ମନୋରଞ୍ଜନ
ଓଡ଼ିଶା
ପାକିସ୍ତାନରେ ଟ୍ରେନକୁ ଅପହରଣ କରିନେଲେ ଆତଙ୍କବାଦୀ, ୧୦୦ରୁ ଅଧିକ ଯାତ୍ରୀ ବନ୍ଧକ
ନୂଆଦିଲ୍ଲୀ : ଆପଣ କେବେ ବସ୍, ବିମାନ ଆଦି ଅପହରଣ କଥା ଶୁଣିିଥିବେ । ହେଲେ କେବେ ଟ୍ରେନ ଅପହରଣ ହେବା ହୁଏତ ଶୁଣି ନଥିବେ। ହେଲେ ଏଭଳି ଅଜବକାଣ୍ଡ ଘଟିଛି ପାକିସ୍ତାନରେ । ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନରେ ମଙ୍ଗଳବାର ଏକ ଟ୍ରେନ୍ ଅପହରଣ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ,ପାକିସ୍ତାନରେ ଏକ ଯାତ୍ରୀବାହୀ ଏକ୍ସପ୍ରେସକୁ ଅପହରଣ କରି ନେଇଛନ୍ତି ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ)ର ସଶସ୍ତ୍ର ବିଦ୍ରୋହୀମାନେ। ସଂଗଠନଟି ଟ୍ରେନ୍ରେ ଥିବା ୧୨୦ ଜଣ ଯାତ୍ରୀଙ୍କୁ […]
ନୂଆଦିଲ୍ଲୀ : ଆପଣ କେବେ ବସ୍, ବିମାନ ଆଦି ଅପହରଣ କଥା ଶୁଣିିଥିବେ । ହେଲେ କେବେ ଟ୍ରେନ ଅପହରଣ ହେବା ହୁଏତ ଶୁଣି ନଥିବେ। ହେଲେ ଏଭଳି ଅଜବକାଣ୍ଡ ଘଟିଛି ପାକିସ୍ତାନରେ । ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନରେ ମଙ୍ଗଳବାର ଏକ ଟ୍ରେନ୍ ଅପହରଣ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ,ପାକିସ୍ତାନରେ ଏକ ଯାତ୍ରୀବାହୀ ଏକ୍ସପ୍ରେସକୁ ଅପହରଣ କରି ନେଇଛନ୍ତି ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ)ର ସଶସ୍ତ୍ର ବିଦ୍ରୋହୀମାନେ। ସଂଗଠନଟି ଟ୍ରେନ୍ରେ ଥିବା ୧୨୦ ଜଣ ଯାତ୍ରୀଙ୍କୁ ବନ୍ଧକ ରଖିଛନ୍ତି। ଘଟଣା ବିଷୟରେ ସୂଚନା ପାଇବା ପରେ, ବେଲୁଚିସ୍ତାନ ସରକାର ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି।
ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, କ୍ୱେଟାରୁ ପେଶାୱାର ଯାଉଥିବା ଜାଫର ଏକ୍ସପ୍ରେସକୁ ପେହରୋ କୁନରି ଏବଂ ଗାଡଲାର ମଧ୍ୟରେ ଆଠ ନମ୍ବର ସୁଡ଼ଙ୍ଗ ନିକଟରେ ବେଲୁଚିସ୍ତାନ ମୁକ୍ତି ବାହିନୀର ସଶସ୍ତ୍ର ବିଦ୍ରୋହୀମାନେ ଅଟକାଇଥିଲେ। ଡନ୍ ନ୍ୟୁଜ୍ ଅନୁଯାୟୀ, ଏହି ନଅଟି କୋଚ୍ ବିଶିଷ୍ଟ ଟ୍ରେନରେ ୧୦୦ରୁ ଅଧିକ ଜଣ ଯାତ୍ରୀ ଅଛନ୍ତି। ଟ୍ରେନ୍ ଅପହରଣ ସମ୍ପର୍କରେ ସୂଚନା ପାଇବା ପରେ ବେଲୁଚିସ୍ତାନ ସରକାର ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି। ବେଲୁଚିସ୍ତାନ ସରକାରଙ୍କ ମୁଖପାତ୍ର ଶାହିଦ ରିନ୍ଦ କହିଛନ୍ତି ଯେ ସିବି ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି। ଯେତେବେଳେ ଆମ୍ବୁଲାନ୍ସ ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳକୁ ଯାଇଛନ୍ତି। ରିଣ୍ଡ କହିଛନ୍ତି ଯେ ରେଳବାଇ ମଧ୍ୟ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
ସେପଟେ ଟ୍ରେନକୁ ଅପହରଣ କରିନେବା ପରେ ଆତଙ୍କବାଦୀମାନେ ସେଥିରେ ଥିବା ୬ ସେନା ଅଧିକାରୀଙ୍କୁ ମାରିଦେଇଛନ୍ତି । ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ) ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଏହି ଅପହରଣ ପାଇଁ ନିଜକୁ ଦାବି କରାଯାଇଛି । ଟ୍ରେନକୁ ମୁକୁଳାଇବାକୁ ପାକିସ୍ତାନୀ ସେନାର ଏକ ଦଳକୁ ପଠାଯାଇଛି । ତେବେ ଟ୍ରେନ ଉପରେ ଯଦି ପାକ୍ ସେନା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ସମଗ୍ର ଯାତ୍ରୀଙ୍କୁ ହତ୍ୟା କରାଯିବ ବୋଲି ବିଏଲଏ ଧମକ ଦେଇଛି । ଏହି ରକ୍ତପାତ ପାଇଁ ପାକ୍ ସେନା ଓ ସରକାର ଦାୟୀ ରହିବେ ବୋଲି ବିଏଲଏ କହିଛି ।






