ମନୋରଞ୍ଜନ
ଓଡ଼ିଶା
IPL 2025 ଫାଇନାଲ : ପଞ୍ଜାବ କିଙ୍ଗସ୍ଙ୍କୁ ୧୯୧ ରନ୍ର ଟାର୍ଗେଟ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ଅହମ୍ମଦାବାଦ : ପଞ୍ଜାବ କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଫାଇନାଲ ରୋମାଞ୍ଚକର ମୋଡ୍ରେ ରହିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୯ ୱିକେଟ ହରାଇ ୧୯୦ ରନ୍ କରିଛି। ଯାହା ଫଳରେ ପ୍ରଥମ ଥର ଆଇପିଏଲ ଟାଇଟଲ୍ ଜିତିବାକୁ ପଞ୍ଜାବ କିଙ୍ଗସ୍କୁ ୧୯୧ ରନ୍ କରିବାକୁ ପଡିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା […]
ଅହମ୍ମଦାବାଦ : ପଞ୍ଜାବ କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଫାଇନାଲ ରୋମାଞ୍ଚକର ମୋଡ୍ରେ ରହିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୯ ୱିକେଟ ହରାଇ ୧୯୦ ରନ୍ କରିଛି। ଯାହା ଫଳରେ ପ୍ରଥମ ଥର ଆଇପିଏଲ ଟାଇଟଲ୍ ଜିତିବାକୁ ପଞ୍ଜାବ କିଙ୍ଗସ୍କୁ ୧୯୧ ରନ୍ କରିବାକୁ ପଡିବ।
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ମ୍ୟାଚରେ ପଞ୍ଜାବ କିଙ୍ଗସ୍ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦୁଇ ଓପନର ବିରାଟ କୋହଲି ଓ ଫିଲ୍ ସଲ୍ଟ ପ୍ରଥମେ ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ଅଧିକ ଆଗକୁ ନେଇ ପାରିନଥିଲେ। କାଏଲ୍ ଜାମିସନଙ୍କ ବଲ୍ରେ ଶ୍ରେୟସ ଆୟରଙ୍କ ଦ୍ବାରା କ୍ୟାଚ୍ ଆଉଟ ହୋଇ ଫିଲ୍ ସଲ୍ଟ ୧୬(୯ବଲ୍)ରେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ମୟଙ୍କ ଅଗରୱାଲ୍ କୋହଲିଙ୍କୁ ସାଥ୍ ଦେଇ ଦଳର ସ୍କୋରକୁ ଆଗେଇ ନେଇଥିଲେ। ଦଳର ସ୍କୋର ୫୬ ଥିବା ବେଳେ ମୟଙ୍କ ୨୪ ରନ୍ କରି ଆଉଟ ହୋଇଥିଲେ। ଏହାପରେ ପଞ୍ଜାବ କିଙ୍ଗସ୍ ପ୍ରଶଂସକ ବିରାଟଙ୍କ ନିକଟରୁ ଏକ ବଡ଼ ଇନିଂସ ଆଶା ରଖିଥିଲେ ବି ସେ ୪୩ ରନ୍ରେ ଆଜମାତୁଲ୍ଲା ଓମାରଜାଇଙ୍କ ବଳ୍ରେ ଆଉଟ ହୋଇ ଆଶା ଭାଙ୍ଗି ଦେଇଥିଲେ। ବିରାଟଙ୍କ ପରେ ଅଧିନାୟକ ରଜତ ପାଟିଦାର ୨୬, ଜିତେଶ ଶର୍ମା ୨୪,ଲିଆମ ଲିଭିଂଷ୍ଟୋନ ୨୫, ରୋମାରିଓ ସେଫର୍ଡ ୧୭ ରନ୍ କରି ଆଉଟ ହୋଇଥିଲେ।
ପଞ୍ଜାବ କିଙ୍ଗସ୍ର ବୋଲର ଆଜିର ମ୍ୟାଚ୍ରେ ଭଲ ପଦର୍ଶନ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୨୦୦ ରନ୍ କରିବାକୁ ସୁଯୋଗ ଦେଇନଥିଲେ। ପଞ୍ଜାବ ପକ୍ଷରୁ ଅର୍ଶଦୀପ୍ ସିଂହ ୩, କାଏଲ୍ ଜାମିସନ ୩, ଆଜମାତୁଲ୍ଲା ଓମାରଜାଇ ୧,ବିଜୟ ବୈଶ୍ୟକ ୧ ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।