ରବି ଧାନ ସଂଗ୍ରହକୁ ନେଇ ବିଜେଡିର ଉଦବେଗ; ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ତିନି ସୂତ୍ର ଦାବି ରଖିଲା ବିଜେଡି

The Sakala Picture
Published On

ଭୁବନେଶ୍ୱର: ରବି ଧାନ ସଂଗ୍ରହକୁ ନେଇ ରାଜ୍ୟର ଚାଷୀ ଭାଇମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଚାଷୀ ମାନଙ୍କୁ ପ୍ରଦାନ କରାଯାଇଥିବା ଟୋକନର ଅବଧି ଆଜି ଅର୍ଥାତ ୩୦ ଜୁନ୍‌ରେ ଶେଷ ହେଉଥିବାରୁ ଏବଂ ଧାନ କିଣା କାର୍ଯ୍ୟ ଶେଷ ହୋଇନଥିବାରୁ, ଟୋକନ ଅବଧିକୁ ଏକ ମାସ ବୃଦ୍ଧି କରାଯାଉ ଓ ଚାଷୀଙ୍କ ପାଖରେ ଥିବା ବଳକା ରବି ଧାନକୁ ସରକାର କିଣନ୍ତୁ ବୋଲି ବିଜୁ […]

ଭୁବନେଶ୍ୱର: ରବି ଧାନ ସଂଗ୍ରହକୁ ନେଇ ରାଜ୍ୟର ଚାଷୀ ଭାଇମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଚାଷୀ ମାନଙ୍କୁ ପ୍ରଦାନ କରାଯାଇଥିବା ଟୋକନର ଅବଧି ଆଜି ଅର୍ଥାତ ୩୦ ଜୁନ୍‌ରେ ଶେଷ ହେଉଥିବାରୁ ଏବଂ ଧାନ କିଣା କାର୍ଯ୍ୟ ଶେଷ ହୋଇନଥିବାରୁ, ଟୋକନ ଅବଧିକୁ ଏକ ମାସ ବୃଦ୍ଧି କରାଯାଉ ଓ ଚାଷୀଙ୍କ ପାଖରେ ଥିବା ବଳକା ରବି ଧାନକୁ ସରକାର କିଣନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ସଞ୍ଜୟ ଦାସବର୍ମା ଓ ଉପସଭାପତି  ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ରବି ଧାନ କିଣା ପାଇଁ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ଅବଧି ଆଜି ଶେଷ ହେଉଥିବା ବେଳେ ପ୍ରାୟ ୧,୫୬,୦୨୯ ମେଟ୍ରିକ ଟନ ଧାନ ରାଜ୍ୟର ବିଭିନ୍ନ ମଣ୍ଡିରେ ପଡ଼ି ରହିଛି। ଏହି ଧାନ ଉଠିବ କି ନାହିଁ, ସେ ନେଇ ସ୍ୱଚ୍ଛତା ନଥିବା କାରଣରୁ ଚାଷୀ ଭାଇମାନେ ଚିନ୍ତାରେ ଅଛନ୍ତି। ଶ୍ରୀ ଦାସବର୍ମା କହିଥିଲେ, ଟୋକନ ମାଧ୍ୟମରେ କିଣାଯାଉଥିବା ଧାନ ଛଡା ଚାଷୀ ଭାଇ ମାନଙ୍କ ପାଖରେ ବଳକା ଧାନ ରହିଛି, ଏହି ବଳକା ଧାନକୁ କିଣିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ଟୋକନ ଧାନ ଉଠିପାରି ନଥିବା ବେଳେ ବଳକା ଧାନର ସ୍ଥିତି କ’ଣ ରହିବ, ସେ ନେଇ ମଧ୍ୟ ସରକାରଙ୍କ ତରଫରୁ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ।

ଆହୁରି ପଢ଼ନ୍ତୁ: ଆଜି ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି

ଶ୍ରୀ ଦାସବର୍ମା କହିଥିଲେ, ରାଜ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏକ ପ୍ରେସ ବିବୃତିରେ କହିଛନ୍ତି, ଅବଧି ଶେଷ ହେବା ପୂର୍ବରୁ ଟୋକନ ପାଇଥିବା ଚାଷୀଙ୍କ ଆଖି ସ୍କାନ କାମ ଶେଷ ହୋଇଗଲେ, ଧାନ ପରେ ଉଠାଯିବ। ମନ୍ତ୍ରୀଙ୍କ ଏହି ବିବୃତ୍ତି ରାଜ୍ୟର ଚାଷୀ ଭାଇ ମାନଙ୍କ ପାଇଁ କିଛିଟା ଆଶ୍ୱସ୍ତି ଆଣିଛି। ସେଥିପାଇଁ ଯୋଗାଣ ମନ୍ତ୍ରୀଙ୍କୁ ଆମେ ସାଧୁବାଦ ଜଣାଉଛୁ। କିନ୍ତୁ, ମନ୍ତ୍ରୀଙ୍କ ବିବୃତ୍ତି କେତେଦୂର କାର୍ଯ୍ୟକାରୀ ହେବ ସେନେଇ ଆମର ସନ୍ଦେହ ରହିଛି। କାରଣ, ମନ୍ତ୍ରୀଙ୍କ ବିବୃତ୍ତି ଅନୁଯାୟୀ, କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ତେଣୁ, ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆମେ ୩ଟି ଦାବି ରଖୁଛୁ। ଚାଷୀଙ୍କ ପାଖରେ ଥିବା ସମସ୍ତ ବଳକା ଧାନକୁ ସରକାର କିଣନ୍ତୁ। ଟୋକନ ଅବଧିକୁ ଏକ ମାସ ବୃଦ୍ଧି କରାଯାଉ। ସରକାର ଏଥିନେଇ ବିଧିବଦ୍ଧ ଭାବେ ଏକ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ସେ କହିଥିଲେ।

ଆହୁରି ପଢ଼ନ୍ତୁ: ଜମିବାଡ଼ି ବିବାଦର କରୁଣ ପରିଣତି: ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା, ୨ ଗିରଫ

ଅତନୁ ସବ୍ୟସାଚୀ ନାୟକ କହିଥିଲେ, ଧାନ କିଣାରେ କଟନୀଛଟନି, ବର୍ଷାରେ ଧାନ ଓଦା ହୋଇଯିବା ଓ ମଣ୍ଡିରେ ଧାନ ପ୍ରଦାନ ପାଇଁ ଅପେକ୍ଷା କରିବାକୁ ପଡୁଥିବା କାରଣରୁ, ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ପାଖରେ ପ୍ରାକ ମୌସୁମୀ ଆଗମନର ସୂଚନା ରହିଥିଲେ ମଧ୍ୟ, ଏହାର ମୁକାବିଲା ପାଇଁ ସରକାରଙ୍କ ତରଫରୁ କୌଣସି ପ୍ରସ୍ତୁତି ହୋଇନଥିଲା। ଅବଧି ଶେଷ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିଲାବେଳେ, ଅନେକ ଚାଷୀଙ୍କ ଧାନ ସଂଗ୍ରହ ହୋଇପାରିନାହିଁ। ଯେଉଁମାନଙ୍କ ଧାନ କିଣା ବାକି ଅଛି, ଯେଉଁ ଧାନ ମଣ୍ଡିରେ ଅପେକ୍ଷାରେ ଥିବା ସମୟରେ ଓଦା ହୋଇଯାଇଛି ଏବଂ ଚାଷୀଙ୍କ ପାଖରେ ଥିବା ବଳକା ଧାନ ସଂଗ୍ରହ ହେବ କି ନହେବ, ସେ ନେଇ କିଛି ସ୍ୱଚ୍ଛତା ନାହିଁ। ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୩ଟି ଦାବି ରଖାଯାଇଛି। ଚାଷୀଙ୍କ ସ୍ୱାର୍ଥକୁ ସରକାର ଅଣଦେଖା କଲେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ନାୟକ କହିଥିଲେ।

30 Jun 2025 By The Sakala

ରବି ଧାନ ସଂଗ୍ରହକୁ ନେଇ ବିଜେଡିର ଉଦବେଗ; ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ତିନି ସୂତ୍ର ଦାବି ରଖିଲା ବିଜେଡି

ଭୁବନେଶ୍ୱର: ରବି ଧାନ ସଂଗ୍ରହକୁ ନେଇ ରାଜ୍ୟର ଚାଷୀ ଭାଇମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଚାଷୀ ମାନଙ୍କୁ ପ୍ରଦାନ କରାଯାଇଥିବା ଟୋକନର ଅବଧି ଆଜି ଅର୍ଥାତ ୩୦ ଜୁନ୍‌ରେ ଶେଷ ହେଉଥିବାରୁ ଏବଂ ଧାନ କିଣା କାର୍ଯ୍ୟ ଶେଷ ହୋଇନଥିବାରୁ, ଟୋକନ ଅବଧିକୁ ଏକ ମାସ ବୃଦ୍ଧି କରାଯାଉ ଓ ଚାଷୀଙ୍କ ପାଖରେ ଥିବା ବଳକା ରବି ଧାନକୁ ସରକାର କିଣନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି।

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ସଞ୍ଜୟ ଦାସବର୍ମା ଓ ଉପସଭାପତି  ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ରବି ଧାନ କିଣା ପାଇଁ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ଅବଧି ଆଜି ଶେଷ ହେଉଥିବା ବେଳେ ପ୍ରାୟ ୧,୫୬,୦୨୯ ମେଟ୍ରିକ ଟନ ଧାନ ରାଜ୍ୟର ବିଭିନ୍ନ ମଣ୍ଡିରେ ପଡ଼ି ରହିଛି। ଏହି ଧାନ ଉଠିବ କି ନାହିଁ, ସେ ନେଇ ସ୍ୱଚ୍ଛତା ନଥିବା କାରଣରୁ ଚାଷୀ ଭାଇମାନେ ଚିନ୍ତାରେ ଅଛନ୍ତି। ଶ୍ରୀ ଦାସବର୍ମା କହିଥିଲେ, ଟୋକନ ମାଧ୍ୟମରେ କିଣାଯାଉଥିବା ଧାନ ଛଡା ଚାଷୀ ଭାଇ ମାନଙ୍କ ପାଖରେ ବଳକା ଧାନ ରହିଛି, ଏହି ବଳକା ଧାନକୁ କିଣିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ଟୋକନ ଧାନ ଉଠିପାରି ନଥିବା ବେଳେ ବଳକା ଧାନର ସ୍ଥିତି କ’ଣ ରହିବ, ସେ ନେଇ ମଧ୍ୟ ସରକାରଙ୍କ ତରଫରୁ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ।

ଶ୍ରୀ ଦାସବର୍ମା କହିଥିଲେ, ରାଜ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏକ ପ୍ରେସ ବିବୃତିରେ କହିଛନ୍ତି, ଅବଧି ଶେଷ ହେବା ପୂର୍ବରୁ ଟୋକନ ପାଇଥିବା ଚାଷୀଙ୍କ ଆଖି ସ୍କାନ କାମ ଶେଷ ହୋଇଗଲେ, ଧାନ ପରେ ଉଠାଯିବ। ମନ୍ତ୍ରୀଙ୍କ ଏହି ବିବୃତ୍ତି ରାଜ୍ୟର ଚାଷୀ ଭାଇ ମାନଙ୍କ ପାଇଁ କିଛିଟା ଆଶ୍ୱସ୍ତି ଆଣିଛି। ସେଥିପାଇଁ ଯୋଗାଣ ମନ୍ତ୍ରୀଙ୍କୁ ଆମେ ସାଧୁବାଦ ଜଣାଉଛୁ। କିନ୍ତୁ, ମନ୍ତ୍ରୀଙ୍କ ବିବୃତ୍ତି କେତେଦୂର କାର୍ଯ୍ୟକାରୀ ହେବ ସେନେଇ ଆମର ସନ୍ଦେହ ରହିଛି। କାରଣ, ମନ୍ତ୍ରୀଙ୍କ ବିବୃତ୍ତି ଅନୁଯାୟୀ, କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ତେଣୁ, ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆମେ ୩ଟି ଦାବି ରଖୁଛୁ। ଚାଷୀଙ୍କ ପାଖରେ ଥିବା ସମସ୍ତ ବଳକା ଧାନକୁ ସରକାର କିଣନ୍ତୁ। ଟୋକନ ଅବଧିକୁ ଏକ ମାସ ବୃଦ୍ଧି କରାଯାଉ। ସରକାର ଏଥିନେଇ ବିଧିବଦ୍ଧ ଭାବେ ଏକ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ସେ କହିଥିଲେ।

ଅତନୁ ସବ୍ୟସାଚୀ ନାୟକ କହିଥିଲେ, ଧାନ କିଣାରେ କଟନୀଛଟନି, ବର୍ଷାରେ ଧାନ ଓଦା ହୋଇଯିବା ଓ ମଣ୍ଡିରେ ଧାନ ପ୍ରଦାନ ପାଇଁ ଅପେକ୍ଷା କରିବାକୁ ପଡୁଥିବା କାରଣରୁ, ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ପାଖରେ ପ୍ରାକ ମୌସୁମୀ ଆଗମନର ସୂଚନା ରହିଥିଲେ ମଧ୍ୟ, ଏହାର ମୁକାବିଲା ପାଇଁ ସରକାରଙ୍କ ତରଫରୁ କୌଣସି ପ୍ରସ୍ତୁତି ହୋଇନଥିଲା। ଅବଧି ଶେଷ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିଲାବେଳେ, ଅନେକ ଚାଷୀଙ୍କ ଧାନ ସଂଗ୍ରହ ହୋଇପାରିନାହିଁ। ଯେଉଁମାନଙ୍କ ଧାନ କିଣା ବାକି ଅଛି, ଯେଉଁ ଧାନ ମଣ୍ଡିରେ ଅପେକ୍ଷାରେ ଥିବା ସମୟରେ ଓଦା ହୋଇଯାଇଛି ଏବଂ ଚାଷୀଙ୍କ ପାଖରେ ଥିବା ବଳକା ଧାନ ସଂଗ୍ରହ ହେବ କି ନହେବ, ସେ ନେଇ କିଛି ସ୍ୱଚ୍ଛତା ନାହିଁ। ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୩ଟି ଦାବି ରଖାଯାଇଛି। ଚାଷୀଙ୍କ ସ୍ୱାର୍ଥକୁ ସରକାର ଅଣଦେଖା କଲେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ନାୟକ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର