ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଯୌତୁକ ଜୁଇରେ ଦିନକୁ ଯାଉଛି ୨୦ ମହିଳାଙ୍କ ଜୀବନ

The Sakala Picture
Published On

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଗ୍ରେଟର ନୋଏଡ଼ାର ନିକ୍କି ହତ୍ୟାକାଣ୍ଡ ସାରା ଦେଶକୁ ବିଚଳିତ କରିଦେଇଛି। ଅଧିକ ଯୌତୁକ ପାଇଁ ପେଟ୍ରୋଲ ପକାଇ ସ୍ବାମୀ ଏବଂ ଶାଶୁ-ଶଶୁର ତାଙ୍କୁ ନିଆଁ ଲଗାଇ ହତ୍ୟା କରିଥିଲେ। ଏବେ ସମସ୍ତେ ନିକ୍କିଙ୍କ ପାଇଁ ନ୍ୟାୟ ମାଗୁଛନ୍ତି। ଏହି ଘଟଣା ସାରା ଦେଶକୁ ଲଜ୍ଜିତ କରିଦେଇଛି। କିନ୍ତୁ ପୁଅ ଆଗରେ ମାଆକୁ ମାରିଥିବା ପିଶାଚ ସ୍ବାମୀ ପଶ୍ଚାତାପ କରିବାକୁ ମଧ୍ୟ ଉଚିତ ମଣିନାହିଁ। ଏପରି ସମୟରେ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ନିଜକୁ […]

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଗ୍ରେଟର ନୋଏଡ଼ାର ନିକ୍କି ହତ୍ୟାକାଣ୍ଡ ସାରା ଦେଶକୁ ବିଚଳିତ କରିଦେଇଛି। ଅଧିକ ଯୌତୁକ ପାଇଁ ପେଟ୍ରୋଲ ପକାଇ ସ୍ବାମୀ ଏବଂ ଶାଶୁ-ଶଶୁର ତାଙ୍କୁ ନିଆଁ ଲଗାଇ ହତ୍ୟା କରିଥିଲେ। ଏବେ ସମସ୍ତେ ନିକ୍କିଙ୍କ ପାଇଁ ନ୍ୟାୟ ମାଗୁଛନ୍ତି। ଏହି ଘଟଣା ସାରା ଦେଶକୁ ଲଜ୍ଜିତ କରିଦେଇଛି। କିନ୍ତୁ ପୁଅ ଆଗରେ ମାଆକୁ ମାରିଥିବା ପିଶାଚ ସ୍ବାମୀ ପଶ୍ଚାତାପ କରିବାକୁ ମଧ୍ୟ ଉଚିତ ମଣିନାହିଁ। ଏପରି ସମୟରେ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ନିଜକୁ ଆଧୁନିକ କହି ଗର୍ବ କରୁଥିବା ଭାରତୀୟ ସମାଜରେ ଯୌତୁକ ଜନିତ ବଧୂ ହତ୍ୟା ବ୍ୟାଧି ଭଳି ବ୍ୟାପିବାରେ ଲାଗିଛି। ଯୌତୁକର ଲୋଭ ମନୁଷ୍ୟକୁ ପଶୁବତ୍‌ କରିଦେଉଛି। ଏଥିପାଇଁ ରାକ୍ଷସ ପାଲଟି ମହିଳାଙ୍କ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି।

ଆହୁରି ପଢ଼ନ୍ତୁ: 'ଭାରତୀୟ ଅସ୍ତ୍ରଶସ୍ତ୍ର କେବେ ୟୁରୋପର କ୍ଷତି କରିନାହିଁ': ରୁଷିଆ ତୈଳ କ୍ରୟ ଉପରେ ସମାଲୋଚନାର କଡ଼ା ଜବାବ ଦେଲେ ଜୟଶଙ୍କର

ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ପ୍ରତ୍ୟେକ ଦିନ ଯୌତୁକ ଯୋଗୁଁ ୨୦ ମହିଳାଙ୍କ ମୃତ୍ୟୁ ହେଉଛି। ଗତ ୨୨ ବର୍ଷ ମଧ୍ୟରେ ଯୌତୁକ ନାମରେ ୧.୮ ଲକ୍ଷ ମହିଳାଙ୍କୁ ହତ୍ୟା କରାଯାଇଛି। ୨୦୧୮ରୁ ୨୦୨୧ ମଧ୍ୟରେ ୩୪, ୪୯୩ ମହିଳାଙ୍କୁ ମାରି ଦିଆଯାଇଛି। କେବଳ ୨୦୨୨ରେ ୬, ୪୫୦ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଉତ୍ତର ପ୍ରଦେଶରୁ ସର୍ବାଧିକ ଯୌତୁକ ମାମଲା ସାମ୍‌ନାକୁ ଆସିଛି। ୟୁପିରେ ଯୌତୁକ ଯୋଗୁଁ ୧୧, ୮୭୪ ମହିଳାଙ୍କ ଜୀବନ ଯାଇଛି। ସେହିପରି ବିହାରରେ ୫,୩୫୪, ମଧ୍ୟପ୍ରଦେଶରେ ୨, ୮୫୯, ପଶ୍ଚିମବଙ୍ଗରେ ୨, ୩୮୯ ଏବଂ ରାଜସ୍ଥାନରେ ୨,୨୪୪ ମହିଳା ଯୌତୁକ ଯୋଗୁଁ ଜୀବନ ହରାଇଛନ୍ତି। ୨୦୨୪ରେ ମହିଳା ବିରୋଧୀ ଅପରାଧକୁ ନେଇ ୨୫, ୭୪୩ ଅଭିଯୋଗ ରୁଜୁ ହୋଇଥିଲା। ଏଥିରେ ସର୍ବାଧିକ ୨୪ ପ୍ରତିଶତ  ତଥା ୬, ୨୩୭ ମାମଲା ଘରୋଇ ହିଂସାର ଥିଲା। ସେହିପରି ଯୌତୁକ ଉତ୍ପୀଡ଼ନର ୧୭ ପ୍ରତିଶତ ଅର୍ଥାତ୍‌ ୪, ୩୮୩ ମାମଲା ରେକର୍ଡ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ରାଜସ୍ଥାନର ପ୍ରତାପଗଡ଼ରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ: ଟ୍ରାକ୍ଟର ଇଏମ୍ଆଇ ପାଇଁ ଦିଅର-ଯାଆ ସାଜିଲେ ହତ୍ୟାକାରୀ

ଆହୁରି ପଢ଼ନ୍ତୁ: ଆସାମର ଜୋରହାଟ ଏୟାରବେସରେ ଭାରତୀୟ ବାୟୁସେନାର AN- 32 ଏୟାରକ୍ରାଫ୍ଟ କ୍ରାସ୍

25 Aug 2025 By The Sakala

ଯୌତୁକ ଜୁଇରେ ଦିନକୁ ଯାଉଛି ୨୦ ମହିଳାଙ୍କ ଜୀବନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଗ୍ରେଟର ନୋଏଡ଼ାର ନିକ୍କି ହତ୍ୟାକାଣ୍ଡ ସାରା ଦେଶକୁ ବିଚଳିତ କରିଦେଇଛି। ଅଧିକ ଯୌତୁକ ପାଇଁ ପେଟ୍ରୋଲ ପକାଇ ସ୍ବାମୀ ଏବଂ ଶାଶୁ-ଶଶୁର ତାଙ୍କୁ ନିଆଁ ଲଗାଇ ହତ୍ୟା କରିଥିଲେ। ଏବେ ସମସ୍ତେ ନିକ୍କିଙ୍କ ପାଇଁ ନ୍ୟାୟ ମାଗୁଛନ୍ତି। ଏହି ଘଟଣା ସାରା ଦେଶକୁ ଲଜ୍ଜିତ କରିଦେଇଛି। କିନ୍ତୁ ପୁଅ ଆଗରେ ମାଆକୁ ମାରିଥିବା ପିଶାଚ ସ୍ବାମୀ ପଶ୍ଚାତାପ କରିବାକୁ ମଧ୍ୟ ଉଚିତ ମଣିନାହିଁ। ଏପରି ସମୟରେ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ନିଜକୁ ଆଧୁନିକ କହି ଗର୍ବ କରୁଥିବା ଭାରତୀୟ ସମାଜରେ ଯୌତୁକ ଜନିତ ବଧୂ ହତ୍ୟା ବ୍ୟାଧି ଭଳି ବ୍ୟାପିବାରେ ଲାଗିଛି। ଯୌତୁକର ଲୋଭ ମନୁଷ୍ୟକୁ ପଶୁବତ୍‌ କରିଦେଉଛି। ଏଥିପାଇଁ ରାକ୍ଷସ ପାଲଟି ମହିଳାଙ୍କ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି।

ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ପ୍ରତ୍ୟେକ ଦିନ ଯୌତୁକ ଯୋଗୁଁ ୨୦ ମହିଳାଙ୍କ ମୃତ୍ୟୁ ହେଉଛି। ଗତ ୨୨ ବର୍ଷ ମଧ୍ୟରେ ଯୌତୁକ ନାମରେ ୧.୮ ଲକ୍ଷ ମହିଳାଙ୍କୁ ହତ୍ୟା କରାଯାଇଛି। ୨୦୧୮ରୁ ୨୦୨୧ ମଧ୍ୟରେ ୩୪, ୪୯୩ ମହିଳାଙ୍କୁ ମାରି ଦିଆଯାଇଛି। କେବଳ ୨୦୨୨ରେ ୬, ୪୫୦ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଉତ୍ତର ପ୍ରଦେଶରୁ ସର୍ବାଧିକ ଯୌତୁକ ମାମଲା ସାମ୍‌ନାକୁ ଆସିଛି। ୟୁପିରେ ଯୌତୁକ ଯୋଗୁଁ ୧୧, ୮୭୪ ମହିଳାଙ୍କ ଜୀବନ ଯାଇଛି। ସେହିପରି ବିହାରରେ ୫,୩୫୪, ମଧ୍ୟପ୍ରଦେଶରେ ୨, ୮୫୯, ପଶ୍ଚିମବଙ୍ଗରେ ୨, ୩୮୯ ଏବଂ ରାଜସ୍ଥାନରେ ୨,୨୪୪ ମହିଳା ଯୌତୁକ ଯୋଗୁଁ ଜୀବନ ହରାଇଛନ୍ତି। ୨୦୨୪ରେ ମହିଳା ବିରୋଧୀ ଅପରାଧକୁ ନେଇ ୨୫, ୭୪୩ ଅଭିଯୋଗ ରୁଜୁ ହୋଇଥିଲା। ଏଥିରେ ସର୍ବାଧିକ ୨୪ ପ୍ରତିଶତ  ତଥା ୬, ୨୩୭ ମାମଲା ଘରୋଇ ହିଂସାର ଥିଲା। ସେହିପରି ଯୌତୁକ ଉତ୍ପୀଡ଼ନର ୧୭ ପ୍ରତିଶତ ଅର୍ଥାତ୍‌ ୪, ୩୮୩ ମାମଲା ରେକର୍ଡ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର