ଭୟଙ୍କର ହୋଇପାରେ ରୁଷ-ୟୁକ୍ରେନ ଯୁଦ୍ଧ: କିଭ୍‌ରେ ଦୂତାବାସ ବନ୍ଦକଲେ ଆମେରିକା, ଇଟାଲୀ ଓ ସ୍ପେନ…

The Sakala Picture
Published On

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ଇତିମଧ୍ୟରେ ୧୦୦୦ ଦିନ ପୂରିସାରିଥିଲା ବେଳେ ଏବେ ଏହି ଯୁଦ୍ଧ ନୂଆ ରୂପ ନେବା ସହିତ ଭୟଙ୍କର ସ୍ଥିତି ଉତ୍ପନ୍ନ କରିବାର ଆଶଙ୍କା ସୃଷ୍ଟି ହୋଇଛି। ରୁଷ ବିରୋଧରେ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ କରିବାକୁ ଆମେରିକା ଅନୁମୋଦନ ଦେବା ପରେ ସ୍ଥିତି ପୂର୍ବ ତୁଳନାରେ ଆହୁରି ଭୟଙ୍କର ହେବାକୁ ଯାଉଛି। ଆମେରିକାର ଏଭଳି ନିଷ୍ପତ୍ତି ପରେ ୟୁକ୍ରେନ ସେନା ଗତକାଲି ରୁଷର କେତେକ ସୀମାନ୍ତ ଅଞ୍ଚଳରେ ଆମେରିକା ନିର୍ମିତ କ୍ଷେପଣାସ୍ତ୍ର ମାଡ଼ କରିଥିଲା। […]

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ଇତିମଧ୍ୟରେ ୧୦୦୦ ଦିନ ପୂରିସାରିଥିଲା ବେଳେ ଏବେ ଏହି ଯୁଦ୍ଧ ନୂଆ ରୂପ ନେବା ସହିତ ଭୟଙ୍କର ସ୍ଥିତି ଉତ୍ପନ୍ନ କରିବାର ଆଶଙ୍କା ସୃଷ୍ଟି ହୋଇଛି। ରୁଷ ବିରୋଧରେ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ କରିବାକୁ ଆମେରିକା ଅନୁମୋଦନ ଦେବା ପରେ ସ୍ଥିତି ପୂର୍ବ ତୁଳନାରେ ଆହୁରି ଭୟଙ୍କର ହେବାକୁ ଯାଉଛି। ଆମେରିକାର ଏଭଳି ନିଷ୍ପତ୍ତି ପରେ ୟୁକ୍ରେନ ସେନା ଗତକାଲି ରୁଷର କେତେକ ସୀମାନ୍ତ ଅଞ୍ଚଳରେ ଆମେରିକା ନିର୍ମିତ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଭଳି ସ୍ଥିତିରେ ୟୁକ୍ରେନ ବିପକ୍ଷରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ରୁଷ ରାଷ୍ଟ୍ରପତି ପୁତିନ ଏକପ୍ରକାର ପ୍ରସ୍ତୁତି ନେଇସାରିଥିଲା ବେଳେ କୌଣସି ମୁହୂର୍ତ୍ତରେ ରୁଷ ସେନା ଘାତକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି କୁହାଯାଇଛି। ରୁଷ ଯଦି ଏଭଳି ପଦକ୍ଷେପ ନିଏ ତେବେ ପୂର୍ବ ୟୁରୋପ ଅଞ୍ଚଳରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ। ଏହାକୁ ଦୃଷ୍ଟିରେ ରଖି ଆମେରିକା ସମେତ ଇଟାଲୀ,ସ୍ପେନ,ଗ୍ରୀସ୍‌ ଆଦି ରାଷ୍ଟ୍ର କିଭ୍‌ସ୍ଥିତ ସେମାନଙ୍କ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ବନ୍ଦ କରିଦେଇଛନ୍ତି। ୟୁକ୍ରେନ ଉପରେ ରୁଷ ସାଂଘାତିକ ଅସ୍ତ୍ର ପ୍ରୟୋଗ କରିବାକୁ ଯାଉଛି ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ଆମେରିକା ତୁରନ୍ତ ଏହାର ରାଷ୍ଟ୍ରଦୂତ କାର୍ଯ୍ୟାଳୟ ବନ୍ଦ ଘୋଷଣା କରିଥିଲା। ପରେ ପରେ ସ୍ପେନ, ଇଟାଲୀ ଏବଂ ଗ୍ରୀସ୍‌ ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି। ସାଂପ୍ରତିକ ସ୍ଥିତିରେ ଯୁଦ୍ଧ ବନ୍ଦ କରିବା ସମ୍ଭବ ନୁହେଁ ବୋଲି ରୁଷ ଘୋଷଣା କରିଛି। ୟୁକ୍ରେନ ରୁଷିଆର କୁର୍ସ୍କ ଅଞ୍ଚଳକୁ ଦଖଲ କରିବା ଲକ୍ଷ୍ୟରେ ଆଗକୁ ବଢୁଥିବାରୁ କୌଣସି ସ୍ଥିତିରେ ଯୁଦ୍ଧ ବନ୍ଦ ହେବ ନାହିଁ ବୋଲି କ୍ରେମଲିନ ପ୍ରବକ୍ତା ଦିମିତ୍ରି ପେସକୋଭ୍‌ ବୁଧବାର କହିଛନ୍ତି। ଏହାଛଡ଼ା ଆମେରିକା ଯୁଦ୍ଧ ବନ୍ଦ କରିବାକୁ ଚାହୁଁ ନାହିଁ, ବରଂ ଏହାକୁ ଆହୁରି ତୀବ୍ର କରିବାକୁ ଚିନ୍ତା କରୁଥିବାରୁ ରୁଷ ମଧ୍ୟ ଏହାର ଠିକଣା ଜବାବ ଦେବାକୁ ପ୍ରସ୍ତୁତ ବୋଲି ଦିମିତ୍ରି କହିଛନ୍ତି। ଫଳରେ ଆଗାମୀ ଦିନରେ ଏହି ଯୁଦ୍ଧ ଆହୁରି ଭୟଙ୍କର ହେବ ବୋଲି ସାମରିକ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସ୍ବିଡେନ, ଫିନଲ୍ୟାଣ୍ଡ, ନରୱେରେ ସତର୍କତା ଜାରି
ରୁଷ-ୟୁକ୍ରେନ ଯୁଦ୍ଧ ଆଗକୁ ଭୟଙ୍କର ହେବାକୁ ଯାଉଥÒବାରୁ ରୁଷିଆର ଉତ୍ତର ପଶ୍ଚିମ ସୀମାନ୍ତବର୍ତ୍ତୀ ୟୁରୋପୀୟ ରାଷ୍ଟ୍ରଙ୍କ ମଧ୍ୟରେ ଛନକା ପଶିଛି। ଯଦି ରୁଷିଆ ପକ୍ଷରୁ ୟୁକ୍ରେନ ବିପକ୍ଷରେ ପରମାଣୁ କିମ୍ବା ମାରାତ୍ମକ ଅସ୍ତ୍ର ପ୍ରୟୋଗ କରାଯାଏ ତେବେ ଏହାର ପ୍ରଭାବ ଉତ୍ତର ମେରୁ ରାଷ୍ଟ୍ର(ନର୍ଡିକ୍‌) ସମୂହ ଉପରେ ପଡ଼ିପାରେ ବୋଲି ଆଶଙ୍କା ବଢିଛି। ଏହାକୁ ଦୃଷ୍ଟିରେ ରଖି ସ୍ବିଡେନ, ଫିନଲାଣ୍ଡ ଏବଂ ନରୱେ ଭଳି ରାଷ୍ଟ୍ରରେ ସତର୍କତା ଜାରି କରାଯିବା ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଯୁଦ୍ଧ ସ୍ଥିତିକୁ କିଭଳି ମୁକାବିଲା କରାଯାଇପାରିବ ସେନେଇ ସ୍ବିଡେନ ସରକାରଙ୍କ ପକ୍ଷରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଚାରପତ୍ର ପଠାଯାଇଛି। ସେହିପରି ଫିନଲାଣ୍ଡ ସରକାର ମଧ୍ୟ ୱେବସାଇଟ୍‌ ମାଧ୍ୟମରେ ନିଜ ଲୋକମାନଙ୍କୁ ସତର୍କ କରାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଏହାବ୍ୟତୀତ ଏହିସବୁ ରାଷ୍ଟ୍ର ନାଟୋ ମେଣ୍ଟରେ ସାମିଲ ହେବା ନେଇ ବିବାଦ ଜାରି ରହିଥିବାରୁ କୌଣସି ଦିଗରୁ ବିପଦର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଶଙ୍କା ରହିଥିବାରୁ ସାଂପ୍ରତିକ ପରିସ୍ଥିତିକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବା ଦରକାର ବୋଲି ସ୍ବିଡେନ ପକ୍ଷରୁ କୁହାଯାଇଛି।

21 Nov 2024 By The Sakala

https://www.thesakala.in/big-news/us-italy-spain-and-greece-temporarily-close-embassies-in-ukraine-amid-fear-over-air-attack/article-36717
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର