ବଢ଼ିଲା ଭଡ଼ାଟିଆଙ୍କ ଚିନ୍ତା; ଏଣିକି ଘର ଭଡ଼ା ଉପରେ ଦେବାକୁ ପଡିବ ୧୮% ଜିଏସ୍‌ଟି

The Sakala Picture
Published On

ନୂଆଦିଲ୍ଲୀ: ଭଡ଼ାଟିଆଙ୍କ ପାଇଁ ଖରାପ ଖବର। କେନ୍ଦ୍ର ସରକାର ସମ୍ପ୍ରତି ଗ୍ରହଣ କରିଥିବା ପଦକ୍ଷେପ ଆଗକୁ ଭଡାଟିଆଙ୍କ ଚିନ୍ତା ବଢ଼ାଇବ। ଏଣିକି ଭଡ଼ାଟିଆଙ୍କୁ ଘରଭଡ଼ା ଉପରେ ଦେବାକୁ ପଡ଼ିବ ୧୮ ପ୍ରତିଶତ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି)। ଜୁଲାଇ ୧୮ ତାରିଖରେ ଲାଗୁ ହୋଇଥିବା ନୂଆ ଜିଏସ୍‌ଟି ନିୟମରେ ଏଭଳି କିଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାବଧାନ ଯୋଡାଯାଇଛି। ଗତ ମାସରେ ଅନୁଷ୍ଠିତ ଜିଏସଟି ପରିଷଦର ବୈଠକରେ ଜିଏସ୍‌ଟି ନିୟମରେ ଅନେକ ପରିବର୍ତ୍ତନ କରାଯାଇଥିଲା। ଏହି […]

ନୂଆଦିଲ୍ଲୀ: ଭଡ଼ାଟିଆଙ୍କ ପାଇଁ ଖରାପ ଖବର। କେନ୍ଦ୍ର ସରକାର ସମ୍ପ୍ରତି ଗ୍ରହଣ କରିଥିବା ପଦକ୍ଷେପ ଆଗକୁ ଭଡାଟିଆଙ୍କ ଚିନ୍ତା ବଢ଼ାଇବ। ଏଣିକି ଭଡ଼ାଟିଆଙ୍କୁ ଘରଭଡ଼ା ଉପରେ ଦେବାକୁ ପଡ଼ିବ ୧୮ ପ୍ରତିଶତ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି)। ଜୁଲାଇ ୧୮ ତାରିଖରେ ଲାଗୁ ହୋଇଥିବା ନୂଆ ଜିଏସ୍‌ଟି ନିୟମରେ ଏଭଳି କିଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାବଧାନ ଯୋଡାଯାଇଛି। ଗତ ମାସରେ ଅନୁଷ୍ଠିତ ଜିଏସଟି ପରିଷଦର ବୈଠକରେ ଜିଏସ୍‌ଟି ନିୟମରେ ଅନେକ ପରିବର୍ତ୍ତନ କରାଯାଇଥିଲା। ଏହି ପରିବର୍ତ୍ତନଗୁଡିକ ୧୮ ଜୁଲାଇରୁ କାର୍ଯ୍ୟକାରୀ ହୋଇଛି। ଭଡା ଉପରେ ଜିଏସ୍‌ଟି ସମ୍ବନ୍ଧୀୟ ନିୟମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

ଏହାପୂର୍ବରୁ ଜୁଲାଇ ୧୭ ପର୍ଯ୍ୟନ୍ତ ଘର ଭଡା ଉପରେ କୌଣସି ଜିଏସ୍‌ଟି ଲାଗୁ ବ୍ୟବସ୍ଥା ନ ଥିଲା। ଜିଏସଟି ପରିଷଦର ସୁପାରିଶ ପରେ ଜୁଲାଇ ୧୩ରେ ପ୍ରକାଶିତ ବିଜ୍ଞପ୍ତିରେ ଘର ଭଡା ଉପରେ ଜିଏସ୍‌ଟି ଲାଗୁ କରାଯାଇଛି। ତେବେ କେବଳ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଘରଭଡା ଉପରେ ଟିକସ ଆଦାୟ କରାଯିବ, କିନ୍ତୁ ଏହାକୁ ନେଇ ଏବେ ଦ୍ୱନ୍ଦ୍ୱ ରହିଛି। କେଉଁ ଭଡ଼ାଟିଆଙ୍କୁ ଜିଏସ୍‌ଟି ଦେବାକୁ ପଡ଼ିବ ସେ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ସରକାର। ଆବାସିକ ସ୍ଥଳୀକୁ ବ୍ୟବସାୟିକ ୟୁନିଟ୍‌କୁ ଭଡ଼ାରେ ଦେଇଥିଲେ ସେଥିରେ ଭଡ଼ାଟିଆକୁ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡ଼ିବ ବୋଲି ସରକାର କହିଛନ୍ତି। ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଏକ ଆବାସିକ ୟୁନିଟ୍‌କୁ ଯେତେବେଳେ ଏକ ବ୍ୟବସାୟିକ ସଂସ୍ଥାକୁ ଭଡ଼ା ଦିଆଯିବ ସେତେବେଳେ ତାହା ଉପରେ ଟିକସ ଅସୁଲ କରାଯିବ। ଯଦି ବ୍ୟକ୍ତିଗତ ବ୍ୟବହାର ପାଇଁ ଜଣେ ବ୍ୟକ୍ତିଙ୍କୁ ଘର ଭଡାରେ ଦିଆଯାଏ, ତା’ହେଲେ ଜିଏସ୍‌ଟି ଆଦାୟ କରାଯିବନାହିଁ। ଆହୁରିମଧ୍ୟ ଯଦି ଜମି ମାଲିକ କିମ୍ବା ଏକ କମ୍ପାନୀର ଅଂଶୀଦାର ବ୍ୟକ୍ତିଗତ ବ୍ୟବହାର ପାଇଁ ଭଡା ଉପରେ ଘର ଲଗାଇଥାନ୍ତି ତେବେ ଜିଏସ୍‌ଟି ମଧ୍ୟ ତାହା ଉପରେ ପ୍ରଯୁଜ୍ୟ ହେବନାହିଁ। ଯେଉଁ ଭଡ଼ାଟିଆ ଆବାସିକ ଘର ଭଡ଼ା ନେଇ ଲୋକଙ୍କୁ ବିଭିନ୍ନ ସେବା ଯୋଗାଉଥିବା ସେମାନଙ୍କଠାରୁ ସରକାର ୧୮% ଜିଏସ୍‌ଟି ଆଦାୟ କରିବେ। ସେହିଭଳି ଇନ୍‌ପୁଟ୍‌ ଟିକସ କ୍ରେଡିଟ୍ରେ ଭଡ଼ାଟିଆ ଜିଏସ୍‌ଟି ପୈଠ କରିଥିବା ନେଇ ଦାବି କରିପାରିବେ। ତେବେ ଯେଉଁ କମ୍ପାନୀ ଓ ପେଷାଗତ ବ୍ୟକ୍ତି ଆବାସିକ ସ୍ଥାନକୁ ଲିଜ୍‌ରେ ନେଇ ସେବା ଯୋଗାଉଥିବ ସେମାନଙ୍କୁ ଏହି ନିୟମ ପ୍ରଭାବିତ କରିବ। ଏହାପୂର୍ବରୁ କେବଳ ବାଣିଜ୍ୟିକ ସମ୍ପତ୍ତି ଯଥା ଅଫିସ୍‌ ଓ ଖୁଚୁରା ପ୍ରତିଷ୍ଠାନ ଉପରେ ଜିଏସ୍‌ଟି ଲାଗୁ ହେଉଥିଲା।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

13 Aug 2022 By The Sakala

ବଢ଼ିଲା ଭଡ଼ାଟିଆଙ୍କ ଚିନ୍ତା; ଏଣିକି ଘର ଭଡ଼ା ଉପରେ ଦେବାକୁ ପଡିବ ୧୮% ଜିଏସ୍‌ଟି

ନୂଆଦିଲ୍ଲୀ: ଭଡ଼ାଟିଆଙ୍କ ପାଇଁ ଖରାପ ଖବର। କେନ୍ଦ୍ର ସରକାର ସମ୍ପ୍ରତି ଗ୍ରହଣ କରିଥିବା ପଦକ୍ଷେପ ଆଗକୁ ଭଡାଟିଆଙ୍କ ଚିନ୍ତା ବଢ଼ାଇବ। ଏଣିକି ଭଡ଼ାଟିଆଙ୍କୁ ଘରଭଡ଼ା ଉପରେ ଦେବାକୁ ପଡ଼ିବ ୧୮ ପ୍ରତିଶତ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି)। ଜୁଲାଇ ୧୮ ତାରିଖରେ ଲାଗୁ ହୋଇଥିବା ନୂଆ ଜିଏସ୍‌ଟି ନିୟମରେ ଏଭଳି କିଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାବଧାନ ଯୋଡାଯାଇଛି। ଗତ ମାସରେ ଅନୁଷ୍ଠିତ ଜିଏସଟି ପରିଷଦର ବୈଠକରେ ଜିଏସ୍‌ଟି ନିୟମରେ ଅନେକ ପରିବର୍ତ୍ତନ କରାଯାଇଥିଲା। ଏହି ପରିବର୍ତ୍ତନଗୁଡିକ ୧୮ ଜୁଲାଇରୁ କାର୍ଯ୍ୟକାରୀ ହୋଇଛି। ଭଡା ଉପରେ ଜିଏସ୍‌ଟି ସମ୍ବନ୍ଧୀୟ ନିୟମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।

ଏହାପୂର୍ବରୁ ଜୁଲାଇ ୧୭ ପର୍ଯ୍ୟନ୍ତ ଘର ଭଡା ଉପରେ କୌଣସି ଜିଏସ୍‌ଟି ଲାଗୁ ବ୍ୟବସ୍ଥା ନ ଥିଲା। ଜିଏସଟି ପରିଷଦର ସୁପାରିଶ ପରେ ଜୁଲାଇ ୧୩ରେ ପ୍ରକାଶିତ ବିଜ୍ଞପ୍ତିରେ ଘର ଭଡା ଉପରେ ଜିଏସ୍‌ଟି ଲାଗୁ କରାଯାଇଛି। ତେବେ କେବଳ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଘରଭଡା ଉପରେ ଟିକସ ଆଦାୟ କରାଯିବ, କିନ୍ତୁ ଏହାକୁ ନେଇ ଏବେ ଦ୍ୱନ୍ଦ୍ୱ ରହିଛି। କେଉଁ ଭଡ଼ାଟିଆଙ୍କୁ ଜିଏସ୍‌ଟି ଦେବାକୁ ପଡ଼ିବ ସେ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ସରକାର। ଆବାସିକ ସ୍ଥଳୀକୁ ବ୍ୟବସାୟିକ ୟୁନିଟ୍‌କୁ ଭଡ଼ାରେ ଦେଇଥିଲେ ସେଥିରେ ଭଡ଼ାଟିଆକୁ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡ଼ିବ ବୋଲି ସରକାର କହିଛନ୍ତି। ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଏକ ଆବାସିକ ୟୁନିଟ୍‌କୁ ଯେତେବେଳେ ଏକ ବ୍ୟବସାୟିକ ସଂସ୍ଥାକୁ ଭଡ଼ା ଦିଆଯିବ ସେତେବେଳେ ତାହା ଉପରେ ଟିକସ ଅସୁଲ କରାଯିବ। ଯଦି ବ୍ୟକ୍ତିଗତ ବ୍ୟବହାର ପାଇଁ ଜଣେ ବ୍ୟକ୍ତିଙ୍କୁ ଘର ଭଡାରେ ଦିଆଯାଏ, ତା’ହେଲେ ଜିଏସ୍‌ଟି ଆଦାୟ କରାଯିବନାହିଁ। ଆହୁରିମଧ୍ୟ ଯଦି ଜମି ମାଲିକ କିମ୍ବା ଏକ କମ୍ପାନୀର ଅଂଶୀଦାର ବ୍ୟକ୍ତିଗତ ବ୍ୟବହାର ପାଇଁ ଭଡା ଉପରେ ଘର ଲଗାଇଥାନ୍ତି ତେବେ ଜିଏସ୍‌ଟି ମଧ୍ୟ ତାହା ଉପରେ ପ୍ରଯୁଜ୍ୟ ହେବନାହିଁ। ଯେଉଁ ଭଡ଼ାଟିଆ ଆବାସିକ ଘର ଭଡ଼ା ନେଇ ଲୋକଙ୍କୁ ବିଭିନ୍ନ ସେବା ଯୋଗାଉଥିବା ସେମାନଙ୍କଠାରୁ ସରକାର ୧୮% ଜିଏସ୍‌ଟି ଆଦାୟ କରିବେ। ସେହିଭଳି ଇନ୍‌ପୁଟ୍‌ ଟିକସ କ୍ରେଡିଟ୍ରେ ଭଡ଼ାଟିଆ ଜିଏସ୍‌ଟି ପୈଠ କରିଥିବା ନେଇ ଦାବି କରିପାରିବେ। ତେବେ ଯେଉଁ କମ୍ପାନୀ ଓ ପେଷାଗତ ବ୍ୟକ୍ତି ଆବାସିକ ସ୍ଥାନକୁ ଲିଜ୍‌ରେ ନେଇ ସେବା ଯୋଗାଉଥିବ ସେମାନଙ୍କୁ ଏହି ନିୟମ ପ୍ରଭାବିତ କରିବ। ଏହାପୂର୍ବରୁ କେବଳ ବାଣିଜ୍ୟିକ ସମ୍ପତ୍ତି ଯଥା ଅଫିସ୍‌ ଓ ଖୁଚୁରା ପ୍ରତିଷ୍ଠାନ ଉପରେ ଜିଏସ୍‌ଟି ଲାଗୁ ହେଉଥିଲା।

https://www.thesakala.in/business/18-percent-gst-has-to-be-paid-on-house-rent/article-14099
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp