ବଜେଟ୍ ୨୦୨୩-୨୪: ସରିଲା ହାଲୱା ଉତ୍ସବ

The Sakala Picture
Published On

ନୂଆଦିଲ୍ଲୀ,୨୭ା୧(ଏଜେନ୍ସି): କେନ୍ଦ୍ର ବଜେଟ ୨୦୨୩-୨୪ର ଚୂଡ଼ାନ୍ତ ପ୍ରସ୍ତୁତି ପର୍ଯ୍ୟାୟ ଆଜି ନର୍ଥ ବ୍ଲକରେ ହାଲୱା ଉତ୍ସବ ସହ ଆରମ୍ଭ ହୋଇଛି। ଏହି ଉତ୍ସବ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଓ ଡ. ଭଗବତ କିଶନ ରାଓ କରଡ଼ଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି। ପ୍ରତିବର୍ଷ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇ ତାଲା ପଡ଼ିବା ବେଳକୁ ଏକ ପାରମ୍ପରିକ ହାଲୱା ଉତ୍ସବ ସହିତ ହୋଇଥାଏ। ପୂର୍ବ ଦୁଇବର୍ଷ ଭଳି ଚଳିତଥର କେନ୍ଦ୍ର […]

ନୂଆଦିଲ୍ଲୀ,୨୭ା୧(ଏଜେନ୍ସି): କେନ୍ଦ୍ର ବଜେଟ ୨୦୨୩-୨୪ର ଚୂଡ଼ାନ୍ତ ପ୍ରସ୍ତୁତି ପର୍ଯ୍ୟାୟ ଆଜି ନର୍ଥ ବ୍ଲକରେ ହାଲୱା ଉତ୍ସବ ସହ ଆରମ୍ଭ ହୋଇଛି। ଏହି ଉତ୍ସବ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଓ ଡ. ଭଗବତ କିଶନ ରାଓ କରଡ଼ଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି। ପ୍ରତିବର୍ଷ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇ ତାଲା ପଡ଼ିବା ବେଳକୁ ଏକ ପାରମ୍ପରିକ ହାଲୱା ଉତ୍ସବ ସହିତ ହୋଇଥାଏ। ପୂର୍ବ ଦୁଇବର୍ଷ ଭଳି ଚଳିତଥର କେନ୍ଦ୍ର ବଜେଟ ୨୦୨୩-୨୪ ଏଥର ବିନା କାଗଜରେ ଉପସ୍ଥାପିତ ହେବ। କେନ୍ଦ୍ର ବଜେଟ ୨୦୨୩-୨୪ ଫେବ୍ରୁଆରୀ ପହିଲା, ୨୦୨୩ ଦିନ ଉପସ୍ଥାପିତ ହେବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ସମସ୍ତ ୧୪ଟି ଯାକ କେନ୍ଦ୍ରୀୟ ବଜେଟ ଦସ୍ତାବିଜ ବାର୍ଷିକ ଆର୍ଥିକ ହିସାବ କିତାବ (ସାଧାରଣ ବଜେଟ ଭାବେ ପରିଚିତ) ଖର୍ଚ୍ଚ ଦାବି (ଡିଜି), ଅର୍ଥ ବିଲ୍‌ ଇତ୍ୟାଦି ଯାହା ସମ୍ବିଧାନ ବ୍ୟବସ୍ଥା ପରିସରରେ ରହିଛି। କେନ୍ଦ୍ର ବଜେଟ ମୋବାଇଲ ଆପ୍‌ରେ ଉପଲବ୍ଧ ହେବ। ଏହି ହଇରାଣରୁ ମୁକ୍ତ ବଜେଟ ଦସ୍ତାବିଜକୁ ସଂସଦ ସଦସ୍ୟ ଓ ସାଧାରଣ ଜନତା ଡିଜିଟାଲ ସୁବିଧା ଦୃଷ୍ଟିରୁ ଖୁବ ସରଳ ଉପାୟରେ ଜାଣିପାରିବେ। ଏହା ଦ୍ୱିଭାଷୀ (ଇଂରାଜୀ ଓ ହିନ୍ଦୀ)ରେ ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏହି ଆପକୁ କେନ୍ଦ୍ର ବଜେଟ ୱେବ ପୋର୍ଟାଲ(ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁଇଣ୍ଡିଆବଜେଟଡଟ୍‌ଗଭ୍‌ଡଟ୍‌ଇନ୍‌) ମଧ୍ୟ ଡାଉନଲୋଡ଼ କରିହେବ।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

ତେବେ ଫେବ୍ରୁଆରୀ ପହିଲା ଦିନ ସଂସଦରେ ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ଶେଷ ହେବା ପରେ ଯାଇ ବଜେଟ ଦସ୍ତାବିଜ ମୋବାଇଲ ଆପ୍‌ରେ ଉପଲବ୍ଧ ହେବ। ହାଲୱା ଉତ୍ସବରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଅର୍ଥ ଓ ଖର୍ଚ୍ଚ ସଚିବ ଡ. ଟି.ଭି. ସୋମନାଥନ, ଆର୍ଥିକ ବ୍ୟାପାର ସଚିବ ଅଜୟ ସେଠ୍‌, ଡିଆଇପିଏଏମ ସଚିବ ତୁହିନକାନ୍ତ ପାଣ୍ଡେ, ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା, ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡ. ଅନନ୍ତ ଭି. ନାଗେଶ୍ୱରନ, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଅଧ୍ୟକ୍ଷ ନିତୀନ ଗୁପ୍ତା, କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ଓ ଶୁଳ୍କ (ସିବିଆଇସି) ଅଧ୍ୟକ୍ଷ ବିବେକ ଜୋହାରୀ, ବଜେଟ (ଅତିରିକ୍ତ ସଚିବ) ଆଶିଷ ବାଛାନୀ ଓ ବଜେଟ ପ୍ରସ୍ତୁତି ସହ ସଂଶ୍ଳିଷ୍ଟ ଅର୍ଥ ମନ୍ତ୍ରଣାଳୟର ଅନ୍ୟାନ୍ୟ ଅଧିକାରୀଗଣ ଏଥିରେ ଉପସ୍ଥିତ ଥିଲେ। ଉତ୍ସବର ଅଂଶ ସ୍ୱରୂପ ଅର୍ଥ ମନ୍ତ୍ରୀ ବଜେଟ ଛାପାଖାନା ମଧ୍ୟ ଗସ୍ତ କରି ଥିଲେ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

28 Jan 2023 By The Sakala

ବଜେଟ୍ ୨୦୨୩-୨୪: ସରିଲା ହାଲୱା ଉତ୍ସବ

ନୂଆଦିଲ୍ଲୀ,୨୭ା୧(ଏଜେନ୍ସି): କେନ୍ଦ୍ର ବଜେଟ ୨୦୨୩-୨୪ର ଚୂଡ଼ାନ୍ତ ପ୍ରସ୍ତୁତି ପର୍ଯ୍ୟାୟ ଆଜି ନର୍ଥ ବ୍ଲକରେ ହାଲୱା ଉତ୍ସବ ସହ ଆରମ୍ଭ ହୋଇଛି। ଏହି ଉତ୍ସବ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଓ ଡ. ଭଗବତ କିଶନ ରାଓ କରଡ଼ଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି। ପ୍ରତିବର୍ଷ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇ ତାଲା ପଡ଼ିବା ବେଳକୁ ଏକ ପାରମ୍ପରିକ ହାଲୱା ଉତ୍ସବ ସହିତ ହୋଇଥାଏ। ପୂର୍ବ ଦୁଇବର୍ଷ ଭଳି ଚଳିତଥର କେନ୍ଦ୍ର ବଜେଟ ୨୦୨୩-୨୪ ଏଥର ବିନା କାଗଜରେ ଉପସ୍ଥାପିତ ହେବ। କେନ୍ଦ୍ର ବଜେଟ ୨୦୨୩-୨୪ ଫେବ୍ରୁଆରୀ ପହିଲା, ୨୦୨୩ ଦିନ ଉପସ୍ଥାପିତ ହେବ।

ସମସ୍ତ ୧୪ଟି ଯାକ କେନ୍ଦ୍ରୀୟ ବଜେଟ ଦସ୍ତାବିଜ ବାର୍ଷିକ ଆର୍ଥିକ ହିସାବ କିତାବ (ସାଧାରଣ ବଜେଟ ଭାବେ ପରିଚିତ) ଖର୍ଚ୍ଚ ଦାବି (ଡିଜି), ଅର୍ଥ ବିଲ୍‌ ଇତ୍ୟାଦି ଯାହା ସମ୍ବିଧାନ ବ୍ୟବସ୍ଥା ପରିସରରେ ରହିଛି। କେନ୍ଦ୍ର ବଜେଟ ମୋବାଇଲ ଆପ୍‌ରେ ଉପଲବ୍ଧ ହେବ। ଏହି ହଇରାଣରୁ ମୁକ୍ତ ବଜେଟ ଦସ୍ତାବିଜକୁ ସଂସଦ ସଦସ୍ୟ ଓ ସାଧାରଣ ଜନତା ଡିଜିଟାଲ ସୁବିଧା ଦୃଷ୍ଟିରୁ ଖୁବ ସରଳ ଉପାୟରେ ଜାଣିପାରିବେ। ଏହା ଦ୍ୱିଭାଷୀ (ଇଂରାଜୀ ଓ ହିନ୍ଦୀ)ରେ ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏହି ଆପକୁ କେନ୍ଦ୍ର ବଜେଟ ୱେବ ପୋର୍ଟାଲ(ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁଇଣ୍ଡିଆବଜେଟଡଟ୍‌ଗଭ୍‌ଡଟ୍‌ଇନ୍‌) ମଧ୍ୟ ଡାଉନଲୋଡ଼ କରିହେବ।

ତେବେ ଫେବ୍ରୁଆରୀ ପହିଲା ଦିନ ସଂସଦରେ ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ଶେଷ ହେବା ପରେ ଯାଇ ବଜେଟ ଦସ୍ତାବିଜ ମୋବାଇଲ ଆପ୍‌ରେ ଉପଲବ୍ଧ ହେବ। ହାଲୱା ଉତ୍ସବରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଅର୍ଥ ଓ ଖର୍ଚ୍ଚ ସଚିବ ଡ. ଟି.ଭି. ସୋମନାଥନ, ଆର୍ଥିକ ବ୍ୟାପାର ସଚିବ ଅଜୟ ସେଠ୍‌, ଡିଆଇପିଏଏମ ସଚିବ ତୁହିନକାନ୍ତ ପାଣ୍ଡେ, ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା, ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡ. ଅନନ୍ତ ଭି. ନାଗେଶ୍ୱରନ, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଅଧ୍ୟକ୍ଷ ନିତୀନ ଗୁପ୍ତା, କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ଓ ଶୁଳ୍କ (ସିବିଆଇସି) ଅଧ୍ୟକ୍ଷ ବିବେକ ଜୋହାରୀ, ବଜେଟ (ଅତିରିକ୍ତ ସଚିବ) ଆଶିଷ ବାଛାନୀ ଓ ବଜେଟ ପ୍ରସ୍ତୁତି ସହ ସଂଶ୍ଳିଷ୍ଟ ଅର୍ଥ ମନ୍ତ୍ରଣାଳୟର ଅନ୍ୟାନ୍ୟ ଅଧିକାରୀଗଣ ଏଥିରେ ଉପସ୍ଥିତ ଥିଲେ। ଉତ୍ସବର ଅଂଶ ସ୍ୱରୂପ ଅର୍ଥ ମନ୍ତ୍ରୀ ବଜେଟ ଛାପାଖାନା ମଧ୍ୟ ଗସ୍ତ କରି ଥିଲେ।

https://www.thesakala.in/business/budget-2023-24-halwa-celebration-is-over/article-18477
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp