ବିଏସ୍ଏନ୍ଏଲର ମେଗା ପ୍ଲାନ: ଅନ୍ଯ ଟେଲିକମ କମ୍ପାନୀଙ୍କ ପାଇଁ ସାଜିବ ମୁଣ୍ଡବିନ୍ଧାର କାରଣ
ନୂଆଦିଲ୍ଲୀ: ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଏହାର ଉପଭୋକ୍ତାମାନଙ୍କ ଲାଗି ଆଣିଛି ସବୁଠାରୁ ଆକର୍ଷଣୀୟ ମେଗା ପ୍ଲାନ୍। ଏଥିରେ ରହିଛି ସୁଲଭ ୩୦ ଦିନର ପ୍ରି ପେଡ୍ ଯୋଜନା ଯାହା ଏବେ ପ୍ରତିଦ୍ବନ୍ଦୀ ଟେଲିକମ୍ କମ୍ପାନୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ବିଏସ୍ଏନ୍ଏଲ୍ ପକ୍ଷରୁ ସମ୍ପ୍ରତି ଘୋଣୋ କରାଯାଇଥିବା ୧୬ ଏବଂ ୨୪୭ ଟଙ୍କିଆ ସହ ଅନ୍ୟାନ୍ୟ ମୂଲ୍ୟର ପ୍ଲାନ୍ଗୁଡିକ ଏବେ ଗ୍ରାହକଙ୍କୁ ଅଧିକ ଆକର୍ଷଣ କରିବ କି ସେ ନେଇ ଅନ୍ୟ ଟେଲିକମ୍ କମ୍ପାନୀ ଚିନ୍ତିତ […]
ନୂଆଦିଲ୍ଲୀ: ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଏହାର ଉପଭୋକ୍ତାମାନଙ୍କ ଲାଗି ଆଣିଛି ସବୁଠାରୁ ଆକର୍ଷଣୀୟ ମେଗା ପ୍ଲାନ୍। ଏଥିରେ ରହିଛି ସୁଲଭ ୩୦ ଦିନର ପ୍ରି ପେଡ୍ ଯୋଜନା ଯାହା ଏବେ ପ୍ରତିଦ୍ବନ୍ଦୀ ଟେଲିକମ୍ କମ୍ପାନୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ବିଏସ୍ଏନ୍ଏଲ୍ ପକ୍ଷରୁ ସମ୍ପ୍ରତି ଘୋଣୋ କରାଯାଇଥିବା ୧୬ ଏବଂ ୨୪୭ ଟଙ୍କିଆ ସହ ଅନ୍ୟାନ୍ୟ ମୂଲ୍ୟର ପ୍ଲାନ୍ଗୁଡିକ ଏବେ ଗ୍ରାହକଙ୍କୁ ଅଧିକ ଆକର୍ଷଣ କରିବ କି ସେ ନେଇ ଅନ୍ୟ ଟେଲିକମ୍ କମ୍ପାନୀ ଚିନ୍ତିତ ।
କିଛି ମାସ ହେବ ଟେଲିକମ୍ କମ୍ପାନୀଗୁଡିକ ଯେଉଁଭଳି ଭାବେ ଟାରିଫ୍ ମୂଲ୍ୟରେ ବୃଦ୍ଧି ଘଟାଇଛନ୍ତି ତାହା ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଭଳି ସମୟରେ ବିଏସ୍ଏନ୍ଏଲ୍ର ଆକର୍ଷଣୀୟ ମେଗା ପ୍ଲାନ୍ ଉପଭୋକ୍ତାଙ୍କୁ ଆଶ୍ବସ୍ତ କରିଛି। ଟାରିଫ୍ ମୂଲ୍ୟ ବୃଦ୍ଧି ହେତୁ ରିଲାଏନ୍ସ ଜିଓ ଭଳି କମ୍ପାନୀ ଏହାର ଗ୍ରାହକଙ୍କ ସଂଖ୍ୟାରେ ହ୍ରାସର ସମ୍ମୁଖୀନ ହୋଇଛି। ଉପଭୋକ୍ତାଙ୍କୁ ପୂର୍ବ ତୁଳନାରେ ଅଧିକ ଦେୟ ଦେବାକୁ ପଡୁଛି ଏଥିଲାଗି ସେମାନେ ଅସନ୍ତୋଷ ଜାହିର କରିଛନ୍ତି ।
ରିଲାଏନ୍ସ ଜିଓ ପ୍ରାରମ୍ଭରେ ଏହାର କିଛି ସେବା ଉପଭୋକ୍ତାଙ୍କୁ ବିନା ମୂଲ୍ୟରେ ପ୍ରଦାନ କରିଥିଲା। ପରବର୍ତ୍ତୀ ସମୟରେ ଟାରିଫ୍ରେ ବୃଦ୍ଧି ଗ୍ରାହକଙ୍କୁ ବେଶ ବାଧୁଛି । ବିନା ଶୁଳ୍କରେ କେତେକ ଟେଲିକମ୍ ସେବା ଦେଇ ରିଲାଏନ୍ସ ଜିଓ ଭାରତୀୟ ଟେଲିକମ୍ ଶିଳ୍ପକୁ ବଦଳାଇ ଦେଇଛି। ଯଦି କମ୍ପାନୀ ବିନା ମୂଲ୍ୟରେ ୪ଜି ସେବା ପ୍ରଦାନ କରି ନ ଥାନ୍ତା, ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ଟେଲିକମ୍ ସମ୍ବନ୍ଧୀୟ ସେବା ଭାରତରେ ଶସ୍ତା ହୋଇ ନ ଥାନ୍ତା । ଏହା ସତ୍ତ୍ବେ ଟାରିଫ୍ ପ୍ଲାନ୍ ସହ କେତେକ ସେବା ମୂଲ୍ୟରେ ହଠାତ୍ ବୃଦ୍ଧି କମ୍ପାନୀର ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଯାହାର ଫଳ ସ୍ବରୂପ ରିଲାଏନ୍ସ ଜିଓ ୩୦ ଦିନ ମଧ୍ୟରେ ପ୍ରାୟ ୧୨ କୋଟି ଉପଭୋକ୍ତା ହରାଇଛି। ଏହି ଗ୍ରାହକମାନେ ସେମାନଙ୍କର ଜିଓ ନମ୍ବରକୁ ଭିଆଇକୁ ପୋର୍ଟ କରିଛନ୍ତି କିମ୍ବା ନମ୍ବରଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି।
ଏହାର ଅର୍ଥ ନୁହେଁ, ଅନ୍ୟ ଟେଲିକମ୍ କମ୍ପାନୀଗୁଡ଼ିକ ମଧ୍ୟ ସମାନ କ୍ଷତିର ସମ୍ମୁଖୀନ ହୋଇନାହାଁନ୍ତି, କିନ୍ତୁ ଜିଓ ତୁଳନାରେ ସେମାନେ ଏ ପର୍ଯ୍ୟନ୍ତ ଭଲ ସ୍ଥିତିରେ ଅଛନ୍ତି। କମ୍ ରିଚାର୍ଜ ମୂଲ୍ୟରେ ଅସୀମିତ ହାଇ ସ୍ପିଡ୍ ଡାଟା ଉପଭୋଗ କରିବା ସୁଯୋଗ ଦେଇଥିବା ଜିଓ ବର୍ତ୍ତମାନ ଏହାର ପ୍ରତିଦ୍ବନ୍ଦୀ କମ୍ପାନୀ ଅପେକ୍ଷା ଅଧିକ ଟାରିଫ୍ ଚାର୍ଜ କରୁଛି। ଜିଓ ଉପଭୋକ୍ତାମାନଙ୍କ ପାଇଁ ଏହା ନିଶ୍ଚିତ ଭାବରେ ସହଜ ନୁହେଁ, ଏବଂ ଜିଓ ଗ୍ରାହକମାନେ ନେଟୱର୍କ ଛାଡିବାର ଏହା ହେଉଛି ମୂଳ କାରଣ। ଏହାବ୍ୟତୀତ କ୍ରମାଗତ ହାଇ ସ୍ପିଡ୍ ଇଣ୍ଟରନେଟ୍ ଆବଶ୍ୟକ କରନ୍ତି, ଯାହା ଜିଓ ବର୍ତ୍ତମାନ ନିଶ୍ଚିତ କରିବାକୁ ଅସମର୍ଥ । ଏତେ ସଂଖ୍ୟାରେ ଗ୍ରାହକମାନେ ନେଟୱର୍କ ଛାଡିବା ପାଇଁ ମନ୍ଥର ଇଣ୍ଟରନେଟ୍ ସେବା ହେଉଛି ଦ୍ୱିତୀୟ କାରଣ । ମନ୍ଥର ଇଣ୍ଟରନେଟ୍ ସ୍ପିଡ୍ କ୍ଷେତ୍ରରେ ଜିଓ ମଧ୍ୟ ଏକ ଗୁଣାତ୍ମକ ନେଟୱାର୍କ ଯୋଗାଇବାରେ ଅସମର୍ଥ ତେଣୁ ଗ୍ରାହକ ଅନ୍ୟ ନେଟୱାର୍କକୁ ସ୍ଥାନାନ୍ତର କରିବାର ଏହା ହେଉଛି ଏକ ପ୍ରମୁଖ କାରଣ।