ଆର୍ବିଆଇର ମୁଦ୍ରାନୀତି ସମୀକ୍ଷା ବୈଠକ ; ସୁଧହାର ଅପରିବର୍ତ୍ତିତ
ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଏହାର ତିନିଦିନିଆ ମୁଦ୍ରାନୀତି କମିଟି(ଏମ୍ପିସି) ସମୀକ୍ଷା ବୈଠକରେ ତା’ର ପ୍ରମୁଖ ସୁଧହାରକୁ ଅପରିବର୍ତ୍ତିତ ରଖୀଛି। କ୍ରମାଗତ ଭାବେ ୧୧ ଥର ପାଇଁ ଆର୍ବିଆଇ ରେପୋ ହାରରେ କୌଣସି ପରିବର୍ତ୍ତନ ଘଟାଇନାହିଁ। ଫଳରେ ଇଏମ୍ଆଇରେ ଗ୍ରାହକଙ୍କୁ କୌଣସି ଆଶ୍ବସ୍ତି ମିଳି ନଥିବାବେଳେ ଆଗକୁ ମହଙ୍ଗା ମାଡ଼ ଜୋରଦାର ହେବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଚେତାଇ ଦେଇଛି। ଚଳିତଥର ବୈଠକରେ ମୁଦ୍ରାସ୍ଫୀତି ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିଲା। ୨୦୨୨-୨୩ ଆର୍ଥିକବର୍ଷ ପାଇଁ […]
ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଏହାର ତିନିଦିନିଆ ମୁଦ୍ରାନୀତି କମିଟି(ଏମ୍ପିସି) ସମୀକ୍ଷା ବୈଠକରେ ତା’ର ପ୍ରମୁଖ ସୁଧହାରକୁ ଅପରିବର୍ତ୍ତିତ ରଖୀଛି। କ୍ରମାଗତ ଭାବେ ୧୧ ଥର ପାଇଁ ଆର୍ବିଆଇ ରେପୋ ହାରରେ କୌଣସି ପରିବର୍ତ୍ତନ ଘଟାଇନାହିଁ। ଫଳରେ ଇଏମ୍ଆଇରେ ଗ୍ରାହକଙ୍କୁ କୌଣସି ଆଶ୍ବସ୍ତି ମିଳି ନଥିବାବେଳେ ଆଗକୁ ମହଙ୍ଗା ମାଡ଼ ଜୋରଦାର ହେବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଚେତାଇ ଦେଇଛି। ଚଳିତଥର ବୈଠକରେ ମୁଦ୍ରାସ୍ଫୀତି ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିଲା।
୨୦୨୨-୨୩ ଆର୍ଥିକବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ପୂର୍ବାନୁମାନରେ ହ୍ରାସ ଘଟାଯାଇଥିବା ବୈଠକରେ ଅଧ୍ୟକ୍ଷତା କରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ତେଲ ଦର ବଢ଼ିବା ବଡ଼ ଚିନ୍ତାର ବିଷୟ। ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି ଏବଂ ଅଭିବୃଦ୍ଧି ହାର ହ୍ରାସ ପାଉଛି। ଏଭଳି ପରିସ୍ଥିତିରେ ଆମ ଆଗରେ ଏବେ ଦୁଇଟି ଆହ୍ବାନ ରହିଛି। ଏଣିକି ଡେବିଟ୍ କାର୍ଡ ବିନା ଗ୍ରାହକ ଯେ କୌଣସି ଏଟିଏମରୁ ଟଙ୍କା ଉଠାଇପାରିବେ ବୋଲି ଆର୍ବିଆଇ ଘୋଷଣା କରିଛି।