ଜିଏସ୍‌ଟି ପରିଷଦର ସଫେଇ : ଟିକସ ହାର ବୃଦ୍ଧି, ସ୍ଲାବ ପରିବର୍ତ୍ତନ ଯୋଜନା ନାହିଁ

The Sakala Picture
Published On

ନୂଆଦିଲ୍ଲୀ : ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ଅଧୀନରେ ଟିକସ ହାର ବୃଦ୍ଧି ନେଇ ରାଜ୍ୟମାନଙ୍କଠାରୁ ମତାମତ ଲୋଡ଼ିବା ପ୍ରସଙ୍ଗରେ ଜିଏସ୍‌ଟି ପରିଷଦ ଆଜି ସଫେଇ ଦେଇଛି। ସୂଚନାନୁସାରେ, ଜିଏସ୍‌ଟି ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ନ୍ତା କରୁଥିବା ମନ୍ତ୍ରୀସ୍ତରୀୟ କମିଟି ନିକଟରେ ଜିଏସ୍‌ଟି ପରିଷଦ ଏହାର ରିପୋର୍ଟ ଦାଖଲ କରିବାର ଅଛି। ରିପୋର୍ଟ ଦାଖଲ କରାଯିବା ପରେ ହିଁ ଜିଏସଟି ପରିଷଦ ଟିକସ ହାର ଉପରେ କୌଣସି ନିଷ୍ପତ୍ତି ନେବ। ଟିକସ ହାର ବୃଦ୍ଧି […]

ନୂଆଦିଲ୍ଲୀ : ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ଅଧୀନରେ ଟିକସ ହାର ବୃଦ୍ଧି ନେଇ ରାଜ୍ୟମାନଙ୍କଠାରୁ ମତାମତ ଲୋଡ଼ିବା ପ୍ରସଙ୍ଗରେ ଜିଏସ୍‌ଟି ପରିଷଦ ଆଜି ସଫେଇ ଦେଇଛି। ସୂଚନାନୁସାରେ, ଜିଏସ୍‌ଟି ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ନ୍ତା କରୁଥିବା ମନ୍ତ୍ରୀସ୍ତରୀୟ କମିଟି ନିକଟରେ ଜିଏସ୍‌ଟି ପରିଷଦ ଏହାର ରିପୋର୍ଟ ଦାଖଲ କରିବାର ଅଛି। ରିପୋର୍ଟ ଦାଖଲ କରାଯିବା ପରେ ହିଁ ଜିଏସଟି ପରିଷଦ ଟିକସ ହାର ଉପରେ କୌଣସି ନିଷ୍ପତ୍ତି ନେବ। ଟିକସ ହାର ବୃଦ୍ଧି ପାଇଁ ଜିଏସଟି ପରିଷଦ ରାଜ୍ୟଗୁଡ଼ିକର ମତାମତ ଲୋଡିନାହିଁ। ଏହାବ୍ୟତୀତ, ଅଧାରୁ ଅଧିକ ଦ୍ରବ୍ୟକୁ ୨୮ ପ୍ରତିଶତ ସର୍ବୋଚ୍ଚ ଜିଏସ୍‌ଟି ସ୍ଲାବକୁ ସ୍ଥାନାନ୍ତର କରିବାକୁ କୌଣସି ପ୍ରସ୍ତାବ ନାହିଁ ।

ଗତବର୍ଷ ଜିଏସ୍‌ଟି ପରିଷଦ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମାଇଙ୍କ ନେତୃତ୍ୱରେ ରାଜ୍ୟ ମନ୍ତ୍ରୀମାନଙ୍କର ଏକ କମିଟି ଗଠନ କରିଥିଲା। ରାଜ୍ୟ ମନ୍ତ୍ରୀଙ୍କ ଏହି କମିଟି ଟିକସ ହାରକୁ ଯୁକ୍ତିଯୁକ୍ତ କରି ରାଜସ୍ୱ ବୃଦ୍ଧି କରିବାର ଉପାୟ ନେଇ ପରାମର୍ଶ ଦେବ। ଏହାପୂର୍ବରୁ କେନ୍ଦ୍ର ସରକାର ଗଣମାଧ୍ୟମର ଏକ ରିପୋର୍ଟକୁ ଖାରଜ କରିଦେଇଛନ୍ତି ଯେଉଁଥିରେ ଜିଏସ୍‌ଟି ପରିଷଦ ପାଞ୍ଚ ପ୍ରତିଶତ ଟିକସ ସ୍ଲାବରେ ଆସୁଥିବା ସାମଗ୍ରୀକୁ ଆଠ ପ୍ରତିଶତକୁ ଆଣିବାକୁ ପ୍ରସ୍ତୁତି ଚଳାଇଥିବା ପ୍ରକାଶ ପାଇଥିଲା। ହେଉଛି। ଆସନ୍ତା ମାସର ମଧ୍ୟଭାଗରେ ଜିଏସ୍‌ଟି ପରିଷଦର ବୈଠକ ଅନୁଷ୍ଠିତ ହେବ। ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ବୈଠକରେ ପାଞ୍ଚ ପ୍ରତିଶତ ଟିକସ ସ୍ଲାବରେ ଆସୁଥିବା ଦ୍ରବ୍ରଗୁଡ଼ିକୁ ତିନି ଏବଂ ଆଠ ପ୍ରତିଶତ ସ୍ଲାବ୍‌ରେ ଆଣିବାକୁ ପରିଷଦ ପ୍ରସ୍ତାବ ଉପରେ ବିଚାର କରିପାରେ।

ରବିବାର ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ଯେ ଏହି ପ୍ରସ୍ତାବ ଅନୁଯାୟୀ ବହୁ ଉପଭୋକ୍ତା ସାମଗ୍ରୀକୁ ତିନି ପ୍ରତିଶତ ଟିକସ ସ୍ଲାବରେ ରଖାଯିବ ଏବଂ ଅବଶିଷ୍ଟ ସାମଗ୍ରୀଗୁଡିକୁ ଆଠ ପ୍ରତିଶତ ସ୍ଲାବରେ ରଖାଯିବ। ବର୍ତ୍ତମାନ ଜିଏସ୍ଟିରେ ଚାରୋଟି ଟ୍ୟାକ୍ସ ସ୍ଲାବ (୫,୮, ୧୨, ଏବଂ ୨୮ ପ୍ରତିଶତ) ରହିଛି। ଏହାବ୍ୟତୀତ ସୁନା ଓ ସୁନା ଅଳଙ୍କାର କ୍ଷେତ୍ରରେ ତିନି ପ୍ରତିଶତ ଜିଏସ୍‌ଟି ହାର ଲାଗୁ କରାଯାଉଛି। ଏଠାରେ ସୂଚନାଯୋଗ୍ୟ ଯେ, ଜିଏସ୍‌ଟି ପରିଷଦ କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗଠିତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର