ଆଜି ଲୋକସଭାରେ ଉପସ୍ଥାପିତ ହେବ ୱାକଫ୍ ବିଲ୍ : ସମର୍ଥନ କରିବେ ଚନ୍ଦ୍ରବାବୁ, ନୀତୀଶଙ୍କ ଉପରେ ନଜର

The Sakala Picture
Published On

ନୂଆଦିଲ୍ଲୀ : ଆଜି ଲୋକସଭାରେ ବିସ୍ଫୋରକ ପରିସ୍ଥିତି ଦେଖିବାକୁ ମିଳିପାରେ। କାରଣ ସରକାର ଆଗତ କରିବାକୁ ଯାଉଛନ୍ତି ବିବାଦୀୟ ୱାକଫ୍ ସଂଶୋଧନ ବିଲ୍। ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଏହି ବିଲ୍‌କୁ ସମର୍ଥନ ଦେବେ ବୋଲି ଘୋଷଣା କରିଥିବା ବେଳେ ନୀତୀଶଙ୍କ ଜେଡିୟୁ ବିଲ୍‌ରେ କିଛି ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛି। ତେବେ ବିରୋଧୀ ଦଳ ଏହି ବିଲ୍‌କୁ ପ୍ରବଳ ବିରୋଧ କରୁଥିବାରୁ ଏହାକୁ ନେଇ ସଂସଦରେ ହଙ୍ଗାମା ପରିସ୍ଥିତି ସୃଷ୍ଟି ହୋଇପାରେ। ଅନ୍ୟପକ୍ଷରେ ଉଭୟ ବିଜେପି […]

ନୂଆଦିଲ୍ଲୀ : ଆଜି ଲୋକସଭାରେ ବିସ୍ଫୋରକ ପରିସ୍ଥିତି ଦେଖିବାକୁ ମିଳିପାରେ। କାରଣ ସରକାର ଆଗତ କରିବାକୁ ଯାଉଛନ୍ତି ବିବାଦୀୟ ୱାକଫ୍ ସଂଶୋଧନ ବିଲ୍। ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଏହି ବିଲ୍‌କୁ ସମର୍ଥନ ଦେବେ ବୋଲି ଘୋଷଣା କରିଥିବା ବେଳେ ନୀତୀଶଙ୍କ ଜେଡିୟୁ ବିଲ୍‌ରେ କିଛି ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛି। ତେବେ ବିରୋଧୀ ଦଳ ଏହି ବିଲ୍‌କୁ ପ୍ରବଳ ବିରୋଧ କରୁଥିବାରୁ ଏହାକୁ ନେଇ ସଂସଦରେ ହଙ୍ଗାମା ପରିସ୍ଥିତି ସୃଷ୍ଟି ହୋଇପାରେ। ଅନ୍ୟପକ୍ଷରେ ଉଭୟ ବିଜେପି ଏବଂ କଂଗ୍ରେସ ଏହାର ସାଂସଦମାନଙ୍କୁ ହୁଇପ୍ ଜାରି କରି ଲୋକସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ମଙ୍ଗଳବାର ଲୋକସଭାର ଗୃହ ପରିଚାଳନା ଉପଦେଷ୍ଟା କମିଟିରେ ହଙ୍ଗାମା ଦେଖିବାକୁ ମିଳିଥିଲା। ଉକ୍ତ ବିଲ୍ ଉପରେ ୧୨ ଘଣ୍ଟା ଆଲୋଚନା କରିବାକୁ ବିରୋଧୀ ଦଳ ଦାବି କରିଥିବା ବେଳେ ସରକାର ରାଜି ହୋଇନଥିଲେ। ଏଥିରେ କ୍ଷୁବ୍‌ଧ ହୋଇ ବିରୋଧୀ ଦଳ ବୈଠକରୁ ୱାକ୍‌ ଆଉଟ୍ କରିଥିଲେ। ତେବେ ଆଲୋଚନା ପାଇଁ ୮ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି ବୋଲି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଲୋଚନା ପାଇଁ ଅଧିକ ସମୟ ଦରକାର ପଡ଼ିଲେ ବାଚସ୍ପତି ନିଷ୍ପତ୍ତି ନେବେ। ଅନ୍ୟପକ୍ଷରେ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ସରକାର ବିରୋଧୀଙ୍କ ସ୍ବର ଚାପିବାକୁ ଉଦ୍ୟମ କରୁଛନ୍ତି। ବିଲ୍‌କୁ ଅସାମ୍ବିଧାନିକ ଏବଂ ମୁସଲିମ ସ୍ବାର୍ଥ ବିରୋଧୀ ବୋଲି ବର୍ଣ୍ଣନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ରିପବ୍ଲିକାନ୍ ପାର୍ଟି ଜିତିଲେ ପ୍ରତି ନାଗରିକଙ୍କୁ ୫,୦୦୦ ଡଲାର ଦେବାକୁ ଟ୍ରମ୍ପଙ୍କ ଘୋଷଣା

ତେବେ ଯେତେ ସମୟ ଧରି ଆଲୋଚନା ହେଲେ ମଧ୍ୟ ଏହି ବିଲ ଲୋକସଭାରେ ଅନୁମୋଦିତ ହେବାରେ କୌଣସି ପ୍ରତିବନ୍ଧକ ନାହିଁ। କାରଣ ଅନୁମୋଦନ ପାଇଁ ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟା ରହିଛି। ବିଜେପି ପାଖରେ ନିଜସ୍ବ ସଂଖ୍ୟା ନଥିଲେ ମଧ୍ୟ ନୀତୀଶ,ଚନ୍ଦ୍ରବାବୁ ଓ ଚିରାଗ ପାଶ୍ବାନଙ୍କ ସମର୍ଥନ ରହିଛି। ୫୪୨ ସଭ୍ୟ ବିଶିଷ୍ଟ ଲୋକସଭାରେ ଏନ୍‌ଡିଏ ବା ବିଜେପି ମେଣ୍ଟ ପ୍ରତି ୨୯୩ ସଭ୍ୟଙ୍କ ସମର୍ଥନ ରହିଛି। ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ସମର୍ଥନ ଘୋଷଣା କରିଥିବାରୁ ଏହି ବିଲ୍ ପାସ୍ ହେବାରେ କୌଣସି ଅସୁବିଧା ନାହିଁ। ପୁଣି ନୀତୀଶ କୁମାରଙ୍କ ଜେଡିୟୁ ମଧ୍ୟ ଏହାକୁ ସମର୍ଥନ କରିପାରେ। ଅବଶ୍ୟ ବିଲରେ କେତେକ ସଂଶୋଧ ପାଇଁ ଦଳ କେତେକ ପ୍ରସ୍ତାବ ଦେଇଛି। ଉଭୟ ଚନ୍ଦ୍ରବାବୁ ଓ ନୀତୀଶ କୁମାର କହିଛନ୍ତି ଯେ ସେମାନେ ମୁସଲିମ ସମୁଦାୟ ସ୍ବାର୍ଥର ସୁରକ୍ଷା ଲାଗି ପ୍ରତିଶ୍ରୁତିବଦ୍ଧ।

ଆହୁରି ପଢ଼ନ୍ତୁ: ଦୀର୍ଘ ୬ ବର୍ଷ ପରେ ଗୁଆଙ୍ଗଜୋ-ଦିଲ୍ଲୀ ବିମାନ ସେବା ପୁଣି ଆରମ୍ଭ କରିବ ଚୀନ୍ ସଦର୍ଣ୍ଣ ଏୟାରଲାଇନ୍ସ

ବୁଧବାର ପ୍ରଶ୍ନକାଳ ପରେ ଲୋକସଭାରେ ଏହି ବିଲ୍ ଆଗତ ହେବ। ଏହା ଉପରେ ୮ ଘଣ୍ଟା ଧରି ଆଲୋଚନା ପରେ ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକସଭା ଚାଲିପାରେ ବୋଲି ମନ୍ତ୍ରୀ କହିଛନ୍ତି। ଇତିମଧ୍ୟରେ ଗତକାଲି ସନ୍ଧ୍ୟାରେ ଇଣ୍ଡିଆ ମେଣ୍ଟର ବୈଠକ ହୋଇଥିଲା। ବୈଠକରେ ସ୍ଥିର ହୋଇଛି ଯେ ଏହାର ସଭ୍ୟମାନେ ଏହି ବିଲରେ ଆଲୋଚନାରେ ଅଂଶଗ୍ରହଣ କରିେବ ଏବଂ ଏହାର ଜୋରଦାର ବିରୋଧ କରିବେ। ମେଣ୍ଟର ସମସ୍ତ ସଭ୍ୟ ଏହି ବିଲ୍ ବିରୋଧରେ ମତଦାନ କରିବେ। ୫୪୩ ସଭ୍ୟ ବିଶିଷ୍ଟ ଲୋକସଭାରେ ବିଜେପିର ୨୪୦ ସଭ୍ୟ ଥିବା ବେଳେ ଟିଡିିପି (୧୬) ଏବଂ ଜେଡିୟୁ (୧୨) ସମର୍ଥନରେ ମେଣ୍ଟ ସପକ୍ଷରେ ୨୯୩ ସଭ୍ୟ ରହିଛନ୍ତି। ସେହିଭଳି କଂଗ୍ରେସ (୯୯), ଏସ୍‌ପି (୩୭), ଟିଏମ୍‌ସି (୨୯), ଡିଏମ୍‌କେ (୨୨)କୁ ନେଇ ଗଠିତ ଇଣ୍ଡିଆ ମେଣ୍ଟ ପ୍ରତି ୨୩୮ ସଭ୍ୟଙ୍କ ସମର୍ଥନ ରହିଛି।

ସୂଚନାଯୋଗ୍ୟ ଯେ ବିଭିନ୍ନ ଧାର୍ମିକ କାମ ପାଇଁ ମୁସଲମାନ ମାନେ ଦାନ କରୁଥିବା ଜମି/ସଂପତ୍ତିକୁ ୱାକଫ ବୋଲି କୁହାଯାଏ। ଏଥିରୁ ମିଳୁଥିବା ଅର୍ଥକୁ ମସଜିଦ, ମ୍ରଦାସା, କବରସ୍ତାନ ଓ ଅନାଥାଶ୍ରମ କାମରେ ଲଗାଯାଇଥାଏ। ଏବେ ଦେଶରେ ୯.୪ ଲକ୍ଷ ଏକର ୱାକଫ ଜମି ରହିଛି। ଏହି ଜମିର ପରିଚାଳନା ଦାୟିତ୍ବ ୱାକଫ ବୋର୍ଡକୁ ଦିଆଯାଇଛି। ତେବେ କେନ୍ଦ୍ର ସରକାର ୱାକଫ୍ ବୋର୍ଡ ଓ ସଂପତ୍ତି ପରିଚାଳନାରେ ହସ୍ତକ୍ଷେପ କରି ନିଜ ହାତକୁ ନେବାକୁ ଚାହୁଁଛନ୍ତି। ଏଥିପାଇଁ ଆଇନରେ କେତେକ ସଂଶୋଧନକୁ ମୁସଲିମ ସଂଗଠନ ବିରୋଧ କରିଛନ୍ତିି। ପ୍ରଥମଟି ହେଲେ ୱାକଫ ବୋର୍ଡରେ ଅଣମୁସଲିମ ସଭ୍ୟ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ଦ୍ବିତୀୟଟି ହେଲା ସରକାର ଓ ୱାକଫ ମଧ୍ୟରେ ବିବାଦ ଦେଖଦେଲେ ସରକାରୀ ଅଧିକାରୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ। ଏହାକୁ ମୁସଲିମ ସଂଗଠନ ବିରୋଧ କରି କହିଛନ୍ତି ଯେ ସରକାର ଓ ୱାକଫ ବୋର୍ଡ ମଧ୍ୟରେ ବିବାଦ ହେଲେ ସରକାରୀ ଅଧିକାରୀ କେବେହେଲେ ସରକାର ବିରୋଧରେ ନିଷ୍ପତ୍ତି ନେବେନାହିଁ। ଅଧିକାରୀଙ୍କ୍ ଜରିଆରେ ସରକାର ୱାକଫ ସଂପତ୍ତି ହଡ଼ପ କରିନେବେ। ଏହାକରି ସରକାର ସେମାନଙ୍କର ଅଧିକାର ଛଡ଼ାଇନେବେ ବୋଲି ସେମାନେ ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର