ବଦଳିଲା ବ୍ଯାଙ୍କ ଲକର ନିୟମ: ଚୋରି ହେଲେ ମିଳିବ କ୍ଷତିପୂରଣ

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ବ୍ୟାଙ୍କ ଗ୍ରାହକଙ୍କୁ ଧ୍ୟାନରେ ରଖ୍ ନୂଆ ନୂଆ ନିୟମ ଅଣାଯାଇଛି। ନିକଟରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଋଣ ପ୍ରଦାନ ନିୟମରେ ପରିବର୍ତ୍ତନ ଏବେ ଆରବିଆଇ ବ୍ୟାଙ୍କ ଲକରକୁ ନେଇ ନିୟମ ବଦଳାଇଛି। ଏହି ଅନୁଯାୟୀ, ଯଦି ଆପଣ କୌଣସି ବ୍ୟାଙ୍କରେ ଲକର ଖୋଲିଛନ୍ତି କିମ୍ବା ଖୋଲିବାକୁ ଯୋଜନା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଜାଣିବା ନିହାତି ଜରୁରୀ। ରିଜର୍ଭ ବ୍ୟାଙ୍କ ଏକ ବିଜ୍ଞପ୍ତି ଜାରି କରି ନୂଆ […]

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ବ୍ୟାଙ୍କ ଗ୍ରାହକଙ୍କୁ ଧ୍ୟାନରେ ରଖ୍ ନୂଆ ନୂଆ ନିୟମ ଅଣାଯାଇଛି। ନିକଟରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଋଣ ପ୍ରଦାନ ନିୟମରେ ପରିବର୍ତ୍ତନ ଏବେ ଆରବିଆଇ ବ୍ୟାଙ୍କ ଲକରକୁ ନେଇ ନିୟମ ବଦଳାଇଛି। ଏହି ଅନୁଯାୟୀ, ଯଦି ଆପଣ କୌଣସି ବ୍ୟାଙ୍କରେ ଲକର ଖୋଲିଛନ୍ତି କିମ୍ବା ଖୋଲିବାକୁ ଯୋଜନା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଜାଣିବା ନିହାତି ଜରୁରୀ।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ରିଜର୍ଭ ବ୍ୟାଙ୍କ ଏକ ବିଜ୍ଞପ୍ତି ଜାରି କରି ନୂଆ ବ୍ୟାଙ୍କ ଲକର ନିୟମ ୨୦୨୨ ଜାନୁଆରୀ ପହିଲାଠାରୁ ଲାଗୁ କରିବାକୁ କହିଛି। ବ୍ୟାଙ୍କରେ ଲକର ସୁବିଧା ନେଉଥିବା ଗ୍ରାହକଙ୍କ ଅଭିଯୋଗ ଉପରେ ଆରବିଆଇ ଏହି ନିୟମ ଜାରି କରିଛି । ନୂଆ ନିୟମ ଲାଗୁ କରିବାର ଫାଇଦା ବ୍ୟାଙ୍କ ଗ୍ରାହକଙ୍କୁ ମିଳିବ । ଅଧିକାଂଶ ସମୟରେ ବ୍ୟାଙ୍କ ଲକରରୁ ଚୋରି ହେବାର ଅଭିଯୋଗ ଆସିଥାଏ । ଏହି ନୂଆ ନିୟମ ଲାଗୁ କରାଯିବା ପରେ ବ୍ୟାଙ୍କ  ଲକରରୁ କିଛି ବି ଚୋରି ହେଲେ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଲକର ଭଡାର ୧୦୦ ଗୁଣ କ୍ଷତିପୂରଣ ଦିଆଯିବ। ଏହା ପୂର୍ବରୁ ବ୍ୟାଙ୍କ ଲକରରୁ ଚୋରି ହେଲେ ବ୍ୟାଙ୍କ ସଫାସଫା କହିଦେଉଥିଲା।  ଏହି ଘଟଣା ପାଇଁ ବ୍ୟାଙ୍କ ଦାୟୀ ନୁହେଁ ବୋଲି ବ୍ୟାଙ୍କ କହୁଥିଲା।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

ଆରବିଆଇ ଏହା ମଧ୍ୟ କହିଛି ଯେ, ବ୍ୟାଙ୍କଗୁଡିକୁ ଖାଲି ଲକରର ତାଲିକା, ଲକର ପାଇଁ ୱେଟିଂ ତାଲିକା ନମ୍ବର ଡିସ୍‌ କରିବାକୁ ପଡିବ । ଏହାଦ୍ଵାରା ଲକର  ସିଷ୍ଟମରେ ଅଧିକ ସ୍ଵଚ୍ଛତା ଆସିବ ବୋଲି ଆଶା କରାଯାଉଛି। ଆରବିଆଇ କହିବା ଅନୁଯାୟୀ, ବ୍ୟାଙ୍କ ଗ୍ରାହକଙ୍କୁ ଅନ୍ଧାରରେ ରଖିପାରିବନାହିଁ। ସଠିକ୍ ସୂଚନା ପାଇବା ଗ୍ରାହକଙ୍କ ଅଧିକାର । ଏବେ ଯେତେବେଳେ ବି ଆପଣ ଆପଣଙ୍କ ଲକର୍‌ ଆକ୍‌ସେସ୍ କରିବେ ବ୍ୟାଙ୍କ ଜରିଆରେ ଆପଣଙ୍କୁ ଇ-ମେଲ୍ କିମ୍ବା ମେସେଜ୍ ଜରିଆରେ ଆଲର୍ଟ କରାଯିବ। ନୂଆ ନିୟମାନୁସାରେ ବ୍ୟାଙ୍କକୁ ସର୍ବାଧିକ ୩ ବର୍ଷର ଭଡା ଦେବାର ଅଧିକାର ରହିଛି। ଲକର ରୁମ୍‌କୁ ଏବେ ସିସିଟିଭି ଜଗିବା ଜରୁରୀ। ଏହାସହ ସିସିଟିଭି ଫୁଟେଜ୍‌ର ଡାଟା ୧୮୦ ଦିନ ପର୍ଯ୍ୟନ୍ତ ରଖାଯିବ । ଏହାଫଳରେ ଚୋରି କିମ୍ବା ଅନ୍ୟ କୌଣସି ଅଭିଯୋଗ ଆସିଲେ ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିପାରିବ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନିୟମରେ ବଡ଼ ପରିବର୍ତ୍ତନ, ଏବେ ୧୦ କୋଟି ପରିବାରକୁ ମିଳିବ କେବଳ ୪ଟି ସବସିଡି ସିଲିଣ୍ଡର

22 Apr 2022 By The Sakala

ବଦଳିଲା ବ୍ଯାଙ୍କ ଲକର ନିୟମ: ଚୋରି ହେଲେ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ବ୍ୟାଙ୍କ ଗ୍ରାହକଙ୍କୁ ଧ୍ୟାନରେ ରଖ୍ ନୂଆ ନୂଆ ନିୟମ ଅଣାଯାଇଛି। ନିକଟରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଋଣ ପ୍ରଦାନ ନିୟମରେ ପରିବର୍ତ୍ତନ ଏବେ ଆରବିଆଇ ବ୍ୟାଙ୍କ ଲକରକୁ ନେଇ ନିୟମ ବଦଳାଇଛି। ଏହି ଅନୁଯାୟୀ, ଯଦି ଆପଣ କୌଣସି ବ୍ୟାଙ୍କରେ ଲକର ଖୋଲିଛନ୍ତି କିମ୍ବା ଖୋଲିବାକୁ ଯୋଜନା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଜାଣିବା ନିହାତି ଜରୁରୀ।

ରିଜର୍ଭ ବ୍ୟାଙ୍କ ଏକ ବିଜ୍ଞପ୍ତି ଜାରି କରି ନୂଆ ବ୍ୟାଙ୍କ ଲକର ନିୟମ ୨୦୨୨ ଜାନୁଆରୀ ପହିଲାଠାରୁ ଲାଗୁ କରିବାକୁ କହିଛି। ବ୍ୟାଙ୍କରେ ଲକର ସୁବିଧା ନେଉଥିବା ଗ୍ରାହକଙ୍କ ଅଭିଯୋଗ ଉପରେ ଆରବିଆଇ ଏହି ନିୟମ ଜାରି କରିଛି । ନୂଆ ନିୟମ ଲାଗୁ କରିବାର ଫାଇଦା ବ୍ୟାଙ୍କ ଗ୍ରାହକଙ୍କୁ ମିଳିବ । ଅଧିକାଂଶ ସମୟରେ ବ୍ୟାଙ୍କ ଲକରରୁ ଚୋରି ହେବାର ଅଭିଯୋଗ ଆସିଥାଏ । ଏହି ନୂଆ ନିୟମ ଲାଗୁ କରାଯିବା ପରେ ବ୍ୟାଙ୍କ  ଲକରରୁ କିଛି ବି ଚୋରି ହେଲେ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଲକର ଭଡାର ୧୦୦ ଗୁଣ କ୍ଷତିପୂରଣ ଦିଆଯିବ। ଏହା ପୂର୍ବରୁ ବ୍ୟାଙ୍କ ଲକରରୁ ଚୋରି ହେଲେ ବ୍ୟାଙ୍କ ସଫାସଫା କହିଦେଉଥିଲା।  ଏହି ଘଟଣା ପାଇଁ ବ୍ୟାଙ୍କ ଦାୟୀ ନୁହେଁ ବୋଲି ବ୍ୟାଙ୍କ କହୁଥିଲା।

ଆରବିଆଇ ଏହା ମଧ୍ୟ କହିଛି ଯେ, ବ୍ୟାଙ୍କଗୁଡିକୁ ଖାଲି ଲକରର ତାଲିକା, ଲକର ପାଇଁ ୱେଟିଂ ତାଲିକା ନମ୍ବର ଡିସ୍‌ କରିବାକୁ ପଡିବ । ଏହାଦ୍ଵାରା ଲକର  ସିଷ୍ଟମରେ ଅଧିକ ସ୍ଵଚ୍ଛତା ଆସିବ ବୋଲି ଆଶା କରାଯାଉଛି। ଆରବିଆଇ କହିବା ଅନୁଯାୟୀ, ବ୍ୟାଙ୍କ ଗ୍ରାହକଙ୍କୁ ଅନ୍ଧାରରେ ରଖିପାରିବନାହିଁ। ସଠିକ୍ ସୂଚନା ପାଇବା ଗ୍ରାହକଙ୍କ ଅଧିକାର । ଏବେ ଯେତେବେଳେ ବି ଆପଣ ଆପଣଙ୍କ ଲକର୍‌ ଆକ୍‌ସେସ୍ କରିବେ ବ୍ୟାଙ୍କ ଜରିଆରେ ଆପଣଙ୍କୁ ଇ-ମେଲ୍ କିମ୍ବା ମେସେଜ୍ ଜରିଆରେ ଆଲର୍ଟ କରାଯିବ। ନୂଆ ନିୟମାନୁସାରେ ବ୍ୟାଙ୍କକୁ ସର୍ବାଧିକ ୩ ବର୍ଷର ଭଡା ଦେବାର ଅଧିକାର ରହିଛି। ଲକର ରୁମ୍‌କୁ ଏବେ ସିସିଟିଭି ଜଗିବା ଜରୁରୀ। ଏହାସହ ସିସିଟିଭି ଫୁଟେଜ୍‌ର ଡାଟା ୧୮୦ ଦିନ ପର୍ଯ୍ୟନ୍ତ ରଖାଯିବ । ଏହାଫଳରେ ଚୋରି କିମ୍ବା ଅନ୍ୟ କୌଣସି ଅଭିଯୋଗ ଆସିଲେ ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp