ଚାଉଳ ଉଠାଇବାକୁ ଏଫ୍‌ସିଆଇ କୁନ୍ଥକୁନ୍ଥ: କେଉଁଠି ରଖିବେ ୧୨ଲକ୍ଷ ଟନ୍‌, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଶୁଣିଲେନି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେଲେ ସବୁଦିଗରୁ ଓଡ଼ିଶା ଲାଭବାନ ହେବ ବୋଲି ବିଜେପି ନେତାମାନେ ଗତ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବିଡ଼ମ୍ବନା ହେଉଛି ଡବଲ ଇଞ୍ଜିନ୍‌ ସରକାର ଓଡ଼ିଶାକୁ ଡବଲ ଲାଭ ମିଳିବା ତ ଦୂରର କଥା, ଓଲଟି ଓଡ଼ିଶା ଅଧିକ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି, ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଅନୁଦାନ ରାଶି କମିଛି। ଆନ୍ଧ୍ର, ବିହାର ପରି ରାଜ୍ୟକୁ କେନ୍ଦ୍ର ସରକାର ଅଧିକ ଆର୍ଥିକ […]

ଭୁବନେଶ୍ୱର: ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେଲେ ସବୁଦିଗରୁ ଓଡ଼ିଶା ଲାଭବାନ ହେବ ବୋଲି ବିଜେପି ନେତାମାନେ ଗତ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବିଡ଼ମ୍ବନା ହେଉଛି ଡବଲ ଇଞ୍ଜିନ୍‌ ସରକାର ଓଡ଼ିଶାକୁ ଡବଲ ଲାଭ ମିଳିବା ତ ଦୂରର କଥା, ଓଲଟି ଓଡ଼ିଶା ଅଧିକ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି, ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଅନୁଦାନ ରାଶି କମିଛି। ଆନ୍ଧ୍ର, ବିହାର ପରି ରାଜ୍ୟକୁ କେନ୍ଦ୍ର ସରକାର ଅଧିକ ଆର୍ଥିକ ସହାୟତା ଦେଇଥିବାବେଳେ ଓଡ଼ିଶାର ଭାଗ କମିଛି। ବିଡ଼ମ୍ବନା ହେଉଛି ଓଡ଼ିଶା ଅଧିକ ସହାୟତା ଓ ବିଶେଷ ସହାୟତା ପାଇବା ତ ଦୂରର କଥା, ଓଲଟି ନିଜ ହକ୍‌ରୁ ବଞ୍ଚିତ ହୋଇଛି। ଓଡ଼ିଶାରୁ ଚାଉଳ ଉଠାଣରେ ଏଫସିଆଇ (ଭାରତୀୟ ଖାଦ୍ୟ ନିଗମ)ର ମନମାନି ଏହାର ସଦ୍ୟତମ ଉଦାହରଣ। ରାଜ୍ୟ ସରକାରଙ୍କ କ୍ରମାଗତ ଦାବି ସତ୍ତ୍ବେ ପୂର୍ବପରି ଏଫସିଆଇ ଓଡ଼ିଶାରୁ ଚାଉଳ ଉଠାଣରେ ନିଜର ଟାଳଟୁଳ ନୀତି ଜାରି ରଖିଛି। ଗତ ବିଜେଡି ସରକାର ସମୟରେ ଏଫ୍‌ସିଆଇ ଓଡ଼ିଶାରୁ ଚାଉଳ ଉଠାଇବାକୁ କୁନ୍ଥକୁନ୍ଥ ହେଉଥିଲା। ଏନେଇ ବିଜେଡି ସଡ଼କଠାରୁ ସଂସଦ ଯାଏଁ ନିଜର ପ୍ରତିବାଦ ଜାରି ରଖିଥିଲା। ଏବେ ଡବଲ ଇଞ୍ଜିନ ସରକାର ଆସିବା ପରେ ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ବରଂ ପରିସ୍ଥିତି ଅଧିକ ଖରାପ ହୋଇଛି। ଖରିଫ ଓ ରବିକୁ ମିଶାଇ ଏଫସିଆଇ ଓଡ଼ିଶାରୁ ପ୍ରାୟ ୧୨ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉଠାଇନାହିଁ। ଯାହା ଫଳରେ ଆଗାମୀ ଦିନରେ ଧାନ ସଂଗ୍ରହ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ରିଲ୍ସ ସୁଟିଂ ବେଳେ ବ୍ରାହ୍ମଣୀ ନଦୀରେ ଅଘଟଣ; ରେଳ ପୋଲରୁ ଖସି ଯୁବକ ନିଖୋଜ

ରାଜ୍ୟ ବିଜେପି ସରକାର ପାଇଁ ଏଫ୍‌ସିଆଇର ମନମାନି ଅଜାଗା ଘା’ରେ ପରିଣତ ହୋଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିଜେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଖାଉଟି କଲ୍ୟାଣମନ୍ତ୍ରୀ ରାଜ୍ୟରୁ ଚାଉଳ ଉଠାଇବାକୁ ଅନୁରୋଧ କରିଥିଲେ ହେଁ କେନ୍ଦ୍ର ସରକାର ବା ଏଫ୍‌ସିଆଇ ଏ ସମ୍ପର୍କରେ ନିରବ ରହିଛି। ଏବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଧିବଦ୍ଧ ଭାବେ ଏ ସଂକ୍ରାନ୍ତରେ କେନ୍ଦ୍ର ନିକଟରେ ଫେରାଦ ହୋଇଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସେ ସାକ୍ଷାତ କରି ଖରିଫ ୨୦୨୪-୨୫ ପାଇଁ ଚାଉଳ ସଂଗ୍ରହ ଲକ୍ଷ୍ୟ ବିଷୟରେ ଆଲୋଚନା କରିବା ସହ ଏଫସିଆଇ ଦ୍ୱାରା ଚାଉଳ ସ୍ଥାନାନ୍ତରକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି। ଖରିଫ ଓ ରବି ଫସଲ ସମେତ ରାଜ୍ୟର ବ୍ୟବହାର ପରେ ବଳକା ୧୨ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉଠାଇବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଫସିଆଇର ମନମାନିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଉପମୁଖ୍ୟମନ୍ତ୍ରୀଙ୍କ ଫେରାଦ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳାକୁ ପରୋକ୍ଷରେ ସ୍ପଷ୍ଟ କରିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୁଲିସର ଦମନଲୀଳା: ବିଜୟଚୌକରେ ବିଜେଡିର ପ୍ରତିବାଦ

କେନ୍ଦ୍ର ସରକାର ତଥା ଏଫସିଆଇର ମନମାନି କରାଣରୁ ରାଜ୍ୟ ସରକାର ଦୋଛକିରେ ପଡ଼ିଛନ୍ତି। ଇନପୁଟ ସବସିଡି ସହ ଧାନର ଏମଏସପି ୩୧୦୦ ଟଙ୍କା ଘୋଷଣା କରିବା ପରେ ସରକାରଙ୍କୁ ଧାନ ବିକିବା ପାଇଁ ଚାଷୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାଯୋଗୁଁ ଗତ ଖରିଫରେ ସରକାର ରେକର୍ଡ ପରିମାଣର ଧାନ ସଂଗ୍ରହ ହୋଇଥିବା ସରକାର ଦାବି କରିଥିଲେ। ମାତ୍ର ଏବେ ଏଫସିଆଇ ଚାଉଳ ଉଠାଉ ନଥିବାରୁ ଆସନ୍ତା ଖରିଫରେ ଚାଷୀଙ୍କଠାରୁ ଧାନ କିଣି ସରକାର କଣ କିଣିବେ, ସେନେଇ ଚିନ୍ତା ପ୍ରକାଶ ପାଇଲାଣି। ଅତଏବ ଚାଷୀଙ୍କ ଠାରୁ କମ୍‌ ଧାନ କିଣିବା ପାଇଁ ରାଜ୍ୟ ସରକାର ଚାଷୀ ପଞ୍ଜୀକରଣ, ଇ-କେୱାଇସି ପରି ଜଟିଳ ପନ୍ଥା ଆପଣେଇଛନ୍ତି ବୋଲି ଚାଷୀ ନେତାଏ ସନ୍ଦେହ ପ୍ରକାଶ କରୁଛନ୍ତି। ଅତୀତରେ ବିଜେଡି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଥିଲା, ଦଳୀୟ ସାଂସଦମାନେ ଏହି ପ୍ରସଙ୍ଗ ସଂସଦରେ ଉଠାଇଥିଲେ। ମାତ୍ର ଏବେ ରାଜ୍ୟରୁ ନିର୍ବାଚିତ ୨୦ ସାଂସଦ ଏହି ପ୍ରସଙ୍ଗକୁ ନେଇ ନିରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦଳର ସାଂସଦମାନେ ଏହାକୁ ସଂସଦରେ କାହିଁକି ଉଠାଉ ନାହାନ୍ତି ବୋଲି ରାଜ୍ୟର ଚାଷୀମାନେ ପ୍ରଶ୍ନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ: 'ମହାପ୍ରସାଦ' ଓ 'ନୀଳଚକ୍ର' ସମେତ ୫ଟି ପବିତ୍ର ନାମକୁ ମିଳିଲା ଟ୍ରେଡମାର୍କ ଅନୁମୋଦନ

30 Jul 2025 By The Sakala

ଚାଉଳ ଉଠାଇବାକୁ ଏଫ୍‌ସିଆଇ କୁନ୍ଥକୁନ୍ଥ: କେଉଁଠି ରଖିବେ ୧୨ଲକ୍ଷ ଟନ୍‌, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଶୁଣିଲେନି

ଭୁବନେଶ୍ୱର: ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେଲେ ସବୁଦିଗରୁ ଓଡ଼ିଶା ଲାଭବାନ ହେବ ବୋଲି ବିଜେପି ନେତାମାନେ ଗତ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବିଡ଼ମ୍ବନା ହେଉଛି ଡବଲ ଇଞ୍ଜିନ୍‌ ସରକାର ଓଡ଼ିଶାକୁ ଡବଲ ଲାଭ ମିଳିବା ତ ଦୂରର କଥା, ଓଲଟି ଓଡ଼ିଶା ଅଧିକ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି, ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଅନୁଦାନ ରାଶି କମିଛି। ଆନ୍ଧ୍ର, ବିହାର ପରି ରାଜ୍ୟକୁ କେନ୍ଦ୍ର ସରକାର ଅଧିକ ଆର୍ଥିକ ସହାୟତା ଦେଇଥିବାବେଳେ ଓଡ଼ିଶାର ଭାଗ କମିଛି। ବିଡ଼ମ୍ବନା ହେଉଛି ଓଡ଼ିଶା ଅଧିକ ସହାୟତା ଓ ବିଶେଷ ସହାୟତା ପାଇବା ତ ଦୂରର କଥା, ଓଲଟି ନିଜ ହକ୍‌ରୁ ବଞ୍ଚିତ ହୋଇଛି। ଓଡ଼ିଶାରୁ ଚାଉଳ ଉଠାଣରେ ଏଫସିଆଇ (ଭାରତୀୟ ଖାଦ୍ୟ ନିଗମ)ର ମନମାନି ଏହାର ସଦ୍ୟତମ ଉଦାହରଣ। ରାଜ୍ୟ ସରକାରଙ୍କ କ୍ରମାଗତ ଦାବି ସତ୍ତ୍ବେ ପୂର୍ବପରି ଏଫସିଆଇ ଓଡ଼ିଶାରୁ ଚାଉଳ ଉଠାଣରେ ନିଜର ଟାଳଟୁଳ ନୀତି ଜାରି ରଖିଛି। ଗତ ବିଜେଡି ସରକାର ସମୟରେ ଏଫ୍‌ସିଆଇ ଓଡ଼ିଶାରୁ ଚାଉଳ ଉଠାଇବାକୁ କୁନ୍ଥକୁନ୍ଥ ହେଉଥିଲା। ଏନେଇ ବିଜେଡି ସଡ଼କଠାରୁ ସଂସଦ ଯାଏଁ ନିଜର ପ୍ରତିବାଦ ଜାରି ରଖିଥିଲା। ଏବେ ଡବଲ ଇଞ୍ଜିନ ସରକାର ଆସିବା ପରେ ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ବରଂ ପରିସ୍ଥିତି ଅଧିକ ଖରାପ ହୋଇଛି। ଖରିଫ ଓ ରବିକୁ ମିଶାଇ ଏଫସିଆଇ ଓଡ଼ିଶାରୁ ପ୍ରାୟ ୧୨ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉଠାଇନାହିଁ। ଯାହା ଫଳରେ ଆଗାମୀ ଦିନରେ ଧାନ ସଂଗ୍ରହ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ରାଜ୍ୟ ବିଜେପି ସରକାର ପାଇଁ ଏଫ୍‌ସିଆଇର ମନମାନି ଅଜାଗା ଘା’ରେ ପରିଣତ ହୋଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିଜେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଖାଉଟି କଲ୍ୟାଣମନ୍ତ୍ରୀ ରାଜ୍ୟରୁ ଚାଉଳ ଉଠାଇବାକୁ ଅନୁରୋଧ କରିଥିଲେ ହେଁ କେନ୍ଦ୍ର ସରକାର ବା ଏଫ୍‌ସିଆଇ ଏ ସମ୍ପର୍କରେ ନିରବ ରହିଛି। ଏବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଧିବଦ୍ଧ ଭାବେ ଏ ସଂକ୍ରାନ୍ତରେ କେନ୍ଦ୍ର ନିକଟରେ ଫେରାଦ ହୋଇଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସେ ସାକ୍ଷାତ କରି ଖରିଫ ୨୦୨୪-୨୫ ପାଇଁ ଚାଉଳ ସଂଗ୍ରହ ଲକ୍ଷ୍ୟ ବିଷୟରେ ଆଲୋଚନା କରିବା ସହ ଏଫସିଆଇ ଦ୍ୱାରା ଚାଉଳ ସ୍ଥାନାନ୍ତରକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି। ଖରିଫ ଓ ରବି ଫସଲ ସମେତ ରାଜ୍ୟର ବ୍ୟବହାର ପରେ ବଳକା ୧୨ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉଠାଇବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଫସିଆଇର ମନମାନିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଉପମୁଖ୍ୟମନ୍ତ୍ରୀଙ୍କ ଫେରାଦ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳାକୁ ପରୋକ୍ଷରେ ସ୍ପଷ୍ଟ କରିଛି।

କେନ୍ଦ୍ର ସରକାର ତଥା ଏଫସିଆଇର ମନମାନି କରାଣରୁ ରାଜ୍ୟ ସରକାର ଦୋଛକିରେ ପଡ଼ିଛନ୍ତି। ଇନପୁଟ ସବସିଡି ସହ ଧାନର ଏମଏସପି ୩୧୦୦ ଟଙ୍କା ଘୋଷଣା କରିବା ପରେ ସରକାରଙ୍କୁ ଧାନ ବିକିବା ପାଇଁ ଚାଷୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାଯୋଗୁଁ ଗତ ଖରିଫରେ ସରକାର ରେକର୍ଡ ପରିମାଣର ଧାନ ସଂଗ୍ରହ ହୋଇଥିବା ସରକାର ଦାବି କରିଥିଲେ। ମାତ୍ର ଏବେ ଏଫସିଆଇ ଚାଉଳ ଉଠାଉ ନଥିବାରୁ ଆସନ୍ତା ଖରିଫରେ ଚାଷୀଙ୍କଠାରୁ ଧାନ କିଣି ସରକାର କଣ କିଣିବେ, ସେନେଇ ଚିନ୍ତା ପ୍ରକାଶ ପାଇଲାଣି। ଅତଏବ ଚାଷୀଙ୍କ ଠାରୁ କମ୍‌ ଧାନ କିଣିବା ପାଇଁ ରାଜ୍ୟ ସରକାର ଚାଷୀ ପଞ୍ଜୀକରଣ, ଇ-କେୱାଇସି ପରି ଜଟିଳ ପନ୍ଥା ଆପଣେଇଛନ୍ତି ବୋଲି ଚାଷୀ ନେତାଏ ସନ୍ଦେହ ପ୍ରକାଶ କରୁଛନ୍ତି। ଅତୀତରେ ବିଜେଡି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଥିଲା, ଦଳୀୟ ସାଂସଦମାନେ ଏହି ପ୍ରସଙ୍ଗ ସଂସଦରେ ଉଠାଇଥିଲେ। ମାତ୍ର ଏବେ ରାଜ୍ୟରୁ ନିର୍ବାଚିତ ୨୦ ସାଂସଦ ଏହି ପ୍ରସଙ୍ଗକୁ ନେଇ ନିରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦଳର ସାଂସଦମାନେ ଏହାକୁ ସଂସଦରେ କାହିଁକି ଉଠାଉ ନାହାନ୍ତି ବୋଲି ରାଜ୍ୟର ଚାଷୀମାନେ ପ୍ରଶ୍ନ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର