ଟ୍ୱିଟର-ଅମାଜନ୍ ପରେ କର୍ମଚାରୀ ଛଟେଇ ଘୋଷଣା କଲା ଜୋମାଟୋ, ୪ % କର୍ମଚାରୀଙ୍କୁ ଛଟେଇ ନେଇ କମ୍ପାନିର ଯୋଜନା

The Sakala Picture
Published On

ନୂଆଦିଲ୍ଲୀ : ବିଶ୍ବର ବଡ ବଡ କମ୍ପାନୀ ଏବେ କର୍ମଚାରୀଙ୍କ ଛଟେଇ ଆରମ୍ଭ କରିଦେଇଛନ୍ତି । ସମ୍ଭାବ୍ୟ ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି କମ୍ପାନୀଗୁଡିକ ଆଗୁଆ ଛଟେଇ କରିବାରେ ଲାଗିପଡିଲେଣି । ମେଟାରୁ ଆରମ୍ଭ କରି ଟ୍ବିଟର୍ ଏବଂ ଆମାଜନ ଠାରୁ ମାଇକ୍ରୋସଫ୍ଟ ଯାଏଁ, ବଡ ବଡ କମ୍ପାନୀ ଏବେ କର୍ମଚାରୀଙ୍କୁ ବିଦା କରୁଛନ୍ତି । ଏହି କ୍ରମରେ ଏବେ ଜୋମାଟୋ ମଧ୍ୟ ସାମିଲ ହୋଇଛି । ଖର୍ଚ୍ଚ କମାଇବା ପାଇଁ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ବାହାର […]

ନୂଆଦିଲ୍ଲୀ : ବିଶ୍ବର ବଡ ବଡ କମ୍ପାନୀ ଏବେ କର୍ମଚାରୀଙ୍କ ଛଟେଇ ଆରମ୍ଭ କରିଦେଇଛନ୍ତି । ସମ୍ଭାବ୍ୟ ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି କମ୍ପାନୀଗୁଡିକ ଆଗୁଆ ଛଟେଇ କରିବାରେ ଲାଗିପଡିଲେଣି । ମେଟାରୁ ଆରମ୍ଭ କରି ଟ୍ବିଟର୍ ଏବଂ ଆମାଜନ ଠାରୁ ମାଇକ୍ରୋସଫ୍ଟ ଯାଏଁ, ବଡ ବଡ କମ୍ପାନୀ ଏବେ କର୍ମଚାରୀଙ୍କୁ ବିଦା କରୁଛନ୍ତି । ଏହି କ୍ରମରେ ଏବେ ଜୋମାଟୋ ମଧ୍ୟ ସାମିଲ ହୋଇଛି । ଖର୍ଚ୍ଚ କମାଇବା ପାଇଁ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ବାହାର କରାଯାଉଛି ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଜୋମାଟୋ କମ୍ପାନୀ ତାର ଲାଭ ଅଧିକ କରିବା ଓ ବିନିଯୋଗ କମ୍ କରିବା ଲକ୍ଷ୍ୟରେ ଏଭଳି ଛଟେଇ କରୁଥିବା କଥା କୁହାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଚଳିତ ସପ୍ତାହରେ ଏପର୍ଯ୍ୟନ୍ତ କମ୍ପାନୀ ୧୦୦ ଜଣ କର୍ମଚାରୀଙ୍କୁ ଛଟେଇ କରିସାରିଛି ।ହେଲେ ଆଗାମୀ ଦିନରେ କମ୍ପାନୀ ତାର ମୋଟ କର୍ମଚାରୀରୁ ୪ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା ପ୍ରସ୍ତୁତ କରିସାରିଛି । ଜୋମାଟୋ ପାଖରେ ପ୍ରାୟ ୩,୮୦୦ କର୍ମଚାରୀ ଅଛନ୍ତି । ଯଦି ଚାରି ପ୍ରତିଶତ କର୍ମଚାରୀଙ୍କୁ କମ୍ପାନି ବାହାର କରେ ତେବେ ଏହି ସଂଖ୍ୟା ପ୍ରାୟ ୪୦୦ ରୁ ଅଧିକ ହୋଇପାରେ । କରୋନାର ପ୍ରଥମ ଲହରରେ ଜୋମାଟୋ ନିଜ ୱାରଫୋର୍ସର ୧୩ ପ୍ରତିଶତ ଅର୍ଥାତ ୫୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ସେପଟେ ଗୋଟିଏ ଦିନ ପୂର୍ବରୁ ଜମାଟୋର କୋ – ଫାଉଣ୍ଡର ମୋହିତ ଗୁପ୍ତା ଇସ୍ତଫା ଦେଇସାରିଥିଲେ । ମୋହିତଙ୍କୁ ମିଶାଇ ଚଳିତ ସପ୍ତାହରେ କମ୍ପାନୀ ୩ ଜଣ ଶୀର୍ଷ ଅଧିକାରୀ ଇସ୍ତଫା ଦେଇସାରିଛନ୍ତି । ଏସବୁକୁ ନଜର କଲେ ଅନୁମାନ କରାଯାଏ କି କମ୍ପାନୀର ଶୀର୍ଷ ପରିଚାଳକଙ୍କ ମଧ୍ୟରେ କିଛି ଅସୁବିଧା ହୋଇଛି । ଚଳିତ ବର୍ଷର ଦ୍ବିତୀୟ ତ୍ରୈମାସିକରେ କମ୍ପାନୀର କ୍ଷତି ପ୍ରାୟ ୩ କୋଟି ଟଙ୍କାରୁ ଅଧିକ ହୋଇଥିଲା । ସେହି ତୁଳନାରେ ଗୋଟିଏ ଆର୍ଥିକ ବର୍ଷରେ କମ୍ପାନୀର କ୍ଷତି ୫ କୋଟି ୨୭ ଲକ୍ଷ ଟଙ୍କା ହୋଇସାରିଲାଣି। ଯାହାକୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ଚିନ୍ତାରେ । ବାଧ୍ୟହୋଇ କର୍ମଚାରୀଙ୍କୁ ବିଦା କରାଯାଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ସୂଚନା ଥାଉକି କିଛିଦିନ ହେବ ଦେଶର ବଡ ବଡ କମ୍ପାନୀମାନେ କର୍ମଚାରୀ ଛଟେଇ କରିବାରେ ଲାଗିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ତରଫରୁ ବଡ ଧରଣର ଛଟେଇ କରାଯାଇଥିଲା। ଏଥି ସହିତ ନିକଟରେ ମେଟା ୧୧୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଥିଲା। ଏହାପରେ ଆମାଜନ, ଟ୍ୱିଟର ଏବଂ ମାଇକ୍ରୋସଫ୍ଟ ସହ ଅନ୍ୟ କମ୍ପାନି ମଧ୍ୟ ଛଟେଇ କରୁଛନ୍ତି । ଭାରତରେ ମଧ୍ୟ ଅନେକ ଷ୍ଟାର୍ଟଅପ କମ୍ପାନି କର୍ମଚାରୀ ଛଟେଇ ଘୋଷଣା କରିଛନ୍ତି।  ଗୋଟିଏ ପଟେ ଦେଶରେ ସରକାରୀ ଚାକିରୀର କ୍ଷେତ୍ର ସଂକୋଚିତ ହେଉଥିବା ବେଳେ ଦେଶର ବଡ ବଡ କମ୍ପାନୀମାନେ ଏଭଳି ଭାବେ କର୍ମଚାରୀଙ୍କୁ ଛଟେଇ କରିବା ଆଗାମୀ ଦିନରେ ବେକାରୀ ସମସ୍ୟା ଉତ୍କଟ ହୋଇପାରେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର