ବଜାରକୁ ଆସିଲା ‘ଓଲା’ର ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର, ୧୫ ମିନିଟ୍‌ ଚାର୍ଜରେ ଚାଲିବ ୫୦ କିମି

The Sakala Picture
Published On

ଭୁବନେଶ୍ବର : ଦେଶରେ ବଦ୍ଧିତ ପେଟ୍ରୋଲ-ଡିଜେଲ ଦର କାରଣରୁ ଲୋକମାନେ ଏବେ ଇଲେକ୍ଟ୍ରିକ ଗାଡି ପାଇଁ ବେଶ ଆଗ୍ରହୀ ହେଉଛନ୍ତି। ଇଲେକ୍ଟ୍ରିକ୍ ଗାଡି ଗୁଡିକ ନୂଆ ନୂଆ ମଡେଲ ସହ ବିଭିନ୍ନ ନୂଆ ଫିଚର ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଆଉ ଏହାରି ମଧ୍ୟରେ ଦେଶରେ ଇ-ବାଇକର ଚାହିଦା ବହୁ ପରିମାଣରେ ବୃଦ୍ଧି ପାଇଛି। ଲୋକମାନେ ଇ-ବାଇକ ଚଳାଇବାକୁ ବେଶ ପସନ୍ଦ କରୁଛନ୍ତି କାରଣ ପେଟ୍ରୋଲ ଗାଡି ଭଳି ସମସ୍ତ ସୁବିଧା ଇ-ବାଇକରେ ରହୁଛି। ଅନ୍ୟପଟେ ଦେଶରେ ଏବେ ଓଲାର  […]

ଭୁବନେଶ୍ବର : ଦେଶରେ ବଦ୍ଧିତ ପେଟ୍ରୋଲ-ଡିଜେଲ ଦର କାରଣରୁ ଲୋକମାନେ ଏବେ ଇଲେକ୍ଟ୍ରିକ ଗାଡି ପାଇଁ ବେଶ ଆଗ୍ରହୀ ହେଉଛନ୍ତି। ଇଲେକ୍ଟ୍ରିକ୍ ଗାଡି ଗୁଡିକ ନୂଆ ନୂଆ ମଡେଲ ସହ ବିଭିନ୍ନ ନୂଆ ଫିଚର ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଆଉ ଏହାରି ମଧ୍ୟରେ ଦେଶରେ ଇ-ବାଇକର ଚାହିଦା ବହୁ ପରିମାଣରେ ବୃଦ୍ଧି ପାଇଛି। ଲୋକମାନେ ଇ-ବାଇକ ଚଳାଇବାକୁ ବେଶ ପସନ୍ଦ କରୁଛନ୍ତି କାରଣ ପେଟ୍ରୋଲ ଗାଡି ଭଳି ସମସ୍ତ ସୁବିଧା ଇ-ବାଇକରେ ରହୁଛି। ଅନ୍ୟପଟେ ଦେଶରେ ଏବେ ଓଲାର  ଇଲେକ୍ଟ୍ରିକ୍ ସ୍କୁଟର ବହୁଳ ମାତ୍ରାରେ ବିକ୍ରି ହେବାରେ ଲାଗିଛି। ବଢୁଥିବା ଗ୍ରାହକଙ୍କ ଆଦୃତି କାରଣରୁ ଓଲା ଏବେ ଏହାର ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର Ola S1 Air ଭାରତରେ ଲଞ୍ଚ କରିଛି।

ଆହୁରି ପଢ଼ନ୍ତୁ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ: ଭାରତୀୟ ରପ୍ତାନି ଉପରେ ରହିବନି ଶୁଳ୍କ

ଓଲା ଇଲେକ୍ଟ୍ରିକ୍ ବର୍ତ୍ତମାନ ଓଲା S1 ଏବଂ S1 ପ୍ରୋ ଲଞ୍ଚ ହେବାର ଏକ ବର୍ଷ ମଧ୍ୟରେ S1 ଏୟାର ବଜାରକୁ ଛାଡିଛି। ଦୀପାବଳି ଅବସରରେ ଇଲେକ୍ଟ୍ରିକ୍‌ ଗାଡ଼ି କମ୍ପାନି ଓଲା ଇଲେକ୍ଟ୍ରିକ୍‌ ନିଜର ନୂଆ ଇଲେକ୍ଟ୍ରିକ୍‌ ସ୍କୁଟର୍‌ ଓଲା ଏସ୍‌୧ ଏୟାର୍‌ ଲଞ୍ଚ୍‌ କରିଦେଇଛି। କମ୍ପାନିର ପ୍ରମୁଖ ଭାବେଶ ଅଗ୍ରୱାଲ୍‌ ଏହି ସ୍କୁଟର୍‌ର ଡିଟେଲ୍‌ ସେୟାର କରି କହିଛନ୍ତି ଯେ ଏହି ଗାଡ଼ି ୨୫ ପଇସାରେ ୧ କିଲୋମିଟର୍‌ ଚାଲିବ। ଓଲା ଏସ୍‌୧ ଏୟାରକୁ କମ୍ପାନିର ଫ୍ଲାଗ୍‌ସିପ୍‌ ପ୍ରଡକ୍ଟ ଓଲା ଏସ୍‌୧ ହିସାବରେ ତିଆରି କରାଯାଇଛି। କମ୍ପାନି ଓଲା ଏସ୍‌୧ ଏୟାର୍‌କୁ ୮୪,୯୯୯ ଟଙ୍କାରେ ଲଞ୍ଚ୍‌ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ବାଚସ୍ପତିଙ୍କୁ ଭେଟିଲା ବିଜେଡି

ଦୀପାବଳି ଅବସରରେ ଅକ୍ଟୋବର ୨୪ରେ କମ୍ପାନି ପକ୍ଷରୁ ଏକ ଅଫର୍‌ ବି ରହିଛି। ଏହି ଦିନ ଗାଡ଼ିଟିକୁ କିଣିଲେ ଦେବାକୁ ପଡ଼ିବ ୭୯,୯୯୯ ଟଙ୍କା। କମ୍ପାନିର ଦାବି ହେଉଛି ଓଲା ଏସ୍‌୧ ଏୟାର୍‌କୁ ଥରୁଟିଏ ଚାର୍ଜ କଲେ ୧୦୧ କିଲୋମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଚାଲିବ। ଏହାର ଟପ୍‌ ସ୍ପିଡ୍‌ ବି ଘଣ୍ଟାକୁ ୯୦ କିଲୋମିଟର ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହି ସ୍କୁଟର ଓଜନ ୯୯ କିଲୋ। କମ୍ପାନି ଏଥିରେ ୪.୫ କିଲୋୱାଟ୍‌ର ଇଲେକ୍ଟ୍ରିକ୍‌ ମୋଟର୍‌ ଦେଇଛି। ଏଥିରେ ବ୍ୟାଟେରି ରହିଛି ୨.୫କେଡବ୍ଲୁଏଚ୍‌। ଏହ ସ୍କୁଟର୍‌ରେ ୩ଟି ରାଇଡ୍‌ ମୋଡ୍‌ ରହିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ଭୀଷଣ କାଳବୈଶାଖୀ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ ବିିଜୁଳି ଘଡ଼ଘଡ଼ି ଆଶଙ୍କା

ରଙ୍ଗ ବିକଳ୍ପ

ଓଲା ଇଲେକ୍ଟ୍ରିକ୍ ସ୍କୁଟର ୫ ଟି ରଙ୍ଗରେ ଉପଲବ୍ଧ ହେବ। ବୁକିଂ ସମୟରେ ପସନ୍ଦିତ ରଙ୍ଗ ଚୟନ କରାଯାଇପାରିବ ଏବଂ କମ୍ପାନୀର ୱେବସାଇଟ୍ ଅନୁଯାୟୀ, ଗ୍ରାହକ ଚାହିଁଲେ ସ୍କୁଟରର ରଙ୍ଗ ବିକଳ୍ପ ପରେ ପରିବର୍ତ୍ତନ କରାଯାଇପାରିବ।

ବ୍ୟାଟେରୀ ଏବଂ ଚାର୍ଜିଂ

ଓଲା S1 ଏୟାର ଇଲେକ୍ଟ୍ରିକ୍ ସ୍କୁଟରର ଓଜନ ୯୯ କିଲୋଗ୍ରାମ, ଯାହା S1 ପ୍ରୋ ଠାରୁ ୨୫ କିଲୋଗ୍ରାମ କମ୍‌ | କମ୍ପାନୀ ଅନୁଯାୟୀ ଏହା 4.5kW ହବ୍ ମୋଟର, 2.5kWh ବ୍ୟାଟେରୀ ପ୍ୟାକ୍ । ଯେଉଁ କାରଣରୁ ଏହି ଇ-ସ୍କୁଟର 4.3 ସେକେଣ୍ଡରେ 0 ରୁ 40 କିଲୋମିଟର ପର୍ଯ୍ୟନ୍ତ ବେଗ ହାସଲ କରିପାରିବ।  S1 ଏୟାରର ସର୍ବୋଚ୍ଚ ଗତି ହେଉଛି ୮୫ କିଲୋମିଟର ଏବଂ ଏହାର ଇକୋ ମୋଡ୍ ରେ 100 କିଲୋମିଟର IDC ପରିସର ଅଛି ।

MoovOS 3 ଫିଚର

ବିଶେଷ କଥା ହେଉଛି ଏହି ସ୍କୁଟରଟି MoveOS 3 ସଫ୍ଟୱେର୍ ସହିତ ଆସିବ। ଏହା ବ୍ୟତୀତ, Ola S1 ଏବଂ Ola S1 Pro ବ୍ୟବହାରକାରୀମାନେ ଡିସେମ୍ବର ୨୦୨୨ ସୁଦ୍ଧା ଏହି ନୂଆ MoveOS 3 ସଫ୍ଟୱେର୍ ପାଇବାକୁ ଯାଉଛନ୍ତି । ସଫ୍ଟୱେୟାରଟି ମୋବାଇଲ୍ ଫୋନ୍ ପରି ଘରେ ଅପଡେଟ୍ ହୋଇପାରିବ । ଏହି ସଫ୍ଟୱେର୍ ଅପଡେଟ୍ ସହିତ, ଓଲା ସ୍କୁଟରରେ ଅନେକ ନୂତନ ଫିଚର ଯୋଡାଯିବ।

ଏହି ସଫ୍ଟୱେର୍ ଅପଗ୍ରେଡ୍‌ରେ ୨୦ରୁ ଅଧିକ ନୂତନ ଫିଚର ଅନ୍ତର୍ଭୂକ୍ତ କରାଯାଇଛି । MoveOS 3 ରେ କିଛି ନୂତନ ଭାବରେ ଲଞ୍ଚ ହୋଇଥିବା ଫିଚର ଗୁଡିକ ହେଉଛି ପ୍ରକ୍ସିମିଟି ଅନଲକ୍, ପାର୍ଟି ମୋଡ୍। ଏଥି ସହିତ ନୂତନ ଫିଚରରେ ଆଉ ଆପଣଙ୍କୁ ଗାଡି ଲକ୍‌ ଅନ୍‌ଲାକ କରିବାକୁ ପଡିବନି। ଆପଣ ଆପଣଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଗାଡି ଲକ୍‌ ହୋଇଯିବ। ପୁଣି ଆପଣ ଗାଡି ପାଖକୁ ଆସିଲେ ଗାଡିଟି ଆପେ ଆପେ ଅନ୍‌ଲକ୍‌ ହେବ। ଏଥି ସହିତ ପାର୍ଟି ମୋଡ୍ ଫିଚରରେ ଆପଣ ବ୍ଲୁଟୁଥ୍‌ ମାଧ୍ୟମରେ ସ୍କୁଟରରେ ମ୍ୟୁଜିକ୍ ବଜାଇପାରିବେ ଏବଂ ମ୍ୟୁଜିକ୍‌ ଗାଡିର ଲାଇଟ ମଧ୍ୟ ଜଳିବ।

ସେହିପରି MoveOS 3 ସଫ୍ଟୱେରରେ ଆଉ ଏକ ଫିଚର ହେଉଛି ‘ଭ୍ୟାକେସନ୍ ମୋଡ୍’ । ଏଥିରେ ଆପଣ ସ୍କୁଟରରେ ଚାର୍ଜ 200 ଦିନ ପର୍ଯ୍ୟନ୍ତ ସଂରକ୍ଷିତ ହୋଇପାରିବ। ଦ୍ୱିତୀୟ ପ୍ରମୁଖ ଫିଚର ହେଉଛି ହାଇପରଚାର୍ଜ। MoovOS 3 ଏବଂ Ola Hypercharger ର ବ୍ୟବହାର ସହିତ, ସ୍କୁଟରରେ 3 କିଲୋମିଟର / ମିନିଟର ଚାର୍ଜିଂ ସ୍ପିଡ୍ ରହିବ ଏବଂ ୧୫ ମିନିଟର ଚାର୍ଜରେ ୫୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଯାଇପାରିବେ।

22 Oct 2022 By The Sakala

ବଜାରକୁ ଆସିଲା ‘ଓଲା’ର ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର, ୧୫ ମିନିଟ୍‌ ଚାର୍ଜରେ ଚାଲିବ ୫୦ କିମି

ଭୁବନେଶ୍ବର : ଦେଶରେ ବଦ୍ଧିତ ପେଟ୍ରୋଲ-ଡିଜେଲ ଦର କାରଣରୁ ଲୋକମାନେ ଏବେ ଇଲେକ୍ଟ୍ରିକ ଗାଡି ପାଇଁ ବେଶ ଆଗ୍ରହୀ ହେଉଛନ୍ତି। ଇଲେକ୍ଟ୍ରିକ୍ ଗାଡି ଗୁଡିକ ନୂଆ ନୂଆ ମଡେଲ ସହ ବିଭିନ୍ନ ନୂଆ ଫିଚର ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଆଉ ଏହାରି ମଧ୍ୟରେ ଦେଶରେ ଇ-ବାଇକର ଚାହିଦା ବହୁ ପରିମାଣରେ ବୃଦ୍ଧି ପାଇଛି। ଲୋକମାନେ ଇ-ବାଇକ ଚଳାଇବାକୁ ବେଶ ପସନ୍ଦ କରୁଛନ୍ତି କାରଣ ପେଟ୍ରୋଲ ଗାଡି ଭଳି ସମସ୍ତ ସୁବିଧା ଇ-ବାଇକରେ ରହୁଛି। ଅନ୍ୟପଟେ ଦେଶରେ ଏବେ ଓଲାର  ଇଲେକ୍ଟ୍ରିକ୍ ସ୍କୁଟର ବହୁଳ ମାତ୍ରାରେ ବିକ୍ରି ହେବାରେ ଲାଗିଛି। ବଢୁଥିବା ଗ୍ରାହକଙ୍କ ଆଦୃତି କାରଣରୁ ଓଲା ଏବେ ଏହାର ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର Ola S1 Air ଭାରତରେ ଲଞ୍ଚ କରିଛି।

ଓଲା ଇଲେକ୍ଟ୍ରିକ୍ ବର୍ତ୍ତମାନ ଓଲା S1 ଏବଂ S1 ପ୍ରୋ ଲଞ୍ଚ ହେବାର ଏକ ବର୍ଷ ମଧ୍ୟରେ S1 ଏୟାର ବଜାରକୁ ଛାଡିଛି। ଦୀପାବଳି ଅବସରରେ ଇଲେକ୍ଟ୍ରିକ୍‌ ଗାଡ଼ି କମ୍ପାନି ଓଲା ଇଲେକ୍ଟ୍ରିକ୍‌ ନିଜର ନୂଆ ଇଲେକ୍ଟ୍ରିକ୍‌ ସ୍କୁଟର୍‌ ଓଲା ଏସ୍‌୧ ଏୟାର୍‌ ଲଞ୍ଚ୍‌ କରିଦେଇଛି। କମ୍ପାନିର ପ୍ରମୁଖ ଭାବେଶ ଅଗ୍ରୱାଲ୍‌ ଏହି ସ୍କୁଟର୍‌ର ଡିଟେଲ୍‌ ସେୟାର କରି କହିଛନ୍ତି ଯେ ଏହି ଗାଡ଼ି ୨୫ ପଇସାରେ ୧ କିଲୋମିଟର୍‌ ଚାଲିବ। ଓଲା ଏସ୍‌୧ ଏୟାରକୁ କମ୍ପାନିର ଫ୍ଲାଗ୍‌ସିପ୍‌ ପ୍ରଡକ୍ଟ ଓଲା ଏସ୍‌୧ ହିସାବରେ ତିଆରି କରାଯାଇଛି। କମ୍ପାନି ଓଲା ଏସ୍‌୧ ଏୟାର୍‌କୁ ୮୪,୯୯୯ ଟଙ୍କାରେ ଲଞ୍ଚ୍‌ କରିଛି।

ଦୀପାବଳି ଅବସରରେ ଅକ୍ଟୋବର ୨୪ରେ କମ୍ପାନି ପକ୍ଷରୁ ଏକ ଅଫର୍‌ ବି ରହିଛି। ଏହି ଦିନ ଗାଡ଼ିଟିକୁ କିଣିଲେ ଦେବାକୁ ପଡ଼ିବ ୭୯,୯୯୯ ଟଙ୍କା। କମ୍ପାନିର ଦାବି ହେଉଛି ଓଲା ଏସ୍‌୧ ଏୟାର୍‌କୁ ଥରୁଟିଏ ଚାର୍ଜ କଲେ ୧୦୧ କିଲୋମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଚାଲିବ। ଏହାର ଟପ୍‌ ସ୍ପିଡ୍‌ ବି ଘଣ୍ଟାକୁ ୯୦ କିଲୋମିଟର ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହି ସ୍କୁଟର ଓଜନ ୯୯ କିଲୋ। କମ୍ପାନି ଏଥିରେ ୪.୫ କିଲୋୱାଟ୍‌ର ଇଲେକ୍ଟ୍ରିକ୍‌ ମୋଟର୍‌ ଦେଇଛି। ଏଥିରେ ବ୍ୟାଟେରି ରହିଛି ୨.୫କେଡବ୍ଲୁଏଚ୍‌। ଏହ ସ୍କୁଟର୍‌ରେ ୩ଟି ରାଇଡ୍‌ ମୋଡ୍‌ ରହିଛି।

ରଙ୍ଗ ବିକଳ୍ପ

ଓଲା ଇଲେକ୍ଟ୍ରିକ୍ ସ୍କୁଟର ୫ ଟି ରଙ୍ଗରେ ଉପଲବ୍ଧ ହେବ। ବୁକିଂ ସମୟରେ ପସନ୍ଦିତ ରଙ୍ଗ ଚୟନ କରାଯାଇପାରିବ ଏବଂ କମ୍ପାନୀର ୱେବସାଇଟ୍ ଅନୁଯାୟୀ, ଗ୍ରାହକ ଚାହିଁଲେ ସ୍କୁଟରର ରଙ୍ଗ ବିକଳ୍ପ ପରେ ପରିବର୍ତ୍ତନ କରାଯାଇପାରିବ।

ବ୍ୟାଟେରୀ ଏବଂ ଚାର୍ଜିଂ

ଓଲା S1 ଏୟାର ଇଲେକ୍ଟ୍ରିକ୍ ସ୍କୁଟରର ଓଜନ ୯୯ କିଲୋଗ୍ରାମ, ଯାହା S1 ପ୍ରୋ ଠାରୁ ୨୫ କିଲୋଗ୍ରାମ କମ୍‌ | କମ୍ପାନୀ ଅନୁଯାୟୀ ଏହା 4.5kW ହବ୍ ମୋଟର, 2.5kWh ବ୍ୟାଟେରୀ ପ୍ୟାକ୍ । ଯେଉଁ କାରଣରୁ ଏହି ଇ-ସ୍କୁଟର 4.3 ସେକେଣ୍ଡରେ 0 ରୁ 40 କିଲୋମିଟର ପର୍ଯ୍ୟନ୍ତ ବେଗ ହାସଲ କରିପାରିବ।  S1 ଏୟାରର ସର୍ବୋଚ୍ଚ ଗତି ହେଉଛି ୮୫ କିଲୋମିଟର ଏବଂ ଏହାର ଇକୋ ମୋଡ୍ ରେ 100 କିଲୋମିଟର IDC ପରିସର ଅଛି ।

MoovOS 3 ଫିଚର

ବିଶେଷ କଥା ହେଉଛି ଏହି ସ୍କୁଟରଟି MoveOS 3 ସଫ୍ଟୱେର୍ ସହିତ ଆସିବ। ଏହା ବ୍ୟତୀତ, Ola S1 ଏବଂ Ola S1 Pro ବ୍ୟବହାରକାରୀମାନେ ଡିସେମ୍ବର ୨୦୨୨ ସୁଦ୍ଧା ଏହି ନୂଆ MoveOS 3 ସଫ୍ଟୱେର୍ ପାଇବାକୁ ଯାଉଛନ୍ତି । ସଫ୍ଟୱେୟାରଟି ମୋବାଇଲ୍ ଫୋନ୍ ପରି ଘରେ ଅପଡେଟ୍ ହୋଇପାରିବ । ଏହି ସଫ୍ଟୱେର୍ ଅପଡେଟ୍ ସହିତ, ଓଲା ସ୍କୁଟରରେ ଅନେକ ନୂତନ ଫିଚର ଯୋଡାଯିବ।

ଏହି ସଫ୍ଟୱେର୍ ଅପଗ୍ରେଡ୍‌ରେ ୨୦ରୁ ଅଧିକ ନୂତନ ଫିଚର ଅନ୍ତର୍ଭୂକ୍ତ କରାଯାଇଛି । MoveOS 3 ରେ କିଛି ନୂତନ ଭାବରେ ଲଞ୍ଚ ହୋଇଥିବା ଫିଚର ଗୁଡିକ ହେଉଛି ପ୍ରକ୍ସିମିଟି ଅନଲକ୍, ପାର୍ଟି ମୋଡ୍। ଏଥି ସହିତ ନୂତନ ଫିଚରରେ ଆଉ ଆପଣଙ୍କୁ ଗାଡି ଲକ୍‌ ଅନ୍‌ଲାକ କରିବାକୁ ପଡିବନି। ଆପଣ ଆପଣଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଗାଡି ଲକ୍‌ ହୋଇଯିବ। ପୁଣି ଆପଣ ଗାଡି ପାଖକୁ ଆସିଲେ ଗାଡିଟି ଆପେ ଆପେ ଅନ୍‌ଲକ୍‌ ହେବ। ଏଥି ସହିତ ପାର୍ଟି ମୋଡ୍ ଫିଚରରେ ଆପଣ ବ୍ଲୁଟୁଥ୍‌ ମାଧ୍ୟମରେ ସ୍କୁଟରରେ ମ୍ୟୁଜିକ୍ ବଜାଇପାରିବେ ଏବଂ ମ୍ୟୁଜିକ୍‌ ଗାଡିର ଲାଇଟ ମଧ୍ୟ ଜଳିବ।

ସେହିପରି MoveOS 3 ସଫ୍ଟୱେରରେ ଆଉ ଏକ ଫିଚର ହେଉଛି ‘ଭ୍ୟାକେସନ୍ ମୋଡ୍’ । ଏଥିରେ ଆପଣ ସ୍କୁଟରରେ ଚାର୍ଜ 200 ଦିନ ପର୍ଯ୍ୟନ୍ତ ସଂରକ୍ଷିତ ହୋଇପାରିବ। ଦ୍ୱିତୀୟ ପ୍ରମୁଖ ଫିଚର ହେଉଛି ହାଇପରଚାର୍ଜ। MoovOS 3 ଏବଂ Ola Hypercharger ର ବ୍ୟବହାର ସହିତ, ସ୍କୁଟରରେ 3 କିଲୋମିଟର / ମିନିଟର ଚାର୍ଜିଂ ସ୍ପିଡ୍ ରହିବ ଏବଂ ୧୫ ମିନିଟର ଚାର୍ଜରେ ୫୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଯାଇପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର