ଟ୍ରମ୍ପ- ଜେଲେଁସ୍କି ମୁହାଁମୁହିଁ; ହ୍ବାଇଟ୍‌ହାଉସ୍‌ରୁ ଜେଲେଁସ୍କିଙ୍କୁ ତଡ଼ିଦେେଲ ଟ୍ରମ୍ପ….

The Sakala Picture
Published On

ୱାସିଂଟ: ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଡାମିର ଜେଲେଁସ୍କି ଶୁକ୍ରବାର ହ୍ବାଇଟ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ପ୍ରଥମେ ପ୍ରଶଂସା କରି ଜେଲେଁସ୍କିଙ୍କୁ ରାଷ୍ଟ୍ରପତି ଭବନକୁ ଟ୍ରମ୍ପ ପାଛୋଟି ନେଇଥିଲେ। ପରେ ୟୁକ୍ରେନ ଯୁଦ୍ଧକୁ ନେଇ ଉଭୟଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ହୋଇଥିଲା। ଜେଲେଁସ୍କିଙ୍କ କଥା ଶୁଣି ଟ୍ରମ୍ପ ଉଗ୍ର ହୋଇ ଉଠିଥିଲେ। କେହି କାହାକୁ ଛାଡ଼ି ନ ଥିଲେ। ଟ୍ରମ୍ପଙ୍କ ପ୍ରତିଟି କଥାକୁ କାଉଣ୍ଟର କରି ରୁଷ୍‌କୁ ଦୋଷ ଦେବାକୁ ଲାଗିଥିଲେ। ଜବାବରେ ଜେଲେଁସ୍କିଙ୍କୁ ଗାଳି […]

ୱାସିଂଟ: ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଡାମିର ଜେଲେଁସ୍କି ଶୁକ୍ରବାର ହ୍ବାଇଟ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ପ୍ରଥମେ ପ୍ରଶଂସା କରି ଜେଲେଁସ୍କିଙ୍କୁ ରାଷ୍ଟ୍ରପତି ଭବନକୁ ଟ୍ରମ୍ପ ପାଛୋଟି ନେଇଥିଲେ। ପରେ ୟୁକ୍ରେନ ଯୁଦ୍ଧକୁ ନେଇ ଉଭୟଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ହୋଇଥିଲା। ଜେଲେଁସ୍କିଙ୍କ କଥା ଶୁଣି ଟ୍ରମ୍ପ ଉଗ୍ର ହୋଇ ଉଠିଥିଲେ। କେହି କାହାକୁ ଛାଡ଼ି ନ ଥିଲେ। ଟ୍ରମ୍ପଙ୍କ ପ୍ରତିଟି କଥାକୁ କାଉଣ୍ଟର କରି ରୁଷ୍‌କୁ ଦୋଷ ଦେବାକୁ ଲାଗିଥିଲେ। ଜବାବରେ ଜେଲେଁସ୍କିଙ୍କୁ ଗାଳି ଦେଇ ଟ୍ରମ୍ପ କହିଥିଲେ ଯେ ୟୁକ୍ରେନ ଏବଂ ରୁଷ୍‌ ମୋ ପାଇଁ ସମାନ। ତୁମେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବିପଦରେ ପକାଉଛ। ତୃତୀୟ ବିଶ୍ବଯୁଦ୍ଧ ସହ ଖେଳୁଛ। ଏଭଳି କରି ଦେଶକୁ ଅପମାନିତ କରୁଛ। ଅସ୍ତ୍ରବିରତି ହେଉ ବୋଲି ତୁମେ ଚାହୁଁନାହଁ। ବୁଲେଟ ସହ ଖେଳ ନାହିଁ। ତୁରନ୍ତ ଯୁଦ୍ଧ ବନ୍ଦ କର। ଏହି ଯୁଦ୍ଧ ଭୁଲ୍‌ ମାର୍ଗରେ ଯାଉଛି। ଏହାର ଉତ୍ତରରେ ଜେଲେଁସ୍କି କହିଥିଲେ ଯେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଯୁଦ୍ଧ ଆରମ୍ଭ କରିଥିଲେ। ସେ ରୁଷଠୁ ଯୁଦ୍ଧ କ୍ଷତିପୂରଣ ଆଦାୟ କରିବାକୁ ଦାବି କରିଥିଲେ। ଏହି ସମୟରେ ରୁଷ୍‌ ଅସ୍ତ୍ରବିରତି ଭାଙ୍ଗିଲେ ସ୍ଥିତି କ’ଣ ହେବ ବୋଲି ଜଣେ ସାମ୍ବାଦିକ ପଚାରିବାରୁ ଉତ୍ତରରେ ତୁମ ମୁଣ୍ଡରେ ବୋମା ପକାଇ ଦେଲେ କଣ ହେବ ବୋଲି ଟ୍ରମ୍ପ ରାଗି କି କହିଥିଲେ। ଏହା ପରେ ସ୍ଥିତି ବିଗିଡି ଯାଇଥିଲା । ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା ଯେ ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ହ୍ବାଇଟହାଉସରୁ ବାହାର କରିବାକୁ ପଡ଼ିଥିଲା।

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶର ମିରଟରେ କ୍ଲୋରିନ୍ ଗ୍ୟାସ୍ ଲିକ୍: ଅନେକ ହସ୍ପିଟାଲରେ ଭର୍ତ୍ତି, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ଗଣମାଧ୍ୟମ ପ୍ରତିନିଧି ବାହାରକୁ ଯିବା ପରେ ଜେଲେଁସ୍କିଙ୍କୁ ଆମରିକା ରାଷ୍ଟ୍ରପତି ଖୋଲାଖୋଲି ଭାବେ ଧମକ ଦେଇଥିଲେ। ଆଜିଠାରୁ ତୁମର ଖରାପ ଦିନ ଆରମ୍ଭ ହେଲା। ଡିଲ୍‌ କର ନଚେତ ବାହାରି ଯାଅ । ନଚେତ ଆମେରିକା ଚୁକ୍ତିରୁ ଓହରିଯିବ ବୋଲି ଟ୍ରମ୍ପ କହିଥିଲେ। ଏହି ସାକ୍ଷାତରେ ଯୁଦ୍ଧବନ୍ଦ ପାଇଁ କୌଣସି ଆଲୋଚନା ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଦୁଇ ନେତା ମୁହାଁମୁହିଁ ହେବାରୁ ସ୍ଥିତି ବିଗିଡ଼ି ଯାଇଥିଲା। ଶେଷରେ ଅସ୍ତ୍ରବିରତି କରିବାକୁ ଜେଲେଁସ୍କି ମନା କରି ଦେଇଥିଲେ। ଓଭାଲ ଅଫିସରୁ ଜେଲେଁସ୍କି ବାହାରିବା ପରେ ଟ୍ରମ୍ପ କହିଥିଲେ ଯେ ଶାନ୍ତି ପାଇଁ ପ୍ରସ୍ତୁତ ଥିଲେ ପୁଣିଥରେ ଆସିବ।

ଆହୁରି ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ପୁଣି ଝଟକା: ନନ୍ଦିଗ୍ରାମ ପରେ ରେଜିନଗର ଉପନିର୍ବାଚନ ମଇଦାନରୁ ଓହରିଲେ ମମତା ଗୋଷ୍ଠୀର ପ୍ରାର୍ଥୀ

ହ୍ବାଇଟ ହାଉସରେ ଜେଲେଁସ୍କି ପହଞ୍ଚିବା ପରେ ନିଜ ପକ୍ଷ ରଖି ରୁଷ୍‌କୁ ଘେରିବାକୁ ଆରମ୍ଭ କରିଥିଲେ। ଖଣିଜ ପଦାର୍ଥ ଚୁକ୍ତି ଉପରେ କଥା ଆସିବାରୁ ସୁରକ୍ଷା ଗ୍ୟାରେଣ୍ଟି ମାଗିଥିଲେ। ଏହା ଉପରେ ଟ୍ରମ୍ପ କହିଥିଲେ ଯେ ଆମେ ନିଜ ହିସାବରେ ଖଣିଜର ବ୍ୟବହାର କରିବୁ। କିନ୍ତୁ ପୁତିନଙ୍କ ବିଷୟରେ ପଚାରିବାରୁ ଟ୍ରମ୍ପ ଚୁପ୍‌ ରହିଥିଲେ। ଜେଲେଁସ୍କି ଏବଂ ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭାନ୍ସଙ୍କ ମଧ୍ୟରେ ମଧ୍ୟ ବାକ୍‌ ବିତଣ୍ଡା ହୋଇଥିଲା। ସେ କୂଟନୀତିର ଆବଶ୍ୟକତା ଥିବା କହିଥିବାବେଳେ ଜେଲେଁସ୍କି ତାଙ୍କୁ ଚିତ୍କାର ନକରିବାକୁ କହିଥିଲେ। ଏହାକୁ ନେଇ ଟ୍ରମ୍ପ ବର୍ଷି ଥିଲେ। ଆମେରିକା ୩୫୦ ବିଲିୟନ ଡଲାର ସହିତ ସାମରିକ ସହାୟତା ଦେଇଛି। ଯଦି ଏ ସବୁ ମିଳି ନ ଥାନ୍ତା ତେବେ ଯୁଦ୍ଧ ଦୁଇ ସପ୍ତାହରେ ଶେଷ ହୋଇଯାଇଥାନ୍ତା ବୋଲି କହିଥିଲେ। ଏହାକୁ ନେଇ ଜେଲେଁସ୍କି ଟ୍ରମ୍ପଙ୍କ ଉପରେ ପ୍ରତି ଆକ୍ରମଣ କରି ପୁତିନଙ୍କ ଭାଷା କହୁଥିବା ଅଭିଯୋଗ କରିଥିଲେ। ପରେ ଟ୍ରମ୍ପ ରାଗିଯାଇ ତାଙ୍କ ହ୍ବାଇଟ୍ ହାଉସ ଛାଡ଼ିବାକୁ କହିଥିଲେ।

ଆହୁରି ପଢ଼ନ୍ତୁ: ଇରାନକୁ କାଉଣ୍ଟର କରିବାକୁ ଭାରତ-ମଧ୍ୟପ୍ରାଚ୍ୟ ଅର୍ଥନୈତିକ କରିଡରକୁ ସମର୍ଥନ ଜଣାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର