ବଜେଟରେ ସରକାରଙ୍କ ବଡ ଘୋଷଣା, ୨୦୨୨-୨୩ ସୁଦ୍ଧା ଜାରି ହେବ ଇ-ପାସପୋର୍ଟ

The Sakala Picture
Published On

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷରେ ବଜେଟ ୨୦୨୨-୨୩ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ବଜେଟରେ ଇ ପାସପୋର୍ଟକୁ (E-Passport) ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ପାସପୋର୍ଟକୁ ଅଧିକ ସୁରକ୍ଷିତ କରିବା ସହ ଲୋକଙ୍କ ନିକଟତର କରିବା ପାଇଁ ସରଳ ପ୍ରକ୍ରିୟା ଆରମ୍ଭ ହୋଇଛି । ପାସପୋର୍ଟରେ ଚିପ ବ୍ୟବହାର କରାଯିବା ନେଇ ଚଳିତ ଆର୍ଥିକ ବଜେଟରେ ବ୍ୟବସ୍ଥା କରାଯାଇଛି। କୋରୋନା କଟକଣା ମଧ୍ୟରେ ଦେଶର ଚଳିତ ଆର୍ଥିକ ବର୍ଷର ବଜେଟ […]

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷରେ ବଜେଟ ୨୦୨୨-୨୩ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ବଜେଟରେ ଇ ପାସପୋର୍ଟକୁ (E-Passport) ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ପାସପୋର୍ଟକୁ ଅଧିକ ସୁରକ୍ଷିତ କରିବା ସହ ଲୋକଙ୍କ ନିକଟତର କରିବା ପାଇଁ ସରଳ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପାସପୋର୍ଟରେ ଚିପ ବ୍ୟବହାର କରାଯିବା ନେଇ ଚଳିତ ଆର୍ଥିକ ବଜେଟରେ ବ୍ୟବସ୍ଥା କରାଯାଇଛି। କୋରୋନା କଟକଣା ମଧ୍ୟରେ ଦେଶର ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରାଯାଉଛି। ଏହି ବଜେଟରେ ଆତ୍ମନିର୍ଭର ଭାରତକୁ ଅଧିକ ଧ୍ୟାନ ଦିଆଯାଇଛି । ଚଳିତ ଆର୍ଥିକ ବଜେଟରେ ଇ ପାସପୋର୍ଟକୁ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ପାସପୋର୍ଟକୁ ଅଧିକ ସୁରକ୍ଷିତ ରଖିବା ପାଇଁ ସରକାର ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ସହ ଚିପ ବ୍ୟବହାର କରାଯିବା ନେଇ ବଜେଟରେ ବ୍ୟବସ୍ଥା କରାଯାଇଛି। ଦେଶରେ ପ୍ରଥମ ଥର ନାଗରିକଙ୍କ ପାଇଁ ଇ ପାସପୋର୍ଟ ବ୍ୟବସ୍ଥା କରାଯାଇଛି।

ଇ-ପାସପୋର୍ଟ ଯୋଜନା ଏବେକାର ନୁହେଁ , ଏନେଇ ପ୍ରଥମେ ବିଦେଶମନ୍ତ୍ରୀ ଏସ୍ ଜୟଶଂକର ଘୋଷଣା କରିଥିଲେ । ପୂର୍ବତନ ରାଷ୍ଟ୍ରପତି ପ୍ରତିଭାସିଂ ପାଟିଲ ୨୦୦୮ ମସିହାରେ ବି ବାୟୋମେଟ୍ରିକ ସୂଚନା ଥିବା ପ୍ରଥମ ଇ-ପାସପୋର୍ଟ ଜାରି କରିଥିଲେ । ବର୍ତମାନ ଜର୍ମାନ, ବ୍ରିଟେନ ଓ ବାଂଲାଦେଶରେ ଇ-ପାସପୋର୍ଟର ପ୍ରଚଳନ ଆରମ୍ଭ ହୋଇଯାଇଛି । ବିଦେଶ ସଚିବ କହିଛନ୍ତି କି ଏହି ଇ-ପାସପୋର୍ଟ ମହାରାଷ୍ଟ୍ର ନାଶିକରେ ଥିବା ସିକ୍ୟୁରିଟି ପ୍ରେସରେ ପ୍ରସ୍ତୁତ କରାଯିବ ।

ସୂଚନାଥାଉକି ଚଳିତ ଆର୍ଥିକ ବଜେଟ ଦେଶର ଅର୍ଥ ବ୍ୟବସ୍ଥାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହାକୁ ନଜରରେ ରଖି ସରକାର ନୂତନ ବ୍ୟବସ୍ଥା କରିଛନ୍ତି। ବିଶେଷ କରି କୋରୋନା ମହାମାରୀ ଲଢେଇ ସହ କିଭଳି ଅର୍ଥନୀତିକୁ ଗତି ଦିଆଯିବ ସେ ନେଇ ବ୍ୟବସ୍ଥା କରାଯାଇଛି। ଏହା ସହ ଚଳିତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା, ସ୍ବାସ୍ଥ୍ୟ,ବ୍ୟବସାୟ ,ଟ୍ୟାକ୍ସ ବ୍ୟବସ୍ଥା ପ୍ରତି ଧ୍ୟାନ ଦେଇଛନ୍ତି ।

01 Feb 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର