ଛତିଶଗଡ଼ରୁ ଆସିଲା ଖୁସି ଖବର, ଅପହୃତ ଯବାନ ରାକେଶ୍ୱର ସିଂହଙ୍କୁ ଛାଡିଲେ ମାଓବାଦୀ

The Sakala Picture
Published On

ମାଲକାନଗିରି: ମାଓବାଦୀଙ୍କ କବଳରେ ଥିବା ସିଆରପିଏଫ ଯବାନ ରାକେଶ୍ୱର ସିଂହ ମାନହାସ ମୁକ୍ତ ହୋଇଛନ୍ତି। ବନ୍ଧକ ଯବାନ ରାକେଶ୍ୱର ସିଂହଙ୍କୁ ଛାଡ଼ି ଦେଇଛନ୍ତି ମାଓବାଦୀ । ସ୍ଥାନୀୟ ଗ୍ରାମବାସୀଙ୍କ ନିକଟରେ ନକ୍ସଲ ଯବାନଙ୍କୁ ଛାଡ଼ିଥିବା ସୂଚନା ମିଳିଛି । ସେଠାରୁ ତାଙ୍କୁ  ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ସେ ଛତିଶଗଡ଼ ବାସାଗୁଡା ସିଆରପିଏଫ କ୍ଯାମ୍ପରେ ପହଞ୍ଚିଥିବା ଜଣାପଡ଼ିଛି। ଛତିଶଗଡ଼ର ବିଜାପୁର ସୁକ୍‌ମାରେ ୩ ଏପ୍ରିଲରେ ବଡ଼ ଧରଣର ମାଓ ଅପରେସନ ପରେ […]

ମାଲକାନଗିରି: ମାଓବାଦୀଙ୍କ କବଳରେ ଥିବା ସିଆରପିଏଫ ଯବାନ ରାକେଶ୍ୱର ସିଂହ ମାନହାସ ମୁକ୍ତ ହୋଇଛନ୍ତି। ବନ୍ଧକ ଯବାନ ରାକେଶ୍ୱର ସିଂହଙ୍କୁ ଛାଡ଼ି ଦେଇଛନ୍ତି ମାଓବାଦୀ । ସ୍ଥାନୀୟ ଗ୍ରାମବାସୀଙ୍କ ନିକଟରେ ନକ୍ସଲ ଯବାନଙ୍କୁ ଛାଡ଼ିଥିବା ସୂଚନା ମିଳିଛି । ସେଠାରୁ ତାଙ୍କୁ  ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ସେ ଛତିଶଗଡ଼ ବାସାଗୁଡା ସିଆରପିଏଫ କ୍ଯାମ୍ପରେ ପହଞ୍ଚିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ମତଦାନ, ବିଜେପି ଓ ବିରୋଧୀଙ୍କ ପାଇଁ ବଡ଼ ପରୀକ୍ଷା

ଛତିଶଗଡ଼ର ବିଜାପୁର ସୁକ୍‌ମାରେ ୩ ଏପ୍ରିଲରେ ବଡ଼ ଧରଣର ମାଓ ଅପରେସନ ପରେ ମାଓବାଦୀ ମାନେ ରାକେଶ୍ୱରଙ୍କୁ ଅପହରଣ କରିନେଇଥିଲେ । ମାଓ ଅପରେସନ୍ ବେଳେ ୨୨ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଯବାନ ଆହତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: Viral Photo: ହିମାଳୟରେ ତପସ୍ୟା କରୁଛନ୍ତି 'ସାରଥି ବାବା', ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଫଟୋ...

ରାକେଶ୍ୱର ସିଂଙ୍କୁ ମାଓବାଦୀ ବନ୍ଧକ ରଖି ମୁକ୍ତି ପାଇଁ ସର୍ତ୍ତ ରଖିଥିଲେ । ମଧ୍ୟସ୍ଥିଙ୍କ ଜରିଆରେ ଯବାନଙ୍କୁ ମୁକ୍ତି ମିଳିବ ବୋଲି ମାଓବାଦୀ ପ୍ରେସ୍ ରିଲିଜ୍ ଜାରି କରିଥିଲେ ।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ ନାଣ୍ଡୁ ବାବୁ ! ଆଡଭାନ୍ସ ନେଇ ଯାତ୍ରା କରୁନଥିବା ଅଭିଯୋଗ କଲେ ପୂଜା କମିଟି ସଦସ୍ୟ

ସୂଚନା ଅନୁଯାୟୀ, କିଛି ଦିନ ତେଳେ ରାକେଶ୍ୱର ସିଂହ ମାନହାସ ସୁରକ୍ଷିତ ଥିବା ନେଇ ସ୍ପଷ୍ଟ କରିଥିଲା ମାଓବାଦୀ ସଙ୍ଗଠନ। ମାଓବାଦୀମାନେ ରାକେଶ୍ଵରଙ୍କ ଫଟୋ ସୋସିଆଲ ମିଡିଆରେ ଜାରି କରିଥିଲେ। ତାଙ୍କୁ ତାଳପତ୍ର ଦ୍ବାରା ଘୋଡ଼ାଯାଇଥିବା ଏକ କୁଡ଼ିଆରେ ରଖାଯାଇଥିବା ଦେଖିବାକୁ ମିଳିଥିଲା।

08 Apr 2021 By The Sakala

ଛତିଶଗଡ଼ରୁ ଆସିଲା ଖୁସି ଖବର, ଅପହୃତ ଯବାନ ରାକେଶ୍ୱର ସିଂହଙ୍କୁ ଛାଡିଲେ ମାଓବାଦୀ

ମାଲକାନଗିରି: ମାଓବାଦୀଙ୍କ କବଳରେ ଥିବା ସିଆରପିଏଫ ଯବାନ ରାକେଶ୍ୱର ସିଂହ ମାନହାସ ମୁକ୍ତ ହୋଇଛନ୍ତି। ବନ୍ଧକ ଯବାନ ରାକେଶ୍ୱର ସିଂହଙ୍କୁ ଛାଡ଼ି ଦେଇଛନ୍ତି ମାଓବାଦୀ । ସ୍ଥାନୀୟ ଗ୍ରାମବାସୀଙ୍କ ନିକଟରେ ନକ୍ସଲ ଯବାନଙ୍କୁ ଛାଡ଼ିଥିବା ସୂଚନା ମିଳିଛି । ସେଠାରୁ ତାଙ୍କୁ  ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ସେ ଛତିଶଗଡ଼ ବାସାଗୁଡା ସିଆରପିଏଫ କ୍ଯାମ୍ପରେ ପହଞ୍ଚିଥିବା ଜଣାପଡ଼ିଛି।

ଛତିଶଗଡ଼ର ବିଜାପୁର ସୁକ୍‌ମାରେ ୩ ଏପ୍ରିଲରେ ବଡ଼ ଧରଣର ମାଓ ଅପରେସନ ପରେ ମାଓବାଦୀ ମାନେ ରାକେଶ୍ୱରଙ୍କୁ ଅପହରଣ କରିନେଇଥିଲେ । ମାଓ ଅପରେସନ୍ ବେଳେ ୨୨ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଯବାନ ଆହତ ହୋଇଥିଲେ ।

ରାକେଶ୍ୱର ସିଂଙ୍କୁ ମାଓବାଦୀ ବନ୍ଧକ ରଖି ମୁକ୍ତି ପାଇଁ ସର୍ତ୍ତ ରଖିଥିଲେ । ମଧ୍ୟସ୍ଥିଙ୍କ ଜରିଆରେ ଯବାନଙ୍କୁ ମୁକ୍ତି ମିଳିବ ବୋଲି ମାଓବାଦୀ ପ୍ରେସ୍ ରିଲିଜ୍ ଜାରି କରିଥିଲେ ।

ସୂଚନା ଅନୁଯାୟୀ, କିଛି ଦିନ ତେଳେ ରାକେଶ୍ୱର ସିଂହ ମାନହାସ ସୁରକ୍ଷିତ ଥିବା ନେଇ ସ୍ପଷ୍ଟ କରିଥିଲା ମାଓବାଦୀ ସଙ୍ଗଠନ। ମାଓବାଦୀମାନେ ରାକେଶ୍ଵରଙ୍କ ଫଟୋ ସୋସିଆଲ ମିଡିଆରେ ଜାରି କରିଥିଲେ। ତାଙ୍କୁ ତାଳପତ୍ର ଦ୍ବାରା ଘୋଡ଼ାଯାଇଥିବା ଏକ କୁଡ଼ିଆରେ ରଖାଯାଇଥିବା ଦେଖିବାକୁ ମିଳିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର