ଖୁବ୍‌ ଶୀଘ୍ର ଆସିବ ନୂଆ ବ୍ୟବସ୍ଥା: ଫେସ୍ ଆଇଡି ,ଫିଙ୍ଗର ପ୍ରିଣ୍ଟରେ ୟୁପିଆଇ ପେମେଣ୍ଟ

The Sakala Picture
Published On

ନୂଆଦିଲ୍ଲୀ: ଏଣିକି ବିନା ପିନ୍‌ରେ ହେବ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ପେମେଣ୍ଟ। ଫେସ୍ ଆଇଡି ଏବଂ ଫିଙ୍ଗରପ୍ରିଣ୍ଟ ଜରିଆରେ ୟୁଜର କରିବେ କାରବାର। କାରଣ ନ୍ୟାସନାଲ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ଖୁବ୍ ଶୀଘ୍ର ଏକ ନୂଆ ବୈଶିଷ୍ଟ୍ୟ ଆଣିବାକୁ ଯାଉଛି। ନ୍ୟାଏଥିପାଇଁ ସନାଲ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ ୟୁପିଆଇରେ ଏକ ପ୍ରମୁଖ ଅପଡେଟ୍ ଆଣିବାକୁ ପ୍ରସ୍ତୁତ ହେଉଛି। ଏହା ବ୍ୟବହାରକାରୀମାନଙ୍କୁ ପ୍ରତ୍ୟେକ ଥର ପିନ୍‌ ଏଣ୍ଟ୍ରି କରିବା ପରିବର୍ତ୍ତେ ପେସ୍‌ ରେକଗ୍‌ନିସନ୍‌ […]

ନୂଆଦିଲ୍ଲୀ: ଏଣିକି ବିନା ପିନ୍‌ରେ ହେବ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ପେମେଣ୍ଟ। ଫେସ୍ ଆଇଡି ଏବଂ ଫିଙ୍ଗରପ୍ରିଣ୍ଟ ଜରିଆରେ ୟୁଜର କରିବେ କାରବାର। କାରଣ ନ୍ୟାସନାଲ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ଖୁବ୍ ଶୀଘ୍ର ଏକ ନୂଆ ବୈଶିଷ୍ଟ୍ୟ ଆଣିବାକୁ ଯାଉଛି। ନ୍ୟାଏଥିପାଇଁ ସନାଲ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ ୟୁପିଆଇରେ ଏକ ପ୍ରମୁଖ ଅପଡେଟ୍ ଆଣିବାକୁ ପ୍ରସ୍ତୁତ ହେଉଛି। ଏହା ବ୍ୟବହାରକାରୀମାନଙ୍କୁ ପ୍ରତ୍ୟେକ ଥର ପିନ୍‌ ଏଣ୍ଟ୍ରି କରିବା ପରିବର୍ତ୍ତେ ପେସ୍‌ ରେକଗ୍‌ନିସନ୍‌ ଏବଂ ଫିଙ୍ଗରପ୍ରିଣ୍ଟ ଭଳି ବାୟୋମେଟ୍ରିକ୍ସ ବ୍ୟବହାର କରି କାରବାରକୁ ପ୍ରମାଣିତ କରିବାକୁ ଅନୁମତି ଦେବ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଏହି ନୂତନ ବୈଶିଷ୍ଟ୍ୟର ବର୍ତ୍ତମାନ ସମୀକ୍ଷା କରାଯାଉଛି ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିୟାମକ ଅନୁମୋଦନ ଆବଶ୍ୟକ ହେବ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ୟୁପିଆଇର ସୁରକ୍ଷାକୁ ଆହୁରି ମଜବୁତ କରିବ। ଏହି ନୂଆ ବ୍ୟବସ୍ଥାକୁ ଆଗାମୀ ୨୦୨୫ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟରେ ପ୍ରଦର୍ଶନ କରାଯାଇପାରିବ। ଏହି ଅପଡେଟ୍ କାର୍ଯ୍ୟକାରୀ କରିବା ପରେ ବ୍ୟବହାରକାରୀମାନେ ପିନ୍‌ ଏଣ୍ଟ୍ରି ନ କରି କାରବାର ପାଇଁ ଫେସ୍ ଆଇଡି ଏବଂ ସେମାନଙ୍କର ଫିଙ୍ଗରପ୍ରିଣ୍ଟ ବ୍ୟବହାର କରିପାରିବେ। ଏକ ସୂତ୍ରରୁ ହୋଇଛି ଯେ, ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ଏହି ଫିଚରର ବିବରଣୀ ୟୁପିଆଇ ଇକୋସିଷ୍ଟମର ଅଂଶଗ୍ରହଣକାରୀମାନଙ୍କ ସହିତ ସେୟାର କରିଛି, ଯାହା କାର୍ଯ୍ୟକାରୀ କରିବା ପୂର୍ବରୁ ସମୀକ୍ଷା, ମତାମତ ଏବଂ ପ୍ରସ୍ତୁତି ସୁନିଶ୍ଚିତ କରିବ। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ଏକ ବର୍ଷରୁ ଅଧିକ ସମୟ ଧରି ଏହା ଉପରେ କାମ କରୁଛି। ଏକ ସୂତ୍ର କୁହାଯାଇଛି ଯେ ଏହି ବୈଶିଷ୍ଟ୍ୟ ଉପରେ କାମ ଏବେ ବି ଚାଲିଛି। ନୂଆ ବ୍ୟବସ୍ଥା ଅତିରିକ୍ତ ସୁରକ୍ଷା ପ୍ରଦାନ କରିବ, ଯାହା ଓଟିପି ଅପେକ୍ଷା ଭଲ। ଏହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ), ଜାତୀୟ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆର ଷ୍ଟିଅରିଂ କମିଟି ଏବଂ ସମଗ୍ର ଇକୋସିଷ୍ଟମରୁ ସବୁଜ ସଙ୍କେତ ପାଇବା ପରେ କାର୍ଯ୍ୟକାରୀ କରାଯିବ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଶିଳ୍ପ ସୂତ୍ରରୁ କୁହାଯାଇଛି ଯେ, ଏହି ବୈଶିଷ୍ଟ୍ୟ ଅନେକ ଉପାୟରେ ପାରମ୍ପରିକ ୱାନ୍-ଟାଇମ୍ ପାସୱାର୍ଡ (ଓଟିପି) କିମ୍ବା ପିନ୍‌ ଅପେକ୍ଷା ଅଧିକ ସୁରକ୍ଷିତ ସାବ୍ୟସ୍ତ ହେବ। ପିନ୍‌ର ବିକଳ୍ପ ଭାବରେ ବାୟୋମେଟ୍ରିକ୍ ପ୍ରମାଣୀକରଣ ସୁରକ୍ଷାକୁ ଅଧÒକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ବାୟୋମେଟ୍ରିକ୍ସ ମାଧ୍ୟମରେ କରାଯାଇଥିବା କାରବାରର ଅତିରିକ୍ତ ସୁରକ୍ଷା ପାଇଁ ମୂଲ୍ୟ ସୀମା ଥାଇପାରେ ବୋଲି ସମ୍ଭାବନା ରହିଛି। ଫୋନ୍‌ ପେ , ଗୁଗୁଲ୍‌ ପେ, ପେଟିଏମ୍‌, ଭୀମ୍‌ ଭଳି ଅନ୍ୟ ଆପ୍ ପାଇଁ ବାୟୋମେଟ୍ରିକ୍-ଆଧାରିତ ପ୍ରାଧିକରଣକୁ ପୃଥକ ଭାବରେ ସେଟ୍ ଅପ୍ କରିବାକୁ ପଡିବ କି ନାହିଁ ତାହା ଏବେ ଦେଖିବା ବାକି ଅଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର