ବିଶ୍ୱ ବ୍ୟାଙ୍କ ମୁଖ୍ୟଙ୍କ ଚେତାବନୀ: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଆଣିବ ମାନ୍ଦାବସ୍ଥା

The Sakala Picture
Published On

ୱାଶିଂଟନ୍‌(ଏଜେନ୍ସି): ବିଶ୍ୱ ବ୍ୟାଙ୍କ ମୁଖ୍ୟଙ୍କ ଚେତାବନୀ ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଇତିମଧ୍ୟରେ ତିନି ମାସ ଟପିଗଲାଣି। ଏହି ଯୁଦ୍ଧ ଏବେ ସାରା ବିଶ୍ୱକୁ ପ୍ରଭାବିତ କରିବାକୁ ଯାଉଛି। ଯୁଦ୍ଧ ବନ୍ଦ ହେବାର ନାମ ଧରୁନାହିଁ। ଏହି ଯୁଦ୍ଧ ବିଶ୍ୱରେ ମାନ୍ଦାବସ୍ଥା ଆଣିବ ବୋଲି ବିଶ୍ୱ ବ୍ୟାଙ୍କ ମୁଖ୍ୟ ଚେତାବନୀ ଦେଇଛନ୍ତି। ଯୁଦ୍ଧ ପ୍ରଭାବରେ ସାରା ବିଶ୍ୱରେ ଖାଦ୍ୟ, ଶକ୍ତି, ସାର ଦର ବୃଦ୍ଧି ପାଇଥିବାରୁ ଏହା ମାନ୍ଦାବସ୍ଥା ସୃଷ୍ଟି କରିବ ବୋଲି ବିଶ୍ୱ ବ୍ୟାଙ୍କ ସତର୍କ […]

ୱାଶିଂଟନ୍‌(ଏଜେନ୍ସି): ବିଶ୍ୱ ବ୍ୟାଙ୍କ ମୁଖ୍ୟଙ୍କ ଚେତାବନୀ ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଇତିମଧ୍ୟରେ ତିନି ମାସ ଟପିଗଲାଣି। ଏହି ଯୁଦ୍ଧ ଏବେ ସାରା ବିଶ୍ୱକୁ ପ୍ରଭାବିତ କରିବାକୁ ଯାଉଛି। ଯୁଦ୍ଧ ବନ୍ଦ ହେବାର ନାମ ଧରୁନାହିଁ। ଏହି ଯୁଦ୍ଧ ବିଶ୍ୱରେ ମାନ୍ଦାବସ୍ଥା ଆଣିବ ବୋଲି ବିଶ୍ୱ ବ୍ୟାଙ୍କ ମୁଖ୍ୟ ଚେତାବନୀ ଦେଇଛନ୍ତି। ଯୁଦ୍ଧ ପ୍ରଭାବରେ ସାରା ବିଶ୍ୱରେ ଖାଦ୍ୟ, ଶକ୍ତି, ସାର ଦର ବୃଦ୍ଧି ପାଇଥିବାରୁ ଏହା ମାନ୍ଦାବସ୍ଥା ସୃଷ୍ଟି କରିବ ବୋଲି ବିଶ୍ୱ ବ୍ୟାଙ୍କ ସତର୍କ କରାଇଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ବିଶ୍ୱ ମାନ୍ଦାବସ୍ଥା ପ୍ରସଙ୍ଗରେ ବଢ଼ୁଥିବା ବିପଦକୁ ନେଇ ଚେତାବନୀ ଦେଇ ବିଶ୍ୱ ବ୍ୟାଙ୍କ ମୁଖ୍ୟ ଡେଭିଡ୍‌ ମାଲ୍‌ପସ୍‌ କହିଛନ୍ତି ଯେ, ଯେତେବେଳେ ଆମେ ବିଶ୍ୱ ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ଦେଖୁ ସେତେବେଳେ ଏଭଳି ମାନ୍ଦାବସ୍ଥାକୁ କିପରି ଏଡାଇ ହେବ ତାହା ଦେଖିବା ବର୍ତ୍ତମାନ ବେଶ କଷ୍ଟକର। ଏହାର ପ୍ରଭାବରେ ବିଶ୍ୱ ଅର୍ଥନୀତିରେ ବୃହତ୍‌ ହ୍ରାସ ଘଟିପାରେ। ଏଠାରେ ସୂଚନାଯୋଗ୍ୟ ଯେ, ଗତ ମାସରେ ବିଶ୍ୱ ବ୍ୟାଙ୍କ ଚଳିତବର୍ଷ ପାଇଁ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନକୁ ୩.୨ ପ୍ରତିଶତକୁ ହ୍ରାସ କରିଛି। ମାଲପାସ୍ ଏହା ମଧ୍ୟ କହିଛନ୍ତି ଯେ ଅନେକ ୟୁରୋପୀୟ ଦେଶ ତେଲ ଏବଂ ଗ୍ୟାସ୍ ପାଇଁ ରୁଷ ଉପରେ ନିର୍ଭରଶୀଳ। ପାଶ୍ଚାତ୍ୟ ରାଷ୍ଟ୍ରମାନେ ମଧ୍ୟ ରୁଷର ଶକ୍ତି କ୍ଷେତ୍ର ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଯୋଜନା ସହିତ ଆଗକୁ ବଢ଼ୁଛନ୍ତି। ମାଲପସ୍‌ ଆମେରିକାର ଚାମ୍ବର ଅଫ୍ କମର୍ସ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ ରୁଷ ଦ୍ୱାରା ଗ୍ୟାସ୍ ଯୋଗାଣ ହ୍ରାସ କରିବା ଫଳରେ ଏହି କ୍ଷେତ୍ରରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି କରିପାରେ। ଏକ ରିପୋର୍ଟ ଅନୁଯାୟୀ ସାର, ଖାଦ୍ୟ ଏବଂ ଶକ୍ତି ଅଭାବରୁ ବିଶ୍ୱର ବିକାଶଶୀଳ ଦେଶମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି। ଚାଇନାର କେତେକ ପ୍ରମୁଖ ସହରରେ ଳକ୍‌ ଡାଉନ୍‌ ଲାଗିବା ନେଇ ମାଲପାସ୍ ଚିନ୍ତା ବ୍ୟକ୍ତ କରିଛନ୍ତି। ସାଂଘାଇର ଆର୍ଥିକ, ଉତ୍ପାଦନ ଏବଂ ସିପିଂ ହବ୍ ସମ୍ପ୍ରତି ମାନ୍ଦାବସ୍ଥା ଦେଇ ଗତି କରୁଛି। ଅନ୍ତର୍ଭୁକ୍ତ କରି ସେ କହିଛନ୍ତି ଯେ ବିଶ୍ ଉପରେ ଏହାର ପ୍ରଭାବ ବା ମନ୍ଥର ଗତି ରହିଥିବା ମାଲପସ୍‌ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର