ରାଜନୀତି ପାଇଁ ରାହୁଲ ଅନଫିଟ୍, ବୈଠକ ଅଧାରୁ ଛାଡି ଜଗିଂ କରିବାକୁ ପଳାନ୍ତି : ହିମନ୍ତ ବିଶ୍ବ ଶର୍ମା

The Sakala Picture
Published On

ନୂଆଦିଲ୍ଲୀ : ରାଜନୀତି ପାଇଁ ରାହୁଲ ଗାନ୍ଧୀ ଅନଫିଟ୍। ତାଙ୍କର ବ୍ୟବସ୍ଥିତ ଗମ୍ଭୀରତା ନାହିଁ । ସେ କୌଣସି ଦାୟିତ୍ୱ ବିନା କ୍ଷମତା ଉପଭୋଗ କରିବାକୁ ଚାହୁଁଛନ୍ତି ବୋଲି ରାହୁଲଙ୍କୁ ସମାଲୋଚନା କରି କହିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ସହିତ ସାକ୍ଷାତ୍‌କାର ବେଳେ ଆସାମର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ନେତା ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ ରାହୁଲ୍‌ ଗାନ୍ଧୀ ରାଜନୀତି ନିମନ୍ତେ ଯୋଗ୍ୟ ନୁହନ୍ତି ଏବଂ […]

ନୂଆଦିଲ୍ଲୀ : ରାଜନୀତି ପାଇଁ ରାହୁଲ ଗାନ୍ଧୀ ଅନଫିଟ୍। ତାଙ୍କର ବ୍ୟବସ୍ଥିତ ଗମ୍ଭୀରତା ନାହିଁ । ସେ କୌଣସି ଦାୟିତ୍ୱ ବିନା କ୍ଷମତା ଉପଭୋଗ କରିବାକୁ ଚାହୁଁଛନ୍ତି ବୋଲି ରାହୁଲଙ୍କୁ ସମାଲୋଚନା କରି କହିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ।

ଆହୁରି ପଢ଼ନ୍ତୁ: ତାତିରେ ସିଝୁଛି ସାରା ଓଡ଼ିଶା; ଆଜି ଜାଳିବ, କାଲିଠୁ କାଳବୈଶାଖୀ

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ସହିତ ସାକ୍ଷାତ୍‌କାର ବେଳେ ଆସାମର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ନେତା ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ ରାହୁଲ୍‌ ଗାନ୍ଧୀ ରାଜନୀତି ନିମନ୍ତେ ଯୋଗ୍ୟ ନୁହନ୍ତି ଏବଂ ତାଙ୍କର ସୁବ୍ୟବସ୍ଥିତ ନିଷ୍ଠା ନାହିଁ। ବୋଧହୁଏ ସେ ଯାହା ନ କରିବା ଉଚିତ, ସେ ତାହା କରୁଛନ୍ତି ।” ସେ ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧୀ ବେଳେବେଳେ ମିଟିଂ ଛାଡି ଜଗିଂ କରିବାକୁ ଚାଲି ଯାଆନ୍ତି କିମ୍ବା ଅଚାନକ ଅଲଗା ରୁମକୁ ଯାଇ ଅଧ ଘଣ୍ଟା ପରେ ଆସନ୍ତି । ତାଙ୍କ ମଧ୍ୟରେ କୌଣସି ବ୍ୟବସ୍ଥିତ ଗମ୍ଭୀରତା ନାହିଁ। ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନରେ ​​ଦଳର ପରାଜୟ ଓ ଆମେଠିରୁ ହାରିବା ପାଇଁ ରାହୁଲ ଗାନ୍ଧୀ ନୈତିକ ଦାୟିତ୍ୱ ଗ୍ରହଣ କରିଥିଲେ ଓ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ, କିନ୍ତୁ ସେ ଦଳର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଜାରି ରଖିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ବାଚସ୍ପତିଙ୍କୁ ଭେଟିଲା ବିଜେଡି

ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, “ରାହୁଲ ଗାନ୍ଧୀ ସେତବେଳେ ନୈତିକ ଦାୟିତ୍ୱ ଗ୍ରହଣ କରି ସେତେବେଳେ କହିଥିଲେ ଯେ ଦଳ ମୋ ନେତୃତ୍ୱରେ ଲୋକସଭା ନିର୍ବାଚନରେ ​​ହାରିଛି, ତେଣୁ ମୁଁ ଅଧ୍ୟକ୍ଷ ହେବି ନାହିଁ । କିନ୍ତୁ ଆଜି କିଏ ଦଳ ଚଳାଉଛନ୍ତି? ଭାରତ ଯୋଡୋ ଯାତ୍ରାକୁ କିଏ ଆଗେଇ ନେଉଛି? ପୂରା ପାର୍ଟୀ କାହା ପଛରେ ଦୌଡ଼ୁଛି? ଏହାର ଅର୍ଥ ଆପଣ ଉତ୍ତରଦାୟିତ୍ୱ ନା ବିନା ପଦରେ କ୍ଷମତାର ଉପଭୋଗ କରିବାକୁ ଚାହୁଁଛନ୍ତି ।ଗଣତନ୍ତ୍ରରେ ଯେତେବେଳେ କେହି ସଂସଦୀୟ ଉତ୍ତରଦାୟିତ୍ୱ ବିନା, ପାର୍ଟିର ଉତ୍ତରଦାୟିତ୍ୱ ବିନା, ଲୋକଙ୍କ ଉତ୍ତରଦାୟିତ୍ୱ ବିନା କ୍ଷମତା ଉପଭୋଗ କରିବାକୁ ଚାହାଁନ୍ତି ସେତବେଳେ ଏହା ସବୁଠାରୁ ବିପଜ୍ଜନକ ବିଷୟ ଅଟେ ।”

ଆହୁରି ପଢ଼ନ୍ତୁ: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ନେଇ ବିଜେପି ଉପରେ ବର୍ଷିଲେ ନବୀନ

ଶର୍ମା କହିଛନ୍ତି, “ଆପଣ କଂଗ୍ରେସ ଅଧ୍ୟକ୍ଷ ନୁହଁନ୍ତି କିନ୍ତୁ ଆପଣ ସମସ୍ତ ନିଷ୍ପତ୍ତି ନିଅନ୍ତି । ଯଦି ଆପଣ କଂଗ୍ରେସ ଅଧ୍ୟକ୍ଷ ନୁହଁନ୍ତି, ତେବେ ନିର୍ବାଚନ ହାରିଯିବା ପରେ ଆପଣ ନୈତିକ ଦାୟିତ୍ୱ ଗ୍ରହଣ କରିଛନ୍ତି, ତେବେ ବର୍ତ୍ତମାନ ପୂରା ଦଳ ଆପଣଙ୍କ ପଛରେ କାହିଁକି ଅଛନ୍ତି?” ହିମନ୍ତ ବିଶ୍ୱ ଶର୍ମା ପ୍ରଶ୍ନ କରିଛନ୍ତି, “ସେମାନେ (ଗାନ୍ଧୀ ପରିବାର) ଗରିବ ଲୋକଙ୍କ ପାଖକୁ ଯାଆନ୍ତି, କିନ୍ତୁ ଗରୀବ ଲୋକ ତାଙ୍କ ଘରକୁ ଆସନ୍ତି କି? ଆପଣ କେବେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସେମାନଙ୍କ ଡାଇନିଂ ଟେବୁଲରେ ଗରୀବଙ୍କ ସହ ରାତ୍ରୀ ଭୋଜନ କରୁଥିବା ଦେଖିଛନ୍ତି କି?

30 Sep 2022 By The Sakala

ରାଜନୀତି ପାଇଁ ରାହୁଲ ଅନଫିଟ୍, ବୈଠକ ଅଧାରୁ ଛାଡି ଜଗିଂ କରିବାକୁ ପଳାନ୍ତି : ହିମନ୍ତ ବିଶ୍ବ ଶର୍ମା

ନୂଆଦିଲ୍ଲୀ : ରାଜନୀତି ପାଇଁ ରାହୁଲ ଗାନ୍ଧୀ ଅନଫିଟ୍। ତାଙ୍କର ବ୍ୟବସ୍ଥିତ ଗମ୍ଭୀରତା ନାହିଁ । ସେ କୌଣସି ଦାୟିତ୍ୱ ବିନା କ୍ଷମତା ଉପଭୋଗ କରିବାକୁ ଚାହୁଁଛନ୍ତି ବୋଲି ରାହୁଲଙ୍କୁ ସମାଲୋଚନା କରି କହିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ସହିତ ସାକ୍ଷାତ୍‌କାର ବେଳେ ଆସାମର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ନେତା ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ ରାହୁଲ୍‌ ଗାନ୍ଧୀ ରାଜନୀତି ନିମନ୍ତେ ଯୋଗ୍ୟ ନୁହନ୍ତି ଏବଂ ତାଙ୍କର ସୁବ୍ୟବସ୍ଥିତ ନିଷ୍ଠା ନାହିଁ। ବୋଧହୁଏ ସେ ଯାହା ନ କରିବା ଉଚିତ, ସେ ତାହା କରୁଛନ୍ତି ।” ସେ ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧୀ ବେଳେବେଳେ ମିଟିଂ ଛାଡି ଜଗିଂ କରିବାକୁ ଚାଲି ଯାଆନ୍ତି କିମ୍ବା ଅଚାନକ ଅଲଗା ରୁମକୁ ଯାଇ ଅଧ ଘଣ୍ଟା ପରେ ଆସନ୍ତି । ତାଙ୍କ ମଧ୍ୟରେ କୌଣସି ବ୍ୟବସ୍ଥିତ ଗମ୍ଭୀରତା ନାହିଁ। ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନରେ ​​ଦଳର ପରାଜୟ ଓ ଆମେଠିରୁ ହାରିବା ପାଇଁ ରାହୁଲ ଗାନ୍ଧୀ ନୈତିକ ଦାୟିତ୍ୱ ଗ୍ରହଣ କରିଥିଲେ ଓ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ, କିନ୍ତୁ ସେ ଦଳର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଜାରି ରଖିଥିଲେ।

ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, “ରାହୁଲ ଗାନ୍ଧୀ ସେତବେଳେ ନୈତିକ ଦାୟିତ୍ୱ ଗ୍ରହଣ କରି ସେତେବେଳେ କହିଥିଲେ ଯେ ଦଳ ମୋ ନେତୃତ୍ୱରେ ଲୋକସଭା ନିର୍ବାଚନରେ ​​ହାରିଛି, ତେଣୁ ମୁଁ ଅଧ୍ୟକ୍ଷ ହେବି ନାହିଁ । କିନ୍ତୁ ଆଜି କିଏ ଦଳ ଚଳାଉଛନ୍ତି? ଭାରତ ଯୋଡୋ ଯାତ୍ରାକୁ କିଏ ଆଗେଇ ନେଉଛି? ପୂରା ପାର୍ଟୀ କାହା ପଛରେ ଦୌଡ଼ୁଛି? ଏହାର ଅର୍ଥ ଆପଣ ଉତ୍ତରଦାୟିତ୍ୱ ନା ବିନା ପଦରେ କ୍ଷମତାର ଉପଭୋଗ କରିବାକୁ ଚାହୁଁଛନ୍ତି ।ଗଣତନ୍ତ୍ରରେ ଯେତେବେଳେ କେହି ସଂସଦୀୟ ଉତ୍ତରଦାୟିତ୍ୱ ବିନା, ପାର୍ଟିର ଉତ୍ତରଦାୟିତ୍ୱ ବିନା, ଲୋକଙ୍କ ଉତ୍ତରଦାୟିତ୍ୱ ବିନା କ୍ଷମତା ଉପଭୋଗ କରିବାକୁ ଚାହାଁନ୍ତି ସେତବେଳେ ଏହା ସବୁଠାରୁ ବିପଜ୍ଜନକ ବିଷୟ ଅଟେ ।”

ଶର୍ମା କହିଛନ୍ତି, “ଆପଣ କଂଗ୍ରେସ ଅଧ୍ୟକ୍ଷ ନୁହଁନ୍ତି କିନ୍ତୁ ଆପଣ ସମସ୍ତ ନିଷ୍ପତ୍ତି ନିଅନ୍ତି । ଯଦି ଆପଣ କଂଗ୍ରେସ ଅଧ୍ୟକ୍ଷ ନୁହଁନ୍ତି, ତେବେ ନିର୍ବାଚନ ହାରିଯିବା ପରେ ଆପଣ ନୈତିକ ଦାୟିତ୍ୱ ଗ୍ରହଣ କରିଛନ୍ତି, ତେବେ ବର୍ତ୍ତମାନ ପୂରା ଦଳ ଆପଣଙ୍କ ପଛରେ କାହିଁକି ଅଛନ୍ତି?” ହିମନ୍ତ ବିଶ୍ୱ ଶର୍ମା ପ୍ରଶ୍ନ କରିଛନ୍ତି, “ସେମାନେ (ଗାନ୍ଧୀ ପରିବାର) ଗରିବ ଲୋକଙ୍କ ପାଖକୁ ଯାଆନ୍ତି, କିନ୍ତୁ ଗରୀବ ଲୋକ ତାଙ୍କ ଘରକୁ ଆସନ୍ତି କି? ଆପଣ କେବେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସେମାନଙ୍କ ଡାଇନିଂ ଟେବୁଲରେ ଗରୀବଙ୍କ ସହ ରାତ୍ରୀ ଭୋଜନ କରୁଥିବା ଦେଖିଛନ୍ତି କି?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର