୪ରୁ ଆଉ ଗୋଟିଏ ଘୂର୍ଣ୍ଣିବଳୟ; ରାଜ୍ୟରେ ଜାରି ରହିବ ଲଗାଣ ବର୍ଷା…

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ମୁଖ୍ୟତଃ ଉତ୍ତର ଓଡ଼ିଶାରେ ବର୍ଷା ଯୋଗୁଁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଥିବା ବେଳେ ଝାଡ଼ଖଣ୍ଡରୁ ଆସୁଥିବା ବର୍ଷା ପାଣି ଏହି ଦୁଇ ଜିଲ୍ଲା ପାଇଁ ସମସ୍ୟା ବଢ଼ାଇଛି। ଧୀରେଧୀରେ ଲଘୁଚାପ ଝାଡ଼ଖଣ୍ଡମୁହାଁ ହେବା ହେତୁ ଯଦିଓ ରାଜ୍ୟରେ ବର୍ଷା କମୁଛି, ମାତ୍ର ଏବେ ବି ଅନେକ ସ୍ଥାନରେ ବର୍ଷା ଯୋଗୁଁ ସ୍ଥିତି ବେହାଲ ରହିଛି। ପାଣିପାଗ କେନ୍ଦ୍ରର ସୂଚନା […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ମୁଖ୍ୟତଃ ଉତ୍ତର ଓଡ଼ିଶାରେ ବର୍ଷା ଯୋଗୁଁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଥିବା ବେଳେ ଝାଡ଼ଖଣ୍ଡରୁ ଆସୁଥିବା ବର୍ଷା ପାଣି ଏହି ଦୁଇ ଜିଲ୍ଲା ପାଇଁ ସମସ୍ୟା ବଢ଼ାଇଛି। ଧୀରେଧୀରେ ଲଘୁଚାପ ଝାଡ଼ଖଣ୍ଡମୁହାଁ ହେବା ହେତୁ ଯଦିଓ ରାଜ୍ୟରେ ବର୍ଷା କମୁଛି, ମାତ୍ର ଏବେ ବି ଅନେକ ସ୍ଥାନରେ ବର୍ଷା ଯୋଗୁଁ ସ୍ଥିତି ବେହାଲ ରହିଛି।

ଆହୁରି ପଢ଼ନ୍ତୁ: ମହିମା ଅଲେଖ ବାବାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା !

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବୁଧବାର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରାଯାଇଥିବା ବେଳେ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାରେ ବର୍ଷା ହୋଇପାରେ। ଅନ୍ୟପଟେ ଆସନ୍ତା ୪ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଉ ଏକ ପର୍ଯ୍ୟାୟରେ ବର୍ଷା ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧୦,୩୭୨ ସ୍ନାତକ (UG) ସିଟ୍ ବୃଦ୍ଧି କଲେ ସରକାର

ଜୁନ୍‌ ମାସ ମଧ୍ୟରେ ରାଜ୍ୟରେ ୨୬୨.୦ ମିମି ବର୍ଷା ହୋଇଛି। ସ୍ୱାଭାବିକ ବର୍ଷା ୨୧୬.୫ ମିମି ବର୍ଷା ତୁଳନାରେ ଏହା ଅଧିକ। ଜଗତସିଂହପୁର, ବୌଦ୍ଧ, ଦେବଗଡ଼, ସୁନ୍ଦଗରଡ଼, ମୟୂରଭଞ୍ଜ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି। ସେହିପରି, କୋରାପୁଟ, ସୋନପୁର, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, କେନ୍ଦୁଝର, ବାଲେଶ୍ୱର, ସମ୍ୱଲପୁରରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଦୀର୍ଘବର୍ଷ ପରେ ମୌସୁମୀ ପ୍ରଥମ ମାସ ଅର୍ଥାତ୍‌ ଜୁନ୍‌ରେ ବର୍ଷାର ପରିମାଣ ସ୍ୱାଭାବିକ ରହିଥିବାରୁ ଚଳିତବର୍ଷ ଠିକ୍‌ ସମୟରେ ଚାଷ କାମ ଆରମ୍ଭ ହେବା ନେଇ ଆକଳନ କରାଯାଉଛି। ସେହିପରି ଜୁଲାଇରେ ସାମଗ୍ରିକ ଭାବେ ସ୍ୱାଭାବିକ ତୁଳନାରେ ଅଧିକ ବର୍ଷା ହେବ ବୋଲି ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଛି। ବିଭାଗ ଜୁଲାଇ ପାଇଁ ଆକଳନ ଜାରି କରି ଏହି ସୂଚନା ଦେଇଛି। ଉପକୂଳବର୍ତ୍ତୀ ଜିଲ୍ଲାରେ ସ୍ୱାଭାବିକ ତୁଳନାରେ ବର୍ଷାର ପରିମାଣ ଯଥେଷ୍ଟ ଅଧିକ ରହିବା ନେଇ ଆକଳନ କରାଯାଉଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକଠୁଁ ଅଧିକ ରହିବ ବୋଲି ଆଇଏମ୍‌ଡି ଦର୍ଶାଇଛି।

ଆହୁରି ପଢ଼ନ୍ତୁ: ସମଗ୍ର ଓଡ଼ିଶାକୁ ଛୁଇଁଲା ମୌସୁମୀ, ବର୍ଷା ବଢିବା ସହ ଖସିବ ତାପମାତ୍ରା

02 Jul 2025 By The Sakala

୪ରୁ ଆଉ ଗୋଟିଏ ଘୂର୍ଣ୍ଣିବଳୟ; ରାଜ୍ୟରେ ଜାରି ରହିବ ଲଗାଣ ବର୍ଷା…

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ମୁଖ୍ୟତଃ ଉତ୍ତର ଓଡ଼ିଶାରେ ବର୍ଷା ଯୋଗୁଁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଥିବା ବେଳେ ଝାଡ଼ଖଣ୍ଡରୁ ଆସୁଥିବା ବର୍ଷା ପାଣି ଏହି ଦୁଇ ଜିଲ୍ଲା ପାଇଁ ସମସ୍ୟା ବଢ଼ାଇଛି। ଧୀରେଧୀରେ ଲଘୁଚାପ ଝାଡ଼ଖଣ୍ଡମୁହାଁ ହେବା ହେତୁ ଯଦିଓ ରାଜ୍ୟରେ ବର୍ଷା କମୁଛି, ମାତ୍ର ଏବେ ବି ଅନେକ ସ୍ଥାନରେ ବର୍ଷା ଯୋଗୁଁ ସ୍ଥିତି ବେହାଲ ରହିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବୁଧବାର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରାଯାଇଥିବା ବେଳେ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାରେ ବର୍ଷା ହୋଇପାରେ। ଅନ୍ୟପଟେ ଆସନ୍ତା ୪ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଉ ଏକ ପର୍ଯ୍ୟାୟରେ ବର୍ଷା ଆଶଙ୍କା ରହିଛି।

ଜୁନ୍‌ ମାସ ମଧ୍ୟରେ ରାଜ୍ୟରେ ୨୬୨.୦ ମିମି ବର୍ଷା ହୋଇଛି। ସ୍ୱାଭାବିକ ବର୍ଷା ୨୧୬.୫ ମିମି ବର୍ଷା ତୁଳନାରେ ଏହା ଅଧିକ। ଜଗତସିଂହପୁର, ବୌଦ୍ଧ, ଦେବଗଡ଼, ସୁନ୍ଦଗରଡ଼, ମୟୂରଭଞ୍ଜ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି। ସେହିପରି, କୋରାପୁଟ, ସୋନପୁର, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, କେନ୍ଦୁଝର, ବାଲେଶ୍ୱର, ସମ୍ୱଲପୁରରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଦୀର୍ଘବର୍ଷ ପରେ ମୌସୁମୀ ପ୍ରଥମ ମାସ ଅର୍ଥାତ୍‌ ଜୁନ୍‌ରେ ବର୍ଷାର ପରିମାଣ ସ୍ୱାଭାବିକ ରହିଥିବାରୁ ଚଳିତବର୍ଷ ଠିକ୍‌ ସମୟରେ ଚାଷ କାମ ଆରମ୍ଭ ହେବା ନେଇ ଆକଳନ କରାଯାଉଛି। ସେହିପରି ଜୁଲାଇରେ ସାମଗ୍ରିକ ଭାବେ ସ୍ୱାଭାବିକ ତୁଳନାରେ ଅଧିକ ବର୍ଷା ହେବ ବୋଲି ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଛି। ବିଭାଗ ଜୁଲାଇ ପାଇଁ ଆକଳନ ଜାରି କରି ଏହି ସୂଚନା ଦେଇଛି। ଉପକୂଳବର୍ତ୍ତୀ ଜିଲ୍ଲାରେ ସ୍ୱାଭାବିକ ତୁଳନାରେ ବର୍ଷାର ପରିମାଣ ଯଥେଷ୍ଟ ଅଧିକ ରହିବା ନେଇ ଆକଳନ କରାଯାଉଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକଠୁଁ ଅଧିକ ରହିବ ବୋଲି ଆଇଏମ୍‌ଡି ଦର୍ଶାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର