ନିର୍ବାଚନ ଫଳାଫଳକୁ ନେଇ ଆଶଙ୍କାରେ ବିଦେଶୀ ନିବେଶକ, ଇକ୍ବିଟି କ୍ଷେତ୍ରରୁ ପ୍ରତ୍ୟାହାର ହେଲାଣି ୨୨ ହଜାର କୋଟି

The Sakala Picture
Published On

ମୁମ୍ବାଇ : ବର୍ତ୍ତମାନ ଭାରତରେ ସାଧାରଣ ନିର୍ବାଚନ ଚାଲିଥିବା ବେଳେ ଏହାର ଫଳାଫଳକୁ ନେଇ ସାରା ବିଶ୍ବର ଦୃଷ୍ଟି ନିବଦ୍ଧ ରହିଛି। ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଚଳିତ ନିର୍ବାଚନର ଫଳାଫଳ ବୈଶ୍ବିକ ରାଜନୀତି, କୂଟନୀତି ଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପ୍ରଭାବ ସୃଷ୍ଟି କରିବାର ସମ୍ଭାବନା ରହିଥିବାରୁ ଏଥିପାଇଁ ସମସ୍ତଙ୍କ ନଜର ଏହା ଉପରେ ରହିଛି। ଆନ୍ତର୍ଜାତିକ ସ୍ତରରୁ ଜାତୀୟ ସ୍ତର ଯାଏଁ ରାଜନୀତିକ ବିଶାରଦ ଏବଂ ଅର୍ଥନୀତିଜ୍ଞମାନେ ୨୦୨୪ ଲୋକସଭା […]

ମୁମ୍ବାଇ : ବର୍ତ୍ତମାନ ଭାରତରେ ସାଧାରଣ ନିର୍ବାଚନ ଚାଲିଥିବା ବେଳେ ଏହାର ଫଳାଫଳକୁ ନେଇ ସାରା ବିଶ୍ବର ଦୃଷ୍ଟି ନିବଦ୍ଧ ରହିଛି। ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଚଳିତ ନିର୍ବାଚନର ଫଳାଫଳ ବୈଶ୍ବିକ ରାଜନୀତି, କୂଟନୀତି ଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପ୍ରଭାବ ସୃଷ୍ଟି କରିବାର ସମ୍ଭାବନା ରହିଥିବାରୁ ଏଥିପାଇଁ ସମସ୍ତଙ୍କ ନଜର ଏହା ଉପରେ ରହିଛି। ଆନ୍ତର୍ଜାତିକ ସ୍ତରରୁ ଜାତୀୟ ସ୍ତର ଯାଏଁ ରାଜନୀତିକ ବିଶାରଦ ଏବଂ ଅର୍ଥନୀତିଜ୍ଞମାନେ ୨୦୨୪ ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ଯେତିକି ଚିନ୍ତିତ ରହିଛନ୍ତି ବିଦେଶୀ ପୁଞ୍ଜି ନିବେଶକାରୀମାନେ ମଧ୍ୟ ସେତିକି ଆଶଙ୍କିତ ରହିଛନ୍ତି। ଯେଉଁ କାରଣରୁ ଭାରତୀୟ ଶେୟାର ବଜାରରେ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଅବ୍ୟାହତ ରହିଛି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ପୁଣି ଉତ୍ତେଜନା: ହର୍ମୁଜ୍ ପ୍ରଣାଳୀକୁ ନେଇ ବିବାଦ, ୩ ପ୍ରତିଶତ ବଢ଼ିଲା ଅଶୋଧିତ ତୈଳ ଦର

ବର୍ତ୍ତମାନ ସୁଦ୍ଧା ଭାରତରେ ୬ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଥିଲା ବେଳେ ସେପଟେ ବିଦେଶୀ ନିବେଶକାରୀଙ୍କ ଦ୍ବାରା ଇକ୍ବିଟି କ୍ଷେତ୍ରରୁ ୨୨ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିନିଆଯାଇଥିବା ଜଣାପଡ଼ିଛି। ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଦେଶୀ ପୋର୍ଟଫୋଲିଓ ନିବେଶକାରୀ(ଏଫପିଓ) ଭାରତୀୟ ଶେୟାର ବଜାର ପ୍ରତି ଆଗ୍ରହୀ ରହିବା ସହିତ ଇକ୍ବିଟି କ୍ଷେତ୍ରରେ ସର୍ବାଧିକ ନିବେଶ କରିଥିଲେ। ଗତ ଫେବୃଆରୀରେ ଏଫପିଓଙ୍କ ଦ୍ବାରା ୧୫୩୯ କୋଟି ଟଙ୍କାର ନିବେଶ କରାଯାଇଥିଲା ବେଳେ ମାର୍ଚ୍ଚରେ ଏହି ପରିମାଣ ୩୫ ହଜାର ୯୮ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। କିନ୍ତୁ ପରେ ପରେ ନିର୍ବାଚନ ଏବଂ ଅନ୍ୟ କେତେକ କାରଣକୁ ନେଇ ନିବେଶକାରୀମାନେ ପୁଞ୍ଜି ପ୍ରତ୍ୟାହାର କରିବା ଆରମ୍ଭ କରିଦେଇଥିଲେ।

ଆହୁରି ପଢ଼ନ୍ତୁ: ହରମୁଜ୍ ପ୍ରଣାଳୀରେ ପୁଣିଥରେ ଆମେରିକାର ଅବରୋଧ: ମଝି ସମୁଦ୍ରରେ ଫସି ରହିଛି ଅନେକ ଜାହାଜ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା

ଆମେରିକାର ବଣ୍ଡ ବ୍ୟବସ୍ଥାକୁ ନେଇ ନିବେଶକାରୀମାନେ ସେତେବେଳେ ଚିନ୍ତିତ ରହିଥିଲା ବେଳେ ମରିସସ୍‌ ସହ ଭାରତର ଟିକସ ବୁଝାମଣା ସେମାନଙ୍କୁ ଆହୁରି ଚିନ୍ତିତ କରିଥିଲା। ଯାହାକୁ ନେଇ ଏଫପିଓଙ୍କ ଦ୍ବାରା କେବଳ ଏପ୍ରିଲ ମାସରେ ୮୭୦୦ କୋଟି ଟଙ୍କା ପ୍ରତ୍ୟାହାର କରିନିଆଯାଇଥିଲା। କିନ୍ତୁ ଚଳିତ ମାସରେ ଆହୁରି ଅଧିକ ମାତ୍ରାରେ ପୁଞ୍ଜି ପ୍ରତ୍ୟାହାର କରାଯାଇଥିବା ଜଣାପଡ଼ିଛି। ଷ୍ଟକ୍‌ ଏକ୍ସଚେଞ୍ଜ ଡିପୋଜିଟାରୀ ତଥ୍ୟ ଅନୁସାରେ ଚଳିତ ମାସ ୨୪ ତାରିଖ ସୁଦ୍ଧା ଏଫପିଓଙ୍କ ଦ୍ବାରା ମୋଟ ୨୨ ହଜାର ୪୭ କୋଟି ଟଙ୍କା ପ୍ରତ୍ୟାହାର କରିନିଆଯାଇଛି। କେବଳ ଭାରତର ନିର୍ବାଚନ ନୁହେଁ, ବିଗତ ଦିନରେ ଚାଇନାର ବହୁ ପ୍ରମୁଖ କମ୍ପାନୀ ଶେୟାର ମୂଲ୍ୟ ଇତିମଧ୍ୟରେ ହ୍ରାସ ପାଇବା ଘଟଣା ମଧ୍ୟ ବିଦେଶୀ ନିବେଶକାରୀଙ୍କୁ ପ୍ରଭାବିତ କରିଛି। ଯାହାର ପରୋକ୍ଷ ପ୍ରତଫଳନ ଭାରତୀୟ ଶେୟାର ବଜାର ଉପରେ ଅନୁଭୂତ ହୋଇଛି ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ପାଇଁ ବଡ଼ ଖବର: ପାରାଦୀପ-ହରିଦାସପୁର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ

27 May 2024 By The Sakala

ନିର୍ବାଚନ ଫଳାଫଳକୁ ନେଇ ଆଶଙ୍କାରେ ବିଦେଶୀ ନିବେଶକ, ଇକ୍ବିଟି କ୍ଷେତ୍ରରୁ ପ୍ରତ୍ୟାହାର ହେଲାଣି ୨୨ ହଜାର କୋଟି

ମୁମ୍ବାଇ : ବର୍ତ୍ତମାନ ଭାରତରେ ସାଧାରଣ ନିର୍ବାଚନ ଚାଲିଥିବା ବେଳେ ଏହାର ଫଳାଫଳକୁ ନେଇ ସାରା ବିଶ୍ବର ଦୃଷ୍ଟି ନିବଦ୍ଧ ରହିଛି। ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଚଳିତ ନିର୍ବାଚନର ଫଳାଫଳ ବୈଶ୍ବିକ ରାଜନୀତି, କୂଟନୀତି ଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପ୍ରଭାବ ସୃଷ୍ଟି କରିବାର ସମ୍ଭାବନା ରହିଥିବାରୁ ଏଥିପାଇଁ ସମସ୍ତଙ୍କ ନଜର ଏହା ଉପରେ ରହିଛି। ଆନ୍ତର୍ଜାତିକ ସ୍ତରରୁ ଜାତୀୟ ସ୍ତର ଯାଏଁ ରାଜନୀତିକ ବିଶାରଦ ଏବଂ ଅର୍ଥନୀତିଜ୍ଞମାନେ ୨୦୨୪ ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ଯେତିକି ଚିନ୍ତିତ ରହିଛନ୍ତି ବିଦେଶୀ ପୁଞ୍ଜି ନିବେଶକାରୀମାନେ ମଧ୍ୟ ସେତିକି ଆଶଙ୍କିତ ରହିଛନ୍ତି। ଯେଉଁ କାରଣରୁ ଭାରତୀୟ ଶେୟାର ବଜାରରେ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଅବ୍ୟାହତ ରହିଛି।

ବର୍ତ୍ତମାନ ସୁଦ୍ଧା ଭାରତରେ ୬ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଥିଲା ବେଳେ ସେପଟେ ବିଦେଶୀ ନିବେଶକାରୀଙ୍କ ଦ୍ବାରା ଇକ୍ବିଟି କ୍ଷେତ୍ରରୁ ୨୨ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିନିଆଯାଇଥିବା ଜଣାପଡ଼ିଛି। ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଦେଶୀ ପୋର୍ଟଫୋଲିଓ ନିବେଶକାରୀ(ଏଫପିଓ) ଭାରତୀୟ ଶେୟାର ବଜାର ପ୍ରତି ଆଗ୍ରହୀ ରହିବା ସହିତ ଇକ୍ବିଟି କ୍ଷେତ୍ରରେ ସର୍ବାଧିକ ନିବେଶ କରିଥିଲେ। ଗତ ଫେବୃଆରୀରେ ଏଫପିଓଙ୍କ ଦ୍ବାରା ୧୫୩୯ କୋଟି ଟଙ୍କାର ନିବେଶ କରାଯାଇଥିଲା ବେଳେ ମାର୍ଚ୍ଚରେ ଏହି ପରିମାଣ ୩୫ ହଜାର ୯୮ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। କିନ୍ତୁ ପରେ ପରେ ନିର୍ବାଚନ ଏବଂ ଅନ୍ୟ କେତେକ କାରଣକୁ ନେଇ ନିବେଶକାରୀମାନେ ପୁଞ୍ଜି ପ୍ରତ୍ୟାହାର କରିବା ଆରମ୍ଭ କରିଦେଇଥିଲେ।

ଆମେରିକାର ବଣ୍ଡ ବ୍ୟବସ୍ଥାକୁ ନେଇ ନିବେଶକାରୀମାନେ ସେତେବେଳେ ଚିନ୍ତିତ ରହିଥିଲା ବେଳେ ମରିସସ୍‌ ସହ ଭାରତର ଟିକସ ବୁଝାମଣା ସେମାନଙ୍କୁ ଆହୁରି ଚିନ୍ତିତ କରିଥିଲା। ଯାହାକୁ ନେଇ ଏଫପିଓଙ୍କ ଦ୍ବାରା କେବଳ ଏପ୍ରିଲ ମାସରେ ୮୭୦୦ କୋଟି ଟଙ୍କା ପ୍ରତ୍ୟାହାର କରିନିଆଯାଇଥିଲା। କିନ୍ତୁ ଚଳିତ ମାସରେ ଆହୁରି ଅଧିକ ମାତ୍ରାରେ ପୁଞ୍ଜି ପ୍ରତ୍ୟାହାର କରାଯାଇଥିବା ଜଣାପଡ଼ିଛି। ଷ୍ଟକ୍‌ ଏକ୍ସଚେଞ୍ଜ ଡିପୋଜିଟାରୀ ତଥ୍ୟ ଅନୁସାରେ ଚଳିତ ମାସ ୨୪ ତାରିଖ ସୁଦ୍ଧା ଏଫପିଓଙ୍କ ଦ୍ବାରା ମୋଟ ୨୨ ହଜାର ୪୭ କୋଟି ଟଙ୍କା ପ୍ରତ୍ୟାହାର କରିନିଆଯାଇଛି। କେବଳ ଭାରତର ନିର୍ବାଚନ ନୁହେଁ, ବିଗତ ଦିନରେ ଚାଇନାର ବହୁ ପ୍ରମୁଖ କମ୍ପାନୀ ଶେୟାର ମୂଲ୍ୟ ଇତିମଧ୍ୟରେ ହ୍ରାସ ପାଇବା ଘଟଣା ମଧ୍ୟ ବିଦେଶୀ ନିବେଶକାରୀଙ୍କୁ ପ୍ରଭାବିତ କରିଛି। ଯାହାର ପରୋକ୍ଷ ପ୍ରତଫଳନ ଭାରତୀୟ ଶେୟାର ବଜାର ଉପରେ ଅନୁଭୂତ ହୋଇଛି ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର