ଭାରତୀୟ ଜାତୀୟ ପତାକା ‘ତ୍ରିରଙ୍ଗା’ ଉଡାଇବାର ନିୟମ

The Sakala Picture
Published On

ଆସନ୍ତକାଲି ଦେଶ ପାଳିବ ୭୬ତମ ସ୍ବାଧୀନତା ଦିବସ। କାଲି ସବୁଠି ଉଡିବ ତ୍ରିରଙ୍ଗା ପତାକା। ତେବେ ଚଳିତ ବର୍ଷ ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ସାରାଦେଶରେ ପାଳନ ହେଉଛି ଆଜାଦୀ କା ଅମୃତ ମହୋତ୍ସବ। ଏହି ଅସବରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚାଲିଛି। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏହି କାର୍ୟ୍ୟକ୍ରମ ୧୩ ଅଗଷ୍ଟରୁ ସାରା ଦେଶର ଆରମ୍ଭ ହୋଇଛି । ବିଭିନ୍ନ ବ୍ୟକ୍ତି ବିଶେଷ ନିଜ ଘରେ ତ୍ରିରଙ୍ଗା ଉଡାଉଛନ୍ତି । […]

ଆସନ୍ତକାଲି ଦେଶ ପାଳିବ ୭୬ତମ ସ୍ବାଧୀନତା ଦିବସ। କାଲି ସବୁଠି ଉଡିବ ତ୍ରିରଙ୍ଗା ପତାକା। ତେବେ ଚଳିତ ବର୍ଷ ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ସାରାଦେଶରେ ପାଳନ ହେଉଛି ଆଜାଦୀ କା ଅମୃତ ମହୋତ୍ସବ। ଏହି ଅସବରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚାଲିଛି। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏହି କାର୍ୟ୍ୟକ୍ରମ ୧୩ ଅଗଷ୍ଟରୁ ସାରା ଦେଶର ଆରମ୍ଭ ହୋଇଛି । ବିଭିନ୍ନ ବ୍ୟକ୍ତି ବିଶେଷ ନିଜ ଘରେ ତ୍ରିରଙ୍ଗା ଉଡାଉଛନ୍ତି । ଅଗଷ୍ଟ ୧୫ ତାରିଖ ଯାଏ ସମସ୍ତ ନାଗରକ ନିଜ ଘରେ ତ୍ରିରଙ୍ଗା ଉଡାଇବେ । ତେବେ ଆମେ ସମସ୍ତେ ଜାଣିବା ଦରକାର ଜାତୀୟ ପତାକା ଉତ୍ତେଳନର କିଛି ନିୟମ ରହିଛି। ଆସନ୍ତୁ ଜାଣିବା…

ଆହୁରି ପଢ଼ନ୍ତୁ: କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

ଭାରତୀୟ ଧ୍ବଜା ସଂହିତା

ଆହୁରି ପଢ଼ନ୍ତୁ: ଏପ୍ରିଲ ମାସରେ ଖୋଲିବ 'ସୁଭଦ୍ରା' ପୋର୍ଟାଲ, ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ

  • ୨୦୦୨ରେ ‘ଭାରତୀୟ ଧ୍ବଜା ସଂହିତା’କୁ ସାମ୍ବିଧାନିକ ସ୍ବୀକୃତି ମିଳିଥିଲା
  • ୨୦୦୨ ଜାନୁୟାରୀ ୨୬ ତାରିଖରୁ ଭାରତୀୟ ଧ୍ବଜା ସଂହିତା କାର୍ୟ୍ୟକାରୀ ହୋଇଥିଲା।
  • ପୂର୍ବରୁ ଏହା ‘ଧ୍ବଜା ସଂହିତା –ଭାରତ’ ନାମରେ ଥିଲା। ଏହାକୁ ପରିବର୍ତ୍ତନ କରି ‘ଭାରତୀୟ ଧ୍ବଜା ସଂହିତା’ ଭାବେ ନାମିତ କରାଯାଇଛି।
  • ଜାତୀୟ ପତାକାକୁ ଅବମାନନା କଲେ, ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ଅଛି।
  • ପତାକାର ଲମ୍ବ ଓ ପ୍ରସ୍ଥ ୩.୨ ପରିମାପକ ହେବା ଉଚିତ। ଏହାକୁ କେବଳ ଖଦି ସୂତା, ସିଲ୍‌କ କିମ୍ବା ପଶମ ସୂତାରେ ହାତରେ ବୁଣାଯାଇ ପ୍ରସ୍ତୁତ କରାଯିବାର ନିୟମ ଅଛି।
  • ମର୍ଯ୍ୟଦାଜନକ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯିବାର ନିୟମ ଅଛି। ଏହାକୁ ଯେମିତି ସମସ୍ତେ ସ୍ପଷ୍ଟ ଭାବରେ ଦେଖିପାରିବେ।
  • ସରକାରୀ ଭବନଗୁଡ଼ିକରେ ରବିବାର କିମ୍ବା ଅନ୍ୟ ଛୁଟିଦିନରେ ମଧ୍ୟ ସୁର୍ଯ୍ୟଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ପତାକା ଲଗାଯାଇପାରିବାର ନିୟମ ଥିଲା। ତେବେ ଏବେ ପତାକାକୁ ସୂର୍ଯ୍ୟାସ୍ତ ପରେ ଅବତରଣ କରାଯିବ ନାହିଁ ବୋଲି ନିୟମ ପ୍ରଣୟନ କରାଯାଇଛି।
  • ସମ୍ମାନର ସହ ପତାକା ଉତ୍ତୋଳନ ଓ ଅବତରଣ କରାଯିବା ଉଚିତ। ଏହା ସହିତ ବିଗୁଲ୍‌ ବାଜିବା ମଧ୍ୟ ଅତ୍ୟନ୍ତ ଜରୁରି।
  • କୌଣସି ସଭାରେ ପତାକା ଥିଲେ, ବକ୍ତାଙ୍କର ଡାହାଣ ପଟରେ ଜାତୀୟ ପତାକା ରହିବା ଜରୁରି।
  • କୌଣସି ସରକାରୀ ଉଚ୍ଚପଦସ୍ଥ ଅଧିକାରୀଙ୍କ ଗାଡ଼ିର ପତାକା ଲଗାଯାଉଥିଲେ, ଏହା ଗାଡ଼ିର ଠିକ୍‌ ସାମନାରେ ଏବଂ କାର୍‌ର ଡାହାଣ ପଟରେ ଲଗାଇବା ପାଇଁ ନିୟମ ରହିଛି।
  • ଚିରି ଯାଇଥିବା କିମ୍ବା ମଇଳା ହୋଇଯାଇଥିବା ଜାତୀୟ ପତାକା ଗ୍ରହଣୀୟ ନୁହେଁ।
  • ରାଷ୍ଟ୍ରୀୟ ଶୋକ ସମୟରେ ପତାକାକୁ ଅର୍ଦ୍ଧନମୀତ କରାଯିବାର ନିୟମ ଅଛି।
  • ଅନ୍ୟ କୌଣସି ଦେଶର ପତାକାକୁ ଜାତୀୟ ପତାକାଠାରୁ ଉଚ୍ଚତାରେ ରଖିବା ଏକ ଅପରାଧ। ତେଣୁ ସବୁ ଦେଶର ପତାକାକୁ ଗୋଟିଏ ଉଚ୍ଚତାରେ ରଖାଯାଏ।
  • ପତାକା ଉପରେ କିଛି ଲେଖିବା ବା ଛାପିବା ଅନୁଚିତ।
  • କୌଣସି ଉତ୍ସବରେ ପତାକାକୁ ସାଜସଜ୍ଜାର ବସ୍ତୁ ଭାବେ ଗ୍ରହଣ କରାଯିବା ଅନୁଚିତ।
  • ପତାକାକୁ କୌଣସି ବିଜ୍ଞାପନ, ପୋଷାକ କିମ୍ବା ସାଧାରଣ ଚାଦର ଭାବେ ବ୍ୟବହାର କରାଯାଇପାରିବ ନାହିଁ।
  • ପତାକା ଭୂମିକୁ ସ୍ପର୍ଶ କରିବ ନାହିଁ।
  • ପତାକାକୁ ଭୂମି ଉପରେ ରଖ୍ଖବା ବା କୌଣସି ଅନାଦର କଲେ, ୩ ବର୍ଷର କାରାଦଣ୍ଡ ବ୍ୟବସ୍ଥା ଅଛି କିମ୍ବା ଜରିମାନା ଦେବାକୁ ହୁଏ।
  • କେବଳ ରାଜ୍ୟ କିମ୍ବା କେନ୍ଦ୍ରର ସଶସ୍ତ୍ର ବାହିନୀ ଜବାନଙ୍କ ମର ଶରୀର ଉପରେ ଜାତୀୟ ପତାକାକୁ ଘୋଡ଼ାଇ ଦେବାର ନିୟମ ରହିଛି। କିନ୍ତୁ ସେମାନଙ୍କୁ ଦାହ କିମ୍ବା କବର ଦେବା ସମୟରେ ଜାତୀୟ ପତାକାକୁ ବାହାର କରିଦେବା ପାଇଁ ନିୟମ ଅଛି।
  • ପରେଡ୍ ସମୟରେ ସମସ୍ତେ ଜାତୀୟ ପତାକାକୁ ସାଲ୍ୟୁଟ୍ କରି ସାବଧାନ ପୋଜିସନରେ ଠିଆ ହେବା ଜରୁରି।
  • ଅର୍ଦ୍ଧନମୀତ କରିବା ପୂର୍ବରୁ ପତାକାକୁ ସାମାନ୍ୟ ଉପରକୁ ଉଠାଯାଏ ଏବଂ ଏହାପରେ ସମ୍ମାନର ସହ ଅର୍ଦ୍ଧନମୀତ କରାଯାଏ।
  • ବର୍ତ୍ତମାନ ସଂହିତାରେ କିଛି ପରିବର୍ତ୍ତନ କରାଯାଇଛି। ନୂତନ ପରିବର୍ତ୍ତନ ଦ୍ବାରା ପ୍ରତ୍ୟେକ ଭାରତୀୟ ନିଜ ଘରେ ପତାକା ଉଡ଼ାଇପାରିବେ। 

ଫ୍ଲାଗ କୋର୍ଡର ଧାରା ୧୧ର ପାରା ୨.୨ରେ ଦ୍ୱିତୀୟ ଅଧ୍ୟାୟରେ ସୂର୍ୟ୍ୟ ଉଦୟ ପରେ ହିଁ ପତାକା ଉଡାଇବାର ନିୟମ ରହିଛି । ତେବେ ବର୍ତ୍ତମାନ ହର ଘର ତ୍ରିରଙ୍ଗା ଅଭିଯାନରେ କୌଣସି ବି ନାଗରିକଙ୍କ ଘରେ ୨୪ ଘଣ୍ଟା ଯାଏ ତ୍ରିରଙ୍ଗା ଉଡିପାରିବେ । ତେବେ ପତାକା ଉଡାଉଥିବା ବ୍ୟକ୍ତି ବିଶେଷ ଭାବେ ଧ୍ୟାନ ଦେବେ ଯେ ପତାକା କେଉଁଭଳି ସଠିକ ଭାବେ ଉଡୁଛି । ଏହା ସହ ନାରଙ୍ଗୀ ରଙ୍ଗ ଯେଉଁ ଭଳି ଉପରକୁ ରହିଛି ।

ଆହୁରି ପଢ଼ନ୍ତୁ: ଲଘୁଚାପ ଜନିତ ପ୍ରବଳ ବର୍ଷା ଆଶଙ୍କା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି ଘୋଷଣା

ପତାକା ଉଡିବା ସମୟରେ ଦେଖିବା ଦରକାର ଯେ ଏହାକୁ ଯେଉଁଭଳି କୌଣସି କ୍ଷତି ହୋଇନଥିବ । ସେହିଭଳି ଯିଏ ପତାକା ଉଡାଇବେ ସେ ଧ୍ୟାନ ଦେବେ ଯେ ପତାକା କୌଣସି ଖମ୍ବର ସବା ଉପରେ ଲାଗି ରହିବ ନାହିଁ । ଅର୍ଥାତ ସାମନ୍ୟ ତଳକୁ ଏହା ରହିବ । ଯଦି ଉଡୁଥିବା ଅବସ୍ଥାରେ ଏହାକୁ କୌଣସି କ୍ଷତି ପହଞ୍ଚେ ତେବେ ତୁରନ୍ତ ଏହାକୁ ବାହାର କରିଦିଆଯିବ । ଏହାକୁ କୌଣସି ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ନିଆଯାଇ ଗୁପ୍ତ ଭାବେ ନଷ୍ଟ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର