କ୍ରିପ୍ଟୋକରେନ୍ସିରେ ହେଉଛି ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ, ଜମ୍ମୁ ଓ କାଶ୍ମୀର ପୁଲିସର ବିଟ୍‌ କଏନ୍‌ କାରବାର ଉପରେ ଚଢ଼ଉ

The Sakala Picture
Published On

ନୂଆଦିଲ୍ଲୀ: ସମ୍ପ୍ରତି ଦେଶରେ କ୍ରିପ୍ଟୋକରେନ୍ସି କାରବାର ଢ଼େର ବଢ଼ିଯାଇଛି। ଏହି କ୍ରିପ୍ଟୋକରେନ୍ସି ଏବେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କ୍ଷେତ୍ରରେ ଉପଯୋଗ କରାଯାଉଥିବା ଜଣାଯାଇଛି। ଜାମ୍ମୁ କାଶ୍ମୀର ପୋଲିସର ରାଜ୍ୟ ଅନୁସନ୍ଧାନକାରୀ ଏଜେନ୍ସି (ଏଆଇଆଇ) ବୁଧବାର ବିଟ୍‌ କଏନ୍ କାରବାର ସହ ଜଡିତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ତଦନ୍ତକାରୀ ଏଜେନ୍ସି ଡିଜିଟାଲ୍ ଉପକରଣ, ସିମ୍ କାର୍ଡ, ମୋବାଇଲ୍ ଫୋନ୍ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି, ​​ଯାହା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ […]

ନୂଆଦିଲ୍ଲୀ: ସମ୍ପ୍ରତି ଦେଶରେ କ୍ରିପ୍ଟୋକରେନ୍ସି କାରବାର ଢ଼େର ବଢ଼ିଯାଇଛି। ଏହି କ୍ରିପ୍ଟୋକରେନ୍ସି ଏବେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କ୍ଷେତ୍ରରେ ଉପଯୋଗ କରାଯାଉଥିବା ଜଣାଯାଇଛି। ଜାମ୍ମୁ କାଶ୍ମୀର ପୋଲିସର ରାଜ୍ୟ ଅନୁସନ୍ଧାନକାରୀ ଏଜେନ୍ସି (ଏଆଇଆଇ) ବୁଧବାର ବିଟ୍‌ କଏନ୍ କାରବାର ସହ ଜଡିତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ତଦନ୍ତକାରୀ ଏଜେନ୍ସି ଡିଜିଟାଲ୍ ଉପକରଣ, ସିମ୍ କାର୍ଡ, ମୋବାଇଲ୍ ଫୋନ୍ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି, ​​ଯାହା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କ୍ଷେତ୍ରରେ ବିଟ୍‌କଏନ୍‌ର ବହୁ ମାତ୍ରାରେ ବ୍ୟବହାର କରାଯାଉଥିବାକୁ ସୂଚାଉଛି। ଏହି ଘଟଣା ଥରେ ବିଟ୍‌ କଏନ୍‌ ଭଳି କ୍ରିପ୍ଟୋକରେନ୍ସିଗୁଡିକ ଆତଙ୍କବାଦୀ ପାଣ୍ଠି ସହିତ ଜଡିତ ଥିବା ଖୁଲାସା ହୋଇଥିବାବେଳେ ଏହା ସାରା ବିଶ୍ବ ପାଇଁ କେତେ ବିପଜ୍ଜନକ ତାହା ଅନୁମାନ କରାଯାଉଛି। ଏହାଛଡା କ୍ରିପ୍ଟୋ ବଜାରରେ ବିନିଯୋଗ ହୋଇଥିବା ଟଙ୍କା କେତେ ସୁରକ୍ଷିତ ତାହା ମଧ୍ୟ ଆଲୋଚନା ପରିସରକୁ ଆସିଛି।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଭାରତ ସରକାର କୌଣସି ପ୍ରକାରର କ୍ରିପ୍ଟୋକରେନ୍ସିକୁ ଆଇନଗତ ମାନ୍ୟତା ଦେଇନାହାଁନ୍ତି। ଲୋକମାନେ କିନ୍ତୁ ଏ କ୍ଷେତ୍ରରେ ବଡ ଆକାରରେ ବିନିଯୋଗ କରୁଛନ୍ତି। ଭାରତରେ ବିଭିନ୍ନ କ୍ରିପ୍ଟୋକରେନ୍ସିରେ ମୋଟ ବିନିଯୋଗ ୧୫ ଗୁଣ ବୃଦ୍ଧି ଘଟି ୨୦୨୧ରେ ୪୩୮.୧୮ ନିୟୁତ ଡ଼ଲାରରେ ପହଞ୍ଚିଛି। ଆତଙ୍କବାଦୀ ପାଣ୍ଠିରେ କ୍ରିପ୍ଟୋକ୍ୟୁରେନ୍ସିର ବ୍ୟବହାର ସମ୍ପର୍କାତି ରିପୋର୍ଟ ଏହା ସ୍ପଷ୍ଟ କରୁଛି ଯେ, କ୍ରିପ୍ଟୋକରେନ୍ସିରେ ଯାହା ବି ଅର୍ଥ ବିନିଯୋଗ ହେଉଛି ତାହା କେତେ ସୁରକ୍ଷିତ। ସମ୍ପ୍ରତି ସାରା ବିଶ୍ବର ଅଧିକାଂଶ ଦେଶରେ କ୍ରିପ୍ଟୋ ନିୟନ୍ତ୍ରଣ କରିବା ନେଇ କୌଣସି ନିୟମ ନାହିଁ | ଆର୍ଥିକ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ୨୦୨୦ର ନିର୍ଦ୍ଦେଶାବଳୀ ଅନୁଯାୟୀ, କେବଳ କିଛି ଦେଶ କ୍ରିପ୍ଟୋକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି ଯାହାଫଳରେ ଡିଜିଟାଲ ମୁଦ୍ରାକୁ ଆତଙ୍କବାଦୀ ପାଣ୍ଠି ଯୋଗାଣ କ୍ଷେତ୍ରରେ ବ୍ୟବହାର କରାଯାଇପାରିବନାହିଁ। ଆତଙ୍କବାଦୀ ପାଣ୍ଠିରେ କ୍ରିପ୍ଟୋ ବ୍ୟବହାରକୁ ନେଇ ବ୍ୟାଙ୍କ ଇଣ୍ଡୋନେସିଆ ଚିନ୍ତା ପ୍ରକଟ କରିଥିଲା। ବ୍ୟାଙ୍କ ଇଣ୍ଡୋନେସିଆର ପେମେଣ୍ଟ ସିଷ୍ଟମ ବ୍ଲୁ ପ୍ରିଣ୍ଟ ୨୦୨୫ ଅନୁଯାୟୀ, କ୍ରିପ୍ଟୋକରେନ୍ସିଗୁଡିୁକ ମନି ଲଣ୍ଡରିଂ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରାଯାଇପାରିବ। ଏହି ବ୍ଲୁ ପ୍ରିଣ୍ଟରେ ଦର୍ଶାଯାଇଛି ଯେ କ୍ରିପ୍ଟୋ ମାଧ୍ୟମରେ କାରବାର କରିବା ପାଇଁ ଆଇନର ଅତ୍ୟଧିକ ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

ଇଣ୍ଡୋନେସିଆରେ ବର୍ତ୍ତମାନ ଏପରି ସାଇବର ନିୟମର ଅଭାବ ରହିଛି। ଫିଲିପାଇନ୍ସରେ କ୍ରିପ୍ଟୋ ବ୍ୟବହାର କରି ଆତଙ୍କବାଦୀ କାର୍ଯ୍ୟକଳାପ କରାଯାଇଥିଲା। ଏଥିସହିତ ଫିଲିପାଇନ୍ସର ଆଣ୍ଟି ମନିଲଣ୍ଡରିଂ କାଉନସିଲ ଆତଙ୍କବାଦ ଏବଂ ଆତଙ୍କବାଦ ଫାଇନାନ୍ସ ରିସ୍କ ଆକଳନ ୨୦୨୧ ଶୀର୍ଷକ ରିପୋର୍ଟରେ କୁହାଯାଇଛି ଯେ ୨୦୧୯ ରୁ ୨୦୨୦ ମଧ୍ୟରେ ଦେଶରେ ପ୍ରାୟ ୧.୭୭ ନିୟୁତ ଫିଲିପାଇନ୍ସ ପେସୋ କ୍ରିପ୍ଟୋ ଆକାରରେ ସନ୍ଦେହଜନକ ଭାବେ କାରବାର କରାଯାଇଥିଲା। ଭାରତରେ କ୍ରିପ୍ଟୋକୁ ନିୟନ୍ତ୍ରଣ କରିବା ପାଇଁ ଠୋସ୍ ନିୟମର ମଧ୍ୟ ଅଭାବ। ବର୍ତ୍ତମାନ ଦେଶର ସୁରକ୍ଷା ଏଜେନ୍ସିମାନେ ମଧ୍ୟ ଆତଙ୍କବାଦୀକୁ ମିଳୁଥିବା ପାଣ୍ଠିରେ କ୍ରିପ୍ଟୋକ୍ୟୁରେନ୍ସି ବ୍ୟବହାରର ପ୍ରମାଣ ପାଇସାରିଛନ୍ତି। ଆତଙ୍କବାଦୀ ଗୋଷ୍ଠୀଗୁଡିକ ମଧ୍ୟରେ କ୍ରିପ୍ଟୋକରେନ୍ସିର ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି, କାରଣ ଏହା ମାଧ୍ୟମରେ କରାଯାଇଥିବା କାରବାରକୁ ଧରିବା ସହଜ ନୁହେଁ। ଆତଙ୍କୀ ସଂଗଠନଗୁଡିକ ନୂତନ ଆତଙ୍କବାଦୀ ନିଯୁକ୍ତି, ଅସ୍ତ୍ରଶସ୍ତ୍ର ଦେବା ପାଇଁ କ୍ରିପ୍ଟୋ ବ୍ୟବହାର କରୁଛନ୍ତି। ଆତଙ୍କବାଦ ପାଣ୍ଠି ପାଇଁ କ୍ରିପ୍ଟୋ ବ୍ୟବହାର ହେବାର ପ୍ରଥମ ମାମଲା ମେ’ ୨୦୨୦ରେ ରିପୋର୍ଟ କରାଯାଇଥିଲା। ସେତେବେଳେ ଫିଲିପାଇନ୍ସର ତଦନ୍ତକାରୀ ସଂସ୍ଥା ପିଆଇପିଟିଭିଆର୍‌ ଦୁନିଆର ସବୁଠାରୁ ଭୟଙ୍କର ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ପକ୍ଷରୁ କ୍ରିପ୍ଟୋକରେନ୍ସିରେ କାରବାର କରାଯାଇଥିବା ଘଟଣା ଉନ୍ମୋଚନ କରିଥିଲା।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

ଯଦି ଆତଙ୍କବାଦୀ ସଂଗଠନଗୁଡିକକ୍ରିପ୍ଟୋ ବଜାରକୁ ନିୟନ୍ତ୍ରଣ କରିବା ଆରମ୍ଭ କରନ୍ତି, ତେବେ କ୍ରିପ୍ଟୋ କ୍ଷେତ୍ରରେ ଦେଖାଦେଉଥିବା ଉତ୍ସାହ କେତେବେଳେ ରସାତଳ ହୋଇଯିବ, ଯାହା କ୍ରିପ୍ଟୋ ନିବେଶକଙ୍କୁ ବଡ଼ ଝଟ୍‌କା ଦେବ। ବିଶ୍ୱ ବଜାରରେ ସର୍ବବୃହତ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍ ୨୨, ୮୨୪ ଆମେରିକୀୟ ଡଲାର (୧୮ ଲକ୍ଷ ଟଙ୍କା ଉପରେ) କାରବାର କରୁଛି।

05 Aug 2022 By The Sakala

କ୍ରିପ୍ଟୋକରେନ୍ସିରେ ହେଉଛି ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ, ଜମ୍ମୁ ଓ କାଶ୍ମୀର ପୁଲିସର ବିଟ୍‌ କଏନ୍‌ କାରବାର ଉପରେ ଚଢ଼ଉ

ନୂଆଦିଲ୍ଲୀ: ସମ୍ପ୍ରତି ଦେଶରେ କ୍ରିପ୍ଟୋକରେନ୍ସି କାରବାର ଢ଼େର ବଢ଼ିଯାଇଛି। ଏହି କ୍ରିପ୍ଟୋକରେନ୍ସି ଏବେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କ୍ଷେତ୍ରରେ ଉପଯୋଗ କରାଯାଉଥିବା ଜଣାଯାଇଛି। ଜାମ୍ମୁ କାଶ୍ମୀର ପୋଲିସର ରାଜ୍ୟ ଅନୁସନ୍ଧାନକାରୀ ଏଜେନ୍ସି (ଏଆଇଆଇ) ବୁଧବାର ବିଟ୍‌ କଏନ୍ କାରବାର ସହ ଜଡିତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ତଦନ୍ତକାରୀ ଏଜେନ୍ସି ଡିଜିଟାଲ୍ ଉପକରଣ, ସିମ୍ କାର୍ଡ, ମୋବାଇଲ୍ ଫୋନ୍ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି, ​​ଯାହା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କ୍ଷେତ୍ରରେ ବିଟ୍‌କଏନ୍‌ର ବହୁ ମାତ୍ରାରେ ବ୍ୟବହାର କରାଯାଉଥିବାକୁ ସୂଚାଉଛି। ଏହି ଘଟଣା ଥରେ ବିଟ୍‌ କଏନ୍‌ ଭଳି କ୍ରିପ୍ଟୋକରେନ୍ସିଗୁଡିକ ଆତଙ୍କବାଦୀ ପାଣ୍ଠି ସହିତ ଜଡିତ ଥିବା ଖୁଲାସା ହୋଇଥିବାବେଳେ ଏହା ସାରା ବିଶ୍ବ ପାଇଁ କେତେ ବିପଜ୍ଜନକ ତାହା ଅନୁମାନ କରାଯାଉଛି। ଏହାଛଡା କ୍ରିପ୍ଟୋ ବଜାରରେ ବିନିଯୋଗ ହୋଇଥିବା ଟଙ୍କା କେତେ ସୁରକ୍ଷିତ ତାହା ମଧ୍ୟ ଆଲୋଚନା ପରିସରକୁ ଆସିଛି।

ଭାରତ ସରକାର କୌଣସି ପ୍ରକାରର କ୍ରିପ୍ଟୋକରେନ୍ସିକୁ ଆଇନଗତ ମାନ୍ୟତା ଦେଇନାହାଁନ୍ତି। ଲୋକମାନେ କିନ୍ତୁ ଏ କ୍ଷେତ୍ରରେ ବଡ ଆକାରରେ ବିନିଯୋଗ କରୁଛନ୍ତି। ଭାରତରେ ବିଭିନ୍ନ କ୍ରିପ୍ଟୋକରେନ୍ସିରେ ମୋଟ ବିନିଯୋଗ ୧୫ ଗୁଣ ବୃଦ୍ଧି ଘଟି ୨୦୨୧ରେ ୪୩୮.୧୮ ନିୟୁତ ଡ଼ଲାରରେ ପହଞ୍ଚିଛି। ଆତଙ୍କବାଦୀ ପାଣ୍ଠିରେ କ୍ରିପ୍ଟୋକ୍ୟୁରେନ୍ସିର ବ୍ୟବହାର ସମ୍ପର୍କାତି ରିପୋର୍ଟ ଏହା ସ୍ପଷ୍ଟ କରୁଛି ଯେ, କ୍ରିପ୍ଟୋକରେନ୍ସିରେ ଯାହା ବି ଅର୍ଥ ବିନିଯୋଗ ହେଉଛି ତାହା କେତେ ସୁରକ୍ଷିତ। ସମ୍ପ୍ରତି ସାରା ବିଶ୍ବର ଅଧିକାଂଶ ଦେଶରେ କ୍ରିପ୍ଟୋ ନିୟନ୍ତ୍ରଣ କରିବା ନେଇ କୌଣସି ନିୟମ ନାହିଁ | ଆର୍ଥିକ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ୨୦୨୦ର ନିର୍ଦ୍ଦେଶାବଳୀ ଅନୁଯାୟୀ, କେବଳ କିଛି ଦେଶ କ୍ରିପ୍ଟୋକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି ଯାହାଫଳରେ ଡିଜିଟାଲ ମୁଦ୍ରାକୁ ଆତଙ୍କବାଦୀ ପାଣ୍ଠି ଯୋଗାଣ କ୍ଷେତ୍ରରେ ବ୍ୟବହାର କରାଯାଇପାରିବନାହିଁ। ଆତଙ୍କବାଦୀ ପାଣ୍ଠିରେ କ୍ରିପ୍ଟୋ ବ୍ୟବହାରକୁ ନେଇ ବ୍ୟାଙ୍କ ଇଣ୍ଡୋନେସିଆ ଚିନ୍ତା ପ୍ରକଟ କରିଥିଲା। ବ୍ୟାଙ୍କ ଇଣ୍ଡୋନେସିଆର ପେମେଣ୍ଟ ସିଷ୍ଟମ ବ୍ଲୁ ପ୍ରିଣ୍ଟ ୨୦୨୫ ଅନୁଯାୟୀ, କ୍ରିପ୍ଟୋକରେନ୍ସିଗୁଡିୁକ ମନି ଲଣ୍ଡରିଂ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରାଯାଇପାରିବ। ଏହି ବ୍ଲୁ ପ୍ରିଣ୍ଟରେ ଦର୍ଶାଯାଇଛି ଯେ କ୍ରିପ୍ଟୋ ମାଧ୍ୟମରେ କାରବାର କରିବା ପାଇଁ ଆଇନର ଅତ୍ୟଧିକ ଆବଶ୍ୟକତା ରହିଛି।

ଇଣ୍ଡୋନେସିଆରେ ବର୍ତ୍ତମାନ ଏପରି ସାଇବର ନିୟମର ଅଭାବ ରହିଛି। ଫିଲିପାଇନ୍ସରେ କ୍ରିପ୍ଟୋ ବ୍ୟବହାର କରି ଆତଙ୍କବାଦୀ କାର୍ଯ୍ୟକଳାପ କରାଯାଇଥିଲା। ଏଥିସହିତ ଫିଲିପାଇନ୍ସର ଆଣ୍ଟି ମନିଲଣ୍ଡରିଂ କାଉନସିଲ ଆତଙ୍କବାଦ ଏବଂ ଆତଙ୍କବାଦ ଫାଇନାନ୍ସ ରିସ୍କ ଆକଳନ ୨୦୨୧ ଶୀର୍ଷକ ରିପୋର୍ଟରେ କୁହାଯାଇଛି ଯେ ୨୦୧୯ ରୁ ୨୦୨୦ ମଧ୍ୟରେ ଦେଶରେ ପ୍ରାୟ ୧.୭୭ ନିୟୁତ ଫିଲିପାଇନ୍ସ ପେସୋ କ୍ରିପ୍ଟୋ ଆକାରରେ ସନ୍ଦେହଜନକ ଭାବେ କାରବାର କରାଯାଇଥିଲା। ଭାରତରେ କ୍ରିପ୍ଟୋକୁ ନିୟନ୍ତ୍ରଣ କରିବା ପାଇଁ ଠୋସ୍ ନିୟମର ମଧ୍ୟ ଅଭାବ। ବର୍ତ୍ତମାନ ଦେଶର ସୁରକ୍ଷା ଏଜେନ୍ସିମାନେ ମଧ୍ୟ ଆତଙ୍କବାଦୀକୁ ମିଳୁଥିବା ପାଣ୍ଠିରେ କ୍ରିପ୍ଟୋକ୍ୟୁରେନ୍ସି ବ୍ୟବହାରର ପ୍ରମାଣ ପାଇସାରିଛନ୍ତି। ଆତଙ୍କବାଦୀ ଗୋଷ୍ଠୀଗୁଡିକ ମଧ୍ୟରେ କ୍ରିପ୍ଟୋକରେନ୍ସିର ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି, କାରଣ ଏହା ମାଧ୍ୟମରେ କରାଯାଇଥିବା କାରବାରକୁ ଧରିବା ସହଜ ନୁହେଁ। ଆତଙ୍କୀ ସଂଗଠନଗୁଡିକ ନୂତନ ଆତଙ୍କବାଦୀ ନିଯୁକ୍ତି, ଅସ୍ତ୍ରଶସ୍ତ୍ର ଦେବା ପାଇଁ କ୍ରିପ୍ଟୋ ବ୍ୟବହାର କରୁଛନ୍ତି। ଆତଙ୍କବାଦ ପାଣ୍ଠି ପାଇଁ କ୍ରିପ୍ଟୋ ବ୍ୟବହାର ହେବାର ପ୍ରଥମ ମାମଲା ମେ’ ୨୦୨୦ରେ ରିପୋର୍ଟ କରାଯାଇଥିଲା। ସେତେବେଳେ ଫିଲିପାଇନ୍ସର ତଦନ୍ତକାରୀ ସଂସ୍ଥା ପିଆଇପିଟିଭିଆର୍‌ ଦୁନିଆର ସବୁଠାରୁ ଭୟଙ୍କର ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ପକ୍ଷରୁ କ୍ରିପ୍ଟୋକରେନ୍ସିରେ କାରବାର କରାଯାଇଥିବା ଘଟଣା ଉନ୍ମୋଚନ କରିଥିଲା।

ଯଦି ଆତଙ୍କବାଦୀ ସଂଗଠନଗୁଡିକକ୍ରିପ୍ଟୋ ବଜାରକୁ ନିୟନ୍ତ୍ରଣ କରିବା ଆରମ୍ଭ କରନ୍ତି, ତେବେ କ୍ରିପ୍ଟୋ କ୍ଷେତ୍ରରେ ଦେଖାଦେଉଥିବା ଉତ୍ସାହ କେତେବେଳେ ରସାତଳ ହୋଇଯିବ, ଯାହା କ୍ରିପ୍ଟୋ ନିବେଶକଙ୍କୁ ବଡ଼ ଝଟ୍‌କା ଦେବ। ବିଶ୍ୱ ବଜାରରେ ସର୍ବବୃହତ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍ ୨୨, ୮୨୪ ଆମେରିକୀୟ ଡଲାର (୧୮ ଲକ୍ଷ ଟଙ୍କା ଉପରେ) କାରବାର କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp