ନୀତା ଅମ୍ବାନୀଙ୍କ NMACC ପକ୍ଷରୁ ନ୍ୟୁୟର୍କ ସହରରେ ଅନୁଷ୍ଠିତ ହେବ ‘ଗ୍ରାଣ୍ଡ ଇଣ୍ଡିଆନ୍ ୱିକେଣ୍ଡ’

The Sakala Picture
Published On

ନୂଆଦିଲ୍ଲୀ: ନ୍ୟୁୟର୍କ ସହରର ପ୍ରସିଦ୍ଧ ଲିଙ୍କନ୍ ସେଣ୍ଟରରେ ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) ପକ୍ଷରୁ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ସେଠାରେ ସେପ୍ଟେମ୍ବର ୧୨ରୁ ୧୪, ମୋଟ ୩ ଦିନ ଧରି ଚାଲିବ। ଏହି ୩ ଦିନରେ ଭାରତର କଳା, କାରିଗର, ଆମର ବୁଣାକାର, ଆମର ଗୀତ ଏବଂ ନୃତ୍ୟ, ଆମର ଫ୍ୟାଶନ୍, ଆମର ସ୍ୱାଦିଷ୍ଟ ଖାଦ୍ୟ ସବୁକିଛି ଏଠାରେ ରହିବ। ୨୦୨୩ ରେ ‘ନୀତା ମୁକେଶ ଅମ୍ବାନୀ […]

ନୂଆଦିଲ୍ଲୀ: ନ୍ୟୁୟର୍କ ସହରର ପ୍ରସିଦ୍ଧ ଲିଙ୍କନ୍ ସେଣ୍ଟରରେ ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) ପକ୍ଷରୁ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ସେଠାରେ ସେପ୍ଟେମ୍ବର ୧୨ରୁ ୧୪, ମୋଟ ୩ ଦିନ ଧରି ଚାଲିବ। ଏହି ୩ ଦିନରେ ଭାରତର କଳା, କାରିଗର, ଆମର ବୁଣାକାର, ଆମର ଗୀତ ଏବଂ ନୃତ୍ୟ, ଆମର ଫ୍ୟାଶନ୍, ଆମର ସ୍ୱାଦିଷ୍ଟ ଖାଦ୍ୟ ସବୁକିଛି ଏଠାରେ ରହିବ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

୨୦୨୩ ରେ ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) ବିଶ୍ୱର ପ୍ରମୁଖ ସାଂସ୍କୃତିକ କେନ୍ଦ୍ରରେ ସ୍ଥାନିତ ହୋଇଥିଲା। ଏନଏମଏସିସି ୨୦୨୩ ମସିହାରେ ନୀତା ମୁକେଶ ଅମ୍ବାନୀଙ୍କ ଦ୍ୱାରା ବିଶ୍ୱର କଳାକୁ ଭାରତକୁ ଆଣିବା ଏବଂ ଭାରତର କଳାକୁ ବିଶ୍ୱସ୍ତରୀୟ ମଞ୍ଚକୁ ନେବା ଭଳି ମହତ ଉଦ୍ଦେଶ୍ୟ ନେଇ ପ୍ରତିଷ୍ଠିତ ହୋଇଥିଲା। ଏହି ଅନୁଷ୍ଠାନକୁ ‘ଭାରତର ମେଟ୍ ଗାଲା’ ବୋଲି କୁହାଯାଇଥିଲା। ଯେଉଁଠି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତନାମା ଅଭିନେତା ଓ ଅଭିନେତ୍ରୀମାନେ ରେଡ୍ କାର୍ପେଟ ଉପରେ ଅଭିନବ ଅନୁଭୂତି ନେଇଥିଲେ। ଏଥିରେ ଶାହାରୁଖ୍‌ ଖାନ, ଗିଗି ହାଦିଦ୍‌, ପ୍ରିୟଙ୍କା ଚୋପ୍ରା, ନିକ୍‌ ଜୋନାସ୍‌ ଭଳି ଅନେକ ଅଭିନେତା ଓ ଅଭିନେତ୍ରୀମାନେ ଭାଗ ନେଇ ସମ୍ମାନ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ଡ୍ରୋନ୍ ଧକ୍କାରୁ ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି: ବିମାନ ଯାତ୍ରା ବେଳେ ଘଟିଥିଲା ଅଘଟଣ

ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର ଗ୍ରାଣ୍ଡ ଇଣ୍ଡିଆନ୍ ୱିକେଣ୍ଡ -ଟୁ-ନ୍ୟୁୟର୍କ ସିଟି ପ୍ରଥମଥର ହେବାକୁ ଯାଉଛି। ଏହାକୁ ନେଇ NMACC ର ସ୍ଥାପିକା ଓ ଅଧ୍ୟକ୍ଷା ନୀତା ଅମ୍ବାନୀ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି। ଏହା ଭାରତର ସାଂସ୍କୃତିକ, କଳା, ଶିଳ୍ପ, ସଙ୍ଗୀତ, ନୃତ୍ୟ, ଫ୍ୟାସନ୍ ଓ ଖାଦ୍ୟକୁ ନେଇ ଏକ ବିଶ୍ୱ ଉତ୍ସବ ଭାବରେ ଆୟୋଜିତ ହେଉଛି। NMACC ର ଦୃଷ୍ଟିକୋଣ ସବୁବେଳେ ଭାରତର କଳାକୁ ବିଶ୍ୱ ଦରବାରରେ ଦେଖେଇବାରେ ରହିଛି।

ଆହୁରି ପଢ଼ନ୍ତୁ: କୋହ୍ଲାପୁର ଫେରିବ ପ୍ରିୟ ହାତୀ ମାଧୁରୀ ଓରଫ ମହାଦେବୀ; ଭନତାରା କହିଲା 'ସୁସ୍ଥତା ଆମର ପ୍ରଥମ ପ୍ରାଥମିକତା'

ସେପ୍ଟେମ୍ବର ୧୨ରେ ଉଦଘାଟନୀ ରାତିରେ ମନିଷ ମାଲହୋତ୍ରାଙ୍କ ଦ୍ୱାରା ସଂଗୃହିତ ସ୍ୱଦେଶ ଫ୍ୟାଶନ୍ ଶୋ’ ରହିବ। ଯାହା ଭାରତର ପ୍ରସିଦ୍ଧ ପାରମ୍ପରିକ ବୁଣାକାର ଏବଂ ଦକ୍ଷ କାରିଗରମାନଙ୍କୁ ଆଲୋକପାତ କରିବ। ସନ୍ଧ୍ୟାରେ ପ୍ରାଚୀନରୁ ଆଧୁନିକ ଭାରତ ପର୍ଯ୍ୟନ୍ତ ଖାଦ୍ୟ ଏବଂ ସ୍ୱାଦର ଏକ ବିଶେଷ ଉପସ୍ଥାପନା ରହିବ। ଯାହା ମିଚେଲିନ-ତାରକା ସେଫ୍ ବିକାଶ ଖାନ୍ନାଙ୍କ ଦ୍ୱାରା ଉପସ୍ଥାପିତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର