୍ନ ଔଷଧ ସାମଗ୍ରୀର ମୂଲ୍ୟ ୧୨.୧୨% ବୃଦ୍ଧି ହୋଇପାରେ। ପେନ୍‌କିଲରଠାରୁ ଆଣ୍ଟିବାୟୋଟିକ୍ ଯାଏ ସବୁର ଦାମ୍‌ ବଢ଼ିପାରେ, ଯାହା ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା ଦେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp