ପୁଲିସ ଡିଜିଙ୍କ ସହ ବୈଠକ ପରେ ରାଜ୍ୟପାଳଙ୍କୁ ଭେଟିଲେ ନିର୍ବାଚନ କମିଶନ, ଆସନ୍ତାକାଲି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ

The Sakala Picture
Published On

ଭୁବନେଶ୍ବର : ଆସନ୍ତାକାଲି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । ଆଜି ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ପୁଲିସ ଡିଜିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଏଥିରେ ପୁଲିସ ବିଭାଗର ଅନେକ ପଦାଧିକାରୀ ଉପସ୍ଥିତ ଥିଲେ । ଏହା ପରେ ସନ୍ଧ୍ୟାରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ ପଞ୍ଚାୟତ ନିର୍ବାଚନ ବାବଦରେ ରାଜ୍ୟପାଳଙ୍କୁ ଭେଟିଛନ୍ତି। ରାଜ୍ୟ ନିର୍ବାଚନ କମିଶନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ପଞ୍ଚାୟତ ନିର୍ବାଚନ ପରିଚାଳନା […]

ଭୁବନେଶ୍ବର : ଆସନ୍ତାକାଲି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । ଆଜି ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ପୁଲିସ ଡିଜିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଏଥିରେ ପୁଲିସ ବିଭାଗର ଅନେକ ପଦାଧିକାରୀ ଉପସ୍ଥିତ ଥିଲେ । ଏହା ପରେ ସନ୍ଧ୍ୟାରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ ପଞ୍ଚାୟତ ନିର୍ବାଚନ ବାବଦରେ ରାଜ୍ୟପାଳଙ୍କୁ ଭେଟିଛନ୍ତି। ରାଜ୍ୟ ନିର୍ବାଚନ କମିଶନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ଅବଗତ କରିଛନ୍ତି । କରୋନା ସ୍ଥିତି ଓ ନିର୍ବାଚନ ନେଇ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି ।ନିର୍ବାଚନ କମିଶନଙ୍କ ଆଭିମୁଖ୍ୟକୁ ଦେଖିଲେ ନିର୍ବାଚନ ତାରିଖ ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ ବୋଲି ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା CBSE ଦଶମ ବୋର୍ଡ ରେଜଲ୍ଟ, results.cbse.nic.inରେ ରେଜଲ୍ଟ ଉପଲବ୍ଧ

ଆହୁରି ପଢ଼ନ୍ତୁ: ଆଜି ମହାନ୍ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ

କରୋନା ସମୟରେ କିପରି ହେବ ରାଜ୍ୟର ପଞ୍ଚାୟତ ନିର୍ବାଚନ। ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ଡାକିଥିଲେ ସର୍ବଦଳୀୟ ବୈଠକ। ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ସହିତ ବିଭିନ୍ନ ଦଳରେ ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ବର୍ତ୍ତମାନ କରୋନା ସ୍ଥିତିରେ କିପରି ଭାବେ ନିର୍ବାଚନ ହେବ ସେନେଇ ଆଲୋଚନା ହୋଇଥିଲା।ବୈଠକ ସରିବା ପରେରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ ଯେ ପଞ୍ଚାୟତ ନିର୍ବାଚନ ଲାଗି ଗାଇଡଲାଇନ୍ ପ୍ରସ୍ତୁତ କରୁଛୁ । କୋଭିଡ ସମୟରେ କିପରି ନିର୍ବାଚନ ହେବ ସେନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି ।କେନ୍ଦ୍ର ନିର୍ବାଚନ ଆୟୋଗ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଯେଉଁ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି ତାକୁ ଅନୁସରଣ ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ପାଇଁ ଅଳ୍ପ ସମୟ ମଧ୍ୟରେ ଗାଇଡଲାଇନ ଜାରି କରିବାକୁ ଯାଉଛନ୍ତି । ମୁକ୍ତ, ଅବାଧ, ନିରପେକ୍ଷ ଓ ସୁରକ୍ଷିତ ପଞ୍ଚାୟତ ନିର୍ବାଚନ ଉପରେ କମିଶନ ଗୁରୁତ୍ୱ ଦେଉଥିବା କହିଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ ପଞ୍ଚାୟତ ଭୋଟ ନେଇ ପୋଲିସ ଡିଜି, ଆଇଜି ଓ ଡିଆଇଜିଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଓ କୋଭିଡ ଗାଇଡ଼ଲାଇନ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱାରୋପ ଦିଆଯାଇଛି । ଯେହେତୁ କେନ୍ଦ୍ର ନିର୍ବାଚନ ଆୟୋଗ ୫ ରାଜ୍ୟରେ କୋଭିଡ କଟକଣା ଭିତରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି  । ତେଣୁ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ  କଟକଣା ଭିତରେ ପଞ୍ଚାୟତ ନିର୍ବାଚନ ପରିଚାଳନା କରିବାକୁ ଚାହୁଁଛନ୍ତି । ଜାତୀୟ ନିର୍ବାଚନ ଆୟୋଗ ୫ ରାଜ୍ୟର ନିର୍ବାଚନ ପାଇଁ ଗାଇଡଲାଇନ ଆଣିଛନ୍ତି । ସେହି ଗାଇଡଲାଇନକୁ ଅନୁକରଣ କରି ରାଜ୍ୟ ନିର୍ବାଚନ କମିଶନ ଖୁବଶୀଘ୍ର ପଞ୍ଚାୟତ ନିର୍ବାଚନ ନେଇ ଗାଇଡଲାଇନ ଆଣିବେ ।

10 Jan 2022 By The Sakala

ପୁଲିସ ଡିଜିଙ୍କ ସହ ବୈଠକ ପରେ ରାଜ୍ୟପାଳଙ୍କୁ ଭେଟିଲେ ନିର୍ବାଚନ କମିଶନ, ଆସନ୍ତାକାଲି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ

ଭୁବନେଶ୍ବର : ଆସନ୍ତାକାଲି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । ଆଜି ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ପୁଲିସ ଡିଜିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଏଥିରେ ପୁଲିସ ବିଭାଗର ଅନେକ ପଦାଧିକାରୀ ଉପସ୍ଥିତ ଥିଲେ । ଏହା ପରେ ସନ୍ଧ୍ୟାରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ ପଞ୍ଚାୟତ ନିର୍ବାଚନ ବାବଦରେ ରାଜ୍ୟପାଳଙ୍କୁ ଭେଟିଛନ୍ତି। ରାଜ୍ୟ ନିର୍ବାଚନ କମିଶନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ଅବଗତ କରିଛନ୍ତି । କରୋନା ସ୍ଥିତି ଓ ନିର୍ବାଚନ ନେଇ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି ।ନିର୍ବାଚନ କମିଶନଙ୍କ ଆଭିମୁଖ୍ୟକୁ ଦେଖିଲେ ନିର୍ବାଚନ ତାରିଖ ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ ବୋଲି ଆଲୋଚନା ହେଉଛି।

କରୋନା ସମୟରେ କିପରି ହେବ ରାଜ୍ୟର ପଞ୍ଚାୟତ ନିର୍ବାଚନ। ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ଡାକିଥିଲେ ସର୍ବଦଳୀୟ ବୈଠକ। ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ସହିତ ବିଭିନ୍ନ ଦଳରେ ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ବର୍ତ୍ତମାନ କରୋନା ସ୍ଥିତିରେ କିପରି ଭାବେ ନିର୍ବାଚନ ହେବ ସେନେଇ ଆଲୋଚନା ହୋଇଥିଲା।ବୈଠକ ସରିବା ପରେରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ ଯେ ପଞ୍ଚାୟତ ନିର୍ବାଚନ ଲାଗି ଗାଇଡଲାଇନ୍ ପ୍ରସ୍ତୁତ କରୁଛୁ । କୋଭିଡ ସମୟରେ କିପରି ନିର୍ବାଚନ ହେବ ସେନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି ।କେନ୍ଦ୍ର ନିର୍ବାଚନ ଆୟୋଗ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଯେଉଁ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି ତାକୁ ଅନୁସରଣ ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ପାଇଁ ଅଳ୍ପ ସମୟ ମଧ୍ୟରେ ଗାଇଡଲାଇନ ଜାରି କରିବାକୁ ଯାଉଛନ୍ତି । ମୁକ୍ତ, ଅବାଧ, ନିରପେକ୍ଷ ଓ ସୁରକ୍ଷିତ ପଞ୍ଚାୟତ ନିର୍ବାଚନ ଉପରେ କମିଶନ ଗୁରୁତ୍ୱ ଦେଉଥିବା କହିଛନ୍ତି ।

ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ ପଞ୍ଚାୟତ ଭୋଟ ନେଇ ପୋଲିସ ଡିଜି, ଆଇଜି ଓ ଡିଆଇଜିଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଓ କୋଭିଡ ଗାଇଡ଼ଲାଇନ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱାରୋପ ଦିଆଯାଇଛି । ଯେହେତୁ କେନ୍ଦ୍ର ନିର୍ବାଚନ ଆୟୋଗ ୫ ରାଜ୍ୟରେ କୋଭିଡ କଟକଣା ଭିତରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି  । ତେଣୁ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ  କଟକଣା ଭିତରେ ପଞ୍ଚାୟତ ନିର୍ବାଚନ ପରିଚାଳନା କରିବାକୁ ଚାହୁଁଛନ୍ତି । ଜାତୀୟ ନିର୍ବାଚନ ଆୟୋଗ ୫ ରାଜ୍ୟର ନିର୍ବାଚନ ପାଇଁ ଗାଇଡଲାଇନ ଆଣିଛନ୍ତି । ସେହି ଗାଇଡଲାଇନକୁ ଅନୁକରଣ କରି ରାଜ୍ୟ ନିର୍ବାଚନ କମିଶନ ଖୁବଶୀଘ୍ର ପଞ୍ଚାୟତ ନିର୍ବାଚନ ନେଇ ଗାଇଡଲାଇନ ଆଣିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର