ରଦ୍ଦ ହେଲା ଆମେରିକା-ସାଉଦି ଆରବ ମଧ୍ୟରେ ଥିବା ୫୦ ବର୍ଷ ପୁରୁଣା ପେଟ୍ରୋ-ଡଲାର ଚୁକ୍ତିନାମା

The Sakala Picture
Published On

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ବର୍ତ୍ତମାନ ସାଉଦି ଆରବ ଆମେରିକା ସହିତ ହୋଇଥିବା ଏହାର ଦୀର୍ଘ ୫୦ ବର୍ଷ ପୁରୁଣା ପେଟ୍ରୋଡଲାର ଚୁକ୍ତିକୁ ଶେଷ କରିଛି। ଏହା ଫଳରେ ଶେଷ ହୋଇଛି ପେଟ୍ରୋ-ଡଲାର ଚୁକ୍ତିନାମ। ଏଥିଯୋଗୁ ସାରା ବିଶ୍ବରେ ଚାଲିଥିବା ଆମେରିକୀୟ ଡଲାରର ରାଜୁତି ଏବେ ଏବେ ବିପଦରେ ପଡିଛି। ବର୍ତ୍ତମାନ ସାଉଦି ଆରବ ଆମେରିକା ସହିତ ପେଟ୍ରୋଡୋଲାର ସିଷ୍ଟମ ଚୁକ୍ତିନାମାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି, ଯାହା ୫୦ ବର୍ଷ ଧରି ଚାଲିଆସୁଛି। କେତେକ ଗଣମାଧ୍ୟମ […]

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ବର୍ତ୍ତମାନ ସାଉଦି ଆରବ ଆମେରିକା ସହିତ ହୋଇଥିବା ଏହାର ଦୀର୍ଘ ୫୦ ବର୍ଷ ପୁରୁଣା ପେଟ୍ରୋଡଲାର ଚୁକ୍ତିକୁ ଶେଷ କରିଛି। ଏହା ଫଳରେ ଶେଷ ହୋଇଛି ପେଟ୍ରୋ-ଡଲାର ଚୁକ୍ତିନାମ। ଏଥିଯୋଗୁ ସାରା ବିଶ୍ବରେ ଚାଲିଥିବା ଆମେରିକୀୟ ଡଲାରର ରାଜୁତି ଏବେ ଏବେ ବିପଦରେ ପଡିଛି। ବର୍ତ୍ତମାନ ସାଉଦି ଆରବ ଆମେରିକା ସହିତ ପେଟ୍ରୋଡୋଲାର ସିଷ୍ଟମ ଚୁକ୍ତିନାମାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି, ଯାହା ୫୦ ବର୍ଷ ଧରି ଚାଲିଆସୁଛି। କେତେକ ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଏହି ଚୁକ୍ତି ଗତ ଶନିବାର ଅର୍ଥାତ୍ ଜୁନ୍ ୮ ରେ ଶେଷ ହୋଇଛି। ତେବେ ଜୁନ୍ ୯ରେ ସାଉଦି ଆରବ ଏବଂ ଆମେରିକା ଏହି ଚୁକ୍ତି ନବୀକରଣ କରି ନ ଥିଲେ। ଏହାଫଳରେ ଏବେ ବର୍ତ୍ତମାନ ସାଉଦି ଆରବ ୟୁଆନ୍, ରୁବେଲ୍, ରୁପି ଆଦି ଯେ କୌଣସି ମୁଦ୍ରାରେ ଏହାର ତେଲ ବିକ୍ରି କରିପାରିବ।

ଆହୁରି ପଢ଼ନ୍ତୁ: ରଥଯାତ୍ରା ୨୦୨୬: ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀରେ ମୁତୟନ ହେବେ ୧୨,୦୦୦ ପୋଲିସ କର୍ମୀ

୧୯୭୩ ଅକ୍ଟୋବର ୬ ରେ ଇଜିପ୍ଟ ଏବଂ ସିରିଆର ନେତୃତ୍ୱରେ ଆରବ ଦେଶ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଇଜିପ୍ଟର ରାଷ୍ଟ୍ରପତି ମହମ୍ମଦ ଅନୱାର ସାଦତ ଏବଂ ସିରିଆର ରାଷ୍ଟ୍ରପତି ହାଫେଜ ଅଲ-ଆସାଦ ଷଷ୍ଠ ଦିନ ଯୁଦ୍ଧରେ ଇସ୍ରାଏଲ ଦଖଲ କରିଥିବା ଜମିକୁ ପୁନ ପ୍ରାପ୍ତ କରିବାକୁ ଚାହୁଁଥିଲେ। ଏହି ଯୁଦ୍ଧରେ ରୁଷ ସିରିଆ ଏବଂ ଇଜିପ୍ଟକୁ ସାହାଯ୍ୟ କରୁଥିଲା। ଏଭଳି ପରିସ୍ଥିତିରେ ଆମେରିକା ଇସ୍ରାଏଲକୁ ସମର୍ଥନ କରିଥିଲା ​​ଏବଂ ଅସ୍ତ୍ରଶସ୍ତ୍ର ସାହାଯ୍ୟ ମଧ୍ୟ କରିଥିଲା। ଆମେରିକାର ଏହି ସାହାଯ୍ୟରେ ଇସ୍ରାଏଲ ଏହି ଯୁଦ୍ଧରେ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଥିଲା। ଏହି ସମୟରେ ଆମେରିକାରେ ତେଲ ଦର ବୃଦ୍ଧି ପାଇଥିଲା। ତୈଳ ମୂଲ୍ୟରେ ବୃଦ୍ଧି ହେତୁ ମୁଦ୍ରାସ୍ଫୀତି ଆମେରିକା ସମେତ ସମଗ୍ର ବିଶ୍ୱରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି ସଙ୍କଟରୁ ମୁକ୍ତି ପାଇବା ପାଇଁ ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ୧୯୭୪ ଜୁନ୍ ୮ ରେ ଏକ ଚୁକ୍ତିନାମା ହୋଇଥିଲା।

ଆହୁରି ପଢ଼ନ୍ତୁ: କଟକରେ ପୁଣି ‘ଆମ ବସ୍’ର ଆତଙ୍କ: ବାଇକ୍ ଆରୋହୀଙ୍କୁ ଘୋଷାଡ଼ି ନେଲା ୫୦ ଫୁଟ୍

ରିପୋର୍ଟ ଅନୁଯାୟୀ, ଆଗାମୀ ୧୮୦ ଦିନ ମଧ୍ୟରେ ପେଟ୍ରୋଡଲାର୍ ସିଷ୍ଟମ୍ ଯେ କୌଣସି ଦିନ ନବୀକରଣ ହୋଇପାରିବ। ଏହି ସମୟ ମଧ୍ୟରେ ସାଉଦି ଆରବ ଏହି ଚୁକ୍ତି ବଢ଼ାଇବାକୁ ପ୍ରସ୍ତୁତ ନୁହେଁ ବୋଲି ଅନେକ ରିପୋର୍ଟରେ ମଧ୍ୟ ଦାବି କରାଯାଇଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସାଉଦି ଆରବ ୟୁଆନ୍, ରୁବେଲ୍, ରୁପି ଆଦି ଯେ କୌଣସି ମୁଦ୍ରାରେ ଏହାର ତେଲ ବିକ୍ରି କରିପାରିବ। ସାଉଦି ଆରବର ଏହି ନିଷ୍ପତ୍ତି ହେତୁ ଭୂ-ରାଜନୈତିକ ସ୍ଥିତିରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ବିଶ୍ବ ବଜାରରେ ଡଲାରର ପ୍ରାଧାନ୍ୟକୁ ଏହା ଏକ ବଡ ଝଟ୍‌କା ହୋଇପାରେ ବୋଲି ବିଶ୍ୱାସ କରାଯାଉଛି। ସାଉଦି ତେଲ କେବଳ ଡଲାରରେ ବିକ୍ରି ହେଉଥିବାରୁ ଏହାର ଚାହିଦା ସାରା ବିଶ୍ୱରେ ଅକ୍ଷୁର୍ଣ୍ଣ ରହିଛି। ତେବେ ଆମେରିକା କିମ୍ବା ସାଉଦି ଆରବ ଏପର୍ଯ୍ୟନ୍ତ ଏହି ଚୁକ୍ତି ବାତିଲ କରିବାକୁ ନିଶ୍ଚିତ କରିନାହାଁନ୍ତି। ରିପୋର୍ଟ ଅନୁଯାୟୀ, ଆମେରିକା ଏବଂ ସାଉଦି ମଧ୍ୟରେ ପେଟ୍ରୋଡୋଲାର ସିଷ୍ଟମ ବଳବତ୍ତର ରହିଛି ବୋଲି ଅନେକ ଦଶନ୍ଧି ଧରି ବିଶ୍ୱାସ କରାଯାଉଥିଲା, ଯେଉଁ କାରଣରୁ ତୈଳ ଏବଂ ଡଲାର ପରସ୍ପର ସହ ଜଡିତ ଥିଲେ।

ଆହୁରି ପଢ଼ନ୍ତୁ: ଶବ ସତ୍କାର ପାଇଁ ମିଳିଲାନି ଶ୍ମଶାନ, ବାଇକରେ ବୁହାହେଲା ନାବାଳିକାର ମୃତଦେହ

କ’ଣ ଥିଲା ପେଟ୍ରୋ-ଡଲାର ସିଷ୍ଟମ
ପେଟ୍ରୋ-ଡଲାର ଚୁକ୍ତି ସାଉଦି ଏବଂ ଆମେରିକା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଚୁକ୍ତି ଅନୁଯାୟୀ ସାଉଦି ଆରବ ଏହାର ତେଲକୁ କେବଳ ଡଲାରରେ ବିକ୍ରି କରିପାରିବ। ଏହାର ପ୍ରତିବଦଳରେ ସାଉଦି ଆରବକୁ ଆମେରିକାଠାରୁ ସାମରିକ ସୁରକ୍ଷା ମିଳିବ। ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଚୁକ୍ତିକୁ ପେଟ୍ରୋଡଲାର ସିଷ୍ଟମ କୁହାଯାଉଥିଲା।

16 Jun 2024 By The Sakala

ରଦ୍ଦ ହେଲା ଆମେରିକା-ସାଉଦି ଆରବ ମଧ୍ୟରେ ଥିବା ୫୦ ବର୍ଷ ପୁରୁଣା ପେଟ୍ରୋ-ଡଲାର ଚୁକ୍ତିନାମା

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ବର୍ତ୍ତମାନ ସାଉଦି ଆରବ ଆମେରିକା ସହିତ ହୋଇଥିବା ଏହାର ଦୀର୍ଘ ୫୦ ବର୍ଷ ପୁରୁଣା ପେଟ୍ରୋଡଲାର ଚୁକ୍ତିକୁ ଶେଷ କରିଛି। ଏହା ଫଳରେ ଶେଷ ହୋଇଛି ପେଟ୍ରୋ-ଡଲାର ଚୁକ୍ତିନାମ। ଏଥିଯୋଗୁ ସାରା ବିଶ୍ବରେ ଚାଲିଥିବା ଆମେରିକୀୟ ଡଲାରର ରାଜୁତି ଏବେ ଏବେ ବିପଦରେ ପଡିଛି। ବର୍ତ୍ତମାନ ସାଉଦି ଆରବ ଆମେରିକା ସହିତ ପେଟ୍ରୋଡୋଲାର ସିଷ୍ଟମ ଚୁକ୍ତିନାମାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି, ଯାହା ୫୦ ବର୍ଷ ଧରି ଚାଲିଆସୁଛି। କେତେକ ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଏହି ଚୁକ୍ତି ଗତ ଶନିବାର ଅର୍ଥାତ୍ ଜୁନ୍ ୮ ରେ ଶେଷ ହୋଇଛି। ତେବେ ଜୁନ୍ ୯ରେ ସାଉଦି ଆରବ ଏବଂ ଆମେରିକା ଏହି ଚୁକ୍ତି ନବୀକରଣ କରି ନ ଥିଲେ। ଏହାଫଳରେ ଏବେ ବର୍ତ୍ତମାନ ସାଉଦି ଆରବ ୟୁଆନ୍, ରୁବେଲ୍, ରୁପି ଆଦି ଯେ କୌଣସି ମୁଦ୍ରାରେ ଏହାର ତେଲ ବିକ୍ରି କରିପାରିବ।

୧୯୭୩ ଅକ୍ଟୋବର ୬ ରେ ଇଜିପ୍ଟ ଏବଂ ସିରିଆର ନେତୃତ୍ୱରେ ଆରବ ଦେଶ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଇଜିପ୍ଟର ରାଷ୍ଟ୍ରପତି ମହମ୍ମଦ ଅନୱାର ସାଦତ ଏବଂ ସିରିଆର ରାଷ୍ଟ୍ରପତି ହାଫେଜ ଅଲ-ଆସାଦ ଷଷ୍ଠ ଦିନ ଯୁଦ୍ଧରେ ଇସ୍ରାଏଲ ଦଖଲ କରିଥିବା ଜମିକୁ ପୁନ ପ୍ରାପ୍ତ କରିବାକୁ ଚାହୁଁଥିଲେ। ଏହି ଯୁଦ୍ଧରେ ରୁଷ ସିରିଆ ଏବଂ ଇଜିପ୍ଟକୁ ସାହାଯ୍ୟ କରୁଥିଲା। ଏଭଳି ପରିସ୍ଥିତିରେ ଆମେରିକା ଇସ୍ରାଏଲକୁ ସମର୍ଥନ କରିଥିଲା ​​ଏବଂ ଅସ୍ତ୍ରଶସ୍ତ୍ର ସାହାଯ୍ୟ ମଧ୍ୟ କରିଥିଲା। ଆମେରିକାର ଏହି ସାହାଯ୍ୟରେ ଇସ୍ରାଏଲ ଏହି ଯୁଦ୍ଧରେ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଥିଲା। ଏହି ସମୟରେ ଆମେରିକାରେ ତେଲ ଦର ବୃଦ୍ଧି ପାଇଥିଲା। ତୈଳ ମୂଲ୍ୟରେ ବୃଦ୍ଧି ହେତୁ ମୁଦ୍ରାସ୍ଫୀତି ଆମେରିକା ସମେତ ସମଗ୍ର ବିଶ୍ୱରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି ସଙ୍କଟରୁ ମୁକ୍ତି ପାଇବା ପାଇଁ ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ୧୯୭୪ ଜୁନ୍ ୮ ରେ ଏକ ଚୁକ୍ତିନାମା ହୋଇଥିଲା।

ରିପୋର୍ଟ ଅନୁଯାୟୀ, ଆଗାମୀ ୧୮୦ ଦିନ ମଧ୍ୟରେ ପେଟ୍ରୋଡଲାର୍ ସିଷ୍ଟମ୍ ଯେ କୌଣସି ଦିନ ନବୀକରଣ ହୋଇପାରିବ। ଏହି ସମୟ ମଧ୍ୟରେ ସାଉଦି ଆରବ ଏହି ଚୁକ୍ତି ବଢ଼ାଇବାକୁ ପ୍ରସ୍ତୁତ ନୁହେଁ ବୋଲି ଅନେକ ରିପୋର୍ଟରେ ମଧ୍ୟ ଦାବି କରାଯାଇଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସାଉଦି ଆରବ ୟୁଆନ୍, ରୁବେଲ୍, ରୁପି ଆଦି ଯେ କୌଣସି ମୁଦ୍ରାରେ ଏହାର ତେଲ ବିକ୍ରି କରିପାରିବ। ସାଉଦି ଆରବର ଏହି ନିଷ୍ପତ୍ତି ହେତୁ ଭୂ-ରାଜନୈତିକ ସ୍ଥିତିରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ବିଶ୍ବ ବଜାରରେ ଡଲାରର ପ୍ରାଧାନ୍ୟକୁ ଏହା ଏକ ବଡ ଝଟ୍‌କା ହୋଇପାରେ ବୋଲି ବିଶ୍ୱାସ କରାଯାଉଛି। ସାଉଦି ତେଲ କେବଳ ଡଲାରରେ ବିକ୍ରି ହେଉଥିବାରୁ ଏହାର ଚାହିଦା ସାରା ବିଶ୍ୱରେ ଅକ୍ଷୁର୍ଣ୍ଣ ରହିଛି। ତେବେ ଆମେରିକା କିମ୍ବା ସାଉଦି ଆରବ ଏପର୍ଯ୍ୟନ୍ତ ଏହି ଚୁକ୍ତି ବାତିଲ କରିବାକୁ ନିଶ୍ଚିତ କରିନାହାଁନ୍ତି। ରିପୋର୍ଟ ଅନୁଯାୟୀ, ଆମେରିକା ଏବଂ ସାଉଦି ମଧ୍ୟରେ ପେଟ୍ରୋଡୋଲାର ସିଷ୍ଟମ ବଳବତ୍ତର ରହିଛି ବୋଲି ଅନେକ ଦଶନ୍ଧି ଧରି ବିଶ୍ୱାସ କରାଯାଉଥିଲା, ଯେଉଁ କାରଣରୁ ତୈଳ ଏବଂ ଡଲାର ପରସ୍ପର ସହ ଜଡିତ ଥିଲେ।

କ’ଣ ଥିଲା ପେଟ୍ରୋ-ଡଲାର ସିଷ୍ଟମ
ପେଟ୍ରୋ-ଡଲାର ଚୁକ୍ତି ସାଉଦି ଏବଂ ଆମେରିକା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଚୁକ୍ତି ଅନୁଯାୟୀ ସାଉଦି ଆରବ ଏହାର ତେଲକୁ କେବଳ ଡଲାରରେ ବିକ୍ରି କରିପାରିବ। ଏହାର ପ୍ରତିବଦଳରେ ସାଉଦି ଆରବକୁ ଆମେରିକାଠାରୁ ସାମରିକ ସୁରକ୍ଷା ମିଳିବ। ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଚୁକ୍ତିକୁ ପେଟ୍ରୋଡଲାର ସିଷ୍ଟମ କୁହାଯାଉଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର