ଶେଷ ହେଲା ୫ଜି ନିଲାମ: ଅକ୍ଟୋବର ସୁଦ୍ଧା ୫ଜି ସେବା, ରିଲାଏନ୍ସ ଜିଓ ଶ୍ରେଷ୍ଠ ନିଲାମଧାରୀ

The Sakala Picture
Published On

ନୂଆଦିଲ୍ଲୀ:  ଅକ୍ଟୋବର ସୁଦ୍ଧା ଭାରତରେ ୫ଜି ସେବା ଆରମ୍ଭ ହେବା ନେଇ ଆଶା କରାଯାଉଛି। ପ୍ରଥମ ୫ଜି ସ୍ପେକ୍ଟ୍ରମ୍ ନିଲାମ ସୋମବାର ଶେଷ ହୋଇଛି। ଏହି ଏୟାରୱେଭ ନିଲାମରୁ କେନ୍ଦ୍ର ସରକାର ୧,୫୦,୧୭୩ କୋଟି ଟଙ୍କା ରୋଜଗାର କରିଛନ୍ତି। ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଶୀର୍ଷ ବିଡର ରହିଥିଲା। ଜିଓ ୮୮,୦୭୮ କୋଟି ଟଙ୍କାରେ ୨୪,୭୪୦ ମେଗାହର୍ଜ୍ଜର ସ୍ପେକ୍ଟ୍ରମ ହାସଲ କରିଛି | ଜିଓ ବ୍ୟତୀତ ଅନ୍ୟ ତିନୋଟି କମ୍ପାନୀ ସ୍ପେକ୍ଟ୍ରମ୍ ପାଇଁ ମଧ୍ୟ ବିଡ୍ […]

ନୂଆଦିଲ୍ଲୀ:  ଅକ୍ଟୋବର ସୁଦ୍ଧା ଭାରତରେ ୫ଜି ସେବା ଆରମ୍ଭ ହେବା ନେଇ ଆଶା କରାଯାଉଛି। ପ୍ରଥମ ୫ଜି ସ୍ପେକ୍ଟ୍ରମ୍ ନିଲାମ ସୋମବାର ଶେଷ ହୋଇଛି। ଏହି ଏୟାରୱେଭ ନିଲାମରୁ କେନ୍ଦ୍ର ସରକାର ୧,୫୦,୧୭୩ କୋଟି ଟଙ୍କା ରୋଜଗାର କରିଛନ୍ତି। ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଶୀର୍ଷ ବିଡର ରହିଥିଲା। ଜିଓ ୮୮,୦୭୮ କୋଟି ଟଙ୍କାରେ ୨୪,୭୪୦ ମେଗାହର୍ଜ୍ଜର ସ୍ପେକ୍ଟ୍ରମ ହାସଲ କରିଛି | ଜିଓ ବ୍ୟତୀତ ଅନ୍ୟ ତିନୋଟି କମ୍ପାନୀ ସ୍ପେକ୍ଟ୍ରମ୍ ପାଇଁ ମଧ୍ୟ ବିଡ୍ କରିଥିଲେ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ସୁନୀଲ ମିତ୍ତଲଙ୍କ ଭାରତୀ ଏୟାରଟେଲ ୪୩,୦୮୪ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବ୍ୟାଣ୍ଡରେ ୧୯୮୬୭ ମେଗାହର୍ଜ୍ଜର୍ ସ୍ପେକ୍ଟ୍ରମ କିଣି ଦ୍ୱିତୀୟ ସ୍ଥାନରେ ରହିଛି। ଆଦାନୀ ଗ୍ରୁପ୍ର ଆଦାନୀ ଡାଟା ନେଟୱାର୍କ ୨୧୨ କୋଟି ଟଙ୍କାରେ ୨୬ ଗିଗାହର୍ଜ୍ଜ ବ୍ୟାଣ୍ଡରେ ୪୦୦ ମେଗାହର୍ଜ୍ଜ ସ୍ପେକ୍ଟ୍ରମ ହାସଲ କରିଛି। ଭୋଡାଫୋନ୍ ଆଇଡିଆ ୧୮,୭୮୪ କୋଟି ଟଙ୍କାରେ ୨,୬୬୮ ମେଗାହର୍ଜ୍ଜ ସ୍ପେକ୍ଟ୍ରମ ହାସଲ କରିଛି। ୧.୫୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ରାଜସ୍ବ ସହ ସରକାର ଚଳିତଥର ୨୦୧୫ରେ ସ୍ଥିର ହୋଇଥିବା ସ୍ପେକ୍ଟ୍ରମ ନିଲାମ ଆୟର ପୂର୍ବ ରେକର୍ଡ ଅତିକ୍ରମ କରିଯାଇଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

ସେତେବେଳେ ସରକାର ୪ଜି ସ୍ପେକ୍ଟ୍ରମ୍ ବିକ୍ରିରୁ ୧.୦୯ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଥିଲେ। ଏଥର ନିଲାମରେ ୪.୩ ଲକ୍ଷ କୋଟି ଟଙ୍କାର ମୋଟ ୭୨ ଗିଗାହର୍ଜ୍ଜ ସ୍ପେକ୍ଟ୍ରମ ରଖାଯାଇଛି। ଏହାର ବୈଧତା ୨୦ ବର୍ଷ ହେବ। ୟୁପି-ଇଷ୍ଟ ସର୍କଲରେ ୧୮୦୦ ମେଗାହର୍ଜ୍ଜ ସ୍ପେକ୍ଟ୍ରମ ପାଇଁ ଏକ ଲମ୍ବା ବିଡିଂ ଲାଗିଥିଲା। ଏହି ସ୍ପେକ୍ଟ୍ରମର ୟୁନିଟ୍ ମୂଲ୍ୟ ୧୬୦.୫୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ଏହାର ମୂଳ ମୂଲ୍ୟ ମେଗାହର୍ଜ୍ଜ ପ୍ରତି ୯୧ କୋଟି ଟଙ୍କା ତୁଳନାରେ ପ୍ରାୟ ୭୬.୫% ଅଧିକ। ଏହି ସର୍କଲରେ ୧୦୦ ନିୟୁତ ମୋବାଇଲ୍ ଗ୍ରାହକ ରହିଛନ୍ତି। ଏଠାରେ ଏୟାରୱେଭ୍ ସମ୍ବନ୍ଧରେ ଜିଓ ଏବଂ ଏୟାରଟେଲ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା। ସୋମବାର ୫ଜି ସ୍ପେକ୍ଟ୍ରମ ପାଇଁ ୩୮ ତମ ରାଉଣ୍ଡ ବିଡିଂ ଅନୁଷ୍ଠିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

୬୦୦ ମେଗାହର୍ଜ୍ଜ,୭୦୦ ମେଗାହର୍ଜ୍ଜ,୮୦୦, ମେଗାହର୍ଜ୍। ୯୦୦ ମେଗାହର୍ଜ୍ଜ, ୧୮୦୦ ମେଗାହର୍ଜ୍ଜ, ୨୧୦୦ ମେଗାହର୍ଜ୍ଜ,୨୩୦୦ ମେଗାହର୍ଜ୍ଜ, ୨୫୦୦ ମେଗାହର୍ଜ୍ଜ, ମଧ୍ୟମ (୩୩୦୦) ଏବଂ ଉଚ୍ଚ ଫ୍ରିକ୍ୱେନ୍ସି ବ୍ୟାଣ୍ଡରେ ୨୬ ଗିଗା ହର୍ଜ୍ଜର ରେଡିଓ ତରଙ୍ଗ ପାଇଁ ଏହି ନିଲାମ କରାଯାଇଥିଲା। ଏହି ବ୍ୟାଣ୍ଡଗୁଡ଼ିକ ଅପରେଟରମାନଙ୍କୁ ସେମାନଙ୍କର ନେଟୱର୍କ କଭରେଜକୁ ମଜବୁତ କରିବାରେ ସାହାଯ୍ୟ କରିବ। ୧୦ଟି ବ୍ୟାଣ୍ଡ ମଧ୍ୟରୁ ୬୦୦ ମେଗାହର୍ଜ୍ଜ,୭୦୦ ମେଗାହର୍ଜ୍ଜ,୩.୩ ମେଗାହର୍ଜ୍ଜ ଏବଂ ୨୬ ବ୍ୟାଣ୍ଡ କେବେ ବି ଆବଣ୍ଟନ କରାଯାଇନାହିଁ।

ଆଜି ନିଲାମ ଶେଷ ହେବା ପରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସ୍ପେକ୍ଟ୍ରମ୍ ଆବଣ୍ଟନ ଅଗଷ୍ଟ ୧୦ ସୁଦ୍ଧା କରାଯିବ ଏବଂ ଅକ୍ଟୋବର ସୁଦ୍ଧା ୫ଜି ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ବୈଷ୍ଣବ କହିଛନ୍ତି ଯେ ସ୍ପେକ୍ଟ୍ରମର ଉତ୍ତମ ଉପଲବ୍ଧତା ଦେଶରେ ଟେଲିକମ୍ ସେବାରେ ଉନ୍ନତି ଆଣିବ।

ଏୟାରୱେଭ ହେଉଛି ବୈଦ୍ୟୁତିକ ଚୁମ୍ବକୀୟ ସ୍ପେକ୍ଟ୍ରମ୍ ମଧ୍ୟରେ ରେଡିଓ ଫ୍ରିକ୍ୱେନ୍ସି ଯାହା ଟେଲି ଯୋଗାଯୋଗ ସମେତ ଅନେକ ସେବା ପାଇଁ ବେତାର ଭାବରେ ସୂଚନା ବହନ କରିପାରିବ। ସରକାର ଏହି ଏୟାରୱେଭ୍ ପରିଚାଳନା ଏବଂ ଆବଣ୍ଟନ କରିଥାନ୍ତି। ସ୍ପେକ୍ଟ୍ରମ୍ କୁ ନିମ୍ନ ଫ୍ରିକ୍ୱେନ୍ସିରୁ ଉଚ୍ଚ ଫ୍ରିକ୍ୱେନ୍ସି ପର୍ଯ୍ୟନ୍ତ ବ୍ୟାଣ୍ଡରେ ବିଭକ୍ତ କରାଯାଇପାରେ। ଉଚ୍ଚ-ଫ୍ରିକ୍ୱେନ୍ସି ତରଙ୍ଗ ଅଧିକ ତଥ୍ୟ ବହନ କରେ ଏବଂ ନିମ୍ନ-ଫ୍ରିକ୍ୱେନ୍ସି ତରଙ୍ଗ ଅପେକ୍ଷା ତୀବ୍ର, କିନ୍ତୁ ସେଗୁଡିକ ସହଜରେ ଅବରୋଧ କିମ୍ବା ବାଧାପ୍ରାପ୍ତ ହୋଇପାରେ।

02 Aug 2022 By The Sakala

ଶେଷ ହେଲା ୫ଜି ନିଲାମ: ଅକ୍ଟୋବର ସୁଦ୍ଧା ୫ଜି ସେବା, ରିଲାଏନ୍ସ ଜିଓ ଶ୍ରେଷ୍ଠ ନିଲାମଧାରୀ

ନୂଆଦିଲ୍ଲୀ:  ଅକ୍ଟୋବର ସୁଦ୍ଧା ଭାରତରେ ୫ଜି ସେବା ଆରମ୍ଭ ହେବା ନେଇ ଆଶା କରାଯାଉଛି। ପ୍ରଥମ ୫ଜି ସ୍ପେକ୍ଟ୍ରମ୍ ନିଲାମ ସୋମବାର ଶେଷ ହୋଇଛି। ଏହି ଏୟାରୱେଭ ନିଲାମରୁ କେନ୍ଦ୍ର ସରକାର ୧,୫୦,୧୭୩ କୋଟି ଟଙ୍କା ରୋଜଗାର କରିଛନ୍ତି। ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଶୀର୍ଷ ବିଡର ରହିଥିଲା। ଜିଓ ୮୮,୦୭୮ କୋଟି ଟଙ୍କାରେ ୨୪,୭୪୦ ମେଗାହର୍ଜ୍ଜର ସ୍ପେକ୍ଟ୍ରମ ହାସଲ କରିଛି | ଜିଓ ବ୍ୟତୀତ ଅନ୍ୟ ତିନୋଟି କମ୍ପାନୀ ସ୍ପେକ୍ଟ୍ରମ୍ ପାଇଁ ମଧ୍ୟ ବିଡ୍ କରିଥିଲେ।

ସୁନୀଲ ମିତ୍ତଲଙ୍କ ଭାରତୀ ଏୟାରଟେଲ ୪୩,୦୮୪ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବ୍ୟାଣ୍ଡରେ ୧୯୮୬୭ ମେଗାହର୍ଜ୍ଜର୍ ସ୍ପେକ୍ଟ୍ରମ କିଣି ଦ୍ୱିତୀୟ ସ୍ଥାନରେ ରହିଛି। ଆଦାନୀ ଗ୍ରୁପ୍ର ଆଦାନୀ ଡାଟା ନେଟୱାର୍କ ୨୧୨ କୋଟି ଟଙ୍କାରେ ୨୬ ଗିଗାହର୍ଜ୍ଜ ବ୍ୟାଣ୍ଡରେ ୪୦୦ ମେଗାହର୍ଜ୍ଜ ସ୍ପେକ୍ଟ୍ରମ ହାସଲ କରିଛି। ଭୋଡାଫୋନ୍ ଆଇଡିଆ ୧୮,୭୮୪ କୋଟି ଟଙ୍କାରେ ୨,୬୬୮ ମେଗାହର୍ଜ୍ଜ ସ୍ପେକ୍ଟ୍ରମ ହାସଲ କରିଛି। ୧.୫୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ରାଜସ୍ବ ସହ ସରକାର ଚଳିତଥର ୨୦୧୫ରେ ସ୍ଥିର ହୋଇଥିବା ସ୍ପେକ୍ଟ୍ରମ ନିଲାମ ଆୟର ପୂର୍ବ ରେକର୍ଡ ଅତିକ୍ରମ କରିଯାଇଛନ୍ତି।

ସେତେବେଳେ ସରକାର ୪ଜି ସ୍ପେକ୍ଟ୍ରମ୍ ବିକ୍ରିରୁ ୧.୦୯ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଥିଲେ। ଏଥର ନିଲାମରେ ୪.୩ ଲକ୍ଷ କୋଟି ଟଙ୍କାର ମୋଟ ୭୨ ଗିଗାହର୍ଜ୍ଜ ସ୍ପେକ୍ଟ୍ରମ ରଖାଯାଇଛି। ଏହାର ବୈଧତା ୨୦ ବର୍ଷ ହେବ। ୟୁପି-ଇଷ୍ଟ ସର୍କଲରେ ୧୮୦୦ ମେଗାହର୍ଜ୍ଜ ସ୍ପେକ୍ଟ୍ରମ ପାଇଁ ଏକ ଲମ୍ବା ବିଡିଂ ଲାଗିଥିଲା। ଏହି ସ୍ପେକ୍ଟ୍ରମର ୟୁନିଟ୍ ମୂଲ୍ୟ ୧୬୦.୫୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ଏହାର ମୂଳ ମୂଲ୍ୟ ମେଗାହର୍ଜ୍ଜ ପ୍ରତି ୯୧ କୋଟି ଟଙ୍କା ତୁଳନାରେ ପ୍ରାୟ ୭୬.୫% ଅଧିକ। ଏହି ସର୍କଲରେ ୧୦୦ ନିୟୁତ ମୋବାଇଲ୍ ଗ୍ରାହକ ରହିଛନ୍ତି। ଏଠାରେ ଏୟାରୱେଭ୍ ସମ୍ବନ୍ଧରେ ଜିଓ ଏବଂ ଏୟାରଟେଲ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା। ସୋମବାର ୫ଜି ସ୍ପେକ୍ଟ୍ରମ ପାଇଁ ୩୮ ତମ ରାଉଣ୍ଡ ବିଡିଂ ଅନୁଷ୍ଠିତ ହୋଇଥିଲା।

୬୦୦ ମେଗାହର୍ଜ୍ଜ,୭୦୦ ମେଗାହର୍ଜ୍ଜ,୮୦୦, ମେଗାହର୍ଜ୍। ୯୦୦ ମେଗାହର୍ଜ୍ଜ, ୧୮୦୦ ମେଗାହର୍ଜ୍ଜ, ୨୧୦୦ ମେଗାହର୍ଜ୍ଜ,୨୩୦୦ ମେଗାହର୍ଜ୍ଜ, ୨୫୦୦ ମେଗାହର୍ଜ୍ଜ, ମଧ୍ୟମ (୩୩୦୦) ଏବଂ ଉଚ୍ଚ ଫ୍ରିକ୍ୱେନ୍ସି ବ୍ୟାଣ୍ଡରେ ୨୬ ଗିଗା ହର୍ଜ୍ଜର ରେଡିଓ ତରଙ୍ଗ ପାଇଁ ଏହି ନିଲାମ କରାଯାଇଥିଲା। ଏହି ବ୍ୟାଣ୍ଡଗୁଡ଼ିକ ଅପରେଟରମାନଙ୍କୁ ସେମାନଙ୍କର ନେଟୱର୍କ କଭରେଜକୁ ମଜବୁତ କରିବାରେ ସାହାଯ୍ୟ କରିବ। ୧୦ଟି ବ୍ୟାଣ୍ଡ ମଧ୍ୟରୁ ୬୦୦ ମେଗାହର୍ଜ୍ଜ,୭୦୦ ମେଗାହର୍ଜ୍ଜ,୩.୩ ମେଗାହର୍ଜ୍ଜ ଏବଂ ୨୬ ବ୍ୟାଣ୍ଡ କେବେ ବି ଆବଣ୍ଟନ କରାଯାଇନାହିଁ।

ଆଜି ନିଲାମ ଶେଷ ହେବା ପରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସ୍ପେକ୍ଟ୍ରମ୍ ଆବଣ୍ଟନ ଅଗଷ୍ଟ ୧୦ ସୁଦ୍ଧା କରାଯିବ ଏବଂ ଅକ୍ଟୋବର ସୁଦ୍ଧା ୫ଜି ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ବୈଷ୍ଣବ କହିଛନ୍ତି ଯେ ସ୍ପେକ୍ଟ୍ରମର ଉତ୍ତମ ଉପଲବ୍ଧତା ଦେଶରେ ଟେଲିକମ୍ ସେବାରେ ଉନ୍ନତି ଆଣିବ।

ଏୟାରୱେଭ ହେଉଛି ବୈଦ୍ୟୁତିକ ଚୁମ୍ବକୀୟ ସ୍ପେକ୍ଟ୍ରମ୍ ମଧ୍ୟରେ ରେଡିଓ ଫ୍ରିକ୍ୱେନ୍ସି ଯାହା ଟେଲି ଯୋଗାଯୋଗ ସମେତ ଅନେକ ସେବା ପାଇଁ ବେତାର ଭାବରେ ସୂଚନା ବହନ କରିପାରିବ। ସରକାର ଏହି ଏୟାରୱେଭ୍ ପରିଚାଳନା ଏବଂ ଆବଣ୍ଟନ କରିଥାନ୍ତି। ସ୍ପେକ୍ଟ୍ରମ୍ କୁ ନିମ୍ନ ଫ୍ରିକ୍ୱେନ୍ସିରୁ ଉଚ୍ଚ ଫ୍ରିକ୍ୱେନ୍ସି ପର୍ଯ୍ୟନ୍ତ ବ୍ୟାଣ୍ଡରେ ବିଭକ୍ତ କରାଯାଇପାରେ। ଉଚ୍ଚ-ଫ୍ରିକ୍ୱେନ୍ସି ତରଙ୍ଗ ଅଧିକ ତଥ୍ୟ ବହନ କରେ ଏବଂ ନିମ୍ନ-ଫ୍ରିକ୍ୱେନ୍ସି ତରଙ୍ଗ ଅପେକ୍ଷା ତୀବ୍ର, କିନ୍ତୁ ସେଗୁଡିକ ସହଜରେ ଅବରୋଧ କିମ୍ବା ବାଧାପ୍ରାପ୍ତ ହୋଇପାରେ।

https://www.thesakala.in/business/5g-spectrum-auction-ends-ril-emerges-top-bidder/article-13804
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp