ବିମାନରେ ପକ୍ଷୀମାଡ଼: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏକ ବଡ଼ ଧରଣର ବିପଦ ଟଳିଯାଇଛି। ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ବିପଦରୁ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି। ଅନ୍ୟପଟେ ବିମାନରେ ପକ୍ଷୀମାଡ଼ ଯୋଗୁଁ ଯାତ୍ରୀମାନେ ବିମାନବନ୍ଦର ପରିସରରେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଛନ୍ତି। ଶେଷରେ ଅନ୍ୟ ଏକ ବିମାନରେ ଯାତ୍ରୀମାନଙ୍କୁ କୋଲକାତା ପଠାଯାଇଛି। ସୂଚନା ଅନୁଯାୟୀ ବୁଧବାର ଅପରାହ୍ଣରେ ଏକ ଇଣ୍ଡିଗୋ ବିମାନ ୬ଇ-୬୧୦୧ ଭାଇଜାଗ-କୋଲକାତା ବିମାନ ଭୁବନେଶ୍ୱରରେ ପହଞ୍ଚିଥିଲା। ଏହା ପରେ ଏହା […]

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏକ ବଡ଼ ଧରଣର ବିପଦ ଟଳିଯାଇଛି। ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ବିପଦରୁ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି। ଅନ୍ୟପଟେ ବିମାନରେ ପକ୍ଷୀମାଡ଼ ଯୋଗୁଁ ଯାତ୍ରୀମାନେ ବିମାନବନ୍ଦର ପରିସରରେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଛନ୍ତି। ଶେଷରେ ଅନ୍ୟ ଏକ ବିମାନରେ ଯାତ୍ରୀମାନଙ୍କୁ କୋଲକାତା ପଠାଯାଇଛି। ସୂଚନା ଅନୁଯାୟୀ ବୁଧବାର ଅପରାହ୍ଣରେ ଏକ ଇଣ୍ଡିଗୋ ବିମାନ ୬ଇ-୬୧୦୧ ଭାଇଜାଗ-କୋଲକାତା ବିମାନ ଭୁବନେଶ୍ୱରରେ ପହଞ୍ଚିଥିଲା। ଏହା ପରେ ଏହା କୋଲକାତା ଉଡ଼ାଣ ଆରମ୍ଭ କରିଥିଲା। ମାତ୍ର ବିମାନଟି ରନୱେ ଅତିକ୍ରମ କରିବା ସମୟରେ ଇଞ୍ଜିନ୍‌ରେ ଏକ ପକ୍ଷୀ ମାଡ଼ ହୋଇଥିଲା। ସୌଭାଗ୍ୟ ବଶତଃ ପକ୍ଷୀମାଡ଼ ସମ୍ପର୍କରେ ପାଇଲ୍‌ଟ୍‌ ତୁରନ୍ତ ସୂଚନା ପାଇଥିଲେ ଓ ଉଡ଼ାଣକୁ ସ୍ଥଗିତ ରଖି ରନୱେରେ ବିମାନକୁ ଅଟକାଇ ଦେଇଥିଲେ। ବିଶେଷଜ୍ଞ ଦଳ ରନ୍‌ୱେରେ ପହଞ୍ଚି ବିମାନର ଯାଞ୍ଚ ପରେ ଏହି ବିମାନର ଉଡ଼ାଣକୁ ବନ୍ଦ ରଖା ଯାଇଥିଲା। ଇଣ୍ଡିଗୋ ପକ୍ଷରୁ କୋଲକାତା ଯିବାକୁ ଥିବା ଯାତ୍ରୀମାନଙ୍କ ପାଇଁ ଅନ୍ୟ ଏକ ବିମାନର ବନ୍ଦୋବସ୍ତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ, ସ୍ୱାମୀ ଓ ଶାଶୁ-ଶ୍ୱଶୁର ଅଟକ

ଅହମଦାବାଦ୍‌ ବିମାନ ଦୁର୍ଘଟଣା ପରେ ଦେଶର ବିଭିନ୍ନ ରାଜ୍ୟରେ ବିମାନଯାତ୍ରାକୁ ନେଇ ଭୟର ବାତାବରଣ ଦେଖାଦେଇଛି। ଏପରି ସମୟରେ ଭୁବନେଶ୍ୱରରେ ପୁଣି ଥରେ ଗୋଟିଏ ବିମାନରେ ପକ୍ଷୀମାଡ଼ ଘଟଣା ବିମାନଯାତ୍ରୀଙ୍କୁ ଚିନ୍ତାରେ ପକାଇଛି। ଭୁବନେଶ୍ୱର ବିମାନବନ୍ଦର ରନ୍‌ୱେକୁ ଲାଗି ଥିବା ରାସ୍ତାରେ ବାରମ୍ବାର ଉଚ୍ଛେଦ ସତ୍ତେ୍ୱ ଉଠାଦୋକାନୀମାନେ ଏଠାକୁ ହଟୁନାହାନ୍ତି। ମୁଖ୍ୟତଃ ଫାଷ୍ଟଫୁଡ୍‌ ଦୋକାନ ଯୋଗୁଁ ଏଠାରେ ପଡ଼ୁଥିବା ଆବର୍ଜନା ପକ୍ଷୀମାନଙ୍କୁ ଆକୃଷ୍ଟ କରୁଛି। ସେଥିପାଇଁ ଅନେକ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପକ୍ଷୀମାଡ଼ ଯୋଗୁଁ ବିମାନ ଯାତ୍ରା ପ୍ରଭାବିତ ହେଉଛି।

ଆହୁରି ପଢ଼ନ୍ତୁ: ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ବାରିପଦାର କୁଲସୁମ, ଶୀଘ୍ର ଖୋଜି ଆଣିବାକୁ ପ୍ରଶାସନ ନିକଟରେ ନିବେଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର