ସମଗ୍ର ବିଶ୍ୱରେ ଆକାଶଛୁଆଁ ହେବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର, ଭୋକ ଉପାସରେ କଟୁଛି ଦିନ

The Sakala Picture
Published On

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଆକାଶଛୁଆଁ ହେବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ବଢ଼ିଛି ପରିବାରର ବଜେଟ୍‌। ଏଥିଯୋଗୁ ଗରିବ ଲୋକେ ନାନା ହଇରାଣ ହରକତର ଶିକାର ହେଉଛନ୍ତି। କେବଳ ଯେ ଅନୁନ୍ନତ ଆଉ ବିକାଶଶୀଳ ରାଷ୍ଟ୍ର ଏହି ଉଚ୍ଚ ଦରବୃଦ୍ଧି ଜନିତ ସମସ୍ୟା ସହ ଯୁଝୁଛନ୍ତି ତା’ ନୁହେଁ। ସିଙ୍ଗାପୁର ପରି ଏକ ଉନ୍ନତ ଅର୍ଥନୀତି ଥିବା ଦେଶ ମଧ୍ୟ ଏଥିରେ ପ୍ରଭାବିତ। ଘରୋଇ ଭାବେ […]

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଆକାଶଛୁଆଁ ହେବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ବଢ଼ିଛି ପରିବାରର ବଜେଟ୍‌। ଏଥିଯୋଗୁ ଗରିବ ଲୋକେ ନାନା ହଇରାଣ ହରକତର ଶିକାର ହେଉଛନ୍ତି। କେବଳ ଯେ ଅନୁନ୍ନତ ଆଉ ବିକାଶଶୀଳ ରାଷ୍ଟ୍ର ଏହି ଉଚ୍ଚ ଦରବୃଦ୍ଧି ଜନିତ ସମସ୍ୟା ସହ ଯୁଝୁଛନ୍ତି ତା’ ନୁହେଁ। ସିଙ୍ଗାପୁର ପରି ଏକ ଉନ୍ନତ ଅର୍ଥନୀତି ଥିବା ଦେଶ ମଧ୍ୟ ଏଥିରେ ପ୍ରଭାବିତ। ଘରୋଇ ଭାବେ ସାମଗ୍ରୀର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶ ଏବେ ଖାଦ୍ୟ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଗତ ମାସରେ ମାଲେସିଆ ଜୀବନ୍ତ ବ୍ରଏଲର ଚିକେନ୍ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲା। ମାଲେସିଆରୁ ବହୁ ସଂଖ୍ୟକ କୁକୁଡ଼ା ଆମଦାନୀ କରୁଥିବା ସିଙ୍ଗାପୁର ମଧ୍ୟ ଏହି ନିଷ୍ପତ୍ତି ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନ ଏଭଳି ଉଚ୍ଚ ମୁଦ୍ରାସ୍ଫୀତି ଜନିତ ପରିସ୍ଥିତି ଯୋଗୁ ସାରା ବିଶ୍ୱ ଏବେ ମହଙ୍ଗା ନିଆଁରେ ଜଳୁଛି।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ତେଲଠାରୁ ଆରମ୍ଭ କରି ଚିକେନ୍ ପର୍ଯ୍ୟନ୍ତ ସବୁ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ କ୍ୟାଟରିଂ ବ୍ୟବସାୟ ସହ ଜଡିତ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ଦର ବୃଦ୍ଧି କରିବାକୁ ପଡିବ। ଏହି କାରଣରୁ ଖାଦ୍ୟ ସାମଗ୍ରୀ ପାଇଁ ଲୋକଙ୍କୁ ୧୦-୨୦ ପ୍ରତିଶତ ଅଧିକ ଅର୍ଥ ବ୍ୟୟ କରିବାକୁ ପଡିବ। ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ସମାନ ପରିମାଣର ଦ୍ରବ୍ୟ ପାଇଁ ଅଧିକ ଦେୟ ଦେବାକୁ ପଡିବ କିମ୍ବା ସେମାନଙ୍କ ଖାଦ୍ୟ ଖାଇବା କମାଇବାକୁ ପଡିବ। ସେହିପରି ଲେବାନନରେ ମିଳିତ ଜାତିସଂଘର ଖାଦ୍ୟ କାର୍ଯ୍ୟକ୍ରମ ଲୋକଙ୍କୁ ଖାଦ୍ୟ କିଣିବା ପାଇଁ ନଗଦ ଅର୍ଥ ପ୍ରଦାନ କରୁଛି। ବେରୁଟ ଭିତ୍ତିକ ଟ୍ରେସି ସାଲିବା କୁହନ୍ତି, ଏହି ଅର୍ଥରେ ସେ ବର୍ତ୍ତମାନ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଖାଦ୍ୟ କିଣୁଛନ୍ତି। ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ସୁଦାନରେ ବର୍ତ୍ତମାନ ଭୟଙ୍କର ପରିସ୍‌ତିତି ଉପୁଜିଛି। ସେଠାରେ ଚଳିତବର୍ଷ ମୁଦ୍ରାସ୍ଫୀତି ୨୪୫ ପ୍ରତିଶତର ଉଚ୍ଚତମ ସ୍ତରରେ ପହଞ୍ଚିଛି। ଏଥିସହିତ ଇରାନରେ ମେ’ ମାସରେ ଚିକେନ୍, ଅଣ୍ଡା ଏବଂ କ୍ଷୀର ମୂଲ୍ୟ ୩୦୦ ପ୍ରତିଶତ ବୃଦ୍ଧି ପାଇଛି। ଦୁର୍ଭିକ୍ଷ, ଯୋଗାଣ ଶୃଙ୍ଖଳା ସମସ୍ୟା, ଉଚ୍ଚ ଶକ୍ତି ଏବଂ ସାର ମୂଲ୍ୟ ଯୋଗୁଁ ଖାଦ୍ୟ ମୂଲ୍ୟ ସାରା ବିଶ୍ୱରେ ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ ଅଧିକାଂଶ ବିକାଶଶୀଳ ଦେଶର ନିମ୍ନ ବର୍ଗର ଲୋକଙ୍କ ଉପରେ ପଡୁଛି। ଏମିତିକି ସେଠାରେ ଲୋକଙ୍କୁ ପେଟପୁରା ଖାଇବାକୁ ଦେବା କଷ୍ଟକର ହୋଇପଡିଛି।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

25 Jul 2022 By The Sakala

ସମଗ୍ର ବିଶ୍ୱରେ ଆକାଶଛୁଆଁ ହେବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର, ଭୋକ ଉପାସରେ କଟୁଛି ଦିନ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଆକାଶଛୁଆଁ ହେବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ବଢ଼ିଛି ପରିବାରର ବଜେଟ୍‌। ଏଥିଯୋଗୁ ଗରିବ ଲୋକେ ନାନା ହଇରାଣ ହରକତର ଶିକାର ହେଉଛନ୍ତି। କେବଳ ଯେ ଅନୁନ୍ନତ ଆଉ ବିକାଶଶୀଳ ରାଷ୍ଟ୍ର ଏହି ଉଚ୍ଚ ଦରବୃଦ୍ଧି ଜନିତ ସମସ୍ୟା ସହ ଯୁଝୁଛନ୍ତି ତା’ ନୁହେଁ। ସିଙ୍ଗାପୁର ପରି ଏକ ଉନ୍ନତ ଅର୍ଥନୀତି ଥିବା ଦେଶ ମଧ୍ୟ ଏଥିରେ ପ୍ରଭାବିତ। ଘରୋଇ ଭାବେ ସାମଗ୍ରୀର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶ ଏବେ ଖାଦ୍ୟ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଗତ ମାସରେ ମାଲେସିଆ ଜୀବନ୍ତ ବ୍ରଏଲର ଚିକେନ୍ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲା। ମାଲେସିଆରୁ ବହୁ ସଂଖ୍ୟକ କୁକୁଡ଼ା ଆମଦାନୀ କରୁଥିବା ସିଙ୍ଗାପୁର ମଧ୍ୟ ଏହି ନିଷ୍ପତ୍ତି ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନ ଏଭଳି ଉଚ୍ଚ ମୁଦ୍ରାସ୍ଫୀତି ଜନିତ ପରିସ୍ଥିତି ଯୋଗୁ ସାରା ବିଶ୍ୱ ଏବେ ମହଙ୍ଗା ନିଆଁରେ ଜଳୁଛି।

ତେଲଠାରୁ ଆରମ୍ଭ କରି ଚିକେନ୍ ପର୍ଯ୍ୟନ୍ତ ସବୁ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ କ୍ୟାଟରିଂ ବ୍ୟବସାୟ ସହ ଜଡିତ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ଦର ବୃଦ୍ଧି କରିବାକୁ ପଡିବ। ଏହି କାରଣରୁ ଖାଦ୍ୟ ସାମଗ୍ରୀ ପାଇଁ ଲୋକଙ୍କୁ ୧୦-୨୦ ପ୍ରତିଶତ ଅଧିକ ଅର୍ଥ ବ୍ୟୟ କରିବାକୁ ପଡିବ। ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ସମାନ ପରିମାଣର ଦ୍ରବ୍ୟ ପାଇଁ ଅଧିକ ଦେୟ ଦେବାକୁ ପଡିବ କିମ୍ବା ସେମାନଙ୍କ ଖାଦ୍ୟ ଖାଇବା କମାଇବାକୁ ପଡିବ। ସେହିପରି ଲେବାନନରେ ମିଳିତ ଜାତିସଂଘର ଖାଦ୍ୟ କାର୍ଯ୍ୟକ୍ରମ ଲୋକଙ୍କୁ ଖାଦ୍ୟ କିଣିବା ପାଇଁ ନଗଦ ଅର୍ଥ ପ୍ରଦାନ କରୁଛି। ବେରୁଟ ଭିତ୍ତିକ ଟ୍ରେସି ସାଲିବା କୁହନ୍ତି, ଏହି ଅର୍ଥରେ ସେ ବର୍ତ୍ତମାନ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଖାଦ୍ୟ କିଣୁଛନ୍ତି। ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ସୁଦାନରେ ବର୍ତ୍ତମାନ ଭୟଙ୍କର ପରିସ୍‌ତିତି ଉପୁଜିଛି। ସେଠାରେ ଚଳିତବର୍ଷ ମୁଦ୍ରାସ୍ଫୀତି ୨୪୫ ପ୍ରତିଶତର ଉଚ୍ଚତମ ସ୍ତରରେ ପହଞ୍ଚିଛି। ଏଥିସହିତ ଇରାନରେ ମେ’ ମାସରେ ଚିକେନ୍, ଅଣ୍ଡା ଏବଂ କ୍ଷୀର ମୂଲ୍ୟ ୩୦୦ ପ୍ରତିଶତ ବୃଦ୍ଧି ପାଇଛି। ଦୁର୍ଭିକ୍ଷ, ଯୋଗାଣ ଶୃଙ୍ଖଳା ସମସ୍ୟା, ଉଚ୍ଚ ଶକ୍ତି ଏବଂ ସାର ମୂଲ୍ୟ ଯୋଗୁଁ ଖାଦ୍ୟ ମୂଲ୍ୟ ସାରା ବିଶ୍ୱରେ ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ ଅଧିକାଂଶ ବିକାଶଶୀଳ ଦେଶର ନିମ୍ନ ବର୍ଗର ଲୋକଙ୍କ ଉପରେ ପଡୁଛି। ଏମିତିକି ସେଠାରେ ଲୋକଙ୍କୁ ପେଟପୁରା ଖାଇବାକୁ ଦେବା କଷ୍ଟକର ହୋଇପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp